Tuesday, August 6, 2019

ପେନସିଲ୍ ର ଓଡ଼ିଆ ପ୍ରତିଶବ୍ଦ

ଓଡ଼ିଆ ଭାଷାରେ ପେନସିଲ୍ ପାଇଁ ଅନେକ ଶବ୍ଦ ଚଳୁଅଛି ।





କଟକ ଓ ଢେଙ୍କାନାଳର ଗ୍ରାମାଞ୍ଚଳରେ
ଆମେ ପେନସିଲ୍ ପାଇଁ ଓଢ଼ଣ ଶବ୍ଦ ଚଳୁଥିଵା
ଦେଖିଵାକୁ ପାଆନ୍ତି । ଏ ଶବ୍ଦର ମୂଳକୁ ନେଇ କେତେକ ମତ ରହିଛି
ଯଥା—




✓କିଛି ଭାଷାଵିତ୍ ଙ୍କ ମତରେ ଏହା ଇଂରାଜୀ wooden ଶବ୍ଦର ଅପଭ୍ରଂଶ ମାତ୍ର । ଇଂରାଜୀରେ ପେନସିଲ୍ କୁ ଵେଳେଵେଳେ wooden pencil କୁହାଯାଏ । ତେଵେ ଓଡ଼ିଆ ଭାଷାରେ ଇଂରାଜୀ wooden ଶବ୍ଦ ସେତେ ଚଳୁନଥିଵାରୁ ଏଵଂ ସାଧାରଣତଃ କାଠ ଶବ୍ଦ ହିଁ ବହୁପ୍ରଚଳିତ ଥିଵାରୁ ଏ ମତ ସେତେ ବଳିଷ୍ଠ ହୋଇପାରିନାହିଁ ।




✓ଆଉ କେତେକଙ୍କ ମତରେ
ଗ୍ରାଫାଇଟ୍ ଦଣ୍ଡ ଉପରେ କାଠ ଓଢ଼ଣା ଯାଇଥିଵାରୁ ଏହାକୁ ଓଢ଼ଣ କୁହାଯାଏ । ଓଡ଼ିଆ ଭାଷାରେ ଓଢ଼ଣ ଶବ୍ଦର ଏକ ଅର୍ଥ ଘୋଡା଼ଇଵା ଯାହା ହିନ୍ଦୀର ଓଢ଼ନା ଶବ୍ଦ ସହିତ ସମାର୍ଥକ ଓ ସମଦ୍ଧୃତ ଅଟେ ।

✓କେତେକଙ୍କ ମତରେ ସଂସ୍କୃତ ଅଙ୍କନୀ ଶବ୍ଦର ଅର୍ଥ ଓଢ଼ଣ ଅଟେ ଏଵଂ ସମ୍ଭଵତଃ ଏ ଶବ୍ଦ ସ୍ଥାନୀୟ କଥିତ ଶୈଳୀରେ ପରିଵୃତ୍ତ ହୋଇ ଓଢ଼ଣରେ ପରିଵର୍ତ୍ତିତ ହୋଇଅଛି ‌ ।




ସେହିପରି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ପେନସିଲ୍ କୁ ଶିଶା/ଶିଂଶା/ଶିଁଶା ଵା ସିସା କୁହାଯାଉଥିଵା ଵିଭିନ୍ନ ଶବ୍ଦକୋଷରେ ଉଲ୍ଲେଖ ମିଳେ । Lead pencil ନାମରୁ ଏହି ଶବ୍ଦର ଵ୍ଯଵହାର ଆରମ୍ଭ ହୋଇଥିଵା ଅନୁମାନ କରାଯାଏ । ଲେଡ୍ କୁ ସାଧାରଣତଃ ଶିଶା କୁହାଯାଏ ଏଵଂ ଏଥିଯୋଗୁଁ ଏହାର ଏଭଳି ନାମକରଣ ହୋଇଅଛି । ତେଵେ ଢେଙ୍କାନାଳର କଥିତ ଭାଷାରେ କଲମର ରିଫିଲ୍ କୁ ଶିଶା କୁହାଯାଇଥାଏ ।

ଆମ ଭାଷାରେ
କଲମ ପେନସିଲରେ ଅନିର୍ଦ୍ଦିଷ୍ଟ ଭାଵେ ଗାର ଟାଣିଵାକୁ ଗାରେଇଵା କୁହାଯାଉଥିଲାଵେଳେ
ପେନସିଲ୍ କୁ ଗୋଜିଆ କରିଵା ପାଇଁ କଟାଯିଵା କ୍ରିୟାକୁ ବାରେଇଵା କୁହନ୍ତି ‌ ।




ପେନସିଲ୍ ପାଇଁ ଅନେକ ଶାସ୍ତ୍ରୀୟ ଶବ୍ଦ ରହିଛି ତେଵେ ତନ୍ମଧ୍ୟରେ ଅଙ୍କନୀ,ଶଳାକା,କୁର୍ଚ୍ଚିକା,ମଶିମଣି ଓ ମଶିପ୍ରସୂ ଆଦି ସର୍ଵାଧିକ ଜନାଦୃତ ହୋଇଅଛି । ନିମ୍ନରେ ସେଇଭଳି କିଛି ଶବ୍ଦର ସୂଚୀ ଦିଆଗଲା—

✓ଅଙ୍କନୀ
✓ଶଳକା/ଶଳାକା
✓ଲେଖନ
✓ଆଲେଖନୀ
✓କୂଚୀ
✓କୁଚିକା
✓କୁର୍ଚ୍ଚିକା
✓ତୂଳ
✓ତୂଳିକା
✓ଆଲେଖନୀ
✓ଵର୍ଣ୍ଣଵର୍ତ୍ତି
✓ଵର୍ଣ୍ଣମାତୃ
✓ଵର୍ଣ୍ଣଵର୍ତ୍ତିକା
✓ଵର୍ଣ୍ଣତୂଳି
✓ଵର୍ଣ୍ଣତୁଳୀ
✓ଵର୍ଣ୍ଣତୁଳିକା
✓ଵର୍ଣ୍ଣଲେଖନୀ
✓ମଶିପ୍ରସୂ
✓ମଶିମଣି

ଆପଣଙ୍କ ଅଞ୍ଚଳରେ ପେନସିଲ୍ କୁ କ'ଣ କୁହନ୍ତି ? ଯଦି ଆପଣଙ୍କ ଅଞ୍ଚଳରେ ପେନସିଲ୍ ପାଇଁ କୌଣସି ନିଆରା ଦେଶଜ ଶବ୍ଦ ଚଳୁଥାଏ
ତେଵେ ଏଠାରେ ଜଣାଇଵାକୁ ଵିନୀତ ଅନୁରୋଧ ରହିଲା ।

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...