Tuesday, April 4, 2017

●●●●●ମୁଁ କି ଉତ୍ତର ଦେବି●●●●

ଦୁନିଆ କରିଲାଣି ଆଜିକାଲି ପ୍ରଶ୍ନ
ମୁଁ କି ଉତ୍ତର ଦେବି
ତୁମେ ଦେଇନା ମୋ ଭାବ ପ୍ରତି ଧ୍ଯାନ
ମୁଁ କି ଉତ୍ତର ଦେବି

ପଚାରେ ଯଦି କେହି କେବେ
କି ତୁମ ହୃଦୟ କେଉଁଠି ଛାଡି ଆସିଛ
କାହା କାହା ସହ ନିଜ ମନର
ତୁମେ ସମ୍ପର୍କ ଯୋଡି ଆସିଛ
କଠିନ ଯେବେ ତାହା ଶବ୍ଦରେ ପ୍ରକାଶ କରିବା
ମୁଁ କେମିତି ଉତ୍ତର ଦେବି ।

ପଚାରେ ଯେ ଯଦି କେହି
ତୁମ ହୃଦୟ କେ ଭାଙ୍ଗିଦେଲା
ରାତି ରାତି ବିରହରେ କାନ୍ଦିବାକୁ ଦଣ୍ଡଦେଇଗଲା
ଅଜାଗା ଘା ସେ  ଦେଖେଇବାକୁ
ଯଦି ମନେ ଲାଜ
ମୁଁ କି ଉତ୍ତର ଦେବି !!!!!!

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...