Tuesday, January 24, 2017

---------------ପଙ୍ଖା-----------------

ବୁଢା ବାପ ଆରପାରିକୁ ଚାଲି ଗଲାରୁ
ହାକିମ ବାବୁ ତାଙ୍କ ମାଆ କୁ ଓଲ୍ଡ ଏଜ୍ ହୋମ୍ ରେ
ଛାଡି ଆସିଲେ ।

କିଛି ବର୍ଷ ପରେ
ସେଇ ବୃଦ୍ଧାଶ୍ରମରୁ ଫୋନ ଆସିଲା
ଯେ ତୁମ୍ଭ ମାଆ ମରଣାସନ୍ନ
ଜଲ୍ଦି ଆସି ତାଙ୍କୁ ଦେଖି ଯାଅ ।
ହାକିମ
ବାବୁ ଫିରିଙ୍ଗି ଦେଶରୁ ଆସି
ମାଆ କୁ ଭେଟି କହିଲେ

"ବୋଉ କହ କଣ କରିବି ତୋ ପାଇଁ ?
ଆଜି ମୁଁ ବଡ଼ ଧନୀ
ଯାହା ଚାହିଁବୁ ଗୋଡ଼ ତଳେ ଆଣି ଅଜାଡି ଦେବି ।"

ବୁଢ଼ୀ ମା କହିଲା

"ବେଶି କିଛି ନାହିଁ ଯଦି ଦବୁ
ଏଇ ରୁମ୍ ରେ ଗୋଟାଏ ଫ୍ୟାନ୍ ଲଗେଇ ଦେ ....."

ବଡ଼ ହାକିମବାବୁ ମାଆ କଥା ଶୁଣି
ସାମାନ୍ୟ ଆଶ୍ଚର୍ଯ୍ୟ ହେଇ ମାଆ କୁ ପଚାରିଲେ

"ବୋଉ କାହିଁ ଏତେ ଦିନ ଏଠି ରହି ସୁଦ୍ଧା ତୁ ମୋତେ ଫ୍ୟାନ୍ ଲଗାଇ ଦେବା କଥା କହି ନ ଥିଲୁ ଆଜି ତୋର ଏ ଶେଷରେ
ପଙ୍ଖା ଲଗାଇବାକୁ କାହିଁକି କହୁଛୁ ଯେ" ?

ବୁଢ଼ୀ ମାଆ ଥରଥର କଣ୍ଠରେ ପୁଅକୁ
ଜଓ୍ଵାବ ଦେଲା ...

"ବାପରେ ମୁଁ ତ ଏଠି କଷ୍ଟେମଷ୍ଟେ ଚଳିଯାଉଥିଲି
ହେଲେ ଯେତେବେଳେ ତୋ ପୁଅ ତୋତେ
ଏଇଠିକି ପଠେଇବ ତୋତେ ତ
ବିନା ପଙ୍ଖାରେ ନିଦ ହେବନି ......

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...