Saturday, January 28, 2017

ଜୀବନ

ଜୀବନ
ସତେ ଯେମିତି
ଏକ ଦିଆସିଲି କାଠି ।
କିଛି କ୍ଷଣ ଜଳି
ପୁଣି ଲିଭିଯାଏ ।।

ଜୀବନ
ସେତ ଏମିତି ଏକ ପ୍ରଶ୍ନ
ଉତ୍ତର ଖୋଜୁ ଖୋଜୁ ଏଣେ
ସମୟ ସରିଯାଏ ।।

ଜୀବନ
ଅବା ସରବତର ଏକ ଗିଲାସ
କେତେ କ୍ଷଣେ
ଖାଲି ହୋଇଯାଏ ।।

ଜୀବନ
ଏକ ଗୋଲାପ ଗଛ
ଦେହଟି ଯାକ କଣ୍ଟକିତ
କିନ୍ତୁ ଏକ ପୁଷ୍ପର ବାସ
ପ୍ରତି ଡାଳରେ ଥାଏ ।।

ଜୀବନ
ଏକ ପର୍ଣ୍ଣମୋଚୀ ବୃକ୍ଷ ଭଳି
କେବେ ନବପତ୍ରାଚ୍ଛାଦିତ
ପୁଣି କେବେ ପତ୍ରଝଡା ଦେଉଥାଏ ।।

ଜୀବନ
  ଦିନର କୋଳାହଳ ପରି
ସେ ଯେ
ରାତ୍ରିର ଶାନ୍ତିରେ ସଦା ପାଇଁ ଲୁପ୍ତ ହୁଏ

ଜୀବନ
ଦୁଃଖ ର ଏକ ବଡ଼ ସାଗର
ସୁଖ ର ଖଣ୍ଡେ ଖଣ୍ଡେ ଟାପୁ ପାଇଁ
ଆମେ ଚେଷ୍ଟା ସଦା କରୁଥାଏ ।

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...