Wednesday, May 30, 2018

ଆଳସ୍ଯ ଭକ୍ତ—ଗୁଲାବ ରାୟ

ହିନ୍ଦୀରେ ଏକ ପ୍ରଶିଦ୍ଧ ଲୋକୋକ୍ତି ଅଛି
“ଅଜଗର କରେ ନି ଚାକିରୀ,
ପକ୍ଷୀ କରେନି କାମ ।।
ଦାସ ମଲୁଖା କହିଗଲେ
ସଭିଙ୍କ ଦାତା ରାମ ।।”

ସାଧୁ !
ମନୁଷ୍ୟ ଶରୀର ଆଳସ୍ୟ ପାଇଁ ହିଁ ତିଆରି ହୋଇଛି । ଯଦି ଏମନ୍ତ ହୋଇନଥାନ୍ତା ତେବେ ମାନବ-ଶିଶୁ ମଧ୍ଯ ଜନ୍ମ ହେବା ମାତ୍ରେ ମୃଗଶାଵକ ପରି ଡିଁଆକୁଦା ଆରମ୍ଭ କରିଦିଅନ୍ତା,କିନ୍ତୁ ପ୍ରକୃତି ର ଶିକ୍ଷା କୁ ଆଜି ମାନୁଛି କିଏ । ନୂଆ ନୂଆ ଆଵଶ୍ୟକତା ବଢାଇ କରି ମଣିଷ ନିଜ ଜୀଵନକୁ ଆଜି ଅସ୍ଵାଭାଵିକ କରିସାରିଛି । ମନୁଷ୍ୟ କୁ ହିଁ ଈଶ୍ଵର ପୂର୍ଣ୍ଣ ଆରାମ ପାଇଁ ଗଢିଛନ୍ତି । ଅନ୍ୟ ଜୀଵଙ୍କର ଓ ମଣିଷ ର ଶୟନ ଵିଷୟରେ ଥରେ ଭାବନ୍ତୁ ତ ! ହାୟେ ! ଧନ୍ୟ ସେ ଈଶ୍ୱର ଯିଏ ମଣିଷଙ୍କୁ ଖଟ ଉପରେ ପିଠିକରି  ଶୋଇପାରିବାର ଯୋଗ୍ୟତା ଦେଇଅଛନ୍ତି କିନ୍ତୁ ଅନ୍ୟ ଅଧିକାଂଶ ଜୀବଙ୍କୁ ଭଲରେ ଦେଖନ୍ତୁ ସେମାନଙ୍କୁ ଆପଣ ପେଟେଇ ଶୋଇବାର ହିଁ ଦେଖିବାକୁ ପାଇବେ । ମନୁଷ୍ୟ ଚାହିଁଲେ ଯେତେ ପେଟ ଫଟେଇ ଖାଇଲେ ଵି ତା’ର ଚିନ୍ତା ନାହିଁ । ସେ ତ ପିଠି ବଳରେ ଆରାମ ରେ ଶୋଇଯାଇପାରେ । ଈଶ୍ୱର ମନୁଷ୍ୟ ମାନଙ୍କ ପାଇଁ ବହୁ ପୂର୍ବରୁ ଆରାମର ଵ୍ୟଵସ୍ଥା କରିସାରିଛନ୍ତି କିନ୍ତୁ ମଣିଷ ମାନେ କେବେ ବି ଏହାର ପୂର୍ଣ୍ଣ ଉପଯୋଗ କରୁନାହାନ୍ତି ।
ନିଦ୍ରା ର ସୁଖ ସମାଧି ସଖଠାରୁ ମଧ୍ଯ ଉଚ୍ଚତର ତେବେ ଲୋକେ ଏ ସୁଖ ଅନୁଭବ କରିବା କ୍ଷେତ୍ରରେ ବାଧାବିଘ୍ନ ଉପୁଜାନ୍ତି । କୁହନ୍ତି ସଖାଳୁ ଉଠ,କାହିଁକି ନା ପକ୍ଷୀ ଆଉ ଜୀବ ସକାଳୁ ଉଠନ୍ତି କିନ୍ତୁ ସେମାନେ ଭୂଲିଯାନ୍ତି ଯେ ଆମେ ମନୁଷ୍ୟ ସେମାନେ ପଶୁ ଅଟନ୍ତି....
କଣ୍ ଆମର ଏତିକି ଵି ଵିଶେଷତା ନାହିଁ ଯେ ସୁଖ ର ନିଦ୍ରା ଶୋଇପାରିବା .....!
କାହିଁ ଶଯ୍ୟାର ସ୍ଵର୍ଗୀୟ ସୁଖ ଆଉ କାହିଁ ବାହାରର ଖରା ଉଷୁମ ପଵନ ଏଵଂ ଅସହ୍ୟ କଷ୍ଟ ? ଏହି ଵିଷୟରେ ନିର୍ଦ୍ଦୟୀ ସମାଜ କାହିଁକି ଚିନ୍ତାକରେନି ? ଯଦି ତାଙ୍କ ଭାଗ୍ୟରେ ଶୟନସୁଖ ନାହିଁ ତାହେଲେ କ’ଣ ଅନ୍ୟ ମାନଙ୍କୁ ଵି ନିଦ୍ରାରୁ ବଞ୍ଚିତ କରି ମାରିବେ ?
ଗୋଟାଏ ପଟେ କିଛି ଲୋକ ସୁଖନିଦ୍ରା ପାଇଁ ସହସ୍ର ସହସ୍ର ଟଙ୍କା ପାଣି ପରି ବହାଇ ଦିଅନ୍ତି କିନ୍ତୁ ଏ ଅଵୈତନିକ ଉପଦେଶକ ଲୋକ ସ୍ଵାଭାଵିକ ନିଦ୍ରାକୁ ଆଳସ୍ୟ ଓ ଦରିଦ୍ରତାର ଚିହ୍ନ ବୋଲି ପ୍ରଚାର କରନ୍ତି ।
ଲୋକେ କୁହନ୍ତି ଅଳସୁଆଙ୍କ ଦ୍ଵାରା ସଂସାର ର କିଛି ଵି ଲାଭ ହୁଏନାହିଁ କିନ୍ତୁ ମୁଁ କହିବି ଯଦି ମନୁଷ୍ୟ ମଧ୍ୟରେ ଆଳସ୍ୟ ନଥାନ୍ତା ତେବେ ଆଜି ତା’ର ଏ ଵାସ୍ତୁଵାଦୀ ଉନ୍ନତି କେବେଵି ସମ୍ଭବପର ହୋଇପାରିନଥାନ୍ତା ।
ଆଳସ୍ୟ ଯୋଗୁଁ ହିଁ ମଣିଷ ଖଟ ଠାରୁ ଗାଡି଼ ଯାଏଁ ସମସ୍ତ ସୁଖସୁଵିଧାର ଵସ୍ତୁ ସୃଷ୍ଟି ହୋଇନଥାନ୍ତା ଅଉ ମଣିଷ ତା ପ୍ରାଚୀନ ପୂର୍ଵଜଙ୍କ ପରି କା ଏ ଗଛରୁ ସେ ଗଛ ଡେଇଁ ବୁଲୁଥାନ୍ତା । ମନୁଷ୍ୟ ଆଳସ୍ୟର ପୂଜକ ଥିଲା ତେଣୁ ତାକୁ ଆଉ ଗଛରୁ ଗଛକୁ ଡେଇଁବାକୁ ହେଉନାହିଁ ଵରଂ ସେ ଲୋଡ଼ା ପଡି଼ଲେ  ପକ୍ଷୀ ଭଳି ଆକାଶରେ ଉଡୁଛି ନହେଲେ ମାଛ ପରି ପାଣିରେ ପହଁରି ପାରୁଛି । ଆଳସ୍ୟ ପାଇଁ ହିଁ ଟେଲିଫୋନ ଠାରୁ ଟିଭି ,ରେଡ଼ିଓ ମୋବାଇଲ ଯାଏଁ ସମସ୍ତ ଆଧୁନିକ ଵୈଷୟିକ ଵସ୍ତୁ ର ଆଵିଷ୍କାର ହୋଇପାରିଛି । ଇଂରାଜୀ ରେ କୁହନ୍ତି “Necessity is the mother of invention” ଅର୍ଥାତ “ଆଵଶ୍ୟକତା ଆଵିଷ୍କାର ର ଜନନୀ” କିନ୍ତୁ ବହୁତ ଲୋକ ବୋଧହୁଏ ଜାଣିନଥିବେ ଯେ ଆଵଶ୍ୟକତା ଆଳସ୍ୟର ଆତ୍ମଜା ଅଟଇ....
କାରଣ ଆଳସ୍ୟରେ ହିଁ ଆଵଶ୍ୟକତାର ଉଦୟ ହୋଇଥାଏ । ଯଦି ଆପଣ ସ୍ଵୟଂ ଯାଇ ନିଜ ମିତ୍ର ସହିତ କଥା ହେଉଥାନ୍ତେ ତେବେ ଟେଲିଫୋନ ର ଆଵଶ୍ୟକତା କଣ୍ ରହିଯାନ୍ତା ? ନିଜେ ଗୀତ ଗାଇପାରୁଥିଲେ ନାଚିପାରୁଥିଲେ ନିଜର ମନୋରଞ୍ଜନ ସ୍ଵୟଂ କରିପାରୁଥିଲେ ଟିଭି ରେଡ଼ିଓ ର ଆଵଶ୍ୟକତା ପଡନ୍ତା କି ?
ଯଦି ମନୁଷ୍ୟ ନିଜ ହାତରେ କାମକରିବାକୁ ନେଇ  ଆଳସ୍ୟ  ନକରିଥାନ୍ତା ତେବେ କଣ୍ ଏତେ ସବୁ ଯନ୍ତ୍ରପାତି ଓ କଳକବଜ୍ଜା ଗଢି ଉଠିଥାନ୍ତା ?
ସଂସାରର ବଡ଼ ବଡ଼ ଆଵିଷ୍କାର ଅଳସ୍ୟତାରେ ହିଁ ହୋଇଅଛି । ଵାଷ୍ପଶକ୍ତିକୁ ନେଇ ଯନ୍ତ୍ର ଆଵିଷ୍କାର କରିଥିବା ଵାଟ୍ ମହାଶୟଙ୍କର ସେତେବେଳେ ହିଁ ଏ ଜ୍ଞାନ ଉଦୟ ହୋଇପାରିଥିଲା ଯେତେବେଳେ ସେ ସାଙ୍ଗ ମାନଙ୍କ ସହିତ ଅଦରକାରୀ ଖଟି ଓ ମଜା ମସ୍ତି ରେ ନିମଜ୍ଜିତ ରହୁଥିଲେ । ନ୍ୟୁଟନଙ୍କୁ ତାଙ୍କର ଗୁରୁତ୍ଵାକର୍ଷଣ ସିଦ୍ଧାନ୍ତ ମଧ୍ଯ ନିତାନ୍ତ ଵେକାରୀ କାଳରେ ମିଳିଥିଲା । ଵିଶ୍ଵର ବଡ଼ ବଡ଼ କଳ୍ପନା ସେଇମାନେ ହିଁ କରିଛନ୍ତି ଯେଉଁ ମାନେ ଖଟ ଉପରେ ପଡି଼ ପଡି଼ ଆପଣା ଜୀଵନର ଲକ୍ଷ୍ୟ ପୂରଣ କରିଥିଲେ । ଅସ୍ତୁ,ସଂସାରର ଲାଭ ହେଉ ଅବା ହାନୀ ଆଳସ୍ୟ ପୂଜକ ମାନଙ୍କୁ ସେଥିରୁ କଣ୍ ମିଳିବ ? ଏ ତ ସାଂସାରିକ ଲୋକଙ୍କ ସନ୍ତୋଷ ପାଇଁ କହିଦିଆଗଲା ଯେ ଦେଖ ଆଳସ୍ୟ ର ମହିମା କେତେ ନହେଲେ ଆଳସ୍ୟ ପୂଜକଙ୍କର ନିଜ କାର୍ଯ୍ୟସିଦ୍ଧିରେ ହିଁ ସୁଖ ମିଳି ଥାଏ । ଯଦି ଅଳସୁଆ ସୁଖି ହେବେ ତ ସଂସାର ସୁଖି ହେବ । ସେଇଥିପାଇଁ ତ କୁହାଯାଇଛି
“ଆପେ ବଞ୍ଚିଲେ ବାପର ନାଆଁ”
ସୁଖର ସଂପୂର୍ଣ୍ଣ ସିଦ୍ଧାନ୍ତ ଆପଣ ଵେଦରୁ ପାଇପାରିବେ । ସେହି ସୁଖର ଆଦର୍ଶ ହେଲା ଦରକାର ନଥିଲେ ଆଖି ପଲକ ପକେଇବା ମଧ୍ଯ ବହୁତ ବଡ଼ ପାପ । 
ଅଷ୍ଟଵକ୍ର ଗୀତାରେ କୁହାଯାଇଛି
“ଵ୍ୟାପାରେ ଖିଦ୍ଯତେ ଯସ୍ତୁ ନିମେଷୋଯୋରପିଃ
ତସ୍ୟାଳସ୍ୟଧୁରୀଣସ୍ୟ ସୁଖ ନାନ୍ୟସ୍ୟ କଶ୍ଚିତ୍”
(ଷୋଡ଼ଶ ପ୍ରକରଣ,ଶ୍ଲୋକ-୪)
ଅର୍ଥାତ୍ ଯେଉଁ ପୁରୁଷ ନେତ୍ରର ନିମେଷ-ଉନ୍ମେଷ ର ଵ୍ୟାପାର(ନେତ୍ର ଖୋଲିବା ବନ୍ଦ କରିବା) କୁ ହିଁ ପରିଶ୍ରମ ମନେ କରି ଦୁଃଖିତ ହୋଇଥାଏ ସେହି ପରମ ଅଳସୁଆ ନିଷ୍କ୍ରିୟ ପୁରୁଷକୁ ହିଁ ପରମ ସୁଖ ମିଳିଥାଏ,ଅନ୍ୟ କାହାକୁ ନୁହେଁ ।

ଲୋକ କୁହନ୍ତି ଏଭଳି ଆଳସ୍ୟ ସିଦ୍ଧାନ୍ତ ଯୋଗୁଁ ହିଁ ଭାରତଵର୍ଷ ର ନାଶ ହୋଇଗଲା କିନ୍ତୁ ସେମାନେ ଏକଥା ଜାଣିନାହାନ୍ତି ଯେ ଭାରତର ନାଶ ଏଇଥିପାଇଁ ହୋଇନାହିଁ କି ଏଠାରେ ଅଳସୁଆ ଓ ତତ୍ ସମ୍ଵନ୍ଧୀୟ ସିଦ୍ଧାନ୍ତ ଚଳୁଅଛି । ଏ ଦାଶର ପରମ ଦୂର୍ଗତି ହୋଇଛି ଏହି ସବୁ ସିଦ୍ଧାନ୍ତ ଗୁଡିକ ର ପ୍ରଚାର ପ୍ରସାର ଅନ୍ୟ ଦେଶରେ କୁଣ୍ଠାଵଶତଃ ନକରାଯିବା ହେତୁ ....
ଚିନ୍ତାକରନ୍ତୁ ଯଦି ଏସବୁ ସିଦ୍ଧାନ୍ତ ର ପ୍ରଚାର ଆମ ପୂର୍ବଜ ଅନ୍ୟ ଦେଶ ମାନଙ୍କରେ କରିଥାଅନ୍ତେ ତାହେଲେ କ’ଣ ବାହର ଦେଶର ଲୋକ ସ୍ଵ ସ୍ଵ ଖଟ-ପଲଙ୍କରେ ଆଳସ୍ୟର ସୁଖକୁ ପରିତ୍ୟାଗ କରି ଆମ ଦେଶ ଉପରେ ଆକ୍ରମଣ କରିଥାନ୍ତେ ?
ଯଦି ହାତ ଗୋଡ଼ ନ ହଲେଇ ଵି କେବଳ ଶୋଇ ରହିବାରେ ପରମ ସୁଖ ମିଳିପାରୁଛି
ତେବେ ଏତେ କଷ୍ଟ ଉଠେଇବାର ଆଵଶ୍ୟକତା ହିଁ କ’ଣ ରହିଯାଉଛି ।

ଵିଚରା ଅର୍ଜୁନ ଠିକ୍ ହିଁ କହୁଥିଲେ ଯେ  ଯୁଦ୍ଧ ଦ୍ଵାରା ରକ୍ତ-ରଞ୍ଜିତ ରାଜ୍ଯକୁ ପ୍ରାପ୍ତ କରି ମୁଁ ଅଶ୍ରେୟଭୋଗୀ ହେଵାକୁ ଚାହେଁ ନାହିଁ।
ସେ ଵାସ୍ତଵରେ  ଆରାମରେ ଘରେ ବସିଯିଵାକୁ  ଚାହୁଁଥିଲେ, କିନ୍ତୁ ଶେଷକୁ ସେ ବି ଶ୍ରୀକୃଷ୍ଣଙ୍କ କଥାରେ ଫସିଗଲେ ଏଵଂ  'ଯଶୋ ଲଭସ୍ଵ' ଆଗରେ ହାରମାନିଵାକୁ ଵାଧ୍ୟ ହୋଇଥିଲେ ।  ଫଳ କଅଣ ହେଲା ନା ଵଂଶଟା ସମୂଳେ ନାଶ ହୋଇ ଗଲା। ଏହି ଯୁଦ୍ଧରୁ ଶ୍ରୀକୃଷ୍ଣ ଭଗଵାନଙ୍କୁ ବି କି ଫଳ ମିଳିଲା ? ତାଙ୍କ ବଂଶର ବି ପରଵର୍ତ୍ତୀ  ପରଵର୍ତ୍ତୀ ଗୃହଯୁଦ୍ଧରେ ନାଶ ହୋଇଯାଇଥିଲା ।
ମହାଭାରତରେ କୁହାଯାଇଛି
“ଦୁଃଖାଦୁଦ୍ଵିଜତେ ସର୍ଵଃ ସୁଖଂ ସର୍ଵସ୍ଯ ଚେପ୍ସିତମ୍।”
ଅର୍ଥାତ ଦୁଃଖଠୁଁ ସଭିଏଁ ଦୂରକୁ ଯିଵାକୁ ଚାହିଁଯାନ୍ତି ଏଵଂ ସୁଖ ସମସ୍ତଙ୍କୁ ଲୋଡ଼ା ପଡ଼ିଥାଏ ।  ଆମେ ବି ଏହି ସ୍ଵାଭାଵିକ ନିୟମର ପାଳନ କରୁଅଛୁ । ଏହ ସିଦ୍ଧାନ୍ତଗୁଡି଼କରୁ ଆପଣ ବୁଝିସାରିଥିଵେ ଯେ ସଂସାରରେ  ଆଳସ୍ଯ ମହତ୍ତ୍ଵ କେତେ ।  ଏଥିରୁ ସଂସାରର କ'ଣ ଵା ହାନି ହେଵାର ଅଛି ?

ପୂର୍ଣତଃ ସଫଳ ହେଲି ନାହିଁ, ଏଥିରେ ମୋର କିଛି ବି ଦୋଷ ନହିଁ । ଏଥିପାଇଁ ସଂସାର ହିଁ ଦାୟୀ; କାହିଁକି ନା ଏହି ସିଦ୍ଧାନ୍ତଗୁଡି଼କ ହେତୁ ସଂସାର ଏଵେ ବି ପରିପକ୍ଵ ହୋଇନାହିଁ।

ଅସ୍ତୁ, ଵର୍ତ୍ତମାନ ଅଵସ୍ଥାରେ ବିନା ଉଦ୍ଯୋଗରେ ବି ବହୁତ  ସୁଖ ମିଳି ପାରଇ । ତେଵେ ଉଦ୍ଯୋଗ କରି  ସୁଖ ପ୍ରାପ୍ତ କରିନେଲେ ତ କୋଉ ବଡ଼ କାମଟେ କରିପକାଇଲେ କି ?

ଧନ୍ଯ  ତିବ୍ବତର ଲୋକେ, ତାଙ୍କୁ  ସ୍ନାହାନ କରିଵାର କଷ୍ଟ ବି କରିଵାକୁ  ପଡ଼ିନଥାଏ ।  କେଜାଣି କାହିଁକି ଈଶ୍ଵର ମୋହର ଜନ୍ମ ସେଠାରେ କରେଇ ନାହାନ୍ତି ? ତିବ୍ବତର ପ୍ରାଚୀନ ନାମ ତ୍ରିଵିଷ୍ଟପ ଥିଲା। ବୋଧହୁଏ ଏହି ସୁଖ ଯୋଗୁଁ ସେ ସ୍ଥାନ ବୈକୁଣ୍ଠ ବୋଲାଏ । ବୈକୁଣ୍ଠଧାମ ପ୍ରାପ୍ତ କରିଵାକୁ ଲୋକେ ଏତେ କାହିଁକି ଇଛା କରନ୍ତି, କାରଣ ସେଠି  ଆଲସ୍ଯ-ଧର୍ମର ପୂର୍ଣତଃ ପାଳନ ହୋଇପାରେ ।

ସେଠାରେ କୌଣସି କୃଷ୍ଟି କରିଵାକୁ ପଡ଼େ ନାହିଁ । କାମଧେନୁ ଓ କଳ୍ପଵୃକ୍ଷକୁ ଈଶ୍ଵର  ଆମପାଇଁ ହିଁ ସୃଷ୍ଟି କରିଅଛନ୍ତି । ଆଜିକାଲିର କଳିଯୁଗରଜ ଆହୁରି ସୁଵିଧା ହୋଇ ଗଲାଣି । ଏଵେ ସ୍ଵର୍ଗ ଯାଏଁ ଯିଵାକୁ କଷ୍ଟ କରିଵାର ମଧ୍ୟ ଆଵଶ୍ଯକତା ରହିଯାଇନାହିଁ।
କଳ୍ପଵୃକ୍ଷ ବିଜୁଲିର ବୋତାମ ରୂପରେ
ମହୀତଳେ  ଅଵତରିତ ହୋଇଯାଇଛି । ବୋତାମ ଟିପିଲେ  ପଙ୍ଖା ଚଳିଵାକୁ ଲାଗେ, ଝାଡ଼ୁ ବି ଆପଣାଛାଏଁ ଲାଗିଯିଵାର ଯନ୍ତ୍ର ଆସିଗଲାଣି, ଏମିତି କି ରନ୍ଧାଖାଦ୍ଯ ମଧ୍ଯ ଯେଵେ ଇଛା କର ହାତପାହାନ୍ତାରେ ମିଳିଯାଉଛି । ବିନା ପରିଶ୍ରମରେ ଚାରି ପାଞ୍ଚ ମହଲା ଉପରକୁ ଲିଫ୍ଟରେ ପହଞ୍ଚି ପାରୁଛନ୍ତି । ଏ ସବୁ ଆଲସ୍ଯର  ଆଵଶ୍ଯକତାକୁ ହିଁ ପୂର୍ଣ୍ଣ କରିଵା ହେତୁରୁ ସଂସାରରେ ଉନ୍ନତିର କ୍ରମ ଚଳୁଅଛି । ତେଣୁ ଏହି ଵାସ୍ତୁଵାଦୀ
ଉନ୍ନତିର ଗୌରଵ ଗାଉଥିଵା ଲୋକଙ୍କୁ
ଆମ୍ଭ ଅଳସୁଆଙ୍କ ପ୍ରତି କୃତଜ୍ଞ ହେଵାକଥା ।

ପ୍ରୋକ୍ତ କଥନରୁ ଏହା ହିଁ ପ୍ରମାଣିତ ହେଉଛି ଯେ ସଂସାରରେ ଆଳସ୍ଯର କେତେ ବଡ଼ ମହତ୍ତ୍ଵ ରହିଛି ।

“କର ଏତେ ଅଳସ ଯେ
ଆଳସ୍ୟକୁ ଵି ଅଳସ ଲାଗୁ ।

ନ ଦିଅ ଦେହକୁ କଷ୍ଟ ଯେ
ଶରୀର ଏ ପୀଡା଼ ଭୋଗୁ ।।

କାଇଲା ହେବ କି ଦିନ ରାତି
ଗୋଧ ପରି ଖଟି ଖଟି ।

ଏତେ ଦୌଡ଼ି କି ଲାଭ ଯଦି
ସୁଖେ କାଳ ନପାରେ କଟି ।।

ଶୋଇଲା ଲୋକ କୁ ଉଠେଇ
କିମ୍ପା କର ତାଙ୍କୁ ହଇରାଣ ।

ଶୋଇଥାଏ ବାବୁ ହେ
ସ୍ଵପ୍ନ ଦେଖୁଥାଉ ତା'ର ମନ ।।

ଆଜି ସ୍ଵପ୍ନ ଦେଖିଥିଲେ
କାଲି ତା’ ସତ କରିବାକୁ ଲାଗିବ ।

ତେବେ ଯାଇ ଦେଶ ମୋର ତୋର
ଵିକାଶିତ ହୋଇ ପାରିବ ।।

ଶୋଇଲା ଲୋକ ନୁହଁଇ ଅଳସୁଆ
କର ନାହିଁ ଏତେ ନିନ୍ଦା ।

ଯୋଗ ମଧ୍ୟେଁ ଶ୍ରେଷ୍ଠ ଅଟେ
ଜଗତରେ ଏକା ନିଦ୍ରା ।।

ଶୋଉଛନ୍ତି ସର୍ଵ ଜୀବ
ଯାଗେ ନା କେ ସଦା ବେଳେ ।

କର୍ମ ବେଳେ କର୍ମ କରି
ଶୋଇ ଯାଆନ୍ତି ରାତ୍ରି କାଳେ ।।

ତୁମ୍ଭେ କିମ୍ପା ଦିନ ରାତି
ଖଟ ଏତେ ମୂଢ଼ ବୁଦ୍ଧି କରି ।

ଶୋଇବାକୁ ଦେଇଛି ପିଠି ପରା
ତୋତେ ଏକା ନରହରି ।।

ଦେଖ ଦେଖ ଜଗତରେ
ଯେତେ ଜୀବଙ୍କ ଶୟନକୁ ଥରେ ।

ପଶୁପକ୍ଷୀ ପ୍ରାୟ ଶୋଇ ଥାନ୍ତି
ଆପଣାର ପେଟ ବଳେ ।।

ଆଳସ୍ୟ ପୂଜକେ କିମ୍ପାଇଁ
ଅସୂୟା ତେବେ ଶୟନକୁ ।

ଧନ୍ୟବାଦ ଦେଇ ଝଟ୍ ଶୁଅ ସବୁ
ସେଇ ଚକାନୟନକୁ ।।”

(ପ୍ରଶିଦ୍ଧ  ହିନ୍ଦୀ ଵ୍ଯଙ୍ଗକାର “ଗୁଲାବ ରାୟ”ଙ୍କ  ଵ୍ଯଙ୍ଗ “ଆଲସ୍ଯ ଭକ୍ତ” ର ଓଡ଼ିଆ ଭାଵାନୁଵାଦ ।)

Tuesday, May 29, 2018

●ଲାଓଜୁନ୍ ପର୍ଵତ ●

ପୃଥିବୀର ସବୁଠାରୁ ଵିପଦଜନକ କ୍ୟାମ୍ପସାଇଟ ଲାଉଜୁନ୍ ପର୍ଵତ(The Laojun Mountain) ରେ ଏଵଂ ଏହା ଯେକୌଣସି କଠୋର ହୃଦୟ ବ୍ୟକ୍ତି କୁ ମଧ୍ଯ ଭୟଭୀତ କରିପାରେ ।

ଲାଉଜୁନ୍ ପର୍ଵତ ଚୀନର ହାନାନ୍ ଅଞ୍ଚଳରେ ଅଵସ୍ଥିତ । ଏଠାରେ ଗ୍ରୀଷ୍ମକାଳୀନ କ୍ୟାମ୍ପିଙ୍ଗ ହୋଇଥାଏ । ଆଜିକାଲି ଏହି କ୍ୟାମ୍ପିଙ୍ଗ ଇଭେଣ୍ଟ ଏକ ସ୍ଥାନୀୟ ପର୍ଵତର ଅଙ୍ଗ ଵିଶେଷ ହୋଇସାରିଛି କିନ୍ତୁ ଏହା  ଏତେ ସହଜ ମଧ୍ଯ ନୁହେଁ ।

3,300 ଫୁଟ୍ ଉଚ୍ଚ ଏବଂ 6 ଫୁଟ୍ ଚଉଡା଼ ପଥମଧ୍ୟରେ ଚାଲିବାକୁ ହୋଇଥାଏ ଯହିଁ ରେ ବେଳେ ବେଳେ ସର୍ପ ଦଂଶନର ମଧ୍ଯ ଭୟ ଥାଏ ।

ଏହି  ପାଥଵେ ପାଖାପାଖି 6,562 ଫୁଟ୍ ଲମ୍ଵା ଏବଂ ଅନେକ ରଙ୍ଗ ବେରଙ୍ଗ ଟେଣ୍ଟ ଦ୍ଵାରା ସଜ୍ଜିତ ହୋଇ ରହିଥାଏ

ଏହି ଲାଓଜୁନ୍ ପର୍ବତ ଲୁଓୟାଙ୍ଗ ଲଓୟାଙ୍ଗ ସହର ଠାରୁ ଦୁଇ କିମି ଦୂରରେ ଅଵସ୍ଥିତ

ଏହି କ୍ୟାମ୍ପିଙ୍ଗ ଆୟୋଜନ ରୁ ମିଳୁଥିବା ଟଙ୍କା ରୁ ଆହୁରି ଅନେକ ଲୋକଙ୍କୁ କ୍ୟାମ୍ପିଙ୍ଗ ପାଇଁ ଉତ୍ସାହିତ କରାଯିବା ହେତୁ ଵିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥାଏ


ଆଉ ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ଵିଷୟରେ ନକହିଲେ ତ  ଏ କଥା ଅସମ୍ପୂର୍ଣ୍ଣ ରହିଯିବ

ଏଠାରେ ଟ୍ରାକିଙ୍ଗ ରେ କେହି ଵି ଭାଗ ନେଇପାରିବେ ।ଏମିତି କି ଗୋଟାଏ ଛୋଟଦଳର ସଦସ୍ୟ ମାନେ ଵି ଉଚ୍ଚ ଶିଖର ଯାଏ ପହଞ୍ଚି ପାରିବାର ଅନେକ ଉଦାହରଣ ରହିଛି

aboutଏଠାରେ ଉଚ୍ଚତମ ଶିଖରର ଉଚ୍ଚତା ପ୍ରାୟ 7,273 ଫୁଟ୍ ଉଚ୍ଚ । ଏହାକୁ theThe Golden Pavillion କୁହାଯାଏ ଯାହାକି ତାଓଧର୍ମୀ ସାଧୁଙ୍କର ପଵିତ୍ର ପିଠ ମଧ୍ୟରେ ଅନ୍ୟତମ ।

ପୂରଣଵାଚକ

ପ୍ରଥମ, ଦ୍ବିତୀୟ, ତୃତୀୟ ... ଦଶମ, ଏକାଦଶ ଇତ୍ୟାଦିକୁ କ୍ରମବାଚକ କୁହାଯିବ ପୁଣି ଗଣିତରେ ଏହାକୁ ପୂରଣବାଚକ ମଧ୍ଯ କୁହାଯାଇପାରିବ ।
ଏକ ଠାରୁ ଦଶ ଯାଏଁ ଏବଂ ତତୋଃଧିକ ସଂଖ୍ୟା କ୍ରମାନ୍ଵୟରେ ଥିବାରୁ ତାହାକୁ ସାହାତ୍ୟିକ ଭାଷାରେ କ୍ରମଵାଚକ କୁହାଯାଇପାରେ
ପୁଣି ଗଣିତ ଅନୁସାରେ ଏହାକୁ ପୂରଣଵାଚକ ମଧ୍ଯ କୁହାଯାଇପାରେ ।
ତେବେ ଏଠାରେ ଯେ କେହି ପଚାରିବ
ପୂରଣଵାଚକ ଶବ୍ଦର ଅର୍ଥ କ’ଣ ?
ପୂରଣ ଶବ୍ଦ ର ତ ଅନେକ ଅର୍ଥ ଅଛି
ତାହେଲେ ଏଠାରେ ପୂରଣ ର ଅର୍ଥ କ'ଣ ?

ଭାଷାକୋଷ ଅନୁସାରେ ପୂରଣ→ପୂରକ→ଗୁଣକ ସଂଖ୍ୟା ...

ଅର୍ଥାତ୍ ଯେଉଁ ସଂଖ୍ୟା ଦ୍ଵାରା ମୂଳ ସଂଖ୍ୟା କୁ ଗୁଣନ କରାଯାଏ
ତାହାକୁ ପୂରଣ,ପୂରକ,ଗୁଣକ ସଂଖ୍ୟା କୁହାଯାଏ !

ଏବେ ପୂରଣର ଅର୍ଥ ଆମେ ଜାଣିଗଲେ
ତାହେଲେ ପୂରଣଵାଚକ ର କ’ଣ ଅର୍ଥ ହେବ ?
ଵାଚକ=ଅର୍ଥକ,ପ୍ରକାଶକ,ବୋଧକ,ଦ୍ୟୋତକ

ତେଣୁ ଏଠାରେ ଏହି ସଂପୂର୍ଣ୍ଣ ଶବ୍ଦଟିଙ୍ଗେଇର ଆକ୍ଷରିକ ଅର୍ଥ ହେଉଛି
ପୂରଣବାଚକ=ଗୁଣକବାଚକ
ଅର୍ଥାତ୍
ସେହି ସଂଖ୍ୟା ଯେଉଁ ଗୁଡ଼ିକ ଦ୍ଵାରା ମୂଳ ସଂଖ୍ୟା ରେ ଗୁଣନ କରାଯାଏ ।
ଏ ହିସାବରେ ଏସବୁ ସଂଖ୍ୟା
ପୂରଣଵାଚକ ସଂଖ୍ୟା ହେବେ
ଯେହେତୁ ଆମେ ସବୁବେଳେ
ବଡ଼ ସଂଖ୍ୟା କୁ ଏହି ଛୋଟ ସଂଖ୍ୟା ଦ୍ଵାରା ଗୁଣି ଥାନ୍ତି ।
ସବୁବେଳେ 54756 ଭଳି ବଡ଼ ସଂଖ୍ୟା କୁ 2,3,6,7,9 ଭଳି ଛୋଟ ସଂଖ୍ୟା ଦ୍ଵାରା ହରାଯାଇଥାଏ ଵା ଗୁଣାଯାଇଥାଏ ।

ଗୋଟିଏ ଭାଷାରେ ଵ୍ୟଵହୃତ ଶବ୍ଦ ଅନ୍ୟ ଭାଷାରେ ଭିନ୍ନ ଅର୍ଥ ରେ ମଧ୍ଯ ଵ୍ୟଵହୃତ ହୋଇପାରେ

ଦୁନିଆ ରେ ଏମିତି ଅନେକ ଶବ୍ଦ ମିଳିଯିବ ଯାହା ସହ ଵିଶ୍ଵର କୌଣସି ନା କୌଣସି ଭାଷା ର ଅନ୍ୟ ଏକ ଶବ୍ଦ ସହ ସମସାଦୃଶ୍ୟତା ମିଳିବ ।
ଚାଲନ୍ତୁ ସେଇଭଳି କିଛି ଶବ୍ଦ ଵିଷୟରେ ଆଲୋଚନା କରିବା....

Peach  ଵା Prunus persica ଏକ ମୂଳ ଏସୀୟ ମହାଦେଶୀୟ ଫଳ ଏବଂ ଏହାର ମୂଳ ଭୂଖଣ୍ଡ ଉତ୍ତର ପଶ୍ଚିମ ଚୀନ ବୋଲି ଅନୁମାନ କରାଯାଏ । ଏ ଫଳକୁ  କିନ୍ତୁ ତୁର୍କୀ ରେ
ଭୂଲରେ ଵି ପିଚ୍ କହିବେନି କାରଣ ଏହାର ଅର୍ଥ ସେଠି ଅଵୈଧ ପିଲାଛୁଆ (ଅଣବାବୁଆ ପିଲା-ଦ.ଓ) । ପ୍ରକୃତରେ ତର୍କିସ୍ ଭାଷାରେ ପିଚ୍ ପରି ଉଚ୍ଚାରଣ ହେଉଥିବା ଗୋଟାଏ ଶବ୍ଦ ଅଛି Piç
ଏବଂ ଏହାର ଅର୍ଥ bastard ! ତେବେ ତର୍କିସ୍ ଭାଷାରେ ପିଚ୍ ଫଳକୁ Şeftali କୁହାଯାଏ ।

ଏ ନେଣଦେଣ ଯୁଗରେ gift ଵା ଉପହାର ର ମହତ୍ତ୍ୱ ବହୁତ ବଢିଯାଇଛି । ଛୋଟ ପିଲା ତ ଉତ୍ସବ ଅନୁଷ୍ଠାନରେ ପ୍ରାୟ ବଡ଼ ଲୋକଙ୍କୁ ଗିଫ୍ଟ ମାଗିଥାନ୍ତି ବେଳେ ବେଳେ ବଡ଼ ଲୋକେ ଵି ଗମାତରେ ନିଜ ଅଳ୍ପ ଵୟସ୍କ ଅନୁଜ ତଥା ସମଵୟସ୍କ ସାଙ୍ଗ ସାଥୀଙ୍କୁ ଵି  ଗିଫ୍ଟ ମାଗିଦିଅନ୍ତି । ତେବେ ଭୂଲରେ ଵି ଜର୍ମାନୀରେ କାହାକୁ ଯଦି ଗିଫ୍ଟ ଦେ ବୋଲି କହିଦିଅନ୍ତି ତାହେଲେ ଆପଣଙ୍କ ଜୀବନ ପ୍ରତି ଵିପଦ ଆସିଯାଇପାରେ ! କାରଣ ଜର୍ମାନୀରେ gift ଓ das gift ଶବ୍ଦ ର ଅର୍ଥ poison ଵା ଵିଷ ଆଉ ଦୁନିଆରେ ଏମିତି ହାତଗଣତି ଲୋକ ଖୋଜିଲେ ଵି ମିଳିବେନି ଯେ କି ଗିଫ୍ଟ ରେ ଵିଷ ପାଇବାକୁ ଚାହୁଁଥିବ ।  ସ୍ଵେଡିସ୍ ଭାଷାରେ ମଧ୍ଯ ଗିଫ୍ଟ ର ଅର୍ଥ ଵିଷ ପୁଣି ଵିଵାହିତ ମଧ୍ଯ 😀😀😀
ଵିଵାହିତ ଜୀଵନରେ କେତେ ଵିଷ ଭରିରହିଛି ଏ ଵାଵଦରେ ତାଙ୍କେ ଭଲ ରିସର୍ଚ୍ଚ କରିସାରିଥିଲେ ନା କ’ଣ ସେଇଥିଯୋଗେ ଏମନ୍ତ ଶବ୍ଦ ଵ୍ୟଵହାର ନା କିୟଣ ବା 😀😀😀

ଇଣ୍ଡୋନେସିଆ ରେ ଇଂରାଜୀ air ଶବ୍ଦ ସହ ସମ ଉଚ୍ଚାରଣ ଥିବା ଏକ ଶବ୍ଦ ଏଆର ର  ଅର୍ଥ ପାଣି ବୋଲି ଜାଣିବାକୁ ମିଳିଲା
ଏ ଶବ୍ଦ ର ମୂଳ ଖୋଜୁଖୋଜୁ ତାହାର ମୂଳରେ
wahiʀ ବୋଲି ଏକ ଶବ୍ଦ ମିଳିଲା ଏବଂ ଏହା ଏକ Proto-Malayo-Polynesian ଶବ୍ଦ ।
ସଂକ୍ଷେପରେ ଇଣ୍ଡୋନେସୀୟ ଏଆର ଶବ୍ଦର etymology>(Malay)air >(Proto-Malayic)*air > (Proto-Malayo-Chamic) air, > (Proto-Malayo-Sumbawan)wair >(Proto-Sunda-Sulawesi)wair >(Proto-Malayo-Polynesian) > wahiʀ ।

ସେଇଭଳି ଇଂରାଜୀ ଶବ୍ଦ kiss ଵିଷୟରେ ଏଠାରେ ଉପସ୍ଥିତ ମୋର ବହୁତ ବନ୍ଧୁ ଓ ବାନ୍ଧବୀ ଜାଣିଥିବେ ଏବଂ ସ୍ଵ ସ୍ଵ ପ୍ରେମୀ କିମ୍ଵା ପ୍ରେମିକା କୁ କିସ୍ -ଚୁମ୍ଵନ-ବୁକ ଵା ଚୁମ୍ବନ ଦେଇଥିବେ/ନେଇଥିବେ ମଧ୍ଯ  କିନ୍ତୁ ଉକ୍ତ kiss ଶବ୍ଦ ଟି ସ୍ଵେଡିସ୍ ଭାଷାରେ ମୁତ୍ର ଅର୍ଥରେ ଵ୍ୟଵହାର ହୁଏ ବୋଲି ଆପଣଙ୍କୁ ବୋଧହୁଏ କେହି କହିନଥାଇପାରନ୍ତି । ସେଇଭଳି ଚୁମ୍ବନ ପାଇଁ ସ୍ଵେଡିସ୍ ଭାଷାରେ ଶବ୍ଦ ଟେ ଅଛି puss ... 
କେହି କେହି ସ୍ଵେଡିସ୍ ଲୋକ
Kiss ଅର୍ଥ ରେ kyss ଭଳି ଶବ୍ଦ ମଧ୍ଯ ଵ୍ୟଵହାର କରୁଥିବା ଦେଖାଯାଏ । ସ୍ଵେଡିସ୍ ରେ ଏଇ ଭଳି ଇଂରାଜୀ ଶବ୍ଦ ପରି ଅନେକ ସମସାଦୃଶ ଶବ୍ଦର ଭିନ୍ନ ଅର୍ଥରେ ଵ୍ୟଵହାର ହେଉଥିବା ଦେଖିବାକୁ ମିଳିଥାଏ ।

ଇଂରାଜୀ ରେ mist ର ଅର୍ଥ ଜଳର ଜମାହୋଇଥିବା ଜଳବୁନ୍ଦା (ଶିଶିରକଣା,କାକର)
ହେଲେ ଜର୍ମାନ୍ ଭାଷାରେ ଏହାର ଅର୍ଥ ଅଳିଆ ଵା ଗୋବର ! ମଜାକଥା ହେଲା ଏ ଉଭୟ ଭାଷାର  ଶବ୍ଦଦ୍ଵୟର ମୂଳ ଗୋଟାଏ ପ୍ରୋଟୋ ଇଣ୍ଡୋ ଇଉରୋପୀୟ ଧାତୁ ନିର୍ଣ୍ଣୟ ହୋଇଛି ଆଉ ତାହା ହେଲା *meygʰ-(“to flicker, blink, bedark; cloud, mist”)
ଏହାର ପ୍ରାଚୀନ ଅର୍ଥ ମଧ୍ୟରେ ଆଜି ଵି ଗୋଟିଏ ଅର୍ଥ ସହ ସାଦୃଶ୍ୟ ଥିବା ଏକ ଶବ୍ଦ ଆମେ ଆମ ଭାଷାରେ ଵ୍ୟଵହାର କରନ୍ତି ମେଘ=cloud(ବାଦଲ ଅର୍ଥରେ) ଅର୍ଥ ରେ.....
ଏଭଳି ଖୋଜିଲେ ଦୁନିଆର ସବୁ ଭାଷାରେ ଏମନ୍ତ  ଶତାଧିକ ଶବ୍ଦ ମିଳିଯିବ ।

Saturday, May 26, 2018

-ପରିଚୟ-ହାସ୍ୟ କ୍ଷୁଦ୍ରଗଳ୍ପ

କାଶିନାଥ ଓରଫ କାଶିଆ ମହାନ ସୁରାପ୍ରେମୀ କାଳୁବାବୁଙ୍କ ଗୃହ ପଵିତ୍ର କରି ଜନ୍ମ ଗ୍ରହଣ କରିଥିଲେ । କାଶିଆର ପିଲାଦିନ ଅଭାଵ ଅନାଟନରେ କଟିଗଲା କିନ୍ତୁ ଶିଘ୍ର ହିଁ ସେ ତା’ର କେତେକ ବନ୍ଧୁ ଙ୍କ ସଂସ୍ପର୍ଶରେ ଆସି ଧାରାପ୍ରଵାହ ଗାଳି ଵର୍ଷଣ ଏଵଂ ପକେଟମାରୀ ଆଦି ଵିଶିଷ୍ଟ କଳାରେ ପାରଙ୍ଗମ ହୋଇଗଲା ।

ଚାହୁଁ ଚାହୁଁ ଦିନ କେତୁଟାରେ ସମାଜ ତାକୁ ବାବୁ ଡାକିବା ଆରମ୍ଭ କରିଦେଲା । କାଶିଆ ଏବେ କାଶିନାଥ ବାବୁ ,କାଶୀଭାଇ ହେଇଯାଇଥିଲା ।
କାଶୀଭାଇ ରାମପୁରୀ ଛୁରୀ ଚାଳନା ର କଳାଟା ଦ ଗ୍ରେଟ୍ ଗଳାକଟା ମୁନ୍ନା ଚାକୁଆ ଠାରୁ ଶିଖିଥିଲେ । ଈର୍ଷାଵଶତଃ କିଛି ଲୋକ କାଶୀଭାଇଙ୍କ ନାମରେ ପୋଲିସ ରିପୋର୍ଟ କଲେ । ଫଳରେ କାଶୀଭାଇଙ୍କର ପୋଲିସ ମାନଙ୍କ ସହିତ ମଧ୍ଯ ମଧୁର ସମ୍ବନ୍ଧ ସ୍ଥାପିତ ହୋଇଗଲା ଆଉ ଈର୍ଷାଳୁ ଲୋକଙ୍କର ହେଲା  କୁଟନୀତିକ ପରାଜୟ !

ଏହାଙ୍କର ଏଭଳି ଶତାଧିକ ସାହାସିକ କାର୍ଯ୍ୟ ରେ ପ୍ରଭାବିତ ହୋଇ ତାଙ୍କ ମହଲାର ଚଞ୍ଚଳାକୁମାରୀ ମୋହିତ ହୋଇଗଲା ।  ପ୍ରେମ ର ଶେଷ ପରିଣତି ହେଲା  ଵିଵାହ । ଏହି ଅର୍ନ୍ତଜାତୀୟ ପ୍ରେମ ଵିଵାହକୁ ମଧ୍ଯ ଅନେକ ଵିରୋଧ ଅଵରୋଧର ସାମ୍ନା କରିବାକୁ ପଡି଼ଥିଲା କିନ୍ତୁ ମୃଦୁ-ମିଷ୍ଠଭାଷୀ କାଶୀଭାଇ ଏକ ଏକ ଵିରୋଧୀଙ୍କୁ ପ୍ରେମପୂର୍ଵକ ନିଛାଟିଆ ସ୍ଥାନକୁ ନେଇଯାଇ ଯୁକ୍ତିଯୁକ୍ତ ତର୍କ ଦ୍ଵାରା ସେମାନଙ୍କୁ ସନ୍ତୁଷ୍ଟ କରିଦେଇଥିଲେ । କିଛି ଵର୍ଷ ତଳେ ଏକ ପାର୍ଟିର ନେତାଙ୍କର ଦୃଷ୍ଟି  ତାଙ୍କ ଉପରେ ପଡି଼ଲାରୁ ସେ ଆଉ କେବେ ଵି ପଛକୁ ଫେରି ଚାହିଁ ନାହାନ୍ତି ।                                                                                      

ଆମ ସୌରଜଗତର ଵୈଚିତ୍ରତା

1.ସୂର୍ଯ୍ୟ  ଚନ୍ଦ୍ର ଠାରୁ 400 ଗୁଣ ବଡ଼ କିନ୍ତୁ ଚନ୍ଦ୍ର ଆପେକ୍ଷା ପୃଥିବୀ ଠାରୁ 400 ଗୁଣ ଅଧିକ ଦୂରରେ ଥିବାରୁ ଚନ୍ଦ୍ର ଓ ସୂର୍ଯ୍ୟ ଏକ ଆକାର ଵିଶିଷ୍ଟ ଜଣାପଡ଼ନ୍ତି ।

2. ବୃହସ୍ପତି ର ଗୋଟିଏ ଦିନ ପୃଥିବୀର ଗୋଟାଏ ଵର୍ଷ ଠାରୁ ମଧ୍ୟ ବଡ଼

3. ଯଦି ଆପଣ ଚନ୍ଦ୍ର ପୃଷ୍ଠରେ ଅଵତରଣ କରି ସେଠାରେ ଆପଣଙ୍କ ପାଦ ପଟାଅନ୍ତି ତେବେ ଆପଣଙ୍କର ପାଦ ଚିହ୍ନ ସେଠି ବହୁତ ଵର୍ଷ ଯାଏଁ ରହିଯିବ ,ଲିଭିବ ନାହିଁ ।

4. ସୂର୍ଯ୍ୟ ଠାରୁ ପୃଥିବୀକୁ ମିଳୁଥିବା ଆଲୋକର
ବିଲିୟନ ଭାଗର ଏକ ଭାଗରୁ ମାତ୍ର ଅଧାଭାଗ ହିଁ ପୃଥିବୀ ପୃଷ୍ଠରେ ପହଞ୍ଚି ପାରେ



■■■■ପଵିତ୍ରତା■■■■


ଟ୍ରେନ ଯୋଗେ ଓଡ଼ିଶାର ଲୋକେ ୟୁପୀ ଵିହାରୀ ଙ୍କ ସହିତ
ଗୁଜରାଟ ଯାଉଥିଲେ.....
ମଧ୍ୟ ପ୍ରଦେଶରୁ ଦଳେ ଗୁଜରାଟୀ ଲୋକ ଚଢିଲେ.....
ସେହି ଦଳଟି ଏକ ବଡ଼ ପରିବାର ପରି ଜଣାପଡୁଥିଲା । ପରିବାରର ମୁଖିଆ ଟା ଭାରି ତାଗଡା଼ ହୋଇଥାଏ । ଗାଡ଼ିରେ ଚଢିଲା ମାତ୍ରେ ତାଙ୍କର ଦାଦାଗିରି ଆରମ୍ଭ ହୋଇଗଲା ।
ସେମାନେ ପହ୍ଲେ ଆସିଥିଲେ ଆଉ ଆମ ମାନଙ୍କ ମଧ୍ୟରେ ଏକତା ନଥିଲା । ଯୋର କରି ସମସ୍ତ ଙ୍କୁ ସିଟରୁ ଉଠେଇ ବସିଗଲେ ଆଉ ଆମେ ସବୁ ତଥାକଥିତ ଵିଦେଶୀ ମାନେ ଠିଆ ହେଇ ଯିବାକୁ ବାଧ୍ୟ ହେଲୁ । ଆମେ ସବୁ ଜାକିଯୁକା ହୋଇ ଠିଆ ହେଇଥାଉ ।
କିଛି ବାଟ ଗଲାରୁ ତାଙ୍କ ପରିବାରର ଜଣେ ବୃଦ୍ଧା ମହିଳାଙ୍କ ପାଦରେ ଗୋଟେ ଓଡ଼ିଆଟୋକାର ପାଦ ବାଜିଗଲା । ସେ କି ଚୁପ୍ ରହୁଛି....
ଏକାବେଳକେ ମହାରାଣୀ ଲକ୍ଷ୍ମୀଵାଇ ସାଜି
ସେ ଟୋକାକୁ  ଗାଳି ଦେଇ ଚାପୁଡ଼ା କସି ଦେଲା.....
ପିଲାଟା ଏକେଲା ତା ପଛରେ ଆମେ ଥାଇ ସୁଦ୍ଧା ତା ପଛରେ ନାହୁଁ ବୋଲି ସେ ଭଲ ଭାବରେ ଜାଣିଥିଲା
ତେଣୁ କିଛି ନକହି ଚୁପ୍ ରହିଗଲା....

ଏହାର କିଛି ସମୟ ପରେ
ପଵିତ୍ର ନର୍ମଦା ନଦୀ ଆସିଲା ..
.
ଦେଖିଲି କିଛି ସମୟ ପୂର୍ବରୁ
ସମସ୍ତଙ୍କୁ ଗାଳି ମାଡ଼ ଦେଉଥିବା ଲୋକ
ଦେଵୀ ନର୍ମଦାଙ୍କୁ ହାତ ଯୋଡି଼ ପ୍ରଣାମ କରୁଥାନ୍ତି ....

ମନରେ ଭାଵିଲି
ଆହା....
ଏ ପଵିତ୍ରତା ଟା ଦୁନିଆରେ ସବୁଠି ଥାନ୍ତା କି ଭଗଵାନ.......
ଲୋକ କାହାକୁ ସାନ ବଡ଼ ଭାବନ୍ତେନି
କି ଏତେ ଝଗଡା ହୁଅନ୍ତାନି ପ୍ରଭୁ ....

ସତରେ ଵେଳେ ଵେଳେ ମଣିଷ ନୁହେଁ ନଦୀ ବଡ଼ ହୋଇଯାଏ .....

Friday, May 25, 2018

●●◆●ଘୁଷୁରୀ●◆●●

ମହାପାତ୍ରେ ଆପଣେ ମଧ୍ୟସ୍ତି ହୋଇ ସନାତନ ପତି ବାବୁ ଙ୍କୁ ମହେନ୍ଦ୍ର ପଣ୍ଡାବାବୁଙ୍କ ଘରକୁ ନେଇଗଲେ । ସନାତନ ବାବୁଙ୍କ ପୁଅର ଵିଵାହପ୍ରସ୍ତାବ ମହେନ୍ଦ୍ରବାବୁଙ୍କ ଝିଅ ସହିତ ପଡି଼ଥିଲା ।

ମହେନ୍ଦ୍ରବାବୁଙ୍କ ଘରର ଠିକ ପଛ ପାଖରେ
ଜଣେ ଲୋକର ଘୁଷୁରୀ ଫାର୍ମ ଥିଲା । ଘୁଷୁରୀ ଫାର୍ମ ର ମାଲିକ ଟା ବଡ଼ ଧୃତ । ଦିନରେ ଘୁଷୁରୀ ଗୁଡା଼କୁ ବାହାରେ ଚରିବାକୁ ଛାଡ଼ି ଦିଏ ଯେ ଗାଆଁ ଯାକ ଯୁଆଡେ ଦେଖ ଖାଲି ଘୁଷୁରୀ ହିଁ ଘୁଷୁରୀ ବୁଲୁଥିବା ଦିଶିଯାନ୍ତି ।

ସନାତନବାବୁ ଏହି ଜୀବ ଗୁଡା଼କୁ ସର୍ବତ୍ର ଚରିବୁଲୁଥିବା ଦେଖୁଥାନ୍ତି । ତାଙ୍କର ଜଗତର ସବୁ ପ୍ରାଣୀଙ୍କ ପ୍ରତି ସ୍ନେହାଦର ଥିଲା ହେଲେ ଏଇ ଗୋଟାଏ ମାତ୍ର ଜୀବକୁ ସେ ସର୍ଵାଧିକ ଘୃଣା କରୁଥିଲେ । ତାଙ୍କୁ ବାନ୍ତି
ଲାଗୁଥିଲା ହେଲେ କାହାକୁ କହିପାରୁନାହାନ୍ତି । ମହାପାତ୍ରେ ଆପଣେଙ୍କୁ କହିଲେ
“ହରିବୋଲ ! ଏତେ ଘୁଷୁରୀ ଆଙ୍କ ଘର ପାଖରେ ବୁଲୁଛନ୍ତି !!”
ବାକି ସବୁ କଥା ମହାପାତ୍ରେ କରିନେଲେ ।

ଏ ଘଟଣାର ଦୁଇ ତିନି ଦିନପରେ ସନାତନ ବାବୁଙ୍କ ସହ ମହାପାତ୍ରେ ଙ୍କ ଭେଟ ହେଲା ।
ମହାପାତ୍ରେ ଙ୍କୁ କହିଲେ-
“ଆଜ୍ଞା ଝିଅ ତ ଗୋଟାଏ ଚାଉଳେ ଗଢା କିନ୍ତୁ ପଣ୍ଡାବାବୁଙ୍କ ଘର ଟା ନିତାନ୍ତ ଅପବିତ୍ର ସ୍ଥାନରେ ଅଛି । ଯୁଆଡେ ଦେଖ ଖାଲି ଘୁଷୁରୀ ପଲ୍ଲ ପଲ୍ଲ ଚରୁଛନ୍ତି....”

ମହାପାତ୍ରେ ବୋଇଲେ- କିହୋ ତୁମକୁ ତାଙ୍କର ଘର ରୁ କିସ ମିଳିବ କି ?  ତମେ ତାଙ୍କ ଘରୁ ଝିଅ ଆଣିବ ନା .....
ସେଠି ଝିଅ ତ ଦେଉ ନାହାନ୍ତି ?
ତେବେ ଏତେ ଚିନ୍ତା କିସ ଲାଗି ଯେ....?

ସନାତନେ ଆପଣେ କହିଲେ-
“କାଇଁ ପୁଅ କାଲିକୁ ସସୁର ଘର ଯିବନି ନା ମୁଁ ସମୁଦୀ ସହିତ କିଛି ସମ୍ପର୍କ ରଖିବିନି ? ମୁଁ ଏ ଜୀବଟାକୁ ସବୁଠାରୁ ବେଶୀ ଘୃଣା କରେ ।
I hate those pigs !!!
ମୋତେ ଏବେ ବି ସେ ଘରର କଳ୍ପନା ମାତ୍ରକେ ବାନ୍ତି ମାଡୁଛି”

ମହାପାତ୍ରେ ବୋଇଲେ-“ଆଉଥରେ ଭଲରେ ଚିନ୍ତାକରି କୁହନ୍ତୁ ! ଝିଅଟା ବଡ଼ ଗୁଣର ପୁଣି ପରିବାର ମଧ୍ଯ ଭଲ ! ”
ସନାତନ ବାବୁ କହିଲେ-“ସେ କଥା ମୁଁ ମାନୁଛି । ହେଲେ ଭାବନ୍ତୁ କାଲିକୁ ତାଙ୍କ ଘରକୁ ବରଯାତ୍ରୀ ଧରି ଯିବି ଆଉ ସେଠାରେ ଯଦି ମୁଁ ବାନ୍ତି କରିଦିଏ ତେବେ ? Oh ! Those pigs !!! No No !!! ଏଗାଡା଼କୁ ମୁଁ ଆଦୌ ସହ୍ୟ କରିପାରିବିନି ! ନା ନା ଯମାରୁ ନୁହେଁ !”

ମହାପାତ୍ରେ ବୋଇଲେ-ପଣ୍ଡା ବାବୁ କହୁଥିଲେ କେତେ କ’ଣ ଦେବେ !
ସନାତନେ ଆପଣେ କହିଲେ-“କେତେ ଦେବେ କି ? ଏଇ ବଡ଼ ହେଲେ ତିରିଶରୁ ପାଚାଶ ହଜାର ନା !”
ମହାପାତ୍ରେ ବୋଇଲେ- “ନାହିଁ ହୋ ! କହୁଥିଲେ ଝିଅ ପାଇଁ ଵ୍ୟାଙ୍କରେ ପେନସନ ଟଙ୍କା ରଖିଛନ୍ତି  ଲକ୍ଷେ ଟଙ୍କା ଦେବେ ଆହୁରି ପୁଅକୁ ହିରୋ ଗାଡ଼ି ଵି ଦେବେ !”

ସନାତନବାବୁ ଭାବିବାକୁ ଲାଗିଲେ । ଘୁଷୁରୀ ଠାରୁ ଫେରିକି ଟଙ୍କା ପାଖକୁ ଆସିବାକୁ ତାଙ୍କୁ କିଛି ସମୟ ଲାଗିଗଲା । ଆଉ କିଛି ଅନ୍ୟ କଥା ହେବା ଉତ୍ତାରୁ କହିଲେ
“ହେଉ ଆପଣ ଯଦି ଏତେ କହୁଛନ୍ତି ତେବେ ସେଇଠି ବାହାଘର କରିବା ଆଉ କଣ୍ !”

ନିର୍ଦ୍ଧାରିତ ଵିଵାହ ତିଥି କୁ ଠିକ୍ ଦିନ ଦିହିପହରିଆ ସନାତନବାବୁ ବରଯାତ୍ରୀ ଘେନି କନିଆଁ ଘରେ ପହଞ୍ଚି ଗଲେ । ଦୁଆର ମୁହଁରେ ହିଁ ଟ-50000-ଙ୍କା ମିଳିଗଲା । ଵିଵାହ ଵିଧି ଆରମ୍ଭ ହେଲା କିନ୍ତୁ ସନାତନବାବୁଙ୍କ ମନରେ ବଳକା ଟଙ୍କା ପ୍ରାପ୍ତି ଵିଷୟକ ଚିନ୍ତା ଛଡ଼ା ଆଉ କିଛି ନଥାଏ । ବଡ଼ ଵିକଳିଆ ପରି ଅନେଇ ଥାଆନ୍ତି କାଳେ ଥାଳୀ ଉପରେ ସୁନ୍ଦର କନା ତଳେ ଟଙ୍କା ରଖାହେଇ ଆସୁଥିବ ପରା
ଏତିକି ବେଳେ ସେଇଠିକୁ ଗୋଟାଏ ଘୁଷୁରୀ ଛୁଆ ପଶିଆସିଲା । ଦୁଇ ତିନିଜଣ ଲୋକ ତାକୁ ଦୂର୍ ଦୂର୍ ମାର୍ ମାର୍ କଲେ ଯେ ସେ ଆଉ କୋଉପଟେ ବାଟ ନପାଇ ସନାତନବାବୁଙ୍କ ପାଖକୁ ମାଡି଼ଆସିଲା ।
କନିଆଁ ଘରର ଲୋକେ ହାଁ ହାଁ କହି ତାକୁ ମାରିବାକୁ ଦୌଡି଼ଲେ ହେଲେ ସନାତନବାବୁ ସମସ୍ତଙ୍କୁ ବାରଣ କରି କହିଲେ
ଆରେ ଆରେ କାହିଁକି ମାରୁଛ ତାକୁ ?
ଏତେ ଗୁଲଗାଲିଆ ଜୀବଟାକୁ ମାରିବାକୁ ତୁମ ହାତ କେମିତି ଗଲା ? ଆହା ! କେଡେ଼ ସୁନ୍ଦର ଛୁଆ ଟା !! ଭେରୀ ସ୍ଵିଟ୍ .....!!!
ଏତିକି କହି ସନାତନବାବୁ ଘୁଷୁରୀ ଛୁଆକୁ ସ୍ନେହରେ ଆଉଁସି ଆଉଁସି ଗେଲ କରିବାକୁ ଲାଗିଲେ । ଠିକ୍ ସେତିକି ବେଳେ ଥାଳୀରେ ବାକି ପଚାଶ ହଜାର ଓ ହିରୋ ଗାଡ଼ିର ଚାବିଟା ଆସିଗଲା । ଆଉ
ଘୁଷୁରୀ ଛୁଆ......?
ସେ ସେଠି ଏମିତି ଠିଆ ହୋଇଥିଲା ସତେ ଯେମିତି ତା ବାପା ପାଖରେ ଛିଡ଼ା ହୋଇଛି !!!!

★★★★★(ପ୍ରଶିଦ୍ଧ ହିନ୍ଦୀ ଵ୍ୟଙ୍ଗକାର ଶ୍ରୀହରିଶଙ୍କର ପରସାଇଙ୍କ ଏକ ହାସ୍ୟ-ଲଘୁକଥା सूअर ର ଓଡ଼ିଆ
ଭାଵାନୁଵାଦ)★★★★★★★★★★★

★★★ସରକାରୀ ଲୋକ★★★

୧୯ ମାର୍ଚ୍ଚରେ ଲୋକସଭାର ମତଦାନ ହେବାକୁ ଥାଏ । ସେତେବେଳେ କଂଗ୍ରେସର ସରକାର ଥିଲା । ୧୮ ମାର୍ଚ୍ଚ ର ସନ୍ଧ୍ୟାରେ ପଡିଶାର ଦୁଇ ତିନିଜଣ ଲୋକଙ୍କ ସହ ବସି ମୁଁ ନିର୍ବାଚନ ଵିଷୟରେ କଥା ହେଉଥାଲି । ‛ସେ’ ବି ଥାଆନ୍ତି । 

ଜଣେ କହିଲା- “କାଲି ମତଦାନ ହେବାକୁ ଯାଉଛି ।”

ଆଉ ଜଣେ କହିଲା-“ଏଥର ଜନତା ପାର୍ଟି ର ବଡ଼ ଯୋର୍ ଥିଲା ଭଳିଆ ଲାଗୁଛି ।”

‛ସେ’ କହିଲେ-“ଆମେ ତ ଆଜ୍ଞା କଂଗ୍ରେସ କୁ ହିଁ ଵୋଟ୍ ଦବୁ । ଆଫ୍ଟର ଅଲ୍ ଆମେ ସରକାରୀ ଲୋକ ନା...”

ମତଦାନ ହୋଇଗଲା । ବାଇଶି ତାରିଖରେ ନିର୍ବାଚନ ପରିଣାମର ଘୋଷଣା ପରେ ପରେ ଆମେ ମାନେ ପୁଣି ଏକତ୍ର ବସି କଥା ହେଉଥାଉ...

ଜଣେ କହିଲା―“ଏବେ ତ ଜନତା ପାର୍ଟିର
ସରକାର ହେଇ ହିଁ ଗଲା  ଜାଣନ୍ତୁ ।”

ଆନ ଜଣେ କହିଲା-“କେହିବି ଅନୁମାନ କରିନଥିବେ ଯେ କଂଗ୍ରେସ ପାର୍ଟି ଏତେ କମ୍ ସିଟରେ ହାରିବ ଏବଂ ଜନତା ପାର୍ଟି ଏହିଭଳି ଜିତିଯିବ ।”

‛ସେ’ କହିଲେ–
“ହଁ ହେ ଆଜ୍ଞା,ଆମ ଵୋଟ୍ ଟା ଜନତା ପାର୍ଟିର କାମରେ ଆସିଲା ଆଉ ।”

ମୋର ମନେ ପଡି଼ଲା ଏ ତ କଂଗ୍ରେସ ପାର୍ଟିକୁ ଵୋଟ୍ ଦେବେ ବୋଲି କହୁଥିଲେ ।

ତାଙ୍କୁ ପଚାରିଲି-“ତାହେଲେ ଆପଣ ଜନତା ପାର୍ଟିକୁ ଵୋଟ୍ ଦେଇଥିଲେ ନା କଣ୍ ?”

‛ସେ’ କହିଲେ-“ହଁ ଆଜ୍ଞା, ଆଫ୍ଟର ଅଲ୍ ଆମେ ସରକାରୀ ଲୋକ ନା...!”

(ଵ୍ୟଙ୍ଗସମ୍ରାଟ ହରିଶଙ୍କର ପରସାଈଙ୍କର ‛सरकारी नौकर’ ର ଓଡ଼ିଆ ଭାଵାନୁଵାଦ)

ମୋଦିଙ୍କ ଚନ୍ଦ୍ର ଯାତ୍ରା

ଶୁଣିବାକୁ ମିଳିଛି ମୋଦୀ ଯଦି 2019 ନିର୍ଵାଚନ ଜିତିଲେ
ଚନ୍ଦ୍ରାୟନ ମିଶନରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଯୋଜନା କରିଅଛନ୍ତି ।
ଏମନ୍ତ ହେଲେ ସେ ହୋଇଯିବେ ପୃଥିବୀର ପ୍ରଥମ ରାଜନେତା ଯେ ପୃଥିବୀ ଭିନ୍ନ କୌଣସି ଗ୍ରହରେ ପ୍ରଦାର୍ପଣ କରିବେ । ସର୍ଵଦା ରେକର୍ଡ ପାଇଁ ଜଣାଶୁଣା ମୋଦୀ ଏଥିପାଇଁ ଖୁବ୍ ପରିଶ୍ରମ କରୁଥିବା ଗୁପ୍ତ ସୂତ୍ରରୁ ଜଣାପଡ଼ିଛି । କେବଳ ସେତିକି ନୁହେଁ ମୋଦି ଚନ୍ଦ୍ର ପୃଷ୍ଠରେ ଅଵତରଣ କଲା ପରେ ସେଠାରୁ ସାରା ଵିଶ୍ଵକୁ
ହିନ୍ଦୀଭାଷାରେ ସମ୍ବୋଧିତ ମଧ୍ଯ କରିବେ । ଏ ଵିଷୟରେ ଆମ ପ୍ରତିନିଧି ଶ୍ରୀ ମୋଦିଙ୍କୁ ପଚାରିଲାରୁ ସେ କହିଲେ
“ଛୋଟବେଳେ ମୋର ବହୁତ ଇଚ୍ଛା ଥିଲା ଯେ ମୁଁ କେମିତି ଜହ୍ନମାମୁଁ ପାଖକୁ ଯିବି ଆଉ ସେ ଯୋଉ ବଡ଼ ଠେକୁଆ ଟା ଦିଶୁଚି ତାକୁ ଧରିବି ହେଲେ ନେହେରୁ ଯୋଗୁଁ ସେ ଇଛା ପୂରଣ ସକାଶେ ଏତେଦିନ ଲାଗିଗଲା”
😂😂😁😝😜😛😝😝

Tuesday, May 22, 2018

ଦୁନିଆରେ ଏମିତି ଏକ ସାଗର ଯେଉଁଠି ମଣିଷ ମାନେ ପହଁରିଲେ ମଧ୍ଯ ବୁଡି଼ଯାଅନ୍ତିନି



ଇଜ୍ରାଏଲ୍ ର ମୃତ ସାଗର ପୃଥିବୀର ଆଶ୍ଚର୍ଯ୍ୟ ଜନକ ସ୍ଥାନ ମଧ୍ୟରେ ଅନ୍ୟତମ । ଏହାର ସୌନ୍ଦର୍ଯ୍ୟ ଓ ଭେଳିକି ଉପଲବ୍ଧି ପାଇଁ ପୃଥିବୀର ଵିଭନ୍ନ ଦେଶରୁ ପର୍ଯ୍ୟଟକ ଆସିଥାନ୍ତି ।
    

ଇଜ୍ରାଏଲ୍ ର ମୃତସାଗର ଦୁନିଆରେ ସବୁଠାରୁ ଛୋଟ କମ୍ ଆୟତନ ଵିଶିଷ୍ଟ ସାଗର । ଏହା ମାତ୍ର 48 ମାଇଲ୍ ଲମ୍ଵା,15 ମାଇଲ୍ ଚଉଡା଼ ଏବଂ ସମୁଦ୍ର ପତ୍ତନ ଠାରୁ ପ୍ରାୟ 1,375 ଫୁଟ ଯାଏଁ ଗଭୀର ଥିବା ଜଣାଯାଏ ।

ସାଧାରଣ ସମୁଦ୍ର ଜଳ ଅପେକ୍ଷା ଏହାର ଜଳ ୩୩℅ ଅଧିକ କ୍ଷାର ତେଣୁ ଏଠାରେ କୌଣସି ସାମୁଦ୍ରିକ ଜୀବ ବଞ୍ଚିପାରନ୍ତିନି । ଏଥିପାଇଁ ଏହାର ନାମ ମୃତସାଗର ରଖାଯାଇଛି । ତେବେ ଏହାର ଜଳରେ ସ୍ନାନ କଲେ ମନୁଷ୍ୟ ଆଦି ଅଜଳଚର ପ୍ରାଣୀଙ୍କ ପକ୍ଷରେ ବଡ଼ ହିତକର ବୋଲି କେତେକ ଗଵେଷଣାରୁ ଜଣାପଡିଛି ।


ଏ ସାଗରର ସବୁଠାରୁ ବଡ଼କଥା ହେଲା ଏଥିରେ ମଣିଷ ଆଦି ଜୀବ ବୁଡ଼ି ନଯାଇ ଭାସିଥାନ୍ତି । ଫଳରେ ଏହାର ଜଳପରେ
ରହି କହି ଵି ଖାଇପାରେ,ମାଗାଜିନ୍ ପଢିପାରେ ସେଥିପାଇଁ ଏହା ପାଲଟିଛି ଆକର୍ଷଣ ର ମୂଳକେନ୍ଦ୍ର ଵିନ୍ଦୁ


ଏ ସାଗରର ମୂଳ ଜଳସ୍ରୋତ ଜୋର୍ଡାନ୍ ନଦୀ ଏବଂ ଆଖପାଖର ଛୋଟ ନାଳ ଏବଂ ଝର

1960 ଦଶକ ପରେ ଏହି ଜଳାଶୟ ରୁ ଜଳଯୋଗାଣ କାରୀ କେତେକ ନାଳର ରାସ୍ତା ବଦଳେଇବା ସହ ଜୋର୍ଡାନ୍ ନଦୀରେ ମଧ୍ଯ ପାଇପଲାଇନ୍ ପକେଇ ଦିଆଗଲା । ଏଥିରେ ଇଜ୍ରାଏଲ୍ ର ସାଧାରଣ ଜନତା ତ ଲାଭାନ୍ଵିତ ହେଲେ କିନ୍ତୁ ଏହି ଜଳାଶୟ କୁ ଜଳର ଉ
ଅଭାବ ଉତ୍ତରୋତ୍ତର ବୃଦ୍ଧି ପାଇବାରେ ଲାଗିଲା । ମୃତସାଗର ପାଇଁ ଉତ୍କଟ ଜଳାଭାବର ଅନ୍ୟ ଏକ କାରଣ ମିନରାଲ୍ ଇଣ୍ଡଷ୍ଟ୍ରୀ ଵି ଅଟେ ଯାହା ଏ ଅଞ୍ଚଳରେ ମାତ୍ରାଧିକ ସକ୍ରିୟ ଅଛନ୍ତି । 


ଯଦି ମୃତସାଗରର ସୁରକ୍ଷା ହେତୁରୁ ଶିଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯାଏ ତେବେ ଆସନ୍ତା ଦ୍ଵୀ ଶତାବ୍ଦୀ ପରେ ଏହା କେବଳ ଇତିହାସ ହୋଇ ରହିଯିବ !

Monday, May 21, 2018

ମଳୟ

ଦକ୍ଷିଣ ଭାରତର ଏକ ପର୍ଵତର ନାମ ହେଉଛି ମଳୟ ପର୍ଵତ । ଏହା ପଶ୍ଚିମ ଘାଟର ସେହି ଭାଗ ଅଟେ ଯାହା ପ୍ରାଚୀନ ମୈଶୁର୍ ରାଜ୍ୟର ଦକ୍ଷିଣ ତଥା ତ୍ରାଂଵକୋର ର ପୂର୍ବରେ ଅଵସ୍ଥିତ । ଏଠାରେ ଚନ୍ଦନ ବହୁତ ଉତ୍ପନ୍ନ ହୋଇଥାଏ ।  ପୁରାଣରେ ଏହାକୁ ଵିନ୍ଧ୍ୟାଞ୍ଚଳ ଆଦି ସପ୍ତ ପର୍ଵତ ମଧ୍ୟରେ ସ୍ଥାନ ମିଳିଅଛି ।

ମାର୍କଣ୍ଡେୟ ପୁରାଣରେ ସପ୍ତକୁଳାଚଳ ପର୍ଵତ ଵିଷୟରେ ୫୭ ଅଧ୍ଯ୍ୟାୟ (୧୦-୧୧ ଶ୍ଳୋକ)ରେ କୁହାଯାଇଛି
“महेन्द्रो मलयः सह्यः शुक्तिमानृक्षपर्व्वतः । बिन्ध्यश्च पारिपात्रश्च सप्तैवात्र कुलाचलाः ॥”)
(ଅର୍ଥାତ୍ ସପ୍ତ କୁଳାଚଳ=ମହେନ୍ଦ୍ର, ମଳୟ,ସହ୍ୟ,ଶକ୍ତିମାନ,ଋକ୍ଷ,ଵିନ୍ଧ୍ୟ,ପାରିପାତ୍ର )

ପୁଣି
ମତ୍ସ୍ୟ ପୁରାଣ ୧୧୩ । ୪୪ତମ ଶ୍ଲୋକରେ କୁହାଯାଇଛି
“अङ्गा वङ्गा मद्गुरका अन्तर्गिरिबहिर्गिरी ।
  ततः प्रवङ्गमातङ्गमलयामलवर्त्तिकाः ॥”

(ଶ୍ଲୋକର ଅର୍ଥ ସମ୍ଭଵତଃ
ଅଙ୍ଗ ଵଙ୍ଗ ଓ ମଦ୍ଗୁରକ ଦେଶର ପାର୍ଵତ୍ୟାଞ୍ଚଳରେ ଦାକ୍ଷିଣତ୍ୟର ମଳୟ ପଵନ ଯୋଗୁଁ ସୁନ୍ଦର ନିର୍ମଳ ଘଞ୍ଚ ଜଙ୍ଗଲ ସୃଷ୍ଟି ହୋଇ ତାହା ହସ୍ତୀ ଆଦି ଵିଭିନ୍ନ ଜୀବଙ୍କ ଉପଯୋଗୀ ଵାସଭୂମି ହୋଇପାରିଥିଲା ?)

ମଳୟ ଶବ୍ଦ ପଵନ,ସମୀର,ଵାୟୁ ଆଦି ଶବ୍ଦ ର ଆଦିରେ ଲାଗିଲେ ସୁଗନ୍ଧିତ ଓ ଦକ୍ଷିଣୀ ଵାୟୁର ଅର୍ଥ ପ୍ରଦାନ କରିଥାଏ
(ଉ-ମଳୟସମୀର,ମଳୟପଵନ)

ମଳୟ ଶବ୍ଦ ର  ଅନ୍ୟ ପର୍ଯ୍ୟାୟଵାଚକ ଶବ୍ଦ:- ଆଷାଢ଼, ଦକ୍ଷିଣାଚଳ,ଚନ୍ଦନାଦ୍ରି,ମଳୟାଚଳ ଇତ୍ୟାଦି ...

ଛାଡ଼ ଛାଡ଼ ରେ ଵାଦଵିଵାଦ

ଛାଡ଼ ଛାଡ଼ ରେ ଵାଦଵିଵାଦ
ପ୍ରତର୍କ କୋଳାହଳ
ଭିନ୍ନେ ହୋଇ ରେ ଦୂର୍ବଳ
ହେବା ଏକତା ଦେବ ବଳ

ଭାରତେ ଆମେ ବଣ୍ଟା ଟି ଥିଲେ
600 ଦେଶେ ଦିନେ
ଇଂରେଜ ଜାତି କାହୁଁ ଅଇଲା
ବଞ୍ଚିଲେ ପରାଧୀନେ....

ଚୀନା ମାନେରେ ଏକ ଥିଲେ
ହାରିଲେ ନାହିଁ ଯମା
ମାରି ତଡି଼ଲେ ଇଂରେଜରାଙ୍କୁ
ଡରିଲେ ନାହିଁ  ଯମା

ଆମେ ଆଜିକୁ କଳହ କରୁ
ମାନ ସମ୍ମାନ ପାଇଁ
ଜାତି ଭାଷାର ମଙ୍ଗଳ ହେତୁ
ମାନସିକତା କାହିଁ ?

ଉଠ ଉଠରେ କଳିଙ୍ଗୋତ୍କଳ
ଉଠ ତୁ ବେଗୀ ଉଠ
ଶୋଇ ରହିବୁ କେତେ  ତୁ ଆଉ
ହେଲାଣି ପରା ମଠ ।

ଭାରତଵର୍ଷେ ଯେତେ ଯେ ଜାତି
ଆଗେଇଲେଣି ଅନା
ତୋ ପାଇଁ କ’ଣ ଜଗତେ ଅବା
ହୋଇଛି ସବୁ ମନା ?

ମଠ କରନା ହଠ କରନା
ଏଯୁଗ ଶୁଣିବନି
ଶୋଇ ରହିଲେ ଚୁପ୍ ରହିଲେ
କିଛି ଟି ମିଳିବନି ।

ଶୋଇଲା ପୁଅ ଉଠରେ ଉଠ
ତୋ ଭାଗ ଟା ପାଇଁ
ତୁ ନ ଖାଇ ଶୋଇ ରହିଲେ
ଖାଇବ ଆନ ଭାଇ ।