Friday, August 2, 2019

ଢଗଢମାଳି —୧

“ଚାନ୍ଦରେ  କଳଙ୍କ ସୂରୁଜ ଖୁଣଲୋ
ଦରିଅା  ପାଣିତ ଲୁଣିଅା
କିଏ ଅକଳଙ୍କୀ ରହିଛି ଏଡେଲୋ
ହୋଇକି ଅନ୍ଧାରକଣିଅା  ।”

ଚନ୍ଦ୍ର  ଶୀତଳତା  ପ୍ରଦାନ  କରେ,  କିନ୍ତୁ ତା’  ଦେହରେ  ଦାଗ।  ସୂର୍ଯ୍ୟ  ବିନା  ଜୀବଜଗତ ତିଷ୍ଟିବା ଅସମ୍ଭବ। ଏହା ଅାଲୋକ ପ୍ରଦାନ କରି ଅନ୍ଧକାରକୁ ଦୂରୀଭୂତ କରିଥାଏ, କିନ୍ତୁ ଏହାର  ତେଜ  ପ୍ରଖର  ଯାହାକୁ  ସହ୍ୟ  କରିବା  କଷ୍ଟକର।  ସେହିପରି  ଦରିଅା  ବିଶାଳ ଅଥଚ  ଏହାର  ଜଳ  ଲବଣାକ୍ତ।  ଯେଉଁଠି  ଗୁଣ  ସେଇଠି  ଖୁଣ।  ଈଶ୍ୱର  କାହାକୁ ସବୁ ଭଲ  ଦେଇ  ନ  ଥାନ୍ତି।  ସୁନ୍ଦରପଣରେ  କେଉଁଠି ନା  କେଉଁଠି ଶୂନ୍ୟସ୍ଥାନ  ରହିଥାଏ। ଏପରିସ୍ଥଳେ  ମଣିଷ  ନିଜକୁ  ନିଟୋଳ  ପବିତ୍ର  ତଥା  ସର୍ବଗୁଣ  ସମ୍ପନ୍ନ  ମନେକରିବା ବୋକାମୀ  ଅର୍ଥରେ  ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।

“ଚେତିଲା  ନାରୀ  ସୁଖପାଏ
ନ ଚେତିଲା  ନାରୀ  ଘରୁ ଯାଏ  ।”

ଯେଉଁ ଗୃହିଣୀ ପାରିବାରିକ ବନ୍ଧନୀ ମଧ୍ୟରେ ବାନ୍ଧିହୋଇ ରହିଥାଏ, ସେ ପରିବାରର ଅଭାବ  ଅସୁବିଧା  ସହିତ ଜଡ଼ିତ ହୋଇ  ତାହାର  ସମାଧାନ  ବା  ସୁଧାର  ଅାଣିବାରେ ଅଭିଜ୍ଞତା  ଅର୍ଜନ  କରିଥାଏ।  ସ୍ୱାମୀ,  ସନ୍ତାନ  ତଥା  ପରବାରର  ଅନ୍ୟ  ସଦସ୍ୟଙ୍କ ମନ  ଜାଣି  ସେମାନଙ୍କ  ମନ  ମୁତାବକ  ସନ୍ତୁଷ୍ଟ  କରି  ନିଜ  ହାତମୁଠାରେ  ରଖି  ଘର  ଚଳାଇଥାଏ।  ଯିଏ ନିଜ ଭୁଲ୍‌ରୁ ଶିକ୍ଷା  ଲାଭ  କରେ  ବା  ନିଜ ଭୁଲ୍‌କୁ ସଂଶୋଧନ  କରି ନିଜକୁ  ସଜାଡ଼ିନିଏ  ସିଏ  ହିଁ  ସବୁଥିରେ  ସଫଳ  ହୋଇଥାଏ।  ବାସ୍ତବପକ୍ଷରେ  ଏପରି ନାରୀ  ହିଁ ଘର  ପରିବାର  ଚଳାଇବାକୁ  ସମର୍ଥ  ହୋଇପାରଥାନ୍ତି।  କିନ୍ତୁ ଯିଏ  ଏସବୁଠୁ ଦୂରେଇ  ରହିଥାଏ  ସିଏ  ଅଯୋଗ୍ୟ  ବୋଲି ବିବେଚିତ  ହେଉଥିବା  ଅର୍ଥରେ  ଏଭଳି ଢଗ ପ୍ରକାଶ  କରାଯାଇଛି।

“ଚାଉଳ ପଛକେ ଅଧୁଅା ହେଉ
ପେଜ ହେଉ ବହଳିଅା
ଘଇତା ପଛକେ ସନ୍ତିଅା ହେଉ
ଶାଢ଼ୀ ହେଉ ତଉଁରିଅା”

କେତେକ ମହିଳା ସ୍ତ୍ରୀଧର୍ମ ପାଳନ କରି ନ ଥାନ୍ତି। ସ୍ୱାମୀ ପଛେ ଵୈରାଗୀ ହେଉ, ଯାହି ତାହି ଜୀବନ ବିତାଉ ସେଥିକୁ ପରବାୟ ନ କରି ନିଜେ କେମିତି ଭଲରେ ଖାଇଵ, ପିନ୍ଧିଵ ତଥା ଚଳିଵ  ସେ କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି। ସ୍ୱାମୀର ଚଳଣି ତଥା ରୋଜଗାର ଦେଖି ସ୍ତ୍ରୀ ନିଜର ଅାଵଶ୍ୟକତା ପୂରଣ କରିଵା ଶୋଭନୀୟ ହେଉଥବା ସ୍ଥଳେ ସ୍ୱାମୀକୁ ପଛ କରି ସ୍ତ୍ରୀ ନିଜର ଲାଳସା ପୂରଣ କରିଵା ପାଇଁ ଅାଗଭର ହୋଇପଡୁଥିଵା ଅର୍ଥରେ ଏଭଳି ଢଗ ଚଳୁଅଛି।

“ଚନ୍ଦ୍ରମଣ୍ଡଳ ମଧ୍ୟେ ତାରା
ମେଘ ଵରଷଇ ମୂଷଳ ଧାରା ।”

ଚନ୍ଦ୍ରମଣ୍ଡଳ ମଧ୍ୟରେ ତାରା ରହିଥିଲେ ଅଧିକ ପରମାଣର ବର୍ଷା ହେଵାର ସମ୍ଭାଵନା ରହିଥାଏ।
ଗ୍ରହ ନକ୍ଷତ୍ରର ସ୍ଥିତି ଦେଖି ପାଣିପାଗ ଵିଷୟରେ ଅାକଳନ କରାଯିଵା ଅର୍ଥରେ ଏଭଳି ଉକ୍ତି ପ୍ରକାଶ କରାଯାଇଥିଵା ଅନୁମାନ କରାଯାଏ ।

(ସୌଜନ୍ଯ—ଧରିତ୍ରୀ)

No comments:

Post a Comment

Dancing Mania: ମଧ୍ୟଯୁଗୀୟ ୟୁରୋପର ରହସ୍ୟମୟ ମୃତ୍ୟୁ ନୃତ୍ୟ

ମଧ୍ୟଯୁଗୀୟ ଇଉରୋପରେ ପ୍ଲେଗ୍‌ ଵ୍ୟାପିଵା ସହିତ ଧର୍ମୀୟ ଉତ୍ତେଜନା ମନୁଷ୍ୟ ମନକୁ ଆତଙ୍କିତ କରୁଥିଲା ବେଳେ, ଏକ ଅଜଣା ଓ ରହସ୍ୟମୟ ଘଟଣା ସମାଜକୁ ଆହୁରି ଭୟଭୀତ କରିଥିଲା ...