“ଚିତ୍ତ ଦୃଢ଼ କରି ଶଠ ଲକ୍ଷଣ,
 ଚିତାକାଟି  ମାଳୀ  କରେ  ଭଜନ,
 ଚାହେଁ  ନେଵା  ପାଇ ପରର  ଧନ,
 କହେ  ଦନାଇ  ସେ ଠକ ଦର୍ଶନ ।”
ଶଠ ପ୍ରକୃତିର ଵ୍ଯକ୍ତି ନିଜକୁ ଚିତା ଚଇତନରେ ସଜେଇ ଅନ୍ୟକୁ ପ୍ରଭାଵିତ କରିବାରେ ଅତିଵ ସିଦ୍ଧହସ୍ତ ହୋଇଥାନ୍ତି । ସରଳ ଵିଶ୍ୱାସୀ ଵ୍ଯକ୍ତି ଏପରି କୂଟକପଟପଣକୁ ବୁଝି ନ ପାରି ତାଙ୍କର ଫାଶରେ ପଡ଼ିଯାଇ ସର୍ଵହରା ହୋଇଯାଇଥାନ୍ତି। ଏପରି ମନ୍ଦପ୍ରକୃତି ଵ୍ଯକ୍ତି ବହେ ଧୂର୍ତ୍ତ ତଥା ଠକ ବୋଲାଉଥିବା ଅର୍ଥରେ ଏଭଳି ଉକ୍ତିର ଅଵତାରଣା କରାଯାଇଛି।
“ଚୋରକୁ ଅଡୁ଼ଅା  ଚାନ୍ଦନୀ  ରାତିଲୋ ଦାରୀ  କି ଅଡୁଅା  ପୁଅ ।
ମାଳୀକୁ  ଅଡୁଅା  ଛେଳି ବଳଦ  ଲୋ 
ଦୁଃଖୀକୁ  ଅଡୁଅା  ଝିଅ ।”
ଅନ୍ଧାରରେ ଚୋରୀ କରିଵା ସହଜ। ତେଵେ ଚାନ୍ଦନୀ ରାତିରେ ଚୋରଙ୍କ ପକ୍ଷେ ଚୋରୀ କରିଵାରେ ଅନେକ ଵିପଦ ଵା ଅସୁଵିଧା ରହୁଥାଏ । କାରଣ ଅାଲୁଅ ଯୋଗୁଁ ଧରାପଡ଼ିଯିବାର ଭୟ ରହିଥାଏ। ଦାରୀ ଵା ଵିଟପୀ ନାରୀର ବୃତ୍ତି ପକ୍ଷେ ପୁଅ ପ୍ରତିବନ୍ଧକ ସାଜିଥାଏ।
 ଛେଳି  ବଳଦ  ଗଛଡାଳ  ଖାଇଯାଉଥିଵାରୁ  ତାଙ୍କ  ପାଳିଵା ମାଳୀପକ୍ଷେ ଅସୁଵିଧାଜନକ  ହୋଇଥାଏ।  ସେହିପର  ଦୁଃଖୀରଙ୍କି  ଵ୍ଯକ୍ତି  ବଡ଼ ଦୁଃଖକଷ୍ଟରେ  ନିଜ  ଗୁଜୁରାଣ  ମେଣ୍ଟାଉଥିଵା  ସ୍ଥଳେ  ଝିଅ  ହେଲେ  ତା’ର  ଵିଵାହ କରାଇଵା  ତାଙ୍କ  ପକ୍ଷେ ଦୁରୂହ  ଵ୍ଯାପାର  ହୋଇଯାଉଥିଵା  ଅର୍ଥରେ  ଏଭଳି  ଉକ୍ତି ଉଲ୍ଲେଖ କରାଯାଇଛି। 
(ସୌଜନ୍ଯ—ଧରିତ୍ରୀ)
No comments:
Post a Comment