Monday, April 1, 2019

କୋଜାଗର

କୋଜାଗର ଶବ୍ଦର ନିରୁକ୍ତି     କଃ(କିଏ)+ଜାଗୃ ଧାତୁ(ଚେଇଁବା) କର୍ତ୍ତୃ. ଅ.
ସାଧାରଣତଃ ଆଶ୍ୱିନ ପୂର୍ଣ୍ଣିମା ଵା କୁମାର ପୂର୍ଣ୍ଣିମାକୁ(କୁଆଁରପୁନେଁଇ)କୁ କୋଜାଗର ପୂର୍ଣ୍ଣିମା କୁହାଯାଏ ।
ଲୋକଵିଶ୍ଵାସ ଅନୁସାରେ ଏ ଦିନ ରାତିରେ ଲକ୍ଷ୍ମୀ ଠାକୁରାଣୀ ଘରଘର ବୁଲି ଦେଖନ୍ତି ଓ ପଚାରନ୍ତି
—"କୋଜାଗର୍ତ୍ତି" ଅର୍ଥାତ୍ କିଏ ଚେଇଁ ଅଛି ? ଯେ ଚେଇଁ ଥାଏ ତାହା ପ୍ରତି ପ୍ରସନ୍ନା ହୁଅନ୍ତି, ଯେ ଶୋଇ ଥାଏ ତାହାଠାରୁ ଛାଡ଼ି ଯାଆନ୍ତି ।
ଆଗେ ଏ ଦିନ ସନ୍ଧ୍ୟାବେଳେ ଚନ୍ଦ୍ରଙ୍କୁ ପୂଜା ହେଇ ଥିବା ଚାନ୍ଦଭୋଗ ଖୁଆଖୋଇ ହେଇ କୁମାରକୁମାରୀ ମାନେ ଆପଣା ଆପଣା ମଧ୍ୟରେ ଚାନ୍ଦ ଡ଼କାଡ଼କି ହେଇ ମୈତ୍ରୀ ପ୍ରତିଷ୍ଠା କରୁଥିଲେ ଆଜିର ଆଧୁନିକ ଯୁଗରେ ଏ ପରମ୍ପରା ଲୁପ୍ତ ହୋଇସାରିଛି ।


No comments:

Post a Comment

କୁକର୍ମର ଫଳ: ଇତିହାସର ବୁମେରାଂ

ବଙ୍ଗାଳୀଙ୍କ ଗୁଣ ହେଲା ସେମାନେ ମଙ୍ଗଳଗ୍ରହରେ ଯାଇ ହଜାରେ ଵର୍ଷ ରହିଲେ ବି ନିଜକୁ ବଙ୍ଗାଳୀ ହିଁ ପରିଚୟ ଦେବେ । ଓଡ଼ିଆଙ୍କ ଗୁଣ ହେଲା ସେମାନେ ଯୋଉଠିକୁ ଯିବେ ସେଠାକାର ...