ହାତୀଟି ଉକ୍ତ ଲୋକକୁ ବାରମ୍ବାର ଅନାଇ ରହି ସେହିପରି ଶୁଣ୍ଢ ଟେକି ଗୋଡ଼ ଉଠାଇ ପେଁକାଳି ବଜାଇଵାରୁ ଲୋକର ଵିଶ୍ଵାସ ବଢ଼ି ବଢ଼ିଗଲା । ଶେଷରେ ଵ୍ୟକ୍ତିର ଵିଶ୍ଵାସ ଏତେ ବଢ଼ିଗଲା ଯେ ସେ ହାତୀ ଚାରିପଟେ ଘେରା ଯାଇଥିଵା ତାରବାଡ଼ ପାର କରି ହାତୀ ପାଖରେ ପହଞ୍ଚିଗଲା । ଵ୍ୟକ୍ତିକୁ ନିଜ ନିକଟରେ ଦେଖି ହାତୀଟି ତାକୁ ଘଡ଼ିଏ ଅନାଇ ରହିଲା ଏଵଂ ତତ୍ପରେ ପୂର୍ଵ ଭଳି ଗୋଡ଼ ଟେକିଲା ଶୁଣ୍ଢ ଟେକିଲା ପେଁକାଳି ବଜାଇଲା ଆଉ ଶେଷରେ ସେଇ ଲୋକଟାକୁ ନିଜ ପାଦ ତଳେ ଦଳି ମାରିଦେଲା । ବୋଧହୁଏ ଏଇ ହାତୀଟା ସେ କୋଡ଼ିଏ ଵର୍ଷ ତଳର ହାତୀ ନଥିଲା
My Blog List
Sunday, May 19, 2024
ହାତୀର ଗୋଡ଼
ଆଫ୍ରିକାର ଜଣେ ଯୁଵକ ଏକ ଛୋଟ ହାତୀଟିକୁ ଗୋଟାଏ ଗୋଡ଼ ଟେକି ଟେକି ଚାଲୁଥିଵାର ଦେଖିଲା। ସେ ନିକଟତର ହେଲାରୁ ଜାଣିଲା ଯେ ହାତୀର ଗୋଡରେ କଣ୍ଟା ଗଳିଯାଇଛି । ଯୁଵକଟି ସାଵଧାନତାର ସହିତ ଥିରି କରି କଣ୍ଟାଟି ବାହାର କରି ଦେଲେ । ହାତୀଟି ଏଥର ଭଲରେ ଚାଲିପାରିଲା ତେଣୁ ଉଷତ ହୋଇ ଶୁଣ୍ଢ ଉପରକୁ ଉଠାଇ ଉଚ୍ଚ ସ୍ୱରରେ ପେଁକାଳି ବଜେଇଲା। ତହୁଁ ସେହି ଛୋଟ ହାତୀଟି ଯୁଵକକୁ ଧନ୍ୟଵାଦ ଜଣାଇଵା ପାଇଁ ତା ଆଡକୁ ଅନାଇ ଶୁଣ୍ଢ ଉପରକୁ କରି ଚାଲିଗଲା | ଇତିମଧ୍ୟରେ ୨୦ ଵର୍ଷ ବିତିଗଲାଣି ଏଵଂ ଉକ୍ତ ଯୁଵକଜଣକ ପ୍ରୌଢ଼ ହେଲାଣି । ଦିନେ ସେ ଵ୍ୟକ୍ତି ଏକ ପ୍ରାଣୀ ଉଦ୍ୟାନରେ ଥିଲା । ଦେଖିଲା ଗୋଟେ ହାତୀ ତା ଆଡ଼କୁ ଏକ ଲୟରେ ଅନାଇ ରହିଛି ଏଵଂ ମଝିରେ ମଝିରେ ଶୁଣ୍ଢ ଉପରକୁ ଟେକୁଛି ପୁଣି ଗୋଡ଼ ଉପରକୁ ସାମାନ୍ୟ ଉଠାଇ ତଳେ ରଖୁଛି ଆଉ ପେଁକାଳି ବଜାଉଛି । ଲୋକଟି ମନେ ମନେ ଭାଵନା କଲା ସତେ କ'ଣ ଇଏ ସେଇ ଛୋଟ ହାତୀଟି ଯାହା ପାଦରେ କଣ୍ଟା ପଶିଯାଇଥିଲା ଯେ ମୁଁ ତାକୁ କାଢ଼ି ଦେଇଥିଲି ?
Subscribe to:
Post Comments (Atom)
No comments:
Post a Comment