My Blog List

Friday, July 14, 2017

ବାରୀ ଝରେ------(ନାରୀ-୧୯୬୩)

ଇଂରାଜୀରେ ବର୍ଷାକୁ ନେଇ ଏକ ପ୍ରଶିଦ୍ଧ ଗୀତ ଅଛି
"Raindrops Keep Fallin' on My Head" Hal David ଆଉ Burt Bacharach
ଏହି  ଗୀତକୁ  1969 ର "Butch Cassidy and the Sundance Kid" ପାଇଁ ଲେଖିଥିଲେ । ଗୀତରେ ସ୍ବର ଦେଇଥିଲେ  B. J. Thomas......
ସେଇଭଳି ବଲିଉଡରେ ମଧ୍ଯ ବର୍ଷାକୁ ନେଇ ଅନେକ ଗୀତ ହୋଇଛି

କିନ୍ତୁ ଓଡିଆ ଫିଲ୍ମ ଜଗତ କଥା ମନେ ପଡ଼ିଲେ
ମନେ ପଡିଯାଏ ନାରୀ ଚଳଚ୍ଚିତ୍ରର ଏହି ଚିରସବୁଜ ଅଭୂଲା ଗୀତଟି........

Youtube:-ବାରିଝରେ_ଅଦିନ_ଘୋର_ଘନ_ଘେରି_ନିଳାମ୍ବରେ

ଗୀତିକାର: କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ
ସଂଗୀତ ନିର୍ଦ୍ଦେଶନା-କବିଚନ୍ଦ୍ର ତଥା ଉଦୟନାଥ ସାହୁ
କଣ୍ଠ:-ଉଦୟନାଥ ସାହୁ ଏବଂ କମଳାଦେବୀ

Lyrics:-
ବାରି ଝରେ ବାରି ଝରେ ବାରି ଝରେ
ଅଦିନ ଘୋର ଘନ ଘେରି ନୀଳାମ୍ବରେ-୨

କେ ସେ ଆସି ମୋରେ ଡାକେ ରେ-୨ .....
ବାରି ଝରେ ବାରି ଝରେ

ଏକା କାନନେ ନାଚେ କେକି ପିରତୀ ମାଗି-୨
ଲୁଚି ଦାମିନୀ ରଚେ ମାୟା ବାଦଲ ଲାଗି

ଥିଲା ଓଢଣା ତଳେ ରେ.....ଏ.......
ସପନେ କୋଳେ......
ଆଜି ରହେନା ଘରେ .....
ରହେନା ଘରେ...........

କେ ସେ ଆସି ମୋରେ ଡାକେ ରେ.....୨

ବାରି ଝରେ ....ବାରି ଝରେ.......

ରୁମୁଝୁମୁ ଝୁମୁରୁ ମନ୍ଦିରଽକାର
ଧୂମ ନୟନେ ଲେଖେ ଲାଜୁଆଗାର-୨

ଛନ୍ଦ ଭୂଲି ଖୋଜେ ଆଜି ସଙ୍ଗି-୨

କାହିଁ କାହିଁ ସେ ରେ ଏ ଏ........

କେ ସେ ଆସି ମୋରେ ଡାକେ ରେ...

ବାରି ଝରେ ବାରି ଝରେ

Thursday, July 13, 2017

ଦସ ପନ୍ଦର ବର୍ଷ ପରେ ପୃଥିବୀରେ ଦିନରାତି ହେବ ୨୫ ଘଣ୍ଟିଆ

ପୃଥିବୀର ଚତୁଃପାର୍ଶ୍ବରେ ଘୂର୍ଣନ କରୁଥିବା ଆମର ପ୍ରାକୃତିକ ଉପଗ୍ରହ ଚନ୍ଦ୍ରମା ନିଜର ପ୍ରତ୍ୟେକ ଘୂର୍ଣ୍ଣନରେ
ଅଳ୍ପ ମାତ୍ରାରେ ପୃଥିବୀର ଗତି,ବେଗ ବା ମୋମେଣ୍ଟମ୍ କୁ ଗ୍ରହଣ କରିନେଇଥାଏ ।

ଏହିଭଳି ଆମ ପୃଥିବୀର ଆବର୍ତ୍ତନ ଗତି ମଧ୍ଯ ଧୀରେଧୀରେ କମ୍ ହୋଇ ଯାଉଛି ।

ପୃଥିବୀରୁ ଚନ୍ଦ୍ରକୁ ମିଳିଥିବା ମୋମେଣ୍ଟମ୍ ଯୋଗୁଁ ଚନ୍ଦ୍ରର ପରିକ୍ରମଣ ଗତିପଥ ଦିନ କୁ ଦିନ ବଡ ହୋଇ ଯାଉଅଛି.....

ସାଧାରଣ ଶବ୍ଦରେ କହିଲେ
ଚନ୍ଦ୍ର ପ୍ରତିବର୍ଷ ପୃଥିବୀ ଠାରୁ ପ୍ରାୟ 4 ସେମି ଦୂରକୁ ଚାଲିଯାଉଛି......

ଚାରି ଆରବବର୍ଷ ମଧ୍ୟରେ ଚନ୍ଦ୍ର ପୃଥିବୀର ଏତେ ଦୂରକୁ ଚାଲିଯାଇଥିବ ଯେ ପୃଥିବୀରୁ ପୂର୍ଣ ସୂର୍ଯ୍ୟଗ୍ରହଣ ମଧ୍ଯ ଦିଶିବ ନାହିଁ ।

Earth Is Slowing Down !!!!

(କିନ୍ତୁ ଚାରିଆରବ ବର୍ଷ ମଧ୍ୟରେ ସୌରଜଗତ ବି ନଥିବ ....)

ତେବେ ଏ ପ୍ରକ୍ରିୟା  କେବଳ ଚନ୍ଦ୍ର ଯୋଗୁଁ ହେଉ ନାହିଁ ଏଥିରେ ମାନବ ନିର୍ମିତ ନଦୀବନ୍ଧ ବିଲ୍ଡିଙ୍ଗ ଆଦି ମଧ୍ଯ ପୃଥିବୀର ରୋଟେସନ କମ କରିଥାଅନ୍ତି ।

In fact YOU and me ,we all ALSO

ଆପଣ ନିଜେ ସିଧା ଠିଆ ହୋଇ ମଧ୍ଯ ପୃଥିବୀର ଘୂର୍ଣ୍ଣନ କ୍ଷମତା ଉପରେ ପ୍ରଭାବ ପକାଇଥାଆନ୍ତି ।
ଯଦି ଆପଣ ଏବେ ଶୋଇଯିବେ ତେବେ technicaly ଆପଣ ନିଜ ଶରୀର ର ମୋମେଣ୍ଟମ୍ କୁ ପୃଥିବୀର କେନ୍ଦ୍ର ନିକଟକୁ ନେଇଯାଇ
ପୃଥିବୀର ଘୂର୍ଣନକୁ କ୍ଷୀପ୍ର କରୁଅଛନ୍ତି & Making This Day Shorter ..

ହଁ ତେବେ ନିଶ୍ଚିତ  
ଆପଣଙ୍କ ମାସ୍ ପୃଥିବୀ ଅପେକ୍ଷା ନଗନ୍ୟ ତେଣୁ
ଏହି ଇଫେକ୍ଟ କୁ କାଲକ୍ୟୁଲେଟ କରିବା କଷ୍ଟସାଧ୍ଯ କିନ୍ତୁ ତାହା ଶୂନ୍ୟ ନୁହେଁ

But Its Not Zero !!!!

ଆପଣଙ୍କ ଶରୀରର ମାମୁଲୀ ଦ୍ରବ୍ୟମାଣ ହୁଏତ ପୃଥିବୀ ର ରୋଟେଶନ୍ ଉପରେ
ଅଧିକ ପ୍ରଭାବ ପକାଏ ନାହିଁ
କିନ୍ତୁ
ବୃହତ୍ ସ୍ତରରେ ଦ୍ରବ୍ୟମାଣର ବିସ୍ଥାପନ କାରଣରୁ ନାଟକୀୟ ପରିଣାମ ମିଳିବାର ସମ୍ଭାବନା ଅଛି ।

...................
3 GEORGE DAM, CHINA
2012 ରେ operational.. 
China ରେ ତିଆରି ହୋଇଥିବା ବିଶାଳକାୟ ନଦୀ ବନ୍ଧ ରେ
ପ୍ରାୟଃ 39 ଟ୍ରିଲିୟନ୍ (39000000000000) ଗ୍ଯାଲନ୍ ପାଣୀ ଅଛି...

ସମୁଦ୍ର ପତ୍ତନ ଠାରୁ
ପ୍ରାୟଃ 175 ମିଟର ଉଚ୍ଚରେ ଥିବା
ଏହି ନଦୀବନ୍ଧ ଯୋଗୁଁ
ପୃଥିବୀର ଗତିମାତ୍ରା 175 ମିଟର ଉପରକୁ ବିସ୍ଥାପିତ ହୋଇଯାଇଛି ।
ଯା ଫଳରେ.......
...ପୃଥିବୀର ଘୂର୍ଣନ କ୍ଷମତା ପ୍ରଭାବିତ ହେବା ଯୋଗୁଁ....
2012 ପର ଠାରୁ ପୃଥିବୀରେ ପ୍ରତ୍ଯେକଟି ଦିନ 0.6 ମାଇକ୍ରୋ ସେକେଣ୍ଡ ଲମ୍ବା ହେଉଅଛି ।

ତେବେ ଆପଣଙ୍କୁ ଏବେଠୁଁ ନିଜ ଘଡୀ଼ ସେଟ୍ କରିବାକୁ ପଡ଼ିବ ନାହିଁ କାରଣ 
ମାନବ ଦ୍ବାରା କରାଯାଉଥିବା ସମସ୍ତ କୃତ୍ରିମ କାର୍ଯ୍ୟକଳାପ ସତ୍ବେ 15 ରୁ 20 ବର୍ଷ ପରେ ଯାଇ ପୃଥିବୀରେ 25 ଘଣ୍ଟିଆ ଦିନରାତି ହେବା ସମ୍ଭବ ହେବ ।

ତେଣୁ ଅଳ୍ପକେ କହିଲେ ମଣିଷ ଙ୍କ ଯୋଗୁଁ ପ୍ରୃଥିବୀର ଆବର୍ତ୍ତନ ଗତି ଅପେକ୍ଷାକୃତ କମିବାରେ ଲାଗିଛି ଏବଂ ଯଦି ଏଇଭଳି ଜାରୀ ରହେ ତ ଏ ଗ୍ରହ ଏଠିକାର ଜୀବଜନ୍ତୁଙ୍କ ବିନାଶ ସୁନିଶ୍ଚିତ ଜାଣନ୍ତୁ....

ଆ ରେ ବସନ୍ତ ମଧୁ ମାସିଆ.......(ନାରୀ.....୧୯୬୩)

ଆରେ .........

ଆ ରେ ବସନ୍ତ ମଧୁ ମାସିଆ(୩)
ଫୁଲ ରସିଆ ମନ ତୋଷିଆ
ଆ ରେ ବସନ୍ତ ମଧୁ ମାସିଆ.......(୨)

ଏ ଫୁଲ ସଞ୍ଜେ ଆଜି ଏ ମନ କୁଞ୍ଜ ଭରେ
କଳା ଭଅଁର ଆଖି ଲଖାଏ ଦି ଆଖିରେ
ରସିଆରେ
ସରଗ ଚାନ୍ଦ ହାତେ ଖସିଲା
ରସିଆ.....ରେ
ଆ ରେ  ବସନ୍ତ ମଧୁ ମାସିଆ......(୨)

ବୁକୁରୁ ମହୁ ମୋର ହରି ନେ
ଗଳାରେ ବାହୁମାଳା ଘେରି ଦେ(୨)

ହଟିଆରେ  ରସିଆରେ
ଆ ଆ ଆ ଆ ଆ
ଆରେ ବସନ୍ତ ମଧୁ ମାସିଆ(୨)

ଅଧରେ ରଙ୍ଗରେଖା ଆଙ୍କି ଦେ
ଫୁଲକୁ ଅଙ୍ଗେ ଭରି ନାଚିଦେ (୨)

ରସିଆରେ ରସିଆରେ
ଆ ଆ ଆ ଆ ହା
ଆରେ ବସନ୍ତ ମଧୁ ମାସିଆ (୨)

ଆ ଆ ଆ ଆ ଆ ଆ.......

Monday, July 10, 2017

ଯଶୋବନ୍ତ ଦାସ ଭଜନ ୨

ଠୁଳ ଶୂନ୍ୟ ନାହିଁ ଯା'ର ଅନାମରେ ଜ୍ୟୋତି ।
ପାଦ ପାଣି ନାହିଁ ଯା'ର ଅନାମରେ ସ୍ଥିତି  ।
ଦେହ ନାହିଁ ଅଦେହରେ କରିଅଛି ବାସ ।
ଅଜପା ଅକର୍ମା ଅଣଅଭ୍ୟାସ ଅଦୃଶ୍ୟ ।
ଚ୍ୟୁତ ନୁହଁ ଅଚ୍ୟୁତ ସେ ଅଣାକାର ମୟେ ।
ଜୀବ ନୁହେଁ ଅଜୀବ ସେ  ପରମରେ ରହେ ।
ବ୍ରହ୍ମାଣ୍ଡ ଉପରେ ବ୍ରହ୍ମ ବୋଲିଟି ଯାହାକୁ ।
ବନ୍ଧ୍ୟା ହୋଇ ଜାତକଲା ପରମ ପୁତ୍ରକୁ ।
ଖଣ୍ଡ ନୁହେଁ ଅଖଣ୍ଡଳ ସ୍ଥାନେ ଦିଅ ମନ ।
ବୁଦ୍ଧି ଯହିଁ ନାହିଁ ନାହିଁ ଚିତା ଚଇତନ ।
ନୟନରେ ନାହିଁ ସେ ଯେ ନୁହଇ ତରାଟ ।
ଅଷ୍ଟାଙ୍ଗ ଯୋଗରେ ଯୋଗୀ ନପାଇଲେ ଭେଟ ।
ପୂର୍ଣ୍ଣାନନ୍ଦ ଉପରେ ସେ ପରମରେ ନାହିଁ ।
ପଞ୍ଚରତ୍ନ ବୀଣା ଯେ ହୁଅନ୍ତି ସେଇ ଠାଇଁ ।
ପବନ ନ ଗମେ ଚନ୍ଦ୍ର ସୂର୍ଯ୍ୟ ନ ଗମଇ ।
ଗୁରୁଶିଷ୍ୟ ମନ୍ତ୍ର ଯନ୍ତ୍ର ସେ ଠାବକୁ କାହିଁ ।
ପୂଜା ବ୍ରତ ତୀର୍ଥ ଯଜ୍ଞ ତ୍ରୀଗୁଣ ବାହର ।
ବ୍ରହ୍ମା ବିଷ୍ଣୁ ମହେଶଙ୍କୁ ନହେଲା ଗୋଚର ।
କଥନ ନୁହଇ ଅକଥନ ଅପ୍ରମିତ
ଯଶୋବନ୍ତେ ବୁଝାଇଲେ ପ୍ରଭୂ ଜଗନ୍ନାଥ ।

ଗାଈ-ଯଶୋବନ୍ତ ଦାସ

ଗାଈ ଭୂଲା ଭୂଲାଇ ଲୋ
ନିରତେ ବେଉସା ଖାଇ ।
ଗାଈ ପଛେ ଯେବେ ଗଉଡ଼ ଥାଆନ୍ତା
ବେଉସା ଖାଆନ୍ତା ନାହିଁ ।
ଗାଈର ମହିମା କି ଦେବି ଉପମା
ଗାଈର ଶୂନ୍ୟ ଗୁହାଳ ।
ଗାଈ ପଛେ ପଛେ ପାଞ୍ଚଟି ବାଛୁରୀ
ସବା ଗାଈଟି ଦୁହାଁଳ ।
ଗାଈ ଗୋଳ ଚେରୁ କ୍ଷୀର ଦେଉଅଛି
ନାହିଁ ତାହାର ସୁମାର
ସେହି କ୍ଷୀରକୁ ତୁ ମନ୍ଥିଲେ ନିଶ୍ଚୟ
ଲବଣୀ ହେବ ବାହର ।
ସେହି ଲବଣୀକୁ ଅଗ୍ନୀରେ ରଖିଲେ
ତହୁଁ ବାହରଇ ଘୃତ
ସେହି ଘୃତକୁ ତୁ ପାନୀୟ କରିଲେ
ଅଙ୍ଗ ହୁଏ ପୁଲକିତ ।
ଏପରି ଗାଈକି ଘରେ ବାନ୍ଧିଅଛୁ
ତୋହର କାହାକୁ ଭୟ ।
କହେ ଯଶୋବନ୍ତ ସେ ପାଦେ ଶରଣ
ଗାଈ କି ନାହିଁ ଉପାୟ।

Sunday, July 9, 2017

ଚାରୁକେଶି-ଡ଼.ମାୟାଧର ମାନସିଂହ

ଚାରୁକେଶି ସେଇ ବାଳିକାର ପ୍ରେମ ପାଇଁ
ଏ ଜୀବନରେ ମୋର
ନଦେବାର କିଛି ନାହିଁ....

ମୋର ସୁଖ ଦେବି ତା'ର ସୁଖ ପାଇଁ ବଳି
ପଦଧୂଳି ତା'ର ଝାଡ଼ି ଦେବି କରେ ଧରି....

ସେ ଯଦି କହିବ ଯାଅ ତୁମେ ମୋ ପାଖୁ
ଚାଲିଯିବି ଦୂରେ ତାକୁ ସୁଖି କରିବାକୁ....

ସେ ଯଦି କହିବ ଛାଡ଼ି ନାହିଁ ଯିବ ମୋତେ
ଏ ଆଖି ରହିବ ଲାଖି ତା'ର ଭାଲ ପଟେ

ସେ ଯଦି କହିବ ଏତେ ସେବା କାହିଁ ପାଇଁ
ମୁଁ କହିବି ମୋର ଏଥୁ ବଳି ସୁଖ ନାହିଁ....

ଚାରୁକେଶି ସେଇ ବାଳିକାର ପ୍ରେମ ପାଇଁ
ଏ ଜୀବନରେ ମୋର
ନଦେବାର କିଛି ନାହିଁ....

(ଡ଼. ମାୟାଧର ମାନସିଂହ ଙ୍କ ରଚନା ରୁ)

ଚକାନୟନ ହେ-----ମାଧବୀ ଦାସୀ

ଚକାନୟନ ହେ, ଜଗୁଜୀବନ ଶ୍ରୀହରି
କାତରେ ଜଣାଣ କରୁଛି ଛାମୁରେ,
ଶୁଣ ପ୍ରଭୂ ଶ୍ରୁତି ଡେରି ।
କେତେ ସଙ୍କଟୁ କାହାକୁ ରଖିନାହିଁ
ଦୟାଳୁ ସାରଙ୍ଗଧାରୀ ।।
ତା ବର୍ଣ୍ଣି ବସିଲେ ପୋଥିକର ପାଠ
କି ବର୍ଣ୍ଣିବ ଏ ପାମରୀ ।
ଜିବନ୍ତୀ ପିଙ୍ଗଳା ଆଦି ବାରବାଳା
ସଂସାରୁ ଗଲେ ନିସ୍ତରୀ ।
ଅପାର ମହିମା କେତନ ଉପଇ
ରଖିଛ କୀରତି ଶିରୀ ।।
ମୁଁ ଛାର ନିର୍ମାଖୀ ତୁମ୍ଭର ସେବକୀ
ପଣକୁ ଅଯୋଗ୍ଯା ନାରୀ ।
କରୁଛି ଦୟିନି ଯୋଡ଼ି କର ବେନି
ଶୁଣ ମାଧବୀ ଗୁହାରୀ ।।

@ମାଧବୀ ଦାସୀ

Saturday, July 8, 2017

ଷଣ୍ଢ ବି ଡାକ୍ତରଖାନା ଚଳାଏ

ମହିଳା ଜଣକ ଗୋଟିଏ ଷଣ୍ଢକୁ ଘିଅଦିଆ ପରଟା ଖୁଆଉଥାନ୍ତି ।
ସେ ପାଖଦେଇ ଯାଉଥିବା ଜଣେ ଭଦ୍ରବ୍ୟକ୍ତି ଏକଥା ଦେଖି ସନ୍ଦେହ କଲେ ଯେ ବୋଧହୁଏ ସ୍ତ୍ରୀଲୋକଟି ଏ ବୃଷଭଟାକୁ ଗାଈ ଭାବିନେଇଛି ।

ଭଦ୍ରବ୍ୟକ୍ତି ସେ ମହିଳାଙ୍କୁ ଯାଇ କହିଲେ…

"ଭଉଣୀ ଏ ଷଣ୍ଢ ଗାଈ ନୁହେଁ, ଆପଣ ତାକୁ ପରଟା ଖୁଆଉଛନ୍ତି ହେଲେ ସେ ଏବାଟେ ଯାଉଥିବା ଲୋକମାନଙ୍କ ମଧ୍ୟରୁ ନିଇତି ତିନି ଚାରିଜଣଙ୍କୁ ଶିଙ୍ଗ ମାରି ମାରି ତାଙ୍କ ହାଡ଼ ଭାଙ୍ଗି ଦେଉଛି । "

ମହିଳାଜଣକ ଅଳ୍ପ ହସି ଜଵାବ ଦେଲେ ………

"ଭାଇ ମୁଁ ଜାଣେ ଏ ଗାଈ ନୁହେଁ ଷଣ୍ଢ,ମୋ ପତି ଜଣେ Orthopedic Doctor, ତାଙ୍କ ଡାକ୍ତରଖାନ ଏ ଷଣ୍ଢ ଯୋଗୁଁ ହିଁ ଚାଳିଥାଏ ।"

Friday, July 7, 2017

•••••ପଲ୍ଲୀ ଗୀତ≥କାଉ କୁ ନେଲାଣି କେଳା କୁସୁମର ମାଳି ମୁକୁତାମାଳା ଲୋ ବୋଉ ମୋର ! ପାଉଁଜି ପାଖକୁ ବଳା ଲୋ ବୋଉ ମୋର !

କାଉ କୁ ନେଲାଣି କେଳା
କୁସୁମର ମାଳି ମୁକୁତାମାଳା ଲୋ ବୋଉ ମୋର !
ପାଉଁଜି ପାଖକୁ ବଳା
      ଲୋ ବୋଉ ମୋର !
              ପାଉଁଜି ପାଖକୁ ବଳା ।
ଶଶୁର ମୋହର ହେଣ୍ଟା
         ତାଙ୍କ ପାଇଁ ନେବି ମଥାମୁକୁତା ଲୋ ବୋଉ ମୋର ପାନଖିଆ ପାଞ୍ଚ ଟଙ୍କା
ଲୋ ବୋଉ ମୋର ପାନଖିଆ ପାଞ୍ଚ ଟଙ୍କା !!

ଦିଅର ମୋହର ଉଦି
ତାଙ୍କ ପାଇଁ ନେବି ଦିକ୍ଷିଣୀ ମୁଦି ଲୋ
ବୋଉ ମୋର !!!!!
ଜୋଇଁ ପାଇଁ ସୁନା ମୁଦି
ଲୋ ବୋଉ ମୋର ଜୋଇଁ ପାଇଁ ସୁନା ମୁଦି !!!!!

ଭାତ ବାଢିବାକୁ ଇଛା ନଥିବ
           ଦୁଆଁଳି ଗାଈରୁ ହଳୁଟେ ଦେବ
ବୋଉ ମୋର ବୋଉ ମୋର
         ଦୁଆଁଳି ଗାଈରୁ ହଳୁଟେ ଦେବ !!!

YouTube link ››››› Kauku nelani kela

Sunday, July 2, 2017

ଫୁଟିବ ଉତ୍କଳ ଭାଷା କମଳିନୀ-କବିବର ରାଧାନାଥ ରାୟ


ଦେବି ବୀଣାପାଣି ! କେଉଁ ପାପ ଫଳେ
କରୁଣା ତୋହର ଊଣା ଏ ଉତ୍କଳେ ?
ସ୍ୱଭାବେ ଉତ୍କଳ ଶୋଭାର ନିଧାନ,
ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ
ବିନୁ ସିନା ମାତା ହୋଇଛି ବିବଶା,
ଭଜିଛି ଅରଣ୍ୟ ପ୍ରସୂନର ଦଶା ।
କ୍ଷୁଦ୍ର ଶିପ୍ରା-ସ୍ରୋତ ବିଖ୍ୟାତ ଜଗତେ
ମହାନଦୀ ନାମ ରହିଲା ଗୁପତେ !
ସୁରୂପା ଅଂଶୁପା ଲୋକେ ଆଗୋଚର !
ପୂଜାସ୍ପଦ ହେଲା ଗୋଷ୍ପଦ-ପୁଷ୍କର !
ତୋର କୃପାବଳେ କ୍ଷୁଦ୍ର ମହୀୟାନ,
ତୋ କୃପା ବିହୁନେ ବଡ଼ ହୁଏ ସାନ ।
ଖର୍ବ ଗୋବର୍ଦ୍ଧନ ଗିରୀଦ୍ର ବୋଲାଏ ।
ମହାତୀର୍ଥ ରୂପେ ଲୋକେ ପୂଜାପାଏ ।
ସ୍ୱଭାବେ ଗିରୀନ୍ଦ୍ର ହୋଇ ମେଘାସନ
ଲଭି ନାହିଁ ଗିରି ସମାଜେ ଆସନ ।
ତୋ କୃପା ବିହୁନେ ଉତ୍କଳମାତାର
ନାମେ ଖ୍ୟାତି ଗ୍ରନ୍ଥେ ପଡ଼ିନାହିଁ ଗାର ।
ଭାଗ୍ୟ ଦୋଷେ ଅଙ୍ଗ ଅଜ୍ଞାନ-ଶର୍ବରୀ
ଅନ୍ଧାରେ ଅଭାଗୀ ରଖିଛି ଆବରି ।
ପାହିଲାଣି ଘୋର ତାମସୀ-ଯାମିନୀ,
ଫୁଟିବ ଉତ୍କଳ ଭାଷା କମଳିନୀ ।
ଏ ଘୋର ଯାମିନୀ-ଅବସାନ-ଶଂସୀ;
କାବ୍ୟତାରା ରୂପେ ବୀର ଗଙ୍ଗବଂଶୀ,
ଉଦିଲେ ପ୍ରଥମେ ବାମଣ୍ଡା-ରାଜନ
ବାସୁଦେବ ବିଶ୍ବ-କଲ୍ୟାଣ-ଭାଜନ ।
ରଖିଲେ ସୁନାମ ଯେହୁ କାଳେ କାଳେ,
ଗୁଣ ଯନ୍ତ୍ରେ ଖୋଳି ଯଶୋଗିରି ଭାଲେ ।
ତମଃ ପଳାଉଛି ହୋଇ ତର ତର
ପ୍ରାଚୀ ନଭଃ ନବ-ବିଭାରେ ଭାସ୍ବର ।
ରବି ରୂପେ ଏବେ ଉଦୟ-ଅଚଳେ
ରବି-ବଂଶ-ମଣି ଉଦିତ ଉତ୍କଳେ ।
ଶ୍ରୀମାନ ଶ୍ରୀରାମଚନ୍ଦ୍ର-ଆଖ୍ୟାଧାରୀ
ଉତ୍କଳ-ଅଜ୍ଞାନ-ତମୋ ଧ୍ବଂସକାରୀ
ସୌଦାମିନୀ-ଲାସ୍ୟେ ସମୁଜ୍ଜ୍ବଳ-ଶିଖ
ମେଘାସନ-କୁଞ୍ଜ-ବିହାର-ରସିକ ।
ଅଶ୍ବ-ସଞ୍ଚାଳନେ ଅଭୁତ- କୌଶଳୀ
ଦୃଷ୍ଟିଭେଦୀ ଯାର ବଜ୍ରନାଦୀ ନଳୀ ।
ବୀଣାପାଣି-ପୂଜା ଯୋଗ୍ୟ-କଞ୍ଜକୁଳ,
ଫୁଟିବାର ଏହି କାଳ ଅନୁକୂଳ ।
ସେ ପଦ୍ମ ଫୁଟିବ  କବି-ହୃଦ-ସରେ,
ନବୋଦିତ ଏହି ଭଞ୍ଜ-ରବି-କରେ ।
ପୂଜିବେ ତୋ ପଦ ଉତ୍କଳ ସନ୍ତତି,
ସେହି ପଦ୍ମେ, ପଦ୍ମବାସିନି ଭାରତି !
ଚିଲିକା ! ତୋ ତୀର ବନ୍ଧୁର ଲଳିତ,
ସେହି ରବିକରେ ହେବ ଆଲୋକିତ ।
ବାଣୀ-ଆବିର୍ଭାବ-ଯୋଗ୍ୟସ୍ଥଳ ଜାଣି,
ଆଶ୍ରିବେ ତୋ ତୀର ବୁଧ,କବି,ଜ୍ଞାନୀ ।
ହୋଇ ତୁ ତାଙ୍କର ବିହାର-ତଡା଼ଗ,
ଲଭିବୁ ଅଖିଳ ଜନ-ଅନୁରାଗ ।



•ପ୍ରାଣଭିକ୍ଷା-କୃଷ୍ଣଚନ୍ଦ୍ର ତ୍ରିପାଠୀ•

ପ୍ରାଣର ମମତା ଦିଅ ଦିନ ଦିନ ଧରି
ଦିଅ ନାହିଁ ଧନ ଆଉ ଆସନ କ୍ଷମତା
ଯହିଁରେ ମୁଁ ଅନ୍ଧ ହେବି,ଚକ୍ଷୁ ଫୁଟାଇବା
ନିଜ ହାତେ ମଣେ ଯଦି ବାହାଦରୀ କଥା ।।

ଛୋଟଲୋକି କରି ଯେହୁ ବଡ଼ ଲୋକ ହୁଏ
ଦୂରେ ରଖ ତାହାଠାରୁ ମୋରେ ବାରବାର
ତାହାରି ପରଶଟିକ ବାଜିଗଲେ ଦେହେ
ନରକଟା ଅଳ୍ପବାଟ
ତହିଁରୁ ଫେରିବା ବଡ଼ ମୁସ୍କିଲ ବ୍ୟାପାର ।।

ଧନ ଜନ ମାନ ଯାନ ସବୁଟିକ ଧରି
ଛାତିଟେକି ଚାଲି ଯାନ୍ତୁ ଯିଏ ଚାଲିବାର
ସେ ନିର୍ମଳ ହସଟିକ ଥାଉ ମୋର ଓଠେ
ଅସହାୟ ଲାଗି ଥାଉ ନେତ୍ରେ
ମୋର ସେଇ ଲୁହଧାର ।।

ମୋ'ର ଭିତରେ ସେ ଯେ ଇଜ୍ଜତ ସମ୍ମାନ
ଚାହେଁନା ମୁଁ ଅନାୟାସେ କା'ଦୁଆରେ ବିକି
ବିରାଟୁ ବିରାଟ ହେବି,ନିଜଟିକ ଥିଲେ
ପ୍ରାଣର ଅମୃତ ଶିରୀଟିକ ଦେବନି କି ?

•••କବି••• ≥କୃଷ୍ଣଚନ୍ଦ୍ର ତ୍ରୀପାଠୀ
କବିଙ୍କର ଜନ୍ମଭୂମି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ବାଣପୁର ।
ଏହି ପ୍ରାଣଭିକ୍ଷା କବିତାଟି ତାଙ୍କର ଗୋଧୂଳି​ ସଂକଳନ ରୁ ସଂଗୃହିତ ହୋଇଅଛି । ଗୋଧୂଳି ଛଡ଼ା
ତାଙ୍କ ଅନ୍ୟ ରଚନା ଗୁଡିକ ମଧ୍ୟରୁ
ଆହୁତି ,ଅଗ୍ନିଶଙ୍ଖ,ମାଟିଦୀପ, ରୂପାୟନ,ସାଧକର ସ୍ବପ୍ନ,ବେଳା ଓ ବୀଚି ପ୍ରଭୃତି ପ୍ରଧାନ ।

Friday, June 30, 2017

••••ଅତ୍ୟାଧୁନିକା••••

#ଅତ୍ୟାଧୁନିକା

ମୁମ୍ବାଇ ସହରରେ
କନ୍ଧମାଳର ନିପଟ ମଫସଲରୁ ଯାଇ ରମାଦେଈ
ନୂଆ ନୂଆ ସେଠି ଚାକିରି କରୁଥାନ୍ତି ।

ପ୍ରତ୍ଯହ ଲୋକାଲ୍ ଟ୍ରେନ୍ ରେ ଯା ଆସ କରିବା ଧୀରେ ଧୀରେ ତାଙ୍କ ଦେହସୁଆ ହୋଇଗଲାଣି ।
ଟ୍ରେନ୍ ରୁ ଓହ୍ଲାଇ ପୁଣି ବସ୍ ଧରି ଅଫିସ ଯାଉ ଯାଉ ଆଠଟା ବାଜିଯାଏ ।
ଚା ବିସ୍କୁଟ୍ କି ସାମୋସା ଆଦି ଜଳଖିଆ ନାସ୍ତା ଆଦି କରିବାକୁ ସମୟ ମିଳେନି ।
ଏମିତିରେ ଦିନେ ରମାଦେଈ ବସଷ୍ଟାଣ୍ଡରେ ବସ ପାଇଁ ଆପେକ୍ଷାରତ ।

ଏତିକିବେଳେ ସିଗରେଟ୍ ର ଧୂଆଁ ଉଡେଇ ଉଡେଇ ଏକ ଯୁବକ ଆସିଲା ।
ସେ ଯୁବକ ରମାଦେଈଙ୍କ ଠାରୁ ଖଣ୍ଡେ ଦୁରରେ ଛିଡା ହୋଇଥିବା ଜଣେ ମିନିସ୍କର୍ଟ ପିନ୍ଧା ଝିଅକୁ ଧୀର ସ୍ବରରେ କହିଲା

"ଚଲତି୍ କ୍ଯା".....

ଝିଅଟି ହଟାତ୍ ନିଜକୁ ସମ୍ଭାଳି
ଯୁବକ ଜଣକୁ ଜବାବ ଦେଲା

"ତୁମେ ମୋ ବିଷୟରେ ଭୂଲ ଭାବିଲ ମୁଁ ସେଭଳିଆ ଝିଅ ନୁହଁ !!!"

ରମାଦେଈଙ୍କ ଦେହ ରାଗରେ ଜଳିଗଲା .....
ତାଙ୍କ ମନ ହେଉଥିଲା ତାକୁ ସେଇଠି ବନ୍ଦୁକ ଥିଲେ ଗୁଳି କରିଦିଅନ୍ତେ । ଏ ଟୋକା ଯାକ ନିଜକୁ କଣ୍ ଭାବୁଛନ୍ତି କେଜାଣି ?
ଝିଅମାନେ ତାଙ୍କ ଦୌରାତ୍ମ୍ଯ ଯୋଗୁଁ କଣ୍ ନିଜ ଇଛାରେ କପଡ଼ା ବି ପିନ୍ଧିପାରିବେନି ?

ରମାଦେଈ ସେ ଆଡକୁ ମାଡିଯାଉଥାନ୍ତି....
ମନେ ବିଚାରିଥାନ୍ତି ସେ ଟୋକାକୁ ଆଗେ ପାନେ ଦେବି ତା'ପରେ ତାକୁ ପୋଲିସ ହାତରେ ଦେବି । କିନ୍ତୁ ତାଙ୍କ ପହଞ୍ଚିବା ପୂର୍ବରୁ ଟୋକାଟି
ଝିଅକୁ "ସୋରୀ ମ୍ୟାମ୍" କହି ଆଗକୁ ଚଳିଯାଇଥିଲା ।

ରମାଦେଈ ଚିଡିଯାଇ ଝିଅକୁ କହିଲେ
"ଲୋକମାନେ ଆଜିକାଲି ଭାରି ଜଜମେଣ୍ଟାଲ୍ ହୋଇଗଲେଣି,ଯା ମନକୁ ଆସିଲା ନ ବିଚାରି ଇଆଡୁ ସିଆଡୁ କହି ଦିଅନ୍ତି....

ଝିଅଟି ତାହା ଶୁଣି ରମାଦେଈଙ୍କ ଆଡକୁ ଅନେଇ କହିଲା
"ଜୀ"

ରମାଦେଈ ବସକୁ ଅପେକ୍ଷା କରି କରି ବୋର ହୋଇ ଯାଇଥାନ୍ତି । ବାରମ୍ବାର ବସ୍ ଆସୁଥିବା ଦିଗକୁ ଅନେଇ ବ୍ୟସ୍ତ ହେଉଥାନ୍ତି....

ଏତିକି ବେଳେ ଗୋଟିଏ କାର୍ ଆସି ସେଇ ଅତ୍ୟାଧୁନିକା ଝିଅ ପାଖରେ ରହିଲା ।

କାରରେ ବସିଥିବା ଲୋକ ଜଣକ ମଧ୍ଯ ପୂର୍ବେ ଯୁବକ କହିଥିବା ପଦକୁ ଦୋହରେଇଲା ....
କିନ୍ତୁ
ଆଶ୍ଚର୍ଯ୍ୟ ଏଥର ଝିଅଟି କାରରେ ଯାଇ ଚୁପ୍ ଚାପ୍ ବସିଗଲା ......

Thursday, June 29, 2017

•••••ବ୍ୟାବହାରିକ ଜ୍ଞାନ ତଥା ପ୍ରୟୋଗାତ୍ମକ ବିଦ୍ୟା ବିନା ସବୁ ପୋଥୀ ଗତ ଜ୍ଞାନ ନିରର୍ଥକ••••••

ଘରେ ପଣ୍ଡିତ ଓ ପଣ୍ଡିତିଆଣୀ ଦୁଇପ୍ରାଣୀ ।
ସକାଳ ବେଳା ପଣ୍ଡିତିଆଣୀ ଗାଧୋଇ ଯିବାପାଇଁ  ନଈ ଆଡିକି ବାହାରିଛନ୍ତି । ଚୁଲି ଉପରେ ଦୁଧହାଣ୍ଡି ବସିଛି । ପଣ୍ତିତଙ୍କୁ ଅନୁରୋଧ କଲେ ଯେ, ସେ ଦୁଧହାଣ୍ଡି ଆଡି଼କି ଟିକିଏ ନଜର ରଖିଥିବେ,-ଦୁଧ ଯେମିତି ଉତୁରି ନ ଯାଏ ।
ପଣ୍ଡିତଙ୍କୁ ଏତିକି କହି ପଣ୍ଡିତିଆଣୀ ଗାଧୋଇବାକୁ ଚାଲିଗଲେ । 

କିଛି ସମୟ ବିତିଗଲା ପରେ ହାଣ୍ଡିରୁ କ୍ଷୀର ଉତୁରିବାରେ ଲାଗିଲା ....

ପଣ୍ଡିତ ହାଣ୍ଡି ପାଖକୁ ଦଉଡି ଆସିଲେ;
କିନ୍ତୁ କ'ଣ କରି ଅବସ୍ଥାକୁ ସମ୍ଭାଳିବେ ବୁଝି ପାରିଲେନି । ଅଗ୍ନିଦେବତାଙ୍କ କୋପ ବୋଲି ମନେକରି ସେ ସେଠାରେ ଅର୍ଦ୍ଧ ପଦ୍ମାସନରେ ବସି ଅଗ୍ନିଦେବତାଙ୍କ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ ।

ଅଗ୍ନି,ବୈଶ୍ବାନର,ବହ୍ନି ପ୍ରଭୃତି ଅମରକୋଷରୁ ଶିଖିଥିବା ସମସ୍ତ ନାମଜପ କଲେ ।
ଯଜ୍ଞରେ ବହୁତ ଘିଅ ଖାଇବା ଫଳରେ କିପରି ତାଙ୍କର ଲୁଦୁବୁଦୁ ବ୍ୟାଧି ହୋଇଥିଲା,ଆଉ ଅର୍ଜୁନଙ୍କ ଖାଣ୍ଡବବନ ଦହନ ଫଳରେ ସେ ବ୍ୟାଧି  ଆୟୋଗ୍ୟ ହୋଇଥିଲା, ସେକଥା ମଧ୍ଯ କହିବାକୁ ଛାଡ଼ିଲେନି ।

ତଥାପି ଦୁଧ ଉଚ୍ଛୁଳିବାକୁ ଲାଗିଲା ।

ପଣ୍ଡିତ ଭାବିଲେ ଯେ,ସେ ବୋଧହୁଏ ଭୂଲ ଦେବତାଙ୍କୁ ଆରାଧନା କରୁଅଛନ୍ତି  । ମନରେ ସ୍ଥିରକଲେ,ଦୁଧରେ ପାଣି ମିଶୁଥିବା ଯୋଗୁଁ ପାଣି କମ୍ କିମ୍ବା ବେଶୀ ଫଳରେ ବରୁଣ ଦେବତାଙ୍କ କୋପ ହୋଇଛି । ସେ ତେଣୁ ବରୁଣ ଦେବଙ୍କ ସ୍ତୁତି ଆରମ୍ଭ କଲେ । ବରୁଣ ଦେବତାଙ୍କ ରୂପ କିପରି ,ସେ କଣ୍ ସବୁ ପିନ୍ଧନ୍ତି​ , କେଉଁଠି ଶୁଅନ୍ତି, ତାଙ୍କର ଧନରତ୍ନ କେତେ,ସେସବୁ ବର୍ଣ୍ଣନା କଲାପରେ ପ୍ରଳୟ ହେଲେ ସୃଷ୍ଟିର ବିନାଶ କିପରି ହୁଏ,ଆଉ ବରୁଣ ନିଜେ କିପରି ଭଗବାନଙ୍କ ଶ୍ବଶୁର,ସେସବୁ ମଧ୍ଯ କହିଲେ ; କିନ୍ତୁ କିଛି ଲାଭ ହେଲାନାହିଁ । ତା'ପରେ ପବନ ଦେବତାଙ୍କ ଧ୍ଯାନ କରିବା ଆରମ୍ଭ କରିଦେଇଛନ୍ତି । ଏଇ ସମୟରେ ପଣ୍ଡିତିଆଣୀ ତରତର ହୋଇ ଘରେ ପହଞ୍ଚି ଗଲେହ। ଚୂଲି(ଚୁଲି) ଉପରେ ବସିଥିବା ଦୁଧହାଣ୍ଡିର ଅବସ୍ଥା, ପଣ୍ଡିତଙ୍କ ଅର୍ଦ୍ଧ-ପଦ୍ମାସନ ଓ ହସ୍ତର ଧେନୁମୁଦ୍ରା ଦେଖି କଥା କଥା କଣ୍ ବୁଝିବାକୁ ତାଙ୍କୁ ବେଶି ସମୟ ଲାଗିଲାନି । ସେ ଦଉଡି ଯାଇ ହାତରେ ଥିବା ଢାଳରୁ ପାଣି ପୋଷେ ହାଣ୍ଡି ଭିତରକୁ ଛାଟିଦେଇ ଜାଳ ଟିକିଏ କମ୍ କରିଦେଲେ । କ୍ଷୀର ଉତୁରିବା କମିଗଲା ।

ପଣ୍ଡିତ ଏସବୁ ନିରୀକ୍ଷଣ କରୁଥାଆନ୍ତି ।
ପାଣିନୀଙ୍କ ବ୍ୟାକରଣ ଏବଂ ଅମରକୋଷ ଅଭିଧାନ ସମ୍ବନ୍ଧରେ ପଣ୍ଡିତିଆଣୀଙ୍କ ଜ୍ଞାନ ଅତି ସୀମିତ ଥିବାରୁ ସେ ତାଙ୍କୁ ମୂର୍ଖ ବୋଲି ମନେକରି ଯଥୋଚିତ ସମ୍ମାନ ଦେବାକୁ କୁଣ୍ଠାବୋଧ କରୁଥିଲେ କିନ୍ତୁ ଏବେ ତାଙ୍କର ମତ ବଦଳି ଯାଇଥିଲା ।
ସତରେ ବ୍ୟବହାରିକ ଜ୍ଞାନ ତଥା ପ୍ରୟୋଗାତ୍ମକ ବିଦ୍ୟା ବିନା ସବୁ ପୋଥୀ ଗତ ଜ୍ଞାନ ନିରର୍ଥକ ମନେ ହୁଏ .....

(ଭୂବନେଶ୍ବର ବେହେରାଙ୍କ ଭୂଷପଣ୍ଡିତ ପ୍ରବନ୍ଧ ରୁ)