My Blog List

Monday, July 25, 2016

🌞🌞🌞🌞🌞"କର୍ମଵୀର" 🌞🌞🌞🌞🌞🌞

ଦେଖୀ ବାଧା ବିବିଧ,
ବହୁ ବିଘ୍ନ ସହି ମଧ୍ୟ ଯେ ଡରେନା
ଆଶାବାଦୀ ହୋଇ ବାଧା ବିଘ୍ନ ସଙ୍ଗେ ଲଢ଼ି
ପଶ୍ଚ୍ୟାତାପ ଯେ କରେନା

କର୍ମ ହେଉ କଠିନ
ମନେ ବିରକ୍ତିଭାବ ଯାର ନାହିଁ
ତା ଠାରୁ ଆଉ ବଡ଼ ବୀର
ମୁଁ ଯେ କେଭେ ଦେଖିନାହିଁ ।

କୃଷ୍ଟି ରେ ସେ ଚଞ୍ଚଳ
କିନ୍ତୁ ଦୁନିଆ ଜାଣେନା ।
ଯୁଦ୍ଧ କରେ ନିତି ଶତ୍ରୃ ସଙ୍ଗେ ,
ଯୁଗ ତାକୁ ମାନେନା

ଖୋଜେନା ପ୍ରଶିଦ୍ଧି
ଅବା ପ୍ରମାଣପତ୍ର ଯୋଗ୍ୟତା ର
ଦୁନିଆ ମାନୁ ନ ମାନୁ
ସେ ହିଁ ଜଗତେ କର୍ମଵୀର !!

ଆଜି କାମ ଏବେ କରେ
ଯାହା ଚାହେଁ କରି ଦେଖାଏ
ମାନେ ମନ ର ଶୁଣିଥାଏ ସଭି ଙ୍କୁ
ନିଜର ସାହାଯ୍ୟ ନିଜେ ହିଁ କରେ ଯେ
ପର ଦ୍ଵାରେ ବିପଦେ ଯାଏନା
ଯା' ଙ୍କ ପାଦ
କୌଣସି ଏମିତି କାମ ନାହୀଁ
ହେବ ତାଙ୍କୁ ଅସାଧ୍ୟ

ଯିଏ ମାଗଣାରେ ନଷ୍ଟ କରେନା
କାଣିଚାଏ ସମୟ
କର୍ମ କରେ,
କରେ ନାହିଁ ବୃଥା ବାର୍ତ୍ତାଳାପ
ଅତୀତ ର ମାୟାଜାଲ
କିମ୍ବା ଭବିଷ୍ୟତ ର ଚିନ୍ତା ନାହିଁ ଯା'ର ଚିତ୍ତେ
ସେ ହିଁ କର୍ମଵୀର
କୃଷ୍ଟି କରେ
ଚାହେଁ ନା ଯେ ମାଗଣା....

Sunday, July 24, 2016

📝ସାଧବ ପିତାପୁତ୍ର କଥା🐴🐎

ଏଇ କାହାଣୀ ଟି ମୁଁ ଅନେକ ଥର ଅନେକ ଲୋକଙ୍କୁ ଶୁଣାଇଛି ! ଆଜି ଲେଖିବାକୁ ମନକଲା ।
ଆଜକୁ ପ୍ରାୟଃ 350 କି 400 ବର୍ଷ ତଳର କଥା । ସେଦିନିଆ ଘୋଡ଼ା , ଘୋଡ଼ାଗାଡ଼ି ଗଧ କି ଶଗଡ଼ ଆଦି ରେ ଲୋକେଯା ଆସ କରୁଥିଲେ ।
ଦିନକର କଥା
ଦୁଇ ସାଧବ ପିତାପୁତ୍ର
ଘୋଡ଼ାଗାଡ଼ିରେ ବସି ଯରୁରୀ କାମରେ କଟକ ରୁ ପୁରୀ ଯାଉଥାଅନ୍ତି ।
ଯାଉଯାଉରାସ୍ତାରେ ହଟାତ୍ ଘୋଡ଼ାଗାଡ଼ିରୁ ଗୋଟାଏ ଘୋଡ଼ା ଖାଲରେ ପଡ଼ି ଗୁରତର ଆହାତ ହୋଇଗଲା !
ପିତାପୁତ୍ର ନିରୁପାୟ । କଣ ବା କରିବେ ନଗଲେ ବ୍ୟବସାୟ ରେ କ୍ଷତିହେବ, ଯିବାକୁ ହିଁ ହେବ ବିଚାର କରି
ଦୁହେଁ ଘୋଡ଼ାଗାଡ଼ି ରୁ ବଳକା ଗୋଟାଏ ଘୋଡ଼ା କୁ ଖୋଲିଆଣି ଯିବାକୁ ବାହାରିଲେ । ବୃଦ୍ଧ ସାଧବ କହିଲେ "ପୁଅରେ ତୁ ବରଂ ଘୋଡ଼ାରେ ବସି ଯାମୁଁ କିଛି ବାଟ ଚାଲିକି ଯିବି" ସାଧବ ପୁଅ ପିତୃଆଜ୍ଞା ସିରୋଧାର୍ଯ୍ୟ ମଣି ସେଇଭଳି କଲା ।

କିଛିବାଟ ଏଇଭଳି ସେମାନେ ଯାଉଥାଅନ୍ତି
ବାଟରେ ଗୋଟିଏ ଗାଁ ଆସିଲା
ସେଠାକା ଅଧିକାଂଶ ଲୋକେ ଶାସ୍ତ୍ରଜ୍ଞ ।

ଗାଁ ର ଲୋକେ ଦେଖିଲେ
ବୃଦ୍ଧ ସାଧବ ଚାଲି ଚାଲି ଯାଉଅଛି ଏବଂ ସାଧବପୁତ୍ର ଘୋଡ଼ାରେ ବସିଛି ।
ଜଣେ ବିଦ୍ଵାନଙ୍କୁ କଥାଟା ନିତ୍ୟାନ୍ତ ଅରୁଚିକର ଲାଗିଲା । ସେ ପିତାପୁତ୍ରଙ୍କୁ ଅଟକାଇ ଶାସ୍ତ୍ର ରୁ କେତେକ ଶ୍ଲୋକ ଉଚ୍ଚାରଣ ପୂର୍ବକ
କହିଲେ
"ସତେ କି କଳିକାଳ ହେଲା ନୁହେଁ ?
ତ୍ରେତାଯୁଗରେ ଶ୍ରବଣକୁମାର ଅଦ୍ଧ ମାତାପିତାଙ୍କୁ କାଦ୍ଧ ରେ ବହନକରି ତୀର୍ଥ କରାଇଥିଲେ !
କିନ୍ତୁ ଆଜିକା କୁଳାଙ୍ଗାର ପୁତ୍ରଯାକ
ସତେ କେତେ ବିପରୀତ କର୍ମ କରୁନାହାନ୍ତି ?"

ଛି ଛି ଛି ଶେଷରେ ଏ ନହେବା କଥାଦେଖିବାକୁ ହେଲା ?"

ଏହା ଶୁଣି ସାଧବ ପୁତ୍ର ବିଚଳିତ ହୋଲା ।
ଘୋଡ଼ା ରୁ ତତ୍କ୍ଷଣାତ୍ ଓଲ୍ହାଇବିପ୍ରବରଙ୍କୁ ଧନ୍ୟବାଦ ଜ୍ଞାପନ ପୂର୍ବକ
ପିତାକୁ ଘୋଡ଼ାରେ ବସାଇ ନିଜେ ଚାଲି ଚାଲି ଗଲା !
5 କ୍ରୋଶ ପଥ ଅତିକ୍ରାନ୍ତ କରନ୍ତେ ଅନ୍ୟ ଏକ ପଲ୍ଲୀ ଦିଶିଲା !

ସେଇଟା ପାଇକ ମାନଙ୍କ ଗାଆଁ ।
ସେଠାକା ଲୋକେ ସମରାଭ୍ୟାସରେ ମଶଗୁଲ ଥିଲେ ।
ଯାଗା ଯାଗାରେ କୁସ୍ତି କସରତ ହେଉଥାଏ
ଥୋକେ ଲୋକ ହଳଧରି ବିଲକୁ ଯାଉଥାଅନ୍ତି ।
ବିଲକୁ ଯାଉଥିବା
ଖଣ୍ଡାୟତ ଚଷା ଙ୍କ ସହ ସାଧବ ପିତାପୁତ୍ର ଙ୍କ ଭେଟ ହେଲାରୁ ସେମାନେ
ବୃଦ୍ଧପିତା କୁ ଖୁବ ନିନ୍ଦା କଲେ !
କଣ କିହୋ ସାଧବ !
ଏଡେ ସୁକୁମାର ପୁଅ କୁ ତମର ଚଲେଇ ଚଲେଇ ନଉଛ !
ଧିକ୍ ତୁମକୁ ।
ବୃଦ୍ଧାବସ୍ତାରେ ମଧ୍ୟ କଠିନ କର୍ମ ଛାଡ଼ି ଆରାମ କରିବାକୁ ଇଚ୍ଛା !
ନାହିଁ ?

ବୁଢ଼ା ସାଧବ କୁ ଖଣ୍ଡାୟତ ଚଷାଙ୍କ କଥା ଖୁବ୍ ବାଧିଲା

ପିତାପୁତ୍ର ଆଉ କେହି ଘୋଡ଼ା ରେ ନ ବସି ଦୁହେଁ ଘୋଡ଼ା କୁ ଚଲେଇ ଚଲେଇ ବଢ଼ିଗଲେ । ବାଟରେ ଗୋଟାଏ ଗୁଡ଼ିଆ ଗାଆଁ ଆସିଲା । ଗାଆଁଟା ଯାକ ମିଷ୍ଟାନ୍ନ ବାସ୍ନା ରେ ମହକୁ ଥାଏ ।
ଦୁଇ ଚାରୋଟି ମିଠା ଦୋକାନ ପାର କରି ସାଧବ ପିତାପୁତ୍ର ଗାଆଁ ଭିତର ଦେଇ ଯାଉଥାଅନ୍ତି ।
ରାଧୁସାହୁ ଦୋକାନରେ କ୍ଷୀରମୋହନ (ରସଗୋଲା) ଛାଣୁଥିବା ସମୟେ
ଦୁଇ ପିତାପୁତଙ୍କୁ ଘୋଡ଼ାକୁ ଚଲେଇ ଚଲେଇ ନେଉଥିବାର ଦେଖି ବହେ ହସିଲା !
ତା ଠୋ ଠୋ ହସ ରେ ଗଗନ ପବନ କମ୍ପୁଥାଏ ।

ସାଧବ ପିତାପୁତ୍ର ରାଧୁସାହୁ ର ମିଠାଦୋକାନ ପାଖକୁ ଆସି ତା'ର ଏ ପ୍ରକାର ଅବାଞ୍ଛିତ ହସ ର କାରଣ ପଚାରି ବୁଝିଲେ । ରାଧୁ ସାହୁ ତଥାପି ହସୁଥାଏ ।
ହସ ହସ ବଦନରେ କହିଲା !
"ଶୁଣିଥିଲି କଟକ ଯାଯପୁର ବାଲେଶ୍ଵର ଖୋରଧା ରେ ରହୁଥିବା ଆମ ଜାତିଭାଇ ମାନେ ଖୁବ ଚାଲକ । ସେମାନେ ପୁଣି ସମୁଦ୍ର ଆରପାରି ବୋଇତ ନେଇ ବେପାର ବଣିଜ କରିଯାଅନ୍ତି ! ତୁମ ଦୁଇଜଣକୁ ଦେଖିଲା ପରେ ଏ କଥାଗୁଡ଼ା ମୋତେ ସୁଉଦୁ ଡାହା ମିଛ ଲାଗୁଛି !
କିହୋ ଯଦିଚ ତା ଉପରେ ନଚଢ଼ି ତାକୁ ଏଇଭଳି ଚଲେଇ ଚଲେଇ ନେବାର ଥିଲା,
ତା ହେଲେ ଘୋଡ଼ା ର ଖାଇବା ପିଇବାକୁ ଖର୍ଚ କରିତାକୁ କାହିଁକି ରଖିଛ ?"
ସାଧବ ପିତାପୁତ୍ର ବର୍ତ୍ତମାନ କିମ୍ କର୍ତ୍ତବ୍ୟବିମୂଢ଼ !
କଣ୍ କରାଯିବ,
ଦୁହେଁ ଏକାବେଳକେ ଘୋଡ଼ାପରେ ଚଢ଼ି ଆଗୁକୁ ବଢ଼ିଗଲେ ।
ଅଳ୍ପ ବାଟ ଯାଇଛନ୍ତି କି ନାହିଁ ,ଘୋଡ଼ା ଟି ଅତ୍ୟଧିକ ଭାର ସହନ ନ କରିପାରି ପଡ଼ିଗଲା । ଘୋଡ଼ା ଛଟପଟ ହେଉଥାଏ । ତାକୁ ଖୁବ ଶୋଷ ଲାଗୁଛି ଅଥଚ ,ସେଠି କୌଣସି ଜଳାଶୟ ନାହିଁ । କଣ ବା ଏବେ କରିବେ । ଲୋକ ଙ୍କ କଥାରେ ପଡ଼ି ତାଙ୍କର ଏ ଅବସ୍ତା ହୋଇଛି । କାନମୁଣ୍ଡା ଆଉଁସୀ ଚାଲିଚାଲି ପୁରୋଷୋତ୍ତମ ପୁରୀ ଅଭିମୂଖେ ଯାତ୍ରା କଲେ !


ଲୋକେ କଣ କହିବେ ????
ଯଦି ସଦା ଏଇ କଥା ଚିନ୍ତା କରୁଥିବେ,
ଆପଣ କେବେ ବି ଉନ୍ନତି କରିପାରିବେନି !
ନା ସଫଳ ହେବେ !
ତେଣୁ ସର୍ବଦା ନିଜ ବୁଦ୍ଧି ର ଉପଯୋଗ କରନ୍ତୁ
!
"ଲୋକ ତ କୁହନ୍ତି କହିବେ - କହିବା ତାଙ୍କର କାମ !"

Friday, July 22, 2016

🚶🚶🚶ଯଦି ତୁମେ 🏃🏃🏃

ଯଦି ତୁମେ

ଯଦି ତୁମେ ଯାତ୍ରା କର ନାହିଁ,
ଯଦି ତୁମେ କିଛି ବି ପଢ଼ନା,
ଯଦି ତୁମକୁ ଶୁଣା ଯାଏନି ଜୀଵନ ର ଧ୍ଵନି,
ଯଦି ତୁମେ ସ୍ଵୟ ର କରନା ପ୍ରଶଂସା,
ବଦ୍ଧୁ !
ତୁମେ ତେବେ
ଧୀରେ-ଧୀରେ ମରିବା ଆରମ୍ଭ କରିଦେଇଛ....

....


ଯଦି ତୁମେ ସ୍ଵ ଆତ୍ମ ଗୌରବ ର
ହତ୍ୟା କରୁଥାଅ ନିତିଦିନ,
ଯେବେ ତୁମେ
ଅନ୍ୟ କୁ ନିଜର ସହାୟତା କରିବାକୁ ଦିଅନା ,
..

ବିଶ୍ଵାସ କର !
ତୁମେ ମରୁଅଛ କ୍ଷଣେ କ୍ଷଣ
ଧିରେ ଧିରେ ମୂର୍ମୃଷୁ ହେଉଅଛ ,


....

ତୁମେ ହୋଇ ଯାଉଛ ନିଜ ନିଶା ର ଗୋଲାମ ଯଦି,
ଯଦି ଦିନ ପ୍ରତି ଦିନ ତୁମେ ସମ ପଥ ର ପଥିକ ,
ବଦଳେନା ତୁମ ଦିନଚର୍ଯ୍ୟା ଯଦି କେଭେ ,
ତୁମେ ପିଦ୍ଧନା ନାନା ପରକାର ରଙ୍ଗ ର ବସ୍ତ୍ର ଯଦି,
ଅବା
ମିଶନି ଜୀବନେ
ଅଚିହ୍ନା ଲୋକଙ୍କୁ କେଭେ
ତୁମେ ଜାଣିବି ପାରନି
ତୁମେ ମରିବା ଆରମ୍ଭ କରଦେଇଛ


...


ଅନୁଭୂତି କୁ ଅନୁଭବ କରିବାରେ
ଏବଂ ତାର ତିବ୍ର ଭାବନା ପ୍ରତି ବେପରୁଆ ହେଉଅଛ ଯଦି
ଯଦି ତୁମେ ନିଜ ଜୀବନ ବଦଳାଅନା,
ଯେବେ ତୁମେ ନିଜ ପେଶା ରେ ସନ୍ତୁଷ୍ଟ ନୁହେଁ,
ଅଥବା ନିଜ ପ୍ରେମ ରୁ,
ଯଦି ତୁମେ କରୁନାହଁ ଚୈଷ୍ଟା
ଅନିଶ୍ଚିତତା ପାଇଁ,
ଯଦି ତୁମେ ଦେଖନା ସ୍ଵପ୍ନ
ଅବା ଦୌଡନା ତା ପଛେ
ଯଦି ତୁମେ ଜୀବନଯୁଦ୍ଧ ହେତୁ ହେଉ ନାହଁ
ଆଳସ୍ୟ କି ଭୟ ଯୋଗୁଁ ପ୍ରସ୍ତୁତ,
କି ଥରୁଟିଏ ଜୀବନ କୁ ଜିଁଇ ବାର
ଜଁଜାଳରୁ ମୁକ୍ତି ହେତୁ କ୍ରାନ୍ତି ପାଇଁ
ଯଦି କରି ପାରି ନାହଁ ସାହସ

..

ବଦ୍ଧୁ !
ତୁମେ ବଞ୍ଚିନାହଁ
ଶବ ଭଳି ଜିଉଁ ଅଛ
ମୃତ ତୁମେ
ହତ ତୁମେ ନିଶ୍ଚିତ !

...
[ଚିଲୀ ର ପ୍ରଖ୍ୟାତ କବି ପାବ୍ଲୋ ନେରୁଦା ଙ୍କ ଏକ ଚର୍ଚିତ-ବହୁପଠିତ କବିତା ରୁ ପ୍ରେରିତ ଓଡ଼ିଆ କବିତା]

Wednesday, July 20, 2016

ମୁସ୍ଲିମ୍ ରେଜିମଣ୍ଟ୍ ଭାରତୀୟ ସେନା ରେ କାହିଁକି ନାହିଁ ?

1965 ପୂର୍ବ ରୁ ଭାରତୀୟ ସେନା ରେ ମୁସ୍ଲିମ୍ ରେଜିମେଣ୍ଟ୍ ଏବଂ ମୁସ୍ଲିମ୍ ରାଇଫଲ୍ ଥିଲା ! 1962 ଭାରତ ଚୀନ ଯୁଦ୍ଧ ରୁ ପ୍ରେରିତ ହୋଇ ପାକିସ୍ତାନ 1965 ରେ ଭାରତ ଉପରେ କରିଦେଇଥିଲା ଆତର୍କିତ ଆକ୍ରମଣ !

1947 - 48 ପରେ ଭାରତୀୟ ସମାଜ ଖାସକରି ନେହରୁ ଭଳି ନେତାମାନେ ଭାବିନେଇଥିଲେ
ଯେ ...

ଯେହେତୁ ପାକିସ୍ତାନ ସଂଧି ପ୍ରସ୍ତାବ ରେ ଦସ୍ତଖତ କରିଅଛି ସୁତରାଂ ସେ ଭାରତ ଆକ୍ରମଣ କରିବ ନାହିଁ ।

କିନ୍ତୁ ଯେତେବେଳେ ପାକିସ୍ତାନ ଦେଖିଲା
...
ଭାରତର ନେତା ଆଖି ବୁଜି ଶୋଇଯାଇଛନ୍ତି
ସେ ସବୁ ନିୟମ ଉଲ୍ଲଙ୍ଘନ କରି
ଭାରତୀୟ କ୍ଷେତ୍ର ପରେ ଚଢ଼ଉ ଆରମ୍ଭ କରିଦେଲା ।
..
ଆଚ୍ଛା
ପାକିସ୍ତାନ ଆକ୍ରମଣ କୁ ଦେଖି
ସମସ୍ତ ରେଜିମେଣ୍ଟ ର ସୈନିକ ଙ୍କୁ ପାକିସ୍ତାନ ବିରୋଧ ରେ ଯୁଦ୍ଧ ଲାଗି
ସରକାରୀ ଅର୍ଡର ଜାରୀ କରାଗଲା
କିନ୍ତୁ
ମୁସ୍ଲିମ୍ ରେଜିମେଣ୍ଟ୍ ଏବଂ ମୁସ୍ଲିମ୍ ବଟାଲିୟନ ର ସୈନିକ
ସରକାରୀ ଆଦେଶ ର ଅବମାନନା କରିବା ସହ
ଓଲଟା ସରକାର ଙ୍କୁ ହିଁ ନିତିଜ୍ଞାନ ଦେବାକୁ ଲାଗିଲେ ।

...

ପାକିସ୍ତାନୀ ଆମ ଭାଈ ବୋଲି ସେତେବେଳେ ଭାରତୀୟ ମୁସଲମାନ ମାନଙ୍କର ସେମାନଙ୍କ ପ୍ରତି ଥିଲା
ଉଦାରଭାବ !

..

ତେବେ ସେ ଯା ହେଉ ନା କାହିଁକି
ଆର୍ମୀ ର ବଡ଼ ଅଧିକାରୀ ମାନଙ୍କୁ କଥା ଟା ଜମା ହଜମ ହେଲାନାହିଁ !
ଏପଟେ ଦେଶ ବିପଦ ରେ ଥିଲାବେଳେ
ଧର୍ମ ର ଦୁହାଇ ଦେଇ ଏଇ ଦୁଇ ରେଜିମେଣ୍ଟ୍ ର ପ୍ରାୟଃ 20000 ହଜାର ମୁସ୍ଲିମ୍ ସୈନ୍ୟ ଶତ୍ରୃ ଆଗରେଆତ୍ମ ସମର୍ପଣ କରିଦେଇଥିଲେ ।

...

ଫଳରେ ଭାରତୀୟ ସେନା କୁ ଅନେକ ହାନୀ ସହିବାକୁ ପଡ଼ିଲା ।

ଖେମକରନ୍ ନାମକ ସହରକୁ ପାକିସ୍ତାନୀ ସୈନ୍ୟ କବ୍ଜା କରିନେଇଥିଲେ
ହେଲେ ପରେ ପରେ
ଭାରତୀୟ ସୈନିକ ପାକିସ୍ତାନୀ ମାନଙ୍କୁ ତଡ଼ିବାରେ ସଫଳ ହୋଇଥିଲେ
ଏମିତି କି ଭାରତୀୟ ଟ୍ୟାଙ୍କ ଲାହୋର ଯାଏଁ ପହଁଚିଯାଇଥିଲା ।

...

ଯୁଦ୍ଧ ପରେ ଭାରତୀୟ ସେନା ଦ୍ଵାରା ମିଳିଥିବାସମସ୍ତ ଭୂମି ତତ୍ କାଳୀନ କଂଗ୍ରେସ ସରକାର ର ମୂର୍ଖତା ଯୋଗୁଁ ପାକିସ୍ତାନ କୁ ଫେରେଇଦେବାକୁ ହେଲା ।

...

ଏଣେ ଭାରତୀୟ ସେନା ରୁ ମୁସ୍ଲିମ୍ ରେଜିମେଣ୍ଟ
ଏବଂ ବଟାଲିୟନ୍ କୁ ହଟାଇ ଦିଆ ଯାଇଥିଲା ।
.

1972 ରେ ବାଗ୍ଲାଦେଶ କାରଣରୁ ପୁଣି ଭାରତ ପାକିସ୍ତାନ ଯୁଦ୍ଧ ବେଳେ
ଭାରତୀୟ ସେନା ରେ ଜଣେ ବି ମୁସ୍ଲିମ୍ ନଥିଲା
.
ଏବଂ
.
ଭାରତୀୟ ସେନା ଆଗରେ
90000 ପାକିସ୍ତାନୀ ସୈନିକ ଲିଖିତ ଆତ୍ମସମର୍ପଣ କରିଥିଲେ
ଯାହାକି
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କୌଣସୀ ସେନା ଦ୍ଵାରା କରାଯାଇଥିବା ଆତ୍ମସମର୍ପଣ ମଧ୍ୟରୁ ସର୍ବାଧିକ !

Monday, July 18, 2016

--8 ଜଣ ଏକଛତ୍ରବାଦୀ ଶାସକ ଯେଉଁମାନଙ୍କ ପାଗାଳାମୀ ଯୋଗୁଁ କୋଟି କୋଟି ଲୋକ ମରିଥିଲେ --

ଦୁନିଆରେ ଅନେକ ଏକଛତ୍ରବାଦୀ ଶାସକ ହୋଇଯାଇଛନ୍ତି ।
ଇତିହାସରେ ଚଂଗେଜ ଖାଁ,
ତୈମୁର ଲଙ୍ଗ ଭଳି ଆକ୍ରମଣକାରୀ ଏକଛତ୍ରବାଦୀ ଶାସକ ମାନଙ୍କ ନାମ ଆମକୁ ସହଜରେ ମିଳିଯିବ ।
ଭାରତ ରେ ଅଶୋକ ଏକଛତ୍ରବାଦୀ ଶାସକ ହେଉ ହେଉ ଶେଷବେଳକୁ ସୁଧରୀ ଯାଇଥିଲେ
କିନ୍ତୁ
ତୈମୁର ବଂଶଜ ସାହାଯାହାନ , ତା ପୁତ୍ର ଔରଙ୍ଗଯେବ
ପ୍ରାୟଃ ଏକଛତ୍ରବାଦୀ ଶାସକ ଥିଲେ ।
ଆଲ୍ହାଉଦ୍ଦିନ ଖିଲ୍ଲିଜ୍ କୁ ମଧ୍ୟ କେହି କେହି ଏକଛତ୍ରବାଦୀ ଶାସକ କହିଥାଅନ୍ତି ।
ବିଗତ 100 ବର୍ଷ ମଧ୍ୟରେ ପ୍ରାୟଃ ସମସ୍ତ ବିଶ୍ଵରେ ରାଜତଂତ୍ର ପରିହାର କରି ଲୋକେ
ଗଣତଂତ୍ର ଶାସନ ପ୍ରତିଷ୍ଠିତ କରିଅଛନ୍ତି
ତେବେ ଏଇ ଶହେ ବର୍ଷରେ ରାଜନୈତିକ
ବିଶୃଖଂଳା ରୁ କେତେକ ଏକଛତ୍ରବାଦୀ ଶାସକ ମଧ୍ୟ ବିଶ୍ଵବାସୀଙ୍କୁ ହଟହଟା କରି ଥିଲେ ।
ଏଠାରେ ଏମିତି ଆଠଜଣ ଏକଛତ୍ରବାଦୀ ଶାସକ ଙ୍କ ବିଷୟରେ କୁହାଯାଉଛି ଯେଉଁମାନେ କୋଟି କୋଟି ଲୋକଙ୍କ ମୃତ୍ୟୁ ର କାରଣ ହୋଇଥିଲେ ।



1. #ମାଓ ସେ_ତୁଂଗ

ଆଧୁନିକ ଚୀନ ର ଜନ୍ମଦାତା ବୋଲାଉଥିବା ମାଓ ତ୍ସେ ତୁଂଗ୍ ନିଜ ଶାସନକାଳ ରେ ଲକ୍ଷାଧିକ ଲୋକଙ୍କ ସାମୁହିକ ହତ୍ୟା କରାଇ ଦେଇଥିଲେ ।
1958 ରେ ସୋଭିଏତ ସଙ୍ଘ ର ଆର୍ଥିକ ମୋଡେଲ ଚୋରାଇ ମାଓ ଦେଶକୁ ନିଜର ଵିକାସ ନାରା ଦେଲେ !
ସମୟ ସହିତ ମାଓ ର ରାଜନୈତିକ ପ୍ରଗଳ୍ଭତା ଯୋଗୁଁ ପ୍ରାୟଃ 4.5 କୋଟି ଲୋକଙ୍କୁ ପ୍ରାଣ ହରାଇବାକୁ ପଡ଼ିଥିଲା ।
10 ବର୍ଷ ମାଓ ପୁଣି ଦେଶକୁ ସାସ୍କୃତିକ କ୍ରାଂତି ର ନାରା ଦେଲେ ଫଳରେ ଆହୁରି ପ୍ରାୟଃ 3 କୋଟି ଲୋକଙ୍କ ପ୍ରାଣ ଗଲା !

- --

2. ଏଡଲୋଫ୍ ହିଟଲର

ଜର୍ମନୀ ର ନାଜୀ ଏକଛତ୍ରବାଦୀ ଶାସକ ଏଡଲୋଫ ହିଟଲର ର ଆପରାଧିକ ଲିସ୍ଟ ବହୁତ ଲମ୍ବା ।
ହିଟଲର ପ୍ରାୟଃ 1.1 କୋଟି ଲୋକଙ୍କ ହତ୍ୟା ଆଦେଶ ଦେଇଥିଥିଲେ ଏବଂ ସେଥିରୁ 60 ଲକ୍ଷ କେବଳ ଇହୁଦୀ ଥିଲେ ।
ହିଟଲର ଦ୍ଵିତୀୟ ଵିଶ୍ଵଯୁଦ୍ଧ ର ପ୍ରମୁଖ କାରଣ ମଧ୍ୟରୁ ଅନ୍ୟତମ !
ଏହି ବୈଶ୍ଵିକ ଲଢ଼େଇ ରେ 7 କୋଟି ରୁ ଉର୍ଧ୍ଵ ଜୀବନ ହାନୀ ଘଟିଥିଲା ।
ଯୁଦ୍ଧ ରେ ଧରାପଡ଼ିଯିବା ଭୟରେ ଅଥବା ହାରିଯିବା ର ଆଶଂକା ବା ଗ୍ଲାନୀ ରେ ହିଟଲର ଆତ୍ମହତ୍ୟା କରିଥିବା କୁହାଯାଏ ।

----

3. ଜୋସେଫ ସ୍ଟାଲିନ

ସୋଭିଏତ୍ ସଙ୍ଘ ର ସଂସ୍ଥାପକ ମଧ୍ୟେଁ ଅନ୍ୟତମ ଭ୍ଲାଦିମୀର ଲେନିନ ଙ୍କ ହିସାବରେ ଜୋସେଫ ସ୍ଟାଲିନ ରୁକ୍ଷ ସ୍ଵଭାଵ ର ଥିଲେ ।
ଲେନିନ ଙ୍କ ସଂଦେହଜନକ ପରିସ୍ଥିତିରେ ମୃତ୍ୟୁ ପରେ ପରେ ସୋଭିଏତତ ସଙ୍ଘ ର ସର୍ବୋଚ ଆସନ ସମ୍ଭାଳିଥିବା ସ୍ଟାଲିନ ଜର୍ମନୀ କୁ ହରାଇ ଦ୍ଵିତୀୟ ବିଶ୍ଵଯୁଦ୍ଧରେ ଖୁବ ନାମ କମାଇଥିଲେ ।
ତେବେ ସ୍ଟାଲିନ ନିଜର ପ୍ରତ୍ୟେକ ଵିରୋଧୀ କୁ ମାରିବାରେ ସଫଳ ହୋଇଥିଲେ । ସ୍ଟାଲିନ ଙ୍କ ଦୀର୍ଘ 31 ବର୍ଷ ଶାସନକାଳରେ 2 କୋଟି ରୁ ଅଧିକ ଲୋକ ମରାହୋଇଥିବା କୁହାଯାଏ ।

-----

4. ପୋଲ ପୋଟକା
କାମ୍ବୋଡିଆ ରେ ସଂଘଟିତ ଖମେର ରୂଜ୍ ଆନ୍ଦୋଳନ ର ନେତା ପୋଲ ପୋଟ କୁ ଶାସନ କ୍ଷମତା ମିଳିଲା ପରେ ସେ ପ୍ରାୟଃ 4 ବର୍ଷ ଭିତରେ 10 ଲକ୍ଷରୁ ଅଧିକ ଲୋକ ଙ୍କୁ ମାରିଦେଇଥିଲା !
ଅଧିକାଂଶ ପୀଡ଼ିତ ବ୍ୟକ୍ତି ଶିବିର ଗୁଡିକ ରେ ଭୋକଶୋଷରେ ନହେଲେ ଜେଲ ରେ ଯାତନା ପାଇ ଅକାଳ ମୃତ୍ୟୁବରଣ କରିଥିଲେ । ହଜାର ହଜାର ବିରୋଧୀ ମାନଙ୍କର ହତ୍ୟା କରିଦିଆଗଲା ।1998 ପର୍ଯ୍ୟନ୍ତ କଂବୋଡିଆ ର ଜଙ୍ଗଲ ରେ ପୋଲ ପୋଟ ର ଗୁରିଲ୍ଲା ଯୋଦ୍ଧା ରହିଥିଲେ । ଏଇ କିଛିବର୍ଷ ହେଲା ଏଠାରେ ସାମାନ୍ୟ ଶାନ୍ତି ବିରାଜମାନ ଅଛି !

----


5. ସଦ୍ଦାମ ହୁସୈନଇରାକୀ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସୈନ ଙ୍କ କୁର୍ଦ ସମୁଦାୟ ପ୍ରତି ଥିବା ଘୃଣା କିଏ ନ ଜାଣେ । 1979 ର 2003 ଯାଏଁ ଇରାକ ରେ 3,00,000 ରୁ ଉର୍ଧ କୁର୍ଦ ଜାତୀୟ ଲୋକଙ୍କୁ ମାରିଦିଯା ଗଲା । ସଦ୍ଦାମ ଉପରେ ରାସାୟନିକ ହତିଆର ପ୍ରୟୋଗ ର ଦୋଷ ମଧ୍ୟ ଲଗିଥିଲା । ଇରାକ ଉପରେ ଅମେରିକୀ ଆକ୍ରମଣ ପରେ ସଦ୍ଦାମ ହୁସୈନ ର ଧରପକଡ଼ ହୋଇଥିଲା ଏବଂ ତାକୁ 2006 ରେ ଫାସୀ ଦେଇ ଦିଆ ଯାଇଥିଲା ।

-----

6. ଈଦୀ ଅମୀନସାତ ବର୍ଷ ଯାଏଁ ୟୁଗାଣ୍ଡା ର ସତ୍ତା ସମ୍ଭାଳିଥାବା ଈଦୀ ଅମୀନ ନିଜ ଶାସନକାଳରେ ପ୍ରାୟଃ 2,50,000 କୁ ମରେଇଦେଇଥିଲା । ଈଦୀ ଅମୀନ ଜାତିଗତ ବିଦ୍ଵେଷ ବଢ଼ାଈ ଲୋକଙ୍କୁ ପରସ୍ପର ବିରୋଧୀ କରିଦେଲା ଏବଂ ପରେ ନିଜ ବିରୋଧୀଙ୍କୁ ନାନା ଦୋଷାରୋପ ସହିତ ହତ୍ୟା ଏବଂ ଯାତନା ଦେଇ ମରେଇଥିଲା ।ତା'ର ପାଶଵିକ ମାନସିକତା ଦେଖି ୟୁଗାଣ୍ଡା ର ଲୋକ ତାକୁ ରାକ୍ଷସ କହିବା ଆରମ୍ଭ କରିଦେଲେଣି । ପଦ ଛୋଡ଼ିବା ପରେ ଈଦୀ ଅମୀନ ଲୁଚିକି ସଊଦୀ ଅରବ ଚାଲିଯାଇଥିଲା । ସେଠାରେ ସେ ମୃତ୍ୟୁଯାଏଁ ବିଳାସିତ ଜୀବନ ବିତାଇ ଥିଲା । ନିଜମନକୁ ଖୁସି କରିବାକୁ ୟୁଗାଣ୍ଡାନ୍ ଲୋକେ କହନ୍ତି 'ତାକୁ ଆମେ ସଂସାରରେ ଉପଯୁକ୍ତ ଦଣ୍ଡ ଦେଇପାରିନଥାନ୍ତେ
ସେଥିପାଇଁ କାଳେ
ଗଡ୍ ତାକୁ ନର୍କ ରେ ଦଣ୍ଡ ମିଳିବାର ବ୍ୟବସ୍ଥା କରିଛନ୍ତି ।'

----

7. ମେନଗିସ୍ତୁ ହାଇଲେ ମରିଅମ

ଏଥିଓପିଆ ର କମ୍ୟୁନିସ୍ଟ ଏକଛତ୍ରବାଦ ଶାସକ ମେନଗିସ୍ତୁ ହାଇଲେ ନିଜ ରାଜନୀତିକ ଵିରୋଧୀମାନଙ୍କ ବିରୋଧରେ ଲାଲ ଆତଙ୍କ ଅଭିଯାନ ଆରମ୍ଭ କରିଦେଇଥିଲା ।
1977 ରୁ 1978 ମଧ୍ୟେ ସେ 5,00,000 ଲକ୍ଷ ଲୋକଙ୍କ ହତ୍ୟା କରାଇଥିଲା । 2006 ରେ ଏଥିଓପିଆ ଦ୍ଵାରା ଜନସଂହାର ଦୋଷରେ ଦୋଷୀ ସାବ୍ୟସ୍ତ ପୂର୍ବକ ମୃତ୍ୟୁଦଣ୍ଡ ରେ ଦଣ୍ଡିତ କରାଯାଇଥିଲା ।
ତେବେ କୌଣସିମତେ ଖସି ପଳେଇ ମେନିଗାସ୍ତୁ ହାଇଲେ ମରିଅମ
ବର୍ତ୍ତମାନ ଜିମ୍ବାବ୍ଵେ ରେ ଥିବା କୁହାଯାଏ ।

-----

8. କିମ ଜୋଙ୍ଗ୍ ଇଲ୍ପୂର୍ବ ସମସ୍ତ ଏକଛତ୍ରବାଦୀ ଆପେକ୍ଷା କେବଳ କିମ୍ ଜୋଙ୍ଗ୍ ହିଁ ଏକମାତ୍ର ଶାସକ ଲକ୍ଷାଧିକ ଲୋକଙ୍କୁ ମାରି ମଧ୍ୟ ଉତ୍ତରକୋରିଆ ର ଲୋକେ ତାଙ୍କୁ ଭଗବାନ ଭଳି ମାନି ଆସୁ ଅଛନ୍ତି ।
ଇଲ ର
କାର୍ଯ୍ୟକାଳ ରେ 25 ଲକ୍ଷ ଲୋକ ଗରୀବ ହେଲେ ଏବଂ କୁପୋଷଣ ର ଶିକାର ହୋଇ ମରିଗଲେ ।
ଏପଟେ ଇଲ ଲୋକଙ୍କ ଉପରୁ ଧ୍ୟାନ ଦେବା ଛାଡ଼ି କେବଳ ସୈନ୍ୟ ଶକ୍ତି ବଢ଼ାଇବାରେ ଅଧିକ ଗୁରୁତ୍ଵାରୋପ କରିଥିଲେ !

Wednesday, July 13, 2016

ଉଆଁସୀ କନ୍ୟା

ଫାଇନାଲୀ ମାଧବୀ ର ମଙ୍ଗନ ଆଜି ...,

କେତେ ଯେ ମଧୁଲୋଭୀ ମକ୍ଷିକ , ତା ପାଇଁ ଦିବା ସ୍ଵପ୍ନ ଦେଖୁ ନ ଥିଲେ ସତେ...
ଆହା ସେମାନଙ୍କ ହୃଦୟର ଅବସ୍ତା କି କହିବି
ନ କହିଲେ ଭଲ !

ବନ ସହ ଖେଳ
ମାନ ସାଙ୍ଗେ ମେଳ ହୋଇ
ମାଧବୀ ଶେଷରେ
ଧନୁଆ ସହିତ ଛନ୍ଦି ହେଲା !

ମଲା ଭଲା ଭଲା ଲୋକ ଗୁଡା
ଆଖି ସବୁ କଣ ବୁଜି ଦେଇଥିଲେନା
ସବୁ ଜାଣି ଅଜଣା ହେବାର ନାଟକ କରୁଥିଲେ ବା ?

ଯେଣୁ ହେଲେ
କ୍ଷୀରିପୁରୀ ପକ୍କା ନ୍ୟାୟ ଧରି
ଭଦ୍ରଲୋକେ କଥା ଟାକୁ ପାରକରି ଦେଲେ ।

ହେଉ ଆମ ଜାଣିବାରେ ସାହି ଯାକକୁ ବଦନାମ କରିଥିବା
କାଳନାଗୁଣୀ କୁ ଏକା ଧନୁଆ କଳେ ବଳେ କୌଶଳେ କ୍ଷୀର ପିଲେଇଚ୍ଛି !
ଅମାନିଆ ଘୋଡ଼ା କୁ ଲଗାମ ଧରି ବାଟକୁ ଆଣିବାକୁ ଚେଷ୍ଟା ଟିଏ କରିଚ୍ଛି !
ଓଲେଇ କାଳିଗାଈ ର ମୁହଁ ବାନ୍ଦି ତାକୁ କିଛି ମାତ୍ରା ରେ ବାରଣ କରିବାରେ ସଫଳ ହୋଇଛି !

ଧନୁଆ କୁ ମନେ ମନେ ଧନ୍ୟବାଦ ଟାଏ ଦେବାକୁ ମନ ହେଲା ...

ଗାଁଆଁ ଯାକ ତାର ପୁରୁଣା ଠିକାନା ସବୁ ଖୋଜି ଖୋଜି ଆସି ତା ଘର ପାଖରେ ଦେଖେ ତ ଲୋକ ଭିଡ ....

କଥା କଣ ?
ମୋ ମନରେ ଥାଏ
ନିଶ୍ଚେଁ
ପୁରୁଣା ପ୍ରେମିକ ମାନେ ଧନୁଆ ସହ କୁସ୍ତୀ କରି ଖଣ୍ଡିଆ ଖାବେରା କରିଦେଇଥିବେ

ଲୋକ ଆଡ଼େଇ ଯାଈ ଦେଖେ ଧନୁଆ ଆଉ ଜୀବନରେ ନାହିଁ
ଆହା ସକାଳୁ ସକାଳୁ ଗାଡ଼ି ଧରି ଗଡ଼କୁ ଯାଇଥିଲା ଯେ
ଟ୍ରକ ଧକ୍କା ରେ ଆରପାରିକୁ ଚାଲିଗଲା
ଆଉ ଫେରିନି , ଆଉ ଫେରିବ ନାହିଁ ।

ଧନୁଆ ର ଟିକେ କଣ ହେଲେ
ମୁଣ୍ଡ ବାଡ଼େଇ କାନ୍ଦୁଥିବା
ଧନୁଆ ବୋଉ
ପଥର ପାଲଟି ଯାଇଛି !

ସେପଟେ ମଝି ସାହି ରେ ଉଚ୍ଚ ସ୍ଵର ରେ ସ୍ତ୍ରୀଲୋକ ମାନେ କାନ୍ଦିବା ଆରମ୍ଭ କରିଦେଲେଣି

ମାଧବୀ ଭାଗ୍ୟରେ ଶେଷରେ ମଙ୍ଗୁଳି କନ୍ୟା ର ଦାଗ ଲାଗିଗଲା.....

ରାତି ପାହିଥିଲେ ବାହାଘର ହୋଇଥାଅନ୍ତା...

ଧନୁଆ କୁ ନେଇ ସେ କେତେ ଯେ ସୁଖ ସ୍ଵପ୍ନ ଦେଖି ନ ଥିବ ?

ସମାଜ କଣ ତା ମନ କଥା ବୁଝିବ?

ତାକୁ ତ ଏ ଘଟଣା ପରେ ଉଆଁସୀ କନ୍ୟା ହିଁ କହିବ ନା !!!

Monday, July 11, 2016

ଆଜିର ଇତିହାସ - 11 ଜୁଲାଇ

11 July 1801 ରେ ଫ୍ରେନ୍ଚ ଖଗୋଳଶାସ୍ତ୍ରୀ 'ଜୀନ-ଲୁଇସ ପୋନ୍ସ' (Jean-Louis Pons) ତାଙ୍କର ପ୍ରଥମ ଧୂମକେତୁ ଖୋଜି ପାଇଥିଲେ ।ପରେ29 ବର୍ଷ ମଧ୍ୟରେ ସେ 36 ଟି ଧୁମକେତୁ ଖୋଜିପାରିଥିଲେଯାହା ଇତିହାସ ରେ କୌଣସୀ ଜଣେ ବ୍ୟକ୍ତି ଦ୍ଵାରା ଧୂମକେତୁ ଖୋଜିପାଇବାରେ ସର୍ବାଧିକ ।

1895 – ଲ୍ଯୁମେଇର ବଂଧୁ( Lumière brothers) ଵୈଜ୍ଞାନିକ ସମକ୍ଷ ଚଲଚିତ୍ର ବିଷୟକ ଯନ୍ତ୍ର ପ୍ରଦର୍ଶନ କରିଥିଲେ ।

1962 – ପ୍ରଥମ ଏଟଲାଣ୍ଟିକ ଉପଗ୍ରହ ଦ୍ଵାରା ସାଟେଲାଇଟ ଟେଲିଭିଜନ ପ୍ରସାରଣ କରାଯାଇଥିଲା ।

Sunday, July 10, 2016

"ଗୁଁଆର" ପ୍ରକୃତି ର ପ୍ରାଣୀଜଗତ କୁ ବରଦାନ !

କିଛିଦିନ ତଳେ ଗୁଜରାଟ ର ଏକ ପରିବା ବଜାର ରୁ 250 ଗ୍ରାମ ଗୁଆଁର ନେଇ ଆସିଥିଲି

ଜଣେ ଉତ୍ତରଭାରତୀୟ ଭାଇ ଙ୍କୁ ଦିଶିଗଲା ମୋ ଥଳୀ ର ଗୁଆଁର ଯାକ

ଚିଡ଼େଇବା ଆରମ୍ବ କରିଦେଲେ

"ଘୁମତ୍ ପୁରେ ବାଜାର ଗ୍ଵାର ଲାଵେ ଗଵାର୍"

କଥା କଣ କି ହିନ୍ଦୀ ରେ ଆମର
ଗୁଆଁର କୁ
ଗ୍ଵାର କୁହାଯାଏ

ସେ ଯା ହେଉ ଚାଲ ଆଜି ଗୁଆଁର ବିଷୟକ ସମ୍ୟକ ଆଲୋଚନା କରିନେବା

ଇଂରେଜ ମାନେ ଏହାକୁ cluster bean କ୍ଲସ୍ଟର ବୀନ୍ କହିଥାଅନ୍ତି

ବୈଜ୍ଞାନିକ ନାମ 'ସାୟା ମୋଟିସସ ଟେଟ୍ରାଗୋନୋଲୋବସ' (Cyamopsis tetragonolobus) ।

କିଛି ଦଶନ୍ଦ୍ଧି ତଳେଆମ କୃଷକମାନେ ଯେତେବେଳେ ମାଣ୍ଡିଆ ବା ଯବ ଚାଷ କରୁଥିଲେ
ସେଇ ଶସ୍ୟକ୍ଷେତ୍ର ରେ ଗୁଆଁର ମଞ୍ଜୀ ପୋତି ମିଶ୍ରିତ ଚାଷ କରୁଥିଲେ ।

ଭାରତରେ ସବୁଜକ୍ରାନ୍ତି ପ୍ରଖର ହେଲା ପରେ ପରେ ସ୍ଥାନୀୟ କୃଷକ ବର୍ଗ ଏଇ ପାରମ୍ପରିକ ମାଣ୍ଡିଆ ଚାଷ ପ୍ରାୟ ବନ୍ଦ କରିଦେଇଅଛନ୍ତି ।

ତେବେ ଓଡ଼ିଶା ର ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ତଥାଗଞ୍ଜାମ ଗଜପତି ରାୟଗଡ଼ା ଆଦୀ ଜିଲ୍ଲା ଗୁଡିକରେ ଉଣା ଅଧିକେ ଏହି ମାଣ୍ଡିଆ ଚାଷ ହେଉଅଛି ।

ତେବେ ଭାରତ ର ଅଧିକାଂଶ ଅଁଚଳରେ ଏହି ପାଦପ ଟିର ପତ୍ର ଆଦି ପଶୁଚାରା ଭାବେ ବ୍ୟବହୃତ ହୋଇଥାଏ ।

ଗାଈ ଏବଂ ମଇଁଷୀ ଭଳି ଦୁଗ୍ଧ ପ୍ରଦାନକାରୀ ପଶୁ ମାନଙ୍କୁ ଗୁଁଆର ଖାଇବାକୁ ଦେଲେ ସେମାନେ ହୃଷ୍ଟପୃଷ୍ଟ ହେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ମଧ୍ୟ ହୁଏ ।

ଗୁଁଆର ରୁ ଏକପ୍ରକାର ର ଗମ୍ ମଧ୍ୟ ତିଆରି ହୋଇଥାଏ ।
ଗୁଁଆର ମଞ୍ଜି ଏବଂ ଆଳ କୁ ପିଆଜ ଛୁଁକ ଦେଇ ଖାଇଲେ ଖୁବ ସ୍ଵାଦୁ ଲାଗେ ।

ଦେଶ ର ଭିନ୍ନ ଭିନ୍ନ ଅଞ୍ଚଳ ରେ
ଏହାର ଉପଯୋଗ ସହ ନାମ ମଧ୍ୟ ଭିନ୍ନ ଭିନ୍ନ

ତେଲୁଗୁରେ ଗୋରୁ ଚିକ୍କୁଡୁ "Goruchikkudu kaya" ବା "Gokarakaya" କନ୍ନଡରେ Gorikayie ଏବଂ ତମିଲ ରେ ଗୁଁଆର କୁ କ୊ତ୍ତଵରୈକ୍କାୟ (kotthavarai) କୁହନ୍ତି ।

ଵିଶ୍ଵ ରେ ମୋଟ ଗୁଁଆର ଉତ୍ପାଦନ ର ୮୦% ଭାରତରେ ହୋଇ ଥାଏ ।
ଗୁଁଆର ଗ୍ରୀଷ୍ମଋତୁ ର ଫସଲ !
ଦକ୍ଷିଣଭାରତୀୟ ମାନେ ମୁଖ୍ୟତଃ ଏହାକୁ ପଶୁଚାରା ଭାବେ ବ୍ୟବହାର କରିଥାଅନ୍ତି
କିନ୍ତୁ ବାକୀ ଅଁଚଳ ଲୋକେ ଗୁଁଆରକୁ ଡାଲି ,ତରକାରୀ ଏବଂ ସୁପ ଆଦି ରେ ପକାଇ କରି ଖାଇବାରଦେଖାଯାଏ ।
ଏଇ ପାଦପ ର ମଞ୍ଜି ରେ ଗ୍ଲୈକ୍ଟୋମେନନ ନାମକ ଅଟାଳିଆ ଦ୍ରଵ୍ୟ ପ୍ରାପ୍ତ ହୋଇଥାଏ ।
ଲୋକେ ଗୁଁଆରରୁ ପ୍ରାପ୍ତ ଗମ୍ ର ଉପଯୋଗ ଦୂଗ୍ଧ ରୁ ତିଆରୀ ପଦାର୍ଥ ଜେମିତି କି ଆଇସକ୍ରୀମ, ପନୀର ଆଦି ରେ କରନ୍ତି ।
ଗୁଁଆର ପେସ୍ଟ ର ଔଷଧୀୟ ପ୍ରୟୋଗ ମଧ୍ୟଁ କରାଯାଏ !
ଗୁଁଆର ମଞ୍ଜି ପାଚିଲେ ମିଠାଅନ୍ୟଥା କଞ୍ଚାଳିଆ ମଞ୍ଜି ଫିକା ସ୍ଵାଦଯୁକ୍ତ !
ଏହା ଗୁରୁପାକ । ଗୁଁଆର ଭୋଜନ ରେ ଅରୁଚୀ ଦୂର କରେ !ଭୋକ ବଢ଼ାଏମାଂସପେଶୀ ଗୁଡ଼ିକୁ ମଜବୁତ କରିଥାଏ ।
ଗୁଁଆର ମଧ୍ୟ ମଧୁମେହ କୁ ନିଯନ୍ତ୍ରଣ କରିଥାଏ

ଶୁଗର ରୋଗୀ ଙ୍କ ପାଇଁ ଲାଭଦାୟକ !
ଶରୀର ରେ ପିତ୍ତ ବଢ଼ିଥିଲେ, ଗୁଁଆର ଖାଇବା ଦ୍ଵାରା ପିତ୍ତ କମିଯାଏ ।

ଗୁଁଆର ମଞ୍ଜି କୁ ବାଟି ପାଣି ଦେଇ କଟା ଘା ଅଥଵା ପବନ ଅଟକୀ ଥିବା ଶରୀର ରେ ଲଗାଇଲେଆରାମ ମିଳେ ।

ତେବେ ଅତ୍ୟଧିକ ଏବଂ ନିୟମିତ ଗୁଁଆର ଖାଇଲେ ଏକ ପ୍ରକାର ର ମାମୁଲୀ ରୋଗ ହୋଇଥାଏ ।

ସେ ଯା ହେଉ ନା କାହିଁକି
ଗ୍ରୀଷ୍ମ ଋତୁ ର ରୌଦ୍ରତାପ ରୁ ଜୀବଙ୍କୁ କିଚ୍ଛି ପରିମାଣରେ ଶୀତଳତା ପ୍ରଦାନ ହେତୁ
ପ୍ରକୃତି ଅନେକାନେକ ଫଳ ପୁଷ୍ପ ପ୍ରଦାନ କରିଥାଏ ସେଥିମଧ୍ୟରୁଁ ଗୁଁଆର ଅନ୍ୟତମ !

ତେବେ ଏହାର ଅତ୍ୟଧିକ ସେବନ ଫଳରେ କଫ୍ ବଢ଼ିପାରେ କିନ୍ତୁ ଗୁଁଆର ଶୁଷ୍କ କ୍ଷେତ୍ରଵାସୀ ଙ୍କ ପାଇଁ ସ୍ଵାଦିଷ୍ଟ ସ୍ଵାସ୍ଥ୍ୟକର ଫସଲ ବିଶେଷ ,
ପ୍ରକୃତି ର ପ୍ରାଣୀଜଗତ କୁ ବରଦାନ !

Saturday, July 9, 2016

ତାଈପିଙ୍ଗ ବିଦ୍ରୋହ

ତାଈପିଙ୍ଗ ବିଦ୍ରୋହ
taiping-rebellion
ହଂଗ୍ ସିଉଵାଂଗ Hong Xiuquan କୁ ଅଧିକାଂଶ ଲୋକ ଜାଣି ନଥିବେ
କିନ୍ତୁ ହଂଗ୍ ସିଉଵାଂଗ ଗୋଟାଏ ସ୍ଵପ୍ନ ଦେଖିଲା
ଏବଂ ସେଇ ସ୍ଵପ୍ନ କାରଣରୁଚୀନ ଗଣରାଜ୍ୟ ର ଲକ୍ଷାଧିକ ଲୋକ ହଣାମରା ହୋଇଯାଇଥିଲେ ।

ଏମିତି କି ଏଇ ଧାର୍ମିକ ଯୁଦ୍ଧ ରେ American civil war ଠାରୁ ମଧ୍ୟ ଅଧିକ ଲୋକ ମରିଥିବା କେହି କେହି ଐତିହାସିକ ଯୁକ୍ତି କରନ୍ତି !

ସେ ସମୟେ ଚୀନରେ କ୍ଵିନ୍ (Qin) ସାମ୍ରାଜ୍ୟ ବିସ୍ତାର ଲାଭ କରିଥିଲା
କିନ୍ତୁ ଥରକୁ ଥର ଜନ ଆନ୍ଦୋଳନ
ଏବଂ ସାମାଜିକ ଅସହିଷ୍ଣୁତା
ଯୋଗୁଁ ଏଇ ସାମ୍ରାଜ୍ୟ ର ସମୂଳ ପତ୍ତନ ହୋଇଯାଇଥିଲା !

Hong Xiuquan ଜଣେ ପ୍ରୋଟେସ୍ଟାଂଡ ମିସନରୀ ଭାବେ ଚୀନ ରେ କାର୍ଯ୍ୟରତ ଥାଏ !

ଅନେକାନେକ ଖ୍ରିଷ୍ଟିଅନ ସାହିତ୍ୟ ପଢ଼ି ପଢ଼ିଶେଷରେ ସେ ପାଗଳପ୍ରାୟଃ ହୋଇଯାଇଥିଲା !

ସେ ଏତେ ମାତ୍ରା ରେ ପୁସ୍ତକ ପଢ଼ିବାରେ ନିମଜ୍ଜିତ ହୋଇଯାଇଥାଏ

ଯେ ତାକୁ ଦିନ ରାତି ଖାଦ୍ୟ ପେୟ ର ଧ୍ୟାନ ମଧ୍ୟ ରହିଲା ନାହିଁ

4 ଦିନ ପର୍ଯ୍ୟନ୍ତ ଏକ ନିବୁଜ କୋଠରୀ ରେ
ପଢ଼ି ପଢ଼ି
ଶେଷରେ ହଂଗ୍ ସିଉଵାଂଗ କୋମା ଅବସ୍ତା କୁ ପହଁଚିଗଲା !
ସେଇ ଅତି ଅବଚେତନ ଅବସ୍ଥା ରେ
ସେ ଗୋଟାଏ ସ୍ଵପ୍ନ ଦେଖିଲା

ସେ ଦିଖିଲା ଯେ ସେ ସ୍ଵର୍ଗରେ ପରମେଶ୍ଵର ଙ୍କ ନିକଟ ରେ ବିରାଜମାନ
ଈଶ୍ଵର ହଂଗ୍ ସିଉଵାଂଗ କହୁଛନ୍ତି
ତୁମେ
ଯିଶୁ ଙ୍କ ସାନ ଭାଈ ଏବଂ ଯିଶୁ ଙ୍କ ଅସମ୍ପୂର୍ଣ କାମ ତାକୁ ପୂର୍ଣ କରିବାକୁ ହେବ !
ସେ ପୁଣି ଦେଖିଲା ଜନୈକ କଳା ବସ୍ତ୍ରଧାରୀ ପୁରୁଷ ତାକୁ ସମସ୍ତ ଡେମନ୍ସ ଅର୍ଥାତ୍ ଵିଧର୍ମୀ ଙ୍କୁ ବିନାଶ କରିବାର ଆଦେଶ ଦେଉଅଛି !

ସେ ନିଜକୁ ପରମେଶ୍ଵର ଙ୍କ ଦ୍ଵିତୀୟ ପୁତ୍ର ଘୋଷଣା କଲା
ଏବଂ ତା'ର ଭାଷଣ ରେ ପ୍ରଭାବିତ ହୋଇ ଅନେକ ଚୀନୀ ଖ୍ରିଷ୍ଟଧର୍ମାବଲମ୍ଭୀ ସମର୍ଥକ ହେଲେ ।

ଚୀନ ରେ ଅନେକ ଲୋକ ତଥାପି ତାର ପାଗଳାମୀ ର ବିରୋଧ କରୁଥିଲେ !

ବିରୋଧୀ ମାନଙ୍କୁ ସେ ଡେମନ ଆଖ୍ୟା ଦେଲା
ଫଳରେ କ୍ଵିନ୍ ସାମ୍ରାଜ୍ୟ ରେ ସାମିଜିକ ବିଶୃଖଂଳା ବଢ଼ିଗଲା !
ଏଇ ଧାର୍ମିକ ଜ୍ଵର ରେ ପିଡିତ ତାର
ସମର୍ଥକ ମାନେ

ଚୀନ ରେ"ସ୍ଵର୍ଗୀୟ ରାଜ୍ୟ" ସ୍ଥାପନା ପାଇଁ ସ୍ଵପ୍ନ ଦେଖିବା ଆରମ୍ଭ କରିଦେଲେ !

ଫଳରେ ଏଭଳି ଏକ ପ୍ରଗଳ୍ଭ ବ୍ୟକ୍ତି ଯୋଗୁଁ ଧାର୍ମିକ କଳହ ବଢ଼ିଗଲା ଏବଂ ତାଇପିଂଗ ଵିଦ୍ରୋହ ର ସୂତ୍ରପାତ ହେଲା !
.

Tuesday, April 26, 2016

ଗୁଜରାଟ ରେ ନାବିକଜାତୀ

ଗୁଜରାଟ ରାଜ୍ୟ ର ପ୍ରାୟ ୧୬୦୦ କି.ମି. ଲମ୍ବା ସାଗରଉପକୂଲ ଅଚ୍ଛି ।
ସୌରାଷ୍ଟ୍ର ସଂସ୍କୃତି ଚାରି ମୁଖ୍ୟ  ସ୍ଥଂଭ ସାଗରସଂସ୍କୃତି, ଗୋପସଂସ୍କୃତି, କୃଷିସଂସ୍କୃତି ଏବଂ ଲୋକସଂସ୍କୃତି କୁ ନେଇ ସୃଷ୍ଟି ।

ଆଜି ଏଠାକାର ସାଗରସଂସ୍କୃତି ବିଷୟରେ ଚାଲ ଆଲୋଚନା କରିବା ।

ଏଠାରେ ଖାରଵା, କୋଳୀ, ମାଛୀ, ପଢାରୋ, ମାଂଗେଲା, ଢୀମର ଆଦି ଜାତିର  ଲୋକ  ସୌରାଷ୍ଟ୍ରର ସାଗର ସଂସ୍କୃତିର ବର
ବର୍ତ୍ତମାନ ଦାୟାଦ ଗଣାନ୍ତି ।

ଗୁଜରାଟରେ ଆର୍ୟ ମାନଙ୍କ ଆଗମନ ପୂର୍ଵେ ଭୀଲ, କୋଳୀ, ଆଭୀର, ପଣିଆ, ଅସୁର, ନାଗଜାତିର ଲୋକ ଏବଂ ଆଜିର ଦ୍ରଵିଡମାନଙ୍କ ପୂର୍ଵଜ ବାସ କରୁଥିଲେ ।

ନାଗଜାତି ଅସୂର ମାନଙ୍କର ଅଧିନରେ କାର୍ଯ୍ୟ କରୁଥିଲା ।
ନାଗଜାତି ର ଲୋକମାନେ ଅସୁରମାନଙ୍କ ର ନୌବାହାନ ସମ୍ଭାଳୁ ଥିଲେ ।

ପୁଣି  ଆଦି ଦ୍ରଵିଡଜାତି , କୋଳୀ, ପଣିଆ, ନାଗ ଆଦି ଏ ଅଚଁଳ ମୂଳ ନାବିକ ଜାତି  ଥିଲେ ।

ଆର୍ୟ ମାନେ ଏ ଅଚଁଳ କୁ ଦଖଲ କଲେ ସେ ସମୟେ ସେମାନେ ଦ୍ରମିଳ ଏବଂ ପଣିଆ ଜାତି ଠାରୁ ନୌବାହନ ବିଦ୍ୟା ସିଖିଥିଲେ ।

ଶ୍ରୀ ଚଂଦ୍ରଶଂକର  ତାଙ୍କ ଐତିହାସିକ ଗ୍ରନ୍ଥ ରେ ଲେଖିଛନ୍ତି

"ଵୈଦିକକାଳ ରେ ନାବିକମାନେ  ଦ୍ଵିଜଵର୍ଣରେ ଗଣା ହେଉଥିଲେ. ଗୁପ୍ତକାଳ ବାଦ ରାଜପୂତ ମାନେ ନାବିକ ନୌବାହକ ମାନଙ୍କ ଵ୍ଯଵସାଯ ସ୍ଵୀକାର କରି ଥିବେ ।  ଗୁଜରାଟ ସର୍ଵସଂଗ୍ରହ ଅନୁସାରେ ଖଲାସୀ ଦଳ ଗୁଜରାଟ ତଥା କାଠିଆବାଡରେ ରହି  ଆସିଅଛି

କୋଳି ବାଘେର କଛ୍ଛୀ ମିୟାନା ଖାରବା ଆଦି ଜାତୀ ର ଲୋକେ ପୂର୍ବେ ପଶ୍ଚିମ ଭାରତର ମୂଖ୍ୟ ନୌଯାନ କୁଶଳୀ ଜାତୀ ଥିଲେ ........

ବାସ୍ତୁବାଦୀ ସକାରାତ୍ମକତା

ବେଳେବେଳେ କାହିଁକି କେଜାଣି ମନଟା ମୋର ଭାରୀ ପିଲାଳିଆମୀ କରିବାକୁ ଅଝଟ କରେ

କିନ୍ତୁ ଯେହେତୁ ବର୍ତ୍ତମାନ ମୁଁ ଯୁବକ

ମୁଁ ମୋ ମନର କଥା ଆଉ ବ୍ୟଥା କୁ ଲୁଚେଇବାରେ ଲାଗିଯାଏ ।

ମନ ରେ ହଜାର ଆଶା ଏବଂ ଉନ୍ମାଦନା ମଧ୍ୟରେ କେତେବେଳେ ଯେ ସୁଖର ଦିନ ଗୁଡ଼କ ବିତିଯାଉଛି ଜାଣିହେଉନି ।

ତେବେ ନିଜକୁ ବଦଳାଈବାର ଜିଦ ହିଁ ମଣିଷ କୁ ଦୂର୍ଗତି ରୁ ସଦ୍ଗତି ଆଡ଼କୁ ବାଟ କଢ଼ାଏ ।

ଯିଏ ସମୟ ର ଇଶାରା କୁ ବୁଝି ସେହି
ହିସାବରେ ସମୟ ଥାଊଁ ଥାଊଁ ନିଜର ସମସ୍ତ ନ ହେଲେ ବି କିଛି ଟା ଆଶା ପୁରୁଣ କରି ସମାଜ ରେ ପ୍ରତିଷ୍ଠିତ ହୋଇଯାଏ ଆଜିର #ଵସ୍ତୁଵାଦୀ ସମାଜ ତାର ନିଶ୍ଚୟଁ ଆଦର କରେ ।

ତେଣୁ ମୁଁ ମଧ୍ୟ ଆଗକୁ ଉଦାସୀନ ନହୋଇ ସକାରାତ୍ମକ ଜୀଵନ ଆଡ଼କୁ ଆଗେଇ ଯିବାକୁ ଚାହୁଁଛି ।

ମାନବ ସମାଜ ମଧ୍ୟରେ ନଥିଲେ ହୁଏତ ଏହି #ଉଦାସୀନତା ଖୁବ କାମରେ ଆସିଥାଅନ୍ତା କିନ୍ତୁ ନଶ୍ଵର ମୋହମାୟା ରେ ବଂଧା ଏଇ ଦୁନିଆ କୁ ଉଦାସୀନତା କେବେ ବି ଭଲଲାଗେନା  ।

ଏଠି ତେଣୁ ଧନପାଗଳ ମାନପାଗଳ ନାରୀପାଗଳ ମାନଙ୍କର ପୂଜା ହୁଏ #ନଶ୍ଵରଵାଦ କୁ ହିଁ ଧର୍ମ ମାନା
ଯାଏ ।

କ୍ଷଣିକ ଏବଂ। ଚିରସ୍ଥାଈ

ପ୍ରେମ କ୍ଷଣିକ ,
ମିତ୍ରତା ଚିରସ୍ଥାଇ ।।

ହାସ ପରିହାସ କ୍ଷଣିକ ,
ହାସ୍ୟବୃତ୍ତି ଚିରସ୍ଥାଈ ।।

ଭାବୁକତା କ୍ଷଣିକ  ,
ଭାବନା ଚିରସ୍ଥାଇ ।।

ଉତ୍ତେଜନା କ୍ଷଣିକ ,
ସମ୍ବେଦନା ଚିରସ୍ଥାଇ ।।

ମାନବ କ୍ଷଣିକ,
ମାନବିକତା ଚିରସ୍ଥାଇ  |||

Saturday, April 9, 2016

ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ପାଇଁ କିଏ ଦାୟୀ ?

ଇଂରେଜ ମାନେ 200 ବର୍ଷ କାଳ ଭାରତ ରେ ରାଜତ୍ଵ କରିଥିଲାବେଳେସମଗ୍ର ଭାରତ ବିଶେଷ କରି ଉତ୍ତରଭାରତ ରେ ବିକାଶ ଗତି ତ୍ଵରାନ୍ଵିତ ହୋଇଥିଲା ।

ତେବେ ବିଦ୍ରୋହୀ ଓଡ଼ିଆ ଜାତିର1780 ରୁ 1890 ଯାଏଁ
ଇଂରେଜ ସରକାର ବିରୋଧରେ ବିଦ୍ରୋହ ଫଳରେ ଗୋରା ସାହେବ ତଥା ତାଙ୍କ ଗୋଡ଼ଚଟା କଳା ସାହେବ ମାନଙ୍କୁ ଓଡ଼ିଆ ଜାତି ଚକ୍ଷୁଶୂଳ ହେବାରେ ଲାଗିଲା ।

1900 ମସିହା ଯାଏଁଓଡ଼ିଆ ଲୋକେ ବଡ଼ ଡଙ୍ଗା କି ଷ୍ଟିମୋର ରେ କଲିକତା ଯାଉଥିଲେ ।
ଓଡ଼ିଶା କୁ ରେଳପଥ ଟିଏ ବିଛେଇବାକୁ ଇଂରେଜ ମାନଙ୍କୁ ଦିର୍ଘ 100 ବର୍ଷ ଲାଗିଯାଇଥିଲା !
ଓଡ଼ିଆ ଜାତିର ଲଢ଼ୁଆ ବୀର ପାଇକ ମାନଙ୍କ ଶକ୍ତି ଆଗରେଦିନେ ସମସ୍ତ ମହାଭାରତୀୟ ଜାତିନତମସ୍ତକ , ପରିଚିତ ଥିଲା
କିନ୍ତୁ ଗୋରାସାହେବଙ୍କ ଅମଳରେ
ଇଂରେଜ ସାବତବାପ ର ପରୋଚନା ରେ
ଆମ ପଡ଼ୋଶୀ ଭାଈମାନେ ଆମ ବାପ ଜେଜେବାପଙ୍କୁ ଯେଉଁ ହଟହଟା କରିଥିଲେ
ତାର ବର୍ତମାନ କୁଫଳ ଆମେ ମାନେ ଭୋଗ କରୁଅଛେ !
ଓଡ଼ିଶାରେମରାଠୀ ରାଜତ୍ଵକାଳ ରୁ ଦିର୍ଘଦିନ ଧରି ଅବହେଳା ଯୋଗୁଁ କୋଣାର୍କ ମନ୍ଦିର ଭାଙ୍ଗିଛି !
ପୁଣି ଇଂରେଜ ଅମଳରେ 1840 ରେ ମୁଖ୍ୟ ମନ୍ଦିର ସୁନାମୀ ଯୋଗୁଁ ଭାଙ୍ଗିଥିବାର କୁହାଯାଏ ।
ଏ ମନ୍ଦିର ଠାବକଲାପରେ କୋଣାର୍କ ମନ୍ଦିର ରୁ ଦଶ ଅବତାର ମୂର୍ତି ଇଂଲଣ୍ଡ ନେବାକୁ ଚୈଷ୍ଟା କରି ଇଂରେଜମାନେ କେମିତି ନିଷ୍ଫଳ ଅପମାନିତ ହୋଇଯାଇଥିଲେ ତାହା ଆଜି ଇତିହାସ !

ସ୍ଵାଧୀନତା ପରେ ମଧ୍ୟ ଓଡ଼ିଆ ମାନଙ୍କୁ ସର୍ବ ଭାରତୀୟ ସ୍ଥର ରେ ଅନେକବାର ହତାଦର କରାଯାଇ ଅଛି !
ଟଙ୍କାଏ ଅନୁଦାନଘୋଷଣା କରି ବର୍ତ୍ତମାନ କେନ୍ଦ୍ର ସରକାର ର ଓଡ଼ିଶା କୁ ଚାରଣା ଦେବା ଟା ଠିକ ସେଇଭଳିଆ କଥା !

ତେବେ ଏଠାରେ ପ୍ରଶ୍ନ ଉଠୁଛି କେତେଦିନ ଓଡ଼ିଆ ମାନେ ସବୁଠୁଁ ମହାନ ଜଗନ୍ନାଥ ସଂସ୍କୃତି ର ଦାୟାଦ ହୋଇମଧ୍ୟ ଏଇଭଳି ଅପମାନ ର ଶିକାର ହେଉଥିବେ ?
ଉତ୍ତର ଟା ଖୁବ ସରଳ

ଯେତେଦିନ ଯାଏଁ ସ୍ଵୟଂ ଓଡ଼ିଆ
ସ୍ଵମାତୃଭୂମି ର ଇତିହାସ ନଜାଣି
ନିଜ ଜାତି କୁ ତା'ର ବର୍ତ୍ତମାନ ଦୂର୍ଗତି ପାଇଁ ଦୋଷ ଦେଉଥିବ
ସେତେଦିନ ଯାଏଁ ସେ ଏବଂ ତାହାର ଭାଈ ମାନେ ସର୍ବ ଭାରତୀୟ ସ୍ତର ରେ ଏଇଭଳି ଅବହେଳିତ ହେଉଥିବେ !