Wednesday, August 7, 2019

ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି?

—ପ୍ରଶ୍ନ—
ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥ ବୋଲି କୁହା ଯାଇ ପାରିବ କି?

ଗ୍ରନ୍ଥ ଶବ୍ଦର ଅର୍ଥରେ ଏହାର ଉତ୍ତର ଲୁଚି ରହିଛି ତେଣୁ ଚାଲନ୍ତୁ ଏ ଶବ୍ଦ ଵିଷୟରେ ଵିସ୍ତୃତ ଜାଣିଵା ।

ଗ୍ରନ୍ଥ ଏକ ସଂସ୍କୃତ ଵିଶେଷ୍ଯ ଶବ୍ଦ ଏଵଂ
ଗ୍ରନ୍ଥ୍ ଧାତୁରେ କର୍ମାର୍ଥେ ଅ ଯୁକ୍ତ ହୋଇ ନିଷ୍ପନ୍ନ କରାଯାଇଛି ।

ଗ୍ରନ୍ଥ ଶବ୍ଦର ନିମ୍ନୋକ୍ତ ସଂସ୍କୃତ ଅର୍ଥ ରହିଛି

୧)ପୁସ୍ତକ
୨)ଧର୍ମଗ୍ରନ୍ଥ
୩)ରଚନା; ସନ୍ଦର୍ଭ
୪)ଧନ
୫)ଗ୍ରନ୍ଥା(Stringing together)
୬)ସମ୍ପର୍କ (ପ୍ରକୃତିଵାଦ)
୭)ଅନୁଷ୍ଟୁପଛନ୍ଦ(32ଅକ୍ଷରବିଶିଷ୍ଟ ଶ୍ଳୋକ)—  ୮)ସମ୍ପତ୍ତି properties(Apte).
୯)ଏକତ୍ର ବାନ୍ଧିଵା
୧୦) ପୋଥି
୧୧) ଶାସ୍ତ୍ର
ସେଇଭଳି ଦେଶଜ ଵିଶେଷ୍ୟ ଗ୍ରନ୍ଥ ଶବ୍ଦର ଅର୍ଥ
ହେଲା ୧୮କଣ୍ଠି ଵିଶିଷ୍ଟ ମାଳାକୁ ୧୦୮×୪ ଥର ଜପିଵା ।
ଏହାର ଉଦାହରଣ—
“ଚାରିଵାର ଫେରାଇଲେ ଗ୍ରନ୍ଥେ ପୁଣ ହୋଇ”
(ପ୍ରାଚୀ. ଶ୍ରୀଗୁରୁଭକ୍ତିଗୀତା।)

ଗ୍ରନ୍ଥ ଶବ୍ଦ ଗ୍ରନ୍ଥ୍ ଧାତୁରୁ ନିଷ୍ପନ୍ନ କରାଯାଇଛି
ଯାହାର ନିମ୍ନୋକ୍ତ ଅର୍ଥ ରହିଛି ...

୧)ଏକତ୍ର ସଜାଇଵା
୨)ଶ୍ରେଣୀବଦ୍ଧ କରିଵା
୩)ଏକତ୍ର ବାନ୍ଧିଵା
୪)ଚାରିପାଖେ ଗୁଡ଼ାଇଵା
୫)ଉତ୍ପାଦନ କରିଵା
୬)ବୁଣିଵା; ବିଞ୍ଚିଵା

ଗ୍ରନ୍ଥ୍ ଧାତୁ ସହ ସମଦ୍ଧୃତ ଅନ୍ଯ ସଂସ୍କୃତ ଧାତୁ ଶବ୍ଦ ହେଲା ଗୁତ୍ସଧାତୁ,ଗ୍ରଥ୍ ଧାତୁ ଏଵଂ ପ୍ରାକୃତରେ ଏ ଧାତୁ ଗୁତ୍ଥ୍ ହୋଇଅଛି ।

ଏହି ଗ୍ରନ୍ଥ ଓ ଗ୍ରନ୍ଥ୍ ଧାତୁ ସମଦ୍ଧୃତ କେତେକ ଓଡ଼ିଆ ଶବ୍ଦ ବି ରହିଛି
ଯଥା—
✓(୧)ଗଇଁଛିଵା(ସଂ. ଗ୍ରନ୍ଥ+ଛନ୍ଦ)—
ଦେହରେ ଛନ୍ଦିକରି ଲୁଗା ପିନ୍ଧଵା

✓(୨)ଗିଲ୍ଟି(ସଂ. ଗ୍ରନ୍ଥ)—
(କ)ଦେହସନ୍ଧିର ଗ୍ରନ୍ଥି
(ଖ)ଦେହର ସନ୍ଧି ଫୁଲି ଦରଜ ହେଵା ରୋଗ

✓(୩)ଗୁନ୍ଥିଵା—
(କ)ମାଳାରୁପେ ଏକତ୍ର କରିଵା
(ଖ)ଗ୍ରନ୍ଥନ କରିଵା
(ଗ)ଫୋଡ଼ିଵା

✓(୪)ଗଣ୍ଠି
(କ)ଗ୍ରନ୍ଥି

ତେଵେ ପ୍ରଶ୍ନ ଥିଲା ପଞ୍ଚତନ୍ତ୍ର ଏକ ଗ୍ରନ୍ଥ ପଦଵାଚ୍ଯ କି ?

ନିଶ୍ଚୟ ଏହା ଏକ ଗ୍ରନ୍ଥ କାରଣ ଗ୍ରନ୍ଥ ଶବ୍ଦର ଅର୍ଥ ଓ ଗ୍ରନ୍ଥ୍ ଧାତୁର ନିରୁକ୍ତି ପଞ୍ଚତନ୍ତ୍ର କୁ ଗ୍ରନ୍ଥ ର ମାନ୍ୟତା ଦେଇଥାଏ ।

ପ୍ରଥମତଃ ଗ୍ରନ୍ଥ,ଗ୍ରଥ୍ ଓ ଗୁତ୍ଥ ଆଦି ଧାତୁ ଶବ୍ଦର ମୁଖ୍ଯ ଅର୍ଥ ଗୁନ୍ଥିଵା ଅଟେ ଏଵଂ
ପଞ୍ଚତନ୍ତ୍ରରେ ପାଞ୍ଚୋଟି ତନ୍ତ୍ର ଵା ଭାଗକୁ ଗୁନ୍ଥା ଯାଇଅଛି । ସେଇଭଳି ପ୍ରତ୍ଯେକ ତନ୍ତ୍ରରେ ମଧ୍ୟ
ଅନେକ ଗଳ୍ପକୁ ପୁଷ୍ପର ମାଳା ଭଳି ପରସ୍ପର ଗୁନ୍ଥା ଯାଇଛି । ତେଣୁ ଗ୍ରନ୍ଥ୍ ଧାତୁର ଅର୍ଥ ଅନୁସାରେ ପଞ୍ଚତନ୍ତ୍ର ଏକ ଗ୍ରନ୍ଥ ପଦଵାଚ୍ଯ ଅଟେ ।

ଗ୍ରନ୍ଥ ଶବ୍ଦର ଅନେକ ଅର୍ଥ ମଧ୍ୟରେ
ପୁସ୍ତକ, ପୋଥି, ଶାସ୍ତ୍ର,ପରସ୍ପର ଗୁନ୍ଥିଵା ଓ ରଚନା ଆଦି ଅର୍ଥ ମଧ୍ୟ ପଞ୍ଚତନ୍ତ୍ରକୁ ଏକ ଗ୍ରନ୍ଥର ମାନ୍ଯତା ଦେଇଥାନ୍ତି ।

ଧର୍ମଗ୍ରନ୍ଥ ଵା ଶାସ୍ତ୍ରରେ ମଧ୍ୟ
କଥାଗୁଡି଼କୁ ପରସ୍ପର ସହିତ ଗୁନ୍ଥା ଯାଇଥାଏ ଏଵଂ ତାହା ଵିଭିନ୍ନ ଭାଗ ଵା ଖଣ୍ଡ ଓ ଉପଖଣ୍ଡରେ ଵିଭକ୍ତ ହୋଇଥାଏ । ଧର୍ମଗ୍ରନ୍ଥ ଓ ଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ବୁଦ୍ଧିମାନ, ମାନସିକ ଭାଵେ ଦୃଢ଼ ଏଵଂ ଧର୍ମପ୍ରାଣ କରିଵା । ଏହି ସମସ୍ତ ଲକ୍ଷଣ ଆମେ ପଞ୍ଚତନ୍ତ୍ରରେ ମଧ୍ୟ ପାଳିଥାଆନ୍ତି ।

ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ
ପଞ୍ଚତନ୍ତ୍ର ମଧ୍ୟ ଗ୍ରନ୍ଥ ପଦଵାଚ୍ଯ ଅଟେ ।

(ଆଲେଖ୍ୟ—ଶିଶିର ସାହୁ ମନୋଜ,ଜିଜ୍ଞାସୁ—ଶ୍ରୀ ଅରୁଣ ମିଶ୍ର)

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...