Tuesday, August 6, 2019

କାଶ୍ମୀର ଶବ୍ଦର କଥା

ଅନେକଙ୍କ ଭ୍ରମ ଧାରଣା ଯେ କାଶ୍ମୀର ଏକ ଆରବୀ ପାର୍ସୀ ଶବ୍ଦ ତେଵେ ପ୍ରକୃତରେ ଏହା ଏକ ଭାରତୀୟ ଶବ୍ଦ ଅଟଇ ।
କାଶ୍ମୀର ଏକ ସଂସ୍କୃତ ନାମଵାଚକ ଶବ୍ଦ ଏଵଂ ଏହାର ନିରୁକ୍ତି
କାଶ୍ ଧାତୁ + ମୀର = କାଶ୍ମୀର ।

କାଶ୍ ଧାତୁର ନିମ୍ନଲିଖିତ ଅର୍ଥ ରହିଛି
୧)ଦୀପ୍ତି ପାଇଵା
୨)ପ୍ରକାଶିତ ହେଵା
୩)ଶୋଭା ପାଇଵା
୪)ପ୍ରକାଶ ପାଇଵା

ପ୍ରୋକ୍ତ ଅର୍ଥ ଆଧାରରେ ‘କାଶ୍’ ଧାତୁ ଶବ୍ଦରୁ କାଶ୍ମୀର ଛଡ଼ା-
କାଶ,କାଶୀ,କାଷ୍ଠ,ନିକାଶ,ପ୍ରକାଶ,ପ୍ରକାଶକ,ପ୍ରକାଶନ,ପ୍ରକାଶିତ,ଵିକାଶ,ସକାଶ ଆଦି ଅନେକ ଶବ୍ଦ ନିଷ୍ପନ୍ନ କରାଯାଇଛି ।

ସେଇଭଳି ମୀର୍ ଶବ୍ଦର ଅର୍ଥ ହେଲା—
୧)ପର୍ବତ ପ୍ରାନ୍ତ
୨)ସମୁଦ୍ର
୩)ସୀମା
୪)ପାନୀୟ
୫)ଜଳ

ଏ ସମସ୍ତ ଅର୍ଥ ଆଧାରରେ ଏମନ୍ତ ଵ୍ଯାଖ୍ଯା କରାଯାଇପାରେ
ଯେ ଯେଉଁ ଭୂମିରେ ଉଚ୍ଚ ଉଚ୍ଚ ପର୍ଵତ ଵିଦ୍ୟମାନ ଏଵଂ ପାନୀୟ ଵା ଜଳର ସମୁଦ୍ର ଯେଉଁଠି ବରଫାବୃତ ହୋଇ ଦୀପ୍ତି ପାଉଛି
ସେହି ସୁନ୍ଦର ଶୋଭାରେ ସଜ୍ଜିତ ଋଷିଭୂମି ହେଉଛି କାଶ୍ମୀର । ଏଠାରେ ଉଚ୍ଚ ଉଚ୍ଚ ପର୍ଵତମାଳା  ଭାରତର ସୀମାନିର୍ଦ୍ଧାରଣ କରି କେଉଁ ଆଵାହମାନକାଳରୁ ଛିଡ଼ା ହୋଇଅଛନ୍ତି ।

ତେଵେ ଏକ ଅଞ୍ଚଳ ଵିଶେଷର ନାମ ଭିନ୍ନ
ଏ ଶବ୍ଦର ଆଉ କେତେକ ଅର୍ଥ ମଧ୍ୟ
ରହିଛି
ଯଥା
୧)ପୂଷ୍ପରମୂଳ; ପଦ୍ମମୂଳ
୨)କୁଙ୍କୁମ
୩)ଜାଫ୍ରାନ୍
୪)ଟାଙ୍ଗଣା

ବହୁପ୍ରାଚୀନ କାଳରୁ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ ରହିଆସିଛି । ପୂର୍ଵେ ଏହା କାଶ୍ମୀରମଣ୍ଡଳ ନାମରେ ଭାରତର ଏକ ଜନପଦ ଭାଵେ ଲୋକପ୍ରିୟ ଥିଲା ପରେ ଏହା କାଶ୍ମୀରକ ନାମ ଧାରଣ କରି ଅନେକ ଶତ ଵର୍ଷ ପରିଚିତ ହୋଇଥିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...