Saturday, January 21, 2017

ଅନୁଭୂତି(ଖଗେଶ୍ବର ଶେଠଙ୍କ କବିତା)

କଇଁଫୁଲ ଦିଶେ ଧଳା ଲୋ ଭଉଣି
                         କାଇଁଚ ର ଅଧା କଳା
କହି ପାରିବକି ମନ୍ଦାରକୁ କିଏ
                        ଲାଲ ଟହଟହ କଲା ??
କୋଇଲି କୁ ପୋଷେ କୁଆ ଲୋ ଭଉଣି
                          କେ ବୁଦ୍ଧିଆ କେ ଭକୁଆ କାହିଁକି କୁକୁଡ଼ା ମାଈ କି ଦଇବ
                        ଦେଇଛି ଗୁଡାଏ ଛୁଆ ??
କେଉଁ ରସେ ନାହିଁ ଫଳଲୋ ଭଉଣି
                          କିପରି ଲାଗେ ଖଜୁର
                ନିମ୍ବ କୟାଁ ଲଙ୍କା
କେ ଚାଖିଛ କହ
                        ସୁଆଦ କଷି କେନ୍ଦୁର ।
କିଆଫୁଲ ଯଦି ଫୁଟେ ଲୋ ଭଉଣି
                                 ଚଉଦିଗ ବାସିଉଠେ
କାହାର କହର ପାଇଲେ ଭଁଅର
                         ପୋଖରୀ ଆଡ଼କୁ ଛୁଟେଁ
କିଏ କାନ୍ଦେ କେଏଁ କେଏଁ ଲୋ ଭଉଣି
                              କାହାର ସନ୍ତୁଳା ଚେଏଁ
କେତୋଟି ତା ଗୋଡ଼
                         ଆଖି କାନ କେତେ
ଯିଏ କରେ ମେଏଁ ମେଏଁ
                   କାରତିକ ମାସ ଶୀତଲୋ ଭଉଣି
କା ଦେହକୁ ଲାଗେ ହିତ
                 କେଉଁ ମାସେ କହ ଶୀତଳ ପବନ
ଲୋଡ଼ା କରେ ଆମ ଚିତ୍ତ ??

©କବି ଖଗେଶ୍ବର ଶେଠ

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...