Sunday, August 4, 2019

ଢଗଢମାଳି — ୩

“ଘିଅ ହାଣ୍ଡିରେ ଘିଅ ପଶେ
ଟାଙ୍ଗରା ମୁଣ୍ଡରେ ବୋଝ ବସେ ।”

ଧନୀ ବ୍ୟକ୍ତିଙ୍କୁ ସମସ୍ତେ ଅାଦର ଅଭ୍ୟର୍ଥନା ଦେଖାଇଥାନ୍ତି। ଅୟସରେ ଚଳୁଥିଲେ ମଧ୍ୟ ତାଙ୍କ ପାଦ ତଳେ ଭଲ ଭଲ ଜିନିଷ ଅଜାଡ଼ି ଦେଇଥାନ୍ତି। କିନ୍ତୁ ଯେଉଁମାନେ ଅଭାଵ ଅନଟନରେ ରହି କଠିନ ପରିଶ୍ରମ କରି ପେଟକୁ ଦି’ମୁଠା ଦାନା ଯୋଗାଡ଼ କରଥାନ୍ତି ସେମାନଙ୍କ ଭଲମନ୍ଦ ପଚାରିଵା ତ ଦୂରର କଥା ଅାଡ଼ ଅାଖିରେ ମଧ୍ୟ ତାଙ୍କୁ ଚାହିଁ ନ ଥାନ୍ତି। ମଳିମୁଣ୍ଡିଅା ବ୍ୟକ୍ତିଙ୍କ ଦୁରଵସ୍ଥା ପ୍ରତି ଅାଖି ବୁଜିଦେଵା ଅପ୍ରିୟ ଵାସ୍ତଵତା ହୋଇଥିଵା  ଅର୍ଥରେ ଏଭଳି ଉକ୍ତି ଉଲ୍ଲେଖ କରାଯାଇଛି।

“ଘରେ ବାୟା ଚଢ଼େଇ ବସା
ମୁଣ୍ଡରେ ରାମ ଟହଲିଅା ଖୋସା ।”

ଅନେକ କ୍ଷେତ୍ରରେ କିଛି ନ ଥିଵା ଵ୍ଯକ୍ତି ସମାଜରେ ନିଜ ଫମ୍ପା ଅାଭିଜାତ୍ୟ ଦେଖାଇ ହେଵାରେ କାଣିଚାଏ ସୁଦ୍ଧା ହେଳା କରୁ ନ ଥିଵା ଲକ୍ଷ୍ୟ କରାଯାଏ । ତେଵେ ଅଭାଵୀ ଵ୍ଯକ୍ତି ବାହାରେ ବୁଲି ନିଜର ଚାତର ପ୍ରକାଶ କରି ଲୋକହସା ହେବା ସାର ଅର୍ଥରେ ଏଭଳି ବ୍ୟଙ୍ଗୋକ୍ତି ପ୍ରକାଶ କରାଯାଇଛି।

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...