Monday, April 10, 2017

ଛେଳୀ ମାଂସ

ଗୋଟେ ଗାଆଁରେ ଜଣକ ପୁଆଳ ଗଦାରେ ନିଆଁ  ଲାଗିଗଲା....
ଚାଷି ଜଣକ ସେଇ ପୁଆଳ ଗଦା ପାଖକୁ ଛେଳୀଟେ ବାନ୍ଧେ ।
ପୁଆଳ ଗଦା ଜଳିଗଲାରୁ ଲୋକ ନିଆଁ ଲିଭାଇବାକୁ ଧାଇଁ ଆସିଲେ....
ନିଆଁ ଲିଭେଇଲା ପରେ ଚାଷୀ ତା ଛେଳୀକୁ ଖୋଜିଲା
ଘର ବାହାର ଚାରିଆଡ଼ ଖୋଜିଲା
ତା' ମନରେ ବିଶ୍ବାସ ପଘା ଛିଡିଛି ମାନେ ଛେଳୀ ନିଆଁ ଦେଖି ଭୟରେ ପଘା ଛିଣ୍ଡେଇ ପଳେଇଥିବ ।
ଏଣେ ଜଣେ ଲୋକ ସେଇ ଜଳିଯାଇଥିବା ପୁଆଳ ଗଦାରୁ ଅଧାଜଳା ଜୀବକୁ ଦେଖି ଚାଷୀକୁ ଡାକ ଛାଡିଲା .....
ଜଳିଯାଇଥିବା ତା' ଛେଳିକୁ ଦେଖି ଚାଷୀ ଦୁଃଖୀ ହୋଇଗଲା.....

ସେଠି ଉପସ୍ଥିତ
ଲୋକ ମାନଙ୍କ ମଧ୍ଯରୁ ଜଣେ ବଡଲୋକ
ଚାଷୀକୁ ବୁଝେଇଲେ
ଯାହା ତ ହେବାର ହେଲାଣି
ଏବେ ଏଇ ଛେଳୀର ଯେଉଁ ଭାଗ ତକ ନଜଳି ଭଲ ଅଛି
ତାକୁ ଗାଆଁରେ ବାଣ୍ଟିଦିଅ

ଛେଳୀ ମାଂସ ବଣ୍ଟାଗଲା
ଲୋକ ରାତାରାତି ସେ ମାଂସ ତରକାରୀ କରି ଖାଇ ବି ଗଲେ......

ଚାଷୀର ଭାରି ମନଦୁଃଖ !!!
ରାତିଯାକ ଶୋଇନଥାଏ ।
ସକାଳୁ ଉଠି ବାଡିପଟକୁ ଯାଇ ଦେଖେ
ପୁଆଳ ଗଦା ପାଖରେ ଛେଳୀ ଶୋଇଛି

ଆର୍ଶ୍ଚର୍ଯ୍ୟ କଥା.....
ଛେଳୀ ତ ବଞ୍ଚିଛି
ତାହେଲେ କାଲି ରାତିରେ
କା ମାଉଁସ ବଣ୍ଟାଗଲା ?

ଚାଷୀ ଅନୁମାନ କଲା ବୁଲାକୁକୁର କୁ ଛେଳୀ ମନେ କରି ସମସ୍ତେ ଖାଇଗଲେ
😂😂😂😂😂

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...