Thursday, April 6, 2017

●●●●●ଏକ●●●●●

ଏକ ଏକ ବିନ୍ଦୁ ମିଶି ସାଗର ହୁଏ
ଏକ ବିନ୍ଦୁ ଏକା କିଛି ବି ନୁହେଁ

ଏକ ବାଡି ଧରି ଭାଙ୍ଗ ଭାଙ୍ଗିଣଯାଏ
ବାଡି଼ର ଗୋଛା କେ ଭାଙ୍ଗିନପାରେ

ଏକା ଏକା ଗଲେ ଲୁଟିବେ ଡାକୁ
ସାଙ୍ଗ ସାଥେ ଥିଲେ ଡର କାହାକୁ

ଏକ ଏକା କେଭେ ଜିତି ନ ପାରେ
ଏକତା ଆଗରେ ଜଗତ ହାରେ

ଚୀନ ଦେଶ ଗଲେ ଇଂରେଜମାନେ
ଅଫିମ କୁ ଧନ୍ଦା କଲେ ସେମାନେ

ଏକ ମନ ପ୍ରାଣ ଥିଲା ଚୀନା ଜାତି
ହାରି ପଳେଇଲେ ଇଂରେଜ ପାତି

ତେର ରାଜ୍ଯ ଥିଲା ଆମେରିକାରେ
ଇଂରେଜ କରିଲେ ଶାସନ ପରେ

ଏକ ହେଲେ ସର୍ବେ ହୋଇଲା ଯୁଦ୍ଧ
ଛାଡିଯିବାକୁ ଇଂରେଜ ହୋଇଲେ ବାଧ୍ଯ

କଳିଙ୍ଗ ଉତ୍କଳ କୋଶଳ ଏକ ଥିଲା
କା ଆଗେ ମୁଣ୍ଡ ସେ ନୋଉଁ ନଥିଲା

ଆ ଗଙ୍ଗା ଗୋଦାବରୀ ଏକ ଥିଲା
ଏକତା ଅଭାବେ ଅଲଗା ହେଲା

ଉଠ ଉଠ ସବୁ ଓଡିଆ ପୁଅ
ବିପଦେ ଶୋଇବା ବିଧାନ ନୁହଁ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...