Saturday, April 29, 2017

●●ଜଣେ ପ୍ରେମରେ ବିଫଳ ମନୋରଥ ମିତ୍ରଙ୍କ ପ୍ରତି●●●●

କେତେ ପ୍ରେମିକ ଗଡ଼ନ୍ତି ଦେଶେ
ମନରେ ଧୋକା ପାଇ
ପ୍ରେମିକ ! ତୁମେ ପାଅ ମାଟିକୁ ଭଲ
ଯନ୍ତ୍ରଣା ଯିବ ଭୂଲି ।।

ମାତୃଭାଷା ର ଉନ୍ନତି କର
ଲେଖି ବିରହଗାଥା
ଲେଖ ବନ୍ଧୁ ହେ ମନର କଥା
ଶବ୍ଦ ସମ୍ଭାର ନେଇ......!!

ହୃଦୟ ତୁମ କୁଠାରଘାତେ
ଭାଙ୍ଗିଛି ଯେଉଁ କନ୍ଯା
ଭୂଲ ହେ ସାଙ୍ଗ
ସ୍ବାର୍ଥୀବଳାକୁ
ଲଢ଼ ମାଟିମାଆର ପାଇଁ...!!

ବୀର ଜାତି ରେ ଜନମ ତୁମ
ମିଳିବେ କେତେ କନ୍ଯା
କାହିଁ ତା ପାଇଁ ଜୀବନ ଜାଳ
ଲୁହ କୋହକୁ ନେଇ !!

ବିଦ୍ରୋହ ଅଗ୍ନୀ ହୃଦୟେ ତୁମ
ଦେଶ ହିତରେ ଆସୁ
ସଞ୍ଚିତ କରି ସେଇ କ୍ରୋଧାଗ୍ନୀ
ଯାଅ
ସୀମାରେ ଦିଅ ଢାଳି ।।

ଚାରିଦିନ ର ସଂସାର ସାଙ୍ଗ
କିଆଁ ଜଣକ ପାଇଁ ମରି
କର ଉତ୍ସର୍ଗ ଜୀବନ ତୁମ
ପରହିତରେ ତୁହି

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...