ଜୀଵ  ଅଛି ବୋଲି କରୁ ଜୁହାର 
ଜୀଵ  ଛାଡ଼ିଗଲେ  କିଏ କାହାର  ।
 ମଣିଷ  ବଞ୍ଚିଧିଵା  ପର୍ଯ୍ୟନ୍ତ  ଅାଦର  ସମ୍ମାନ  ପାଇଥାଏ।  ପ୍ରତିଷ୍ଠା  ଗୌରବ  ପାଇ ସଭିଙ୍କ ପ୍ରିୟଭାଜନ  ହୋଇପାରି  ଥାଏ। କିନ୍ତୁ ଅାଜି  ମଲେ  କାଲିକି ଦି’ଦିନ  ହେଵା ପର ମରିଗଲା  ପରେ  ମନର  ଭୁଲି ହୋଇଯାଇଥାଏ।  ଏ  ସଂସାର  ମାୟା  ରୂପକ। ଏଠାରେ  କେହି କାହାର  ହେଉ ନ ଥିଵା ଅର୍ଥରେ ଏଭଳି ଉକ୍ତି ର  ଉଲ୍ଲେଖ କରାଯାଇଛି।
 ଜ୍ଯୈଷ୍ଠେ  କଦଳୀ  ଅାଷାଢ଼େ  କିଅା
 ପୋତ  ନ ପୋତ  ହୁଅଇ ଠିଅା  । 
ଜ୍ଯୈଷ୍ଠ ମାସରେ କଦଳୀ ପୁଅା ଓ ଅାଷାଢ଼ ମାସରେ କିଅା ଗଛ ଲଗାଯିଵାର ପ୍ରକୃଷ୍ଠ ସମୟ ହୋଇଥାଏ । କାରଣ ଉକ୍ତ ସମୟରେ କଦଳୀ ଓ କିଅା ଗଛ ଲଗାଇଲେ ତା’ପାଇଁ ଉପଯୁକ୍ତ ଯତ୍ନ ନ ନେଇ ପାରିଲେ ମଧ୍ୟ ସେସବୁ ଭଲଭାବେ ବଢ଼ପାରୁଥିଵା ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।
No comments:
Post a Comment