My Blog List
Thursday, April 2, 2015
ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?
ଭାରତ ରେ ଓଡ଼ିଶା ରାଜ୍ୟର ମୂଲ୍ୟ କେତେ ?କାହିଁକି ଓଡ଼ିଆ କୁ ପ୍ରତିଟି କ୍ଷେତ୍ରରେ ହତାଦର କରାଯାଉଅଛି ! ଏ ଜାତି ତାର ବିରତ୍ଵ ଏବଂ ବାଣିଜ୍ୟ ଵେପାର ପାଇଁ କେବେ ପୃଥିବୀ ପ୍ରସିଦ୍ଧ ଥିଲା କିନ୍ତୁ ବର୍ତ୍ତମାନ ସମୟରେ ଆର୍ଥିକ ଅବନତି ଏହାକୁ ଗରିବ କରିଦେଇ ଅଛି ଏବଂ ବିଶ୍ବ ଓଡ଼ିଶାର କଳା ,ଐତିହ ,ସ୍ଥାପତ୍ୟ ,ଇତିହାସ କୁ ଭୂଲି କେବଳ ଗରିବ ଙ୍କ ରାଜ୍ୟ ଭାବେ ଆକଳନ କରିଥାଏ । ଏ ସବୁ ଦେଖିଲା ପରେ ସ୍ବାଭିମାନୀ ଓଡ଼ିଆ ହୃଦୟ ବିଦ୍ରୋହ କରିବାକୁ ଇଛା କରେ ,ମନେ ପଡ଼ିଯାଏ ସ୍ବାଭିମାନୀ ଜର୍ମନଜାତି ର ଇଉରୋପ ଠାରୁ ନେଇଥିବା ପ୍ରତିଶୋଧ !!! ବ୍ରିଟେନ ଫ୍ରାନ୍ସ ଭଳି ଶକ୍ତିଶାଳୀ ଦେଶର ମୁକାବିଲା କରିବାକୁ ଯାଇ ଜଣେ ଜର୍ମନ ଦେଶଭକ୍ତ ସୈନିକ ନିଜ ଜୀବନ ର ଶେଷ ରକ୍ତ ବିନ୍ଦୁ ଯାଏଁ ଲଢ଼ିଥିଲା । ଆଜି ଭାରତରେ ଓଡ଼ିଶାର ପରିସ୍ତିତି ଠିକ ଜର୍ମନଜାତି ଭଳି ହୋଇଯାଇଛି । ଲମ୍ବା ଇତିହାସ ,କଳା ଐତିହ ରେ ଵୀରତ୍ବରେ ଏକଦା ଭାରତରେ ଓଡ଼ିଶା ଅଗ୍ରଣୀ ଥିଲା କିନ୍ତୁ ଇଂରେଜ ରାଜତ୍ବ କାଳରେ ଓଡ଼ିଶା ର ଅନାଦର,ଜଳବାୟୁ ପରିବର୍ତ୍ତନ ,କଂଗ୍ରେସ ଭଳି ସବା ଖିଆ ପର୍ଟୀ ଯୋଗୁଁ ଓଡ଼ିଶା ଗରୀବ ରାଜ୍ୟ ଭାବେ ଗଣା ହେଲା । ବୈଦିକ କାଳରୁ ଉତ୍ତରଭାରତୀୟ ମାନେ ଓଡ଼ିଆ ମାନଙ୍କ ପ୍ରତି ସାବତ ଭାଇ ଭଳି ବିଚାର କରୁ ଅଛନ୍ତି । ବୈଦିକ କାଳରୁ ଓଡ଼ିଆ କୁ ଅନାର୍ୟ କୁହାଯାଇ ଆମ ଜାତି ଏବଂ ସଂସ୍କୃତି କୁ ନିମ୍ନ ଧରଣର ବୋଲି ଆକଳନ କରାଗଲା । ମଧ୍ୟ ଯୁଗରେ ମୋର୍ୟ ଏବଂ ଗୁପ୍ତ ସାମ୍ରାଜ୍ୟ ର ବାରମ୍ବାର ଆକ୍ରମଣ ର ଜବାଵ ଦେଇ ଓଡ଼ିଆ ମାନେ ଜଣାଇ ଦେଲେ ଜେ ସେମାନେ କାହା ଆଗର ରେ ନଁଇବେ ନାହିଁ ।ଚଂଡାଶୋକ ପଛୁଆ ଆକ୍ରମଣ କରି ବୀର ବୋଲାଇଲା କିନ୍ତୁ 100 ବର୍ଷ ପରେ ଖାରବେଳ ଯେ ସେ ଯୁଦ୍ଧର ପ୍ରତିଶୋଧ ନେଇଥିଲେ ଏ କଥା କୁ ସର୍ବେ ଭୂଲିଗଲେ । ଓଡ଼ିଆ ଜାତି ର ସଭ୍ୟତା ସଂସ୍କୃତି କୁ ସର୍ବଭାରତୀୟ ସ୍ଥର ରେ କେତେ ଲୋକ ଜାଣିଛନ୍ତି ? କେବେ ଦେଖିଛ କୌଣସି ହିନ୍ଦୀ ଫିଲ୍ମ କିମ୍ବା ସିରିଏଲ ରେ ଓଡ଼ିଆ ଜାତି ଵିଷୟରେ କୌଣସି ଗୌରବମୟ ଦୃଶ୍ୟ ? ଚକ ଦେ ଇଂଡିଆ ରେ ଶାହରୁଖ ଖାନ ତାଙ୍କ ଅଶୋକା ଫିଲ୍ମ କୁ ଓଡ଼ିଶା ରେ ପଦର୍ଶନ କରିବାକୁ ଦେଇନଥିବାରୁ ଓଡ଼ିଶା ର ନାଆଁ କୁ ଫିଲ୍ମ ରେ ସାମିଲ କରିବାକୁ ଦେଇ ନଥିଲେ । ଚକ ଦେ ଇଂଡିଆ ରେ ନିଜେ କହୁଥିଲେ ଦେଶ କୁ ଦେଖ କିନ୍ତି ସେ ନିଜେ ଏକ ରାଜ୍ୟ କୁ ନିମ୍ନ ଦେଖାଇବାକୁ ଯାଇ ନିଜ ଜାତି CLASS ଦେଖାଇ ଦେଲେ । ପୁରାତନ ହିନ୍ଦୀ ଫିଲ୍ମ ରେ ଥରେ ଦି ଥର କୋଣାର୍କ ପୁରୀ ଜଗନ୍ନାଥ ଙ୍କୁ ଦେଖା ଯାଇଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଆ ଜାତି ର ଗୌରବ ବଢ଼ାଈବାକୁ ଯାଇ କେବେବି କୌଣସି ଫିଲ୍ମ କିମ୍ବା ସିରିଏଲ ରେ ପରିବେଶଣ କରାଯାଇ ନହିଁ । ମୁଁ ମାନୁଛି ଓଡ଼ିଶା ଏକ ଗରୀବ ରାଜ୍ୟ କିନ୍ତୁ ଆମ ସଭ୍ୟତା ଭାଷା ସଂସ୍କୃତି କେବେ ଗରୀବ ନ ଥିଲା ତାହାଲେ ଏ ଭାରତଵର୍ଷ ରେ ଓଡ଼ିଆ ପ୍ରତି ଏତାଦୃଶ ଅଵହେଳା କହିଁକି ? କାଶ୍ମୀର ବନ୍ୟା ରେ ପ୍ରଧାନମଂତ୍ରୀ ଦଶ ଥର କାଶ୍ମୀର ଯାଉଛନ୍ତି ଓଡ଼ିଶା ରେ ପ୍ରତିଵର୍ଷ ବନ୍ୟା ହେଉଛି ଏଥର ଫେଲିନ ନାମକ ଘୁର୍ଣିଝଡ଼ ଆସିଥିଲା ବେଳେ ମୋଦୀ ବାବୁ ଟିକେ ଓଡ଼ିଆଙ୍କୁ ହୈଲୋ କରିବାକୁ ଅସିଥଲେ ତାଙ୍କର ଭୋଟର ସଂଖ୍ୟା ନିଶ୍ଚୟଂ ବଢ଼ିଥାନ୍ତା । ଦିଲ୍ଲୀ ରେ ପାର୍ଟୀ କାହାର ବୀ ରାଜତ୍ବ କରୁ ଉତ୍ତରଭାରତ ଅପେକ୍ଷା ଓଡ଼ିଶା କୁ ସଦାସର୍ବଦା ସ୍ବଳ୍ପ ସାହାଯ୍ୟ ସହଯୋଗ ମିଳିଛି । ଦୁଃଖ ଲାଗେ ଯେ ଆମ ବିଦ୍ୟୁତ୍ଶକ୍ତି , ଆମ ଖଣିଜସମ୍ପଦ ନେଇ ବଦଳରେ ଏ ଦେଶ କାଶ୍ମୀର କୁ ହଜାର ହଜାର କୋଟୀ ଟଙ୍କା ସହର୍ସ ହସ୍ଥେ ଦାନ କରିଦିଏ କିନ୍ତୁ ଓଡ଼ିଶା କୁ ଦେଲାବେଳକୁ ତା ହାତ ଥରିବାକୁ ଲାଗେ । ଯଦି ଆଗକୁ ବି ଏଇଭଳି ପାତର ଅନ୍ତର କରାଗଲା ତ ଏ ରାଷ୍ଟ୍ର ରେ ଓଡ଼ିଆ ମାନେ ନିଜ ସ୍ବାଭିମାନ ରକ୍ଷା ହେତୁ ଦିନା ନ ଦିନେ ନିଶ୍ଚୟଂ ବିପ୍ଳବ କରିବେ ।
Tuesday, February 24, 2015
କେତେଦୂର ଯୁକ୍ତିଯୁକ୍ତ ବେଦ କୁ ଫେରିଯାଅ ବାକ୍ୟ ? ଏହା ମହାନ ସନାତନଧର୍ମ କୁ ଆର୍ଯ୍ୟ ଅନାର୍ଯ୍ୟ ଦୁଇ ଭାଗରେ ବିଭାଜିତ କରିବାକୁ ଷଡତନ୍ତ୍ର ହୋଇପାରେ !!
ଆଜିକାଲି ଇଂଟରନେଟ ଜରିଆରେ ଆମ ସମାଜରେ ଧର୍ମ ଭିତ୍ତିକ ଭେଦଭାବ ହେତୁ କିଛିଲୋକ ଚେଷ୍ଟା କରୁଛନ୍ତି । ସେମାନଙ୍କର ମୁଖ୍ୟ ସ୍ଲୋଗାନ ହେଲା "ବେଦକୁ ଫେରଯାଅ "ଅର୍ଥାତ୍ ବୈଦିକ ସମାଜ ର ପୁନଃଗଠନ ହେଉ । କିନ୍ତୁ ବୈଦିକ ଯୁଗକୁ ଫେରିବା ପୂର୍ଵରୁ ସେ ସମୟର ସାମାଜିକ ଚଳଣୀ ଏବଂ ଇତିହାସ ଉପରେ ଟିକେ ଦୃଷ୍ଟିପାତ କରିନେବା ଉଚିତ ହେବ ।ବୈଦିକ ଯୁଗ ରେ ସମଗ୍ରଭାରତବର୍ଷ ର ସମାଜ ଦୁଇ ଭାଗରେ ବିଭାଜିତ ହୋଇ ରହିଥିଲା ଆର୍ଯ୍ୟ ଏବଂ ଅନାର୍ଯ୍ୟ । ଉତ୍ତରଭାରତ ରେ ବେଦପାଠୀ ବ୍ରାହ୍ମଣ ଏବଂ ତାଙ୍କ ଦ୍ବାରା ପରିଚାଳିତ ସମାଜ ଆର୍ଯ୍ୟ ବୋଲାଉଥିଲେ ଏବଂ ଦକ୍ଷିଣ ,ପଶ୍ଚିମ , ପୂର୍ଵ ତଥା ଉତ୍ତରପୂର୍ଵ ଭାରତ ର ଲୋକମାନଙ୍କୁ ଅନାର୍ଯ୍ୟ କୁହାଯାଉଥିଲା । ମଧ୍ୟଯୁଗ ଯାଏଁ ଏ ଭେଦଭାବ ଏତେମାତ୍ରା ରେ ବଢ଼ିଯାଇଥିଲା ଯେ ଆଜିଯାଏଁ ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଆଜି ବି ଉତ୍ତରଭାରତୀୟ ଜନସମାଜ ଓଡ଼ିଆ ମାନଙ୍କୁ ଅନାର୍ଯ୍ୟ କହି ଅନାଦର କରେ !! ଏକଵିଁଶ ଶତାବ୍ଦୀ ଅଥବା ଏହାର ପରବର୍ତ୍ତୀ ଶତାବ୍ଦୀ ଗୁଡ଼ିକରେ ଯଦି ଲୋକେ ବେଦ କୁ ଫେରନ୍ତି ଉତ୍ତରଭାରତୀୟ ମାନେ ପୁଣି ହିନ୍ଦୁ ସମାଜ କୁ ଦୁଇ ଭାଗରେ ବିଭାଜିତ କରିଦେବେ ଏବଂ ଯେଉଁମାନେ ବେଦପାଠୀ ହେବେନାହିଁ ସେମାନଙ୍କୁ ସାମାଜିକ ତିରସ୍କାର ଏବଂ ନିର୍ଜାତନା ଭୋଗିବାକୁ ପଡ଼ିବ । ଆଜି ଯଦି ଭାରତୀୟ ସମାଜ ପୁନଃ ବୈଦିକ ଯୁଗ କୁ ଫେରିଯାଏ ତ ଭାରତ ଦୁଇଭାଗରେ ବିଭାଜିତ ହୋଇଯିବ ଏବଂ ଏହି ଦୁଇ ଗୋଷ୍ଠୀ ମଧ୍ୟରେ ଜାତିଗତ କଳହ ବଢ଼ିଯିବ ଫଳରେ ବର୍ତ୍ତମାନ ଯେମିତି ଅତ୍ୟାଚାର ସୁନ୍ନି ମାନେ ଶିଯା ମୁସ୍ଲିମ ମାନଙ୍କ ସହ କରୁଛନ୍ତି ସେହିଭଳି ଅତ୍ୟାଚାରିତ ହେବେ ଅନାର୍ୟ ମାନେ ।ଯେଉଁ ସମାଜ କୁ ଏକତ୍ରିତ କରିବା ହେତୁ ଶ୍ରୀଶଙ୍କରାଚାର୍ଯ୍ୟ ଆପ୍ରାଣ ଉଦ୍ୟମ କରିବାକୁ ଯାଇ ସମସ୍ତ ଭାରତ ଭ୍ରମଣ ପୂର୍ବକ ହିଁଦୁଧର୍ମ ର ସମସ୍ତ ପନ୍ଥ କୁ ଏକତ୍ରିତ କରି ସନାତନ ଧର୍ମକୁ ପୁନଃଜୀବିତ କରିଥିଲେ, ସେହି ମହାନ ସନାତନ ଧର୍ମ କୁ କ୍ଷତାକ୍ତ କରିବା ପାଇଁ ବିଧର୍ମୀ ମାନଙ୍କର ଏହା ଅନ୍ୟତମ ଷଡତନ୍ତ୍ର ହୋଇପାରେ । ମୋ ମତରେ କେବଳ ବେଦ କାହିଁକି ବରଂ ଅନ୍ୟ ଭାରତୀଯ ଗ୍ରନ୍ଥ ଗୁଡ଼ିକର ସମାଦର ହେଉ । ବେଦ ପଠନ ସହିତ ପୁରାଣଗୁଡ଼ିକରୁ ଉତ୍ତମ ଶିକ୍ଷା କୁ ଗ୍ରହଣ କରାଯାଉ କାରଣ ବେଦ କୁ ବ୍ଯାସ କରି ହିଁ ପୁରାଣ ସବୁ ରଚିତ ହୋଇଅଛି । ପୁରାଣ ସବୁ ପ୍ରାଚୀନ ଭାରତ ର ଇତିହାସ ଏବଂ ଇତିହାସ ଭଲ କି ଖରାପ ନୁହେଁ , ସମାଜ ର ଅତୀତ କୁ ଦେଖିବା ହେତୁ ଏହା ଏକ ଦର୍ପଣ ସଦୃଶ କାର୍ୟ କରିଥାଏ ! ଵେଦ ଭାରତୀୟ ସମାଜର ପ୍ରାରମ୍ଭିକ ଗ୍ରନ୍ଥ କିନ୍ତୁ କେବଳ ବେଦ ଦ୍ବାରା ଏହିଦେଶ ର ମୂଲ୍ୟାଙ୍କନ କରିବା କେତେଦୂର ଉଚିତ ଏହା ଆପଣ ବିଚାର କରିବେ ।
Sunday, February 22, 2015
ଦେବମିତ୍ର ପ୍ରମାଣ କରିଦେଲେ ଯେ ଜ୍ଞାନ ଠାରୁ ସଦାଚାର ମହାନ
ବାରାଣାସୀ ନରେଶ ବ୍ରହ୍ମଦତ୍ତ ଙ୍କ ରାଜପୁରୋହିତ ଦେବମିତ୍ର ବଡ଼ ବିଦ୍ଵାନ ଏବ ଅନେକ ବିଦ୍ୟାରେ ନିପୁଣ ଥିଲେ । ବିଦ୍ଵତ୍ତା ସହ ତାଙ୍କର ସୁଦ୍ଧ ଚରିତ୍ର ,ସଦାଚାର ଏବଂ ନୈତିକତା ପାଇଁ ଲୋଗ ତାଙ୍କର ଆଦର କରୁଥିଲେ । ରାଜପୁରୋହିତ ଦେବମିତ୍ର ଙ୍କ ମନ ରେ ଥରେ ପ୍ରଶ୍ନ ଆସିଲା କି ରାଜା ଏବଂ ପ୍ରଜା ତାଙ୍କର ସମ୍ମାନ କାହିଁକି କରୁଛନ୍ତି ? ଏ ପ୍ରଶ୍ନ ର ଉତ୍ତର କେମିତି ମିଳିବ ଏ ବିଷୟରେ ସେ ବିଚାର କିରିବାକୁ ଲାଗିଲେ । ଥରେ ରାଜସଭା ବରଖାସ୍ତ ହେବା ଉତ୍ତା ରୁ ସମସ୍ତ ରାଜକର୍ମଚାରୀ ନିଜନିଜ ଘର କୁ ଯିବାପରେ ଦେବମିତ୍ର ରାଜକୋଷ ଆଡେ ଗଲେ । କୋଷାଧ୍ୟକ୍ଷ ଦେବମିତ୍ର ଙ୍କୁ ଦେଖୀ ଦୂର ରୁ ସମ୍ମାନ ପୂର୍ବକ ପ୍ରଣାମ କଲେ । ଦେବମିତ୍ର କିଛି ସମୟ ଏପାଖ ସେପାଖ ହେଲାପରେ କୋଷାଗାର ରୁ ଏକ ପାତ୍ର ମଧ୍ୟରୁ କିଛି ମୂଦ୍ରିକା ଉଠାଈ ଫେରିଗଲେ । କୋଷାଧକ୍ଷ ଦେବମିତ୍ର ଙ୍କର ଏତାଦୃଶ ଅଯୋଗ୍ୟ କର୍ମ ଦେଖିମଧ୍ୟ ବାରଣ ନ କରି ଚୁପ ରହିଲେ । କୋଷାଧକ୍ଷ ମନେମନେ ବିଚାର କଲେ ଯେ ସମ୍ବବତଃ ରାଜଙ୍କ ଆଦେଶ ଫଳରେ ଦେବମିତ୍ର ଏମିତି କରିଥିବେ । ପର ଦିନ ମଧ୍ୟ ଏହି ଘଟଣା ର ପୂନରାବୃତ୍ତି ହେଲା ,ତୃତୀୟ ଦିନ ଦେବମିତ୍ର ମୁଠାଏ ଦମ୍ବା ମୁଦ୍ରିକା ଧରି ଯିବାକୁ ଉଦ୍ୟତ୍ତ ହେବାରୁ କୋଷାଧିକାରୀ ତାଙ୍କୁ ଧରିନେଇ ରାଜାଙ୍କ ପାଖରେ ହାଜର କଲେ । ରାଜା ଏ ଘଟଣା ଶୁଣି ପ୍ରଥମେ ହତବାକ୍ ହେଲେ , ପରେ ପ୍ରହରୀ ଦ୍ଵାରା ସତ୍ୟାସତ୍ୟ ଜାଣିବା ପରେ ଦେବମିତ୍ର ଙ୍କୁ ତାଙ୍କର ଚୋରୀ କରିବାର ଅଭିପ୍ରାୟ ବିଷୟରେ ପଚରା ଗଲା । ରାଜା ପଚାରିବା ରୁ ଦେବମିତ୍ର କହିଲେ ମୁଁ ଜାଣିବାକୁ ଚାହୁଁଥିଲି ଯେ ମୋତେ ମୋ ବିଦ୍ଵତ୍ତା ପାଇଁ ନା ସାଦାଚର ପାଇଁ ଆଦର କରାଯାଏ ? ଏବଂ ଏବେ ପ୍ରମାଣ ହେଇଗଲା ଯେ ମୋତେ ନିଜର ଜ୍ଞାନ ଅପେକ୍ଷା ସଦାଚାର ସଦଗୁଣ ପାଇଁ ସମ୍ମାନ ଦିଆଯାଉଅଛି ।ସତ କଥା ଜାଣିବା ପରେ ରାଜା ତାଙ୍କୁ ବନ୍ଧନମୁକ୍ତ ଏବଂ ସସମ୍ମାନ ସହ କ୍ଷମାପ୍ରାଥନା କଲେ ।
ଉତ୍ତରଭାରତ ର ବର୍ତମାନ ପିରିସ୍ଥିତି ଏବଂ ଏହାର ନିରାକରଣ
ଉତ୍ତରଭାରତ ର ବର୍ତ୍ତମାନ ସାମାଜିକ ଏବଂ ରାଜନୈତିକ ବିଶୃଙ୍ଖଳା ଠିକ ମହାଭାରତ ବର୍ଣିତ ଘଟଣାଚକ୍ର ସହ ମେଳ ଖାଉଛି । କେବେ ଆର୍ଯ୍ୟ କହି ଗର୍ଵ କରୁଥିବା ଉତ୍ତରଭାରତୀୟ ଆଜି ନିଜକୁ ଆର୍ଯ୍ୟ କହିବାର ଯୋଗ୍ୟତା ହରାଇ ବସିଛନ୍ତି । ଧର୍ଷଣ , ଅନର କିଲିଙ୍ଗ , ହତ୍ୟାକାଣ୍ଡ ଏବଂ ଦୁର୍ନିତି କରିବାରେ ଉତ୍ତରଭାରତୀୟ ସମସ୍ତଙ୍କୁ ପଛରେ ପକେଇ ସାରିଲେଣି । ଯଦି ମହାଭାରତ କୁ ସତ୍ୟ ମାନାଯାଏ ତେବେ ଏସବୁ ର ଆରମ୍ଭ ଦ୍ଵାପର ଯୁଗରୁ ହେଇଥିବା ଜଣାଯାଏ । କୌରବ ରାଜସଭା ରେ ନାରୀ କୁ ବସ୍ତୁ ଭଳି ପଶାଖେଳରେ ଲଗାଇଦେବା ଏବଂ ତାକୁ ଜିତିଯିବା ପରେ ତା'ର ବସ୍ତ୍ରହରଣ କରିବାକୁ ଚୈଷ୍ଟା କରିବା ଏ କଥା କୁ ପ୍ରମାଣ କରିଦିଏ ଯେ କି ଉତ୍ତରଭାରତ ରେ ନାରୀ ମାନଙ୍କ ପ୍ରତି ଅନାଦର,ତିରସ୍କାର ଆଜିର ନୁହେଁ ବରଂ ବହୁପୁରାତନ କାଳରୁ ଏହିଭଳି ହୋଇ ଆସୁଅଛି । ଝିଅଟିଏ ଜନ୍ମ ହେବାପୂର୍ଵରୁ ତାକୁ ମାରିଦେଉଥିବା ଜନସମାଜ ଏ କଥା ଚିନ୍ତା କରେନୀ ଯେ ଆଗକୁ ଜନ୍ମ ହେବାକୁ ଯାଉଥିବା ପୁତ୍ର ମାନଙ୍କର ପ୍ରଣୟ କ୍ଷୁଧା କେମିତି ମେଣ୍ଟାଇବେ !!! ଉତ୍ତରଭାରତରେ ୧୦୦୦ ପୁରୁଷରେ ୭୦୦ ନାରୀ ହେବା କାରଣରୁ ହିଁ ଆଜି ନିର୍ଭୟା କାଣ୍ଡ ଭଳି ପାଶବିକ ଘଟଣା ଉତ୍ତରୋତ୍ତର ବଢ଼ିବାରେ ଲାଗିଛି । ଏ ସବୁ କୁ କେବଳ ଆଇନ କାନୁନ ଏବଂ ନୀତିବାକ୍ୟ ଶୁଣାଇ ରୋକାଯାଇପାରିବନି ବରଂ ଏଥିପାଇଁ ସଘନ ସାମାଜିକ ଏବଂ ମାନସିକ ସ୍ତରୀୟ ପରିବର୍ତ୍ତନ ,ନାରୀ ସଶକ୍ତି କରଣ, ଉତ୍ତମ ଓ କଠୋର ନ୍ୟାୟ ବ୍ୟବସ୍ଥା, ଉତ୍ତମ ଚରିତ୍ର ଗଠନ ତଥା ଉତ୍ତମ ସଂସ୍କାର, ଶିକ୍ଷା ଦ୍ୱାରା ହିଁ ଏସବୁକୁ ଏଡାଯାଇ ପାରିବ ।
ମଶାଣିପଦା ର ଗୋଲାପକଢ଼ି ମୁଁ
ମଶାଣିପଦା ର ଗୋଲାପକଢ଼ି ମୁଁ
ଫୁଟି ଝଡିଯିଵି ଦିନେ ।
ସୁନ୍ଦର ଦିଶୁଛି ଵିକାଶ କାଳରେ
ମାୟା ଦୁନିଆ ର ବନେ ।
ରଙ୍ଗରୂପ ମୋର ନୁହେଁ ଚିରନ୍ତନ
ନୁହେଁ ଚିରକାଳ ପାଇଁ ।
ଥରେ ଦେଖିନିଅ ମନଭରି ମୋତେ
ଆଜି ଅଛି କାଲି ନାହିଁ।
ମଶାଶିପଦାରେ ଜନମ ମୋହର
ରୂପ ମୋର ମନୋହର
ଯିଏ ଦେଖେ ମୋତେ
ହୁଏ ସେ ମୋହିତ
ହରାଏ ବିବେକ ତାର
କେତେ କଣ୍ଟା ମଧ୍ୟେ ହୋଇଛି ସାଇତା ମୋର ରୂପ ରଙ୍ଗ ର ଏ ଢେଉ
କବି ହାରିଯାଏ ପଦ ଭୂଲିଯାଏ
ଉପମା ଟି ଦେଉ ଦେଉ।
ମଶାଶି ପଦା ଟା ସଂସାର ମୋହର ମଶାଶି ରେ ଜନ୍ମ
ମଶାଶି ରେ ମରିଯିବି
ଯିତିବି ଏଠାରେ
ହାରିବି ଏଠାରେ
ଏହିଠାରେ ବଞ୍ଚିଥିବି ।
ତାଠାରୁ ଜନ୍ମ
ତା ପାଇଁ ମରଣ
ଯେହେତୁ ସେ ଜନ୍ମଦାତ୍ରି
ଦୁଃଖଦେଲେ ଦେଉ
ସୁଖ ଦେଲେ ଦେଉ
ଦାନ ଏ ଜୀବନ ତାର ।
ମଶାଣିପଦା କୁ ଭାବୁଛି ମହାନ
ଯେଣୁ ମୋ ଜନମମାଟି
ତା ଠାରୁ ବିକାଶ
ଅବୟ ମୋହର
ତା କୋଳେ କଟଇ ରାତି ।
ନୀଚ ହେଉ ପଛେ
ଜନନୀ ମହାନ
ସ୍ବର୍ଗଦପି ଗରିୟସୀ
ଏ କଥା ଭାବଇ
ନିତ୍ୟ ମୁଁ ମନରେ
ହୃଦୟ ଆସନେ ବସି...........
ଓଡ଼ିଆ ଭାଷା କାହିଁକି ଅବହେଳିତ ?
ମାତୃଭାଷା ପ୍ରତି ଥିବା ଆବେଗ ହିଁ ମୋତେ ଓଡ଼ିଆରେ ଲେଖିବାକୁ ପ୍ରେରିତ କରେ । ଏଇ ଆବେଗଟିକକ କେହି କାହାରି ମନରେ ବୁଣିପାରିବ ନାହିଁ ଏହା ମାନବ କୁ ସାମାଜ ରୁ ସ୍ଵତଃ ପ୍ରାପ୍ତ ହୋଇଥାଏ । ଏବେବି ଅନ୍ୟ ଭାଷା ଅପେକ୍ଷା ଓଡ଼ିଆ ର ଇଂଟରନେଟ ରେ ଯୋଗଦାନ ନଗନ୍ୟ ।ଏହାର ମୁଖ୍ୟ କାରଣ ହେଲା ଅଧିକାଁଶ ଓଡ଼ିଆ କେମିତି ନିଜମାତୃଭାଷାରେ ଲେଖିବେ ଜାଣିନାହାଁନ୍ତି ଏବଂ ଯେଊଁ ଓଡ଼ିଆ ଯୁବପିଢ଼ି ଇଂଟରନେଟ ରେ ଅଧିକାଂଶ ସମଯ ବିତାଅନ୍ତି ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଇଂରାଜୀ ମାଧ୍ୟମ ପଢୁଆ ପିଲା, ପିଲାବେଳୁ ଓଡ଼ିଆର ବ୍ୟବହାର ପାଇଁ ସ୍କୁଲରେ ଆକଟ ଆଉ ଘରେ ବାପା ବୋଉଙ୍କ ଅବହେଳା । ଏମିତି ପରିବେଶରେ ବଢୁଥିବା କୌଣସି ପିଲା ମନରେ କେବେ ବି ଭାଷା ପ୍ରତି ମମତା ଆସିବନାହିଁ । ପିଲା ଘରେ ଓଡ଼ିଆ ଶିଖିବାର ପରିବେଶ ପାଇଲା ନାହିଁ, ଟି.ଭି. ଭଲ କାର୍ଟୁନ ଚାନେଲଟିଏ ଓଡ଼ିଆରେ ନାହିଁ କି ପିଲାଙ୍କ କାର୍ଯ୍ୟକ୍ରମ ସବୁ ଓଡ଼ିଆ ବଦଳରେ ହିନ୍ଦୀ କି ଇଂରାଜୀରେ ଆସୁଛି । ଏପରିକି ଓଡ଼ିଆ ସ୍କୁଲରେ ବି ସାନବେଳୁ ଶିଖାଯାଉଛି “ଚାକିରି ପାଇଁ ଇଂରାଜୀ, ମାର୍କ ପାଇଁ ସଂସ୍କୃତ ଆଉ ପଇସା ପାଇଁ ହିନ୍ଦୀ“, ଓଡ଼ିଆ ପାଇଁ ଜାଗାଟେ ବାକି ରଖିଛନ୍ତି ଆମ ଶିକ୍ଷା ପୁରୋଧାମାନେ? ନିରେଖି ଦେଖିଲେ ଦେଖିଲେ ଜଳ ଜଳ ଦିଶେ ଯେ ଓଡ଼ିଆ ପାଇଁ ରଡୁଥିବା ଲୋକଙ୍କ ପିଲେ କେବେ ଓଡ଼ିଆ କହନ୍ତି ନାହିଁ । ଏହିଭଳି ନିଜ ମାତୃଭାଷା ପ୍ରତି ଏତାଦୃଶ ଅବହେଳା କରୁଥିବା ବଂଙ୍ଗାଳୀ ସମାଜ ଵିଷୟ ରେ କହିବାକୁ ଚାହିଁବି । ମଧ୍ୟପ୍ରଦେଶ ରେ ଅବସ୍ଥିତ ପନ୍ନା ଜିଲ୍ଲା କୁ ଯାଇଥିଲି ଆମର ଜଣେ ବନ୍ଧୁ ଙ୍କ ବିଵାହୋସ୍ଛବ ରେ । ସେଠି 1972 ର ବିସ୍ତାପନ ଦୁଃଖ ଭୋଗୁଥିବା ମୂଳ ବଂଙ୍ଗଲାଦେଶ ନିଵାସୀ ମାନଙ୍କର ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ବଂଗାଳୀ ରେ ଲେଖିବା ପଢ଼ିବା ଜାଣିନାହାଁନ୍ତି । ମଧ୍ୟପ୍ରଦେଶ ହିନ୍ଦୀଭାଷୀ କ୍ଷେତ୍ର ହୋଇଥିବାରୁ ଏଠିକାର ସରକାରୀ ସ୍କୁଲ ଗୁଡ଼ିକରେ ହିନ୍ଦୀ ଇଂରାଜୀ ପଢ଼ାଯାଏ । କିଛି ବଂଗାଳୀ ଭାଷୀ ଲୋକଙ୍କୁ ପଚାରିଲାରୁ ସେମାନେ ସରକାର ଙ୍କୁ କାଠଗଡ଼ା ରେ ଛିଡ଼ାକରିଦେଲେ ଯେବେକି ନିଜଭାଷା ପ୍ରତି ଅବହେଳା କରିଥିବାରୁ ପ୍ରଥମେ ସେମାନେ ଦୋଷୀ ନା କି ସରକାର ! ଏବେବି ସମୟ ଅଛି ଓଡ଼ିଆ ମାନେ ନିଜ ମାତୃଭାଷାର ଉନ୍ନତି ଦିଗରେ ଧ୍ୟାନ ଦିଅନ୍ତୁ । ତେବେଯାଇ ଭାରତ ର ଅନ୍ୟତମ ଭାଷା ର ମହନୀଯତା ଅକ୍ଷୁର୍ଣ ରହିବ ।
Monday, February 9, 2015
ଲେଡୀ ଅଫ ମେରିଟ୍କ୍ସେଲ ଏବଂ ଇଉରୋପିଅନ ଦେଶ ଅଂଡୋରା
ଏ ପୃଥ୍ଵୀ ରେ ଏମିତି କେତୋଟି ରାଷ୍ଟ୍ର ଅଛି ଜା ବିଷୟ ରେ ବହୁତ କମ ଲୋକ ଙ୍କୁ ଜଣାଥିବ । ବେଲିଜ, ବେନିନ, ବୁରକୀନା ଫାସୋ, କେପବେରଡେ, କୋମୋରାସ, ମାର୍ଶଲ ଆଇଲେନ୍ଡ, ମୁରିରାନିୟା, ମାଲ୍ଡୋଵା ଆଦି ରାଷ୍ଟ୍ର ଏଇ ଶ୍ରେଣୀ ର । ଏ ରାଷ୍ଟ୍ର ଗୁଡିକ ସିନା ଛୋଟ କିନ୍ତୁ ଏମାନଙ୍କର ଅସ୍ତିତ୍ଵ ଜେମିତି ସେମିତି ନୁହେଁ .ଫ୍ରାଂସ ଏବଂ ସ୍ପେନ ମଧ୍ୟରେ ପ୍ରାୟ ୮୩୫୨୫ ଜନସଂଖ୍ୟା ବିଶିଷ୍ଟ ଅଂଡୋରା ନାମକ ଏକ ଦେଶ ଅଛି । ଏହାର ଆୟତନ ମାତ୍ର ୪୬୮ ଵର୍ଗ କିଲୋମୀଟର ଏବଂ ରାଷ୍ଟ୍ରଭାଷା କାଟାଲାନ । ସ୍ପେନ ସହିତ ଏହାର ଘନିଷ୍ଟ ସମ୍ବନ୍ଧ ଅଛି , ସ୍ପେନରେ ଜନ୍ମିତ ଏକ ପାଦ୍ରୀ ଦ୍ଵାରା ଏହି ଦେଶ ର ରାଷ୍ଟ୍ରଗୀତ ଲେଖାଯାଇଅଛି ! ଏଂଡୋରା ର ସରକାରୀତନ୍ତ୍ର ଏଠିକାର ପାଦ୍ରୀ ତଥା ସନ୍ଥ ଙ୍କ ହାତରେ ଅଛି ଏବଂ ଆଠ ସପ୍ଟେମ୍ବର [୧୨୭୮] ଦିଵସ କୁ ଏଠାକାର ଲୋକେ ସ୍ବାଧୀନତା ଦିବସ ରୁପେ ପାଳିଥାଉନ୍ତି । ଏଂଡୋରା ର ରାଷ୍ଟ୍ରଗୀତରେ ଜଗୁଫାଉ ଵୋନ ମେରିଟ୍କ୍ସେଲ ବା ଲେଡୀ ଅଫ ମେରିଟ୍କ୍ସଲ ଙ୍କର ମହିମା ଗାନ କରାଯାଇଅଛି । କାଟାଲାନ ଭାଷାବିଜ୍ଞାନୀ ଜୋଆନ ଙ୍କ ମତରେ ମେରିଟ୍କ୍ସଲ ଶବ୍ଦ ର ଅର୍ଥ ହେଉଛି ମେରିଗ (English Midday) ବା ଦ୍ଵୀପହର ରେ ପଶୁପାଳକଙ୍କ ଦ୍ଵାରା ନିରୁପିତ ସ୍ଥାନ ଓଡିଆ ରେ ଆମେ ତାକୁ ଗୋଠ କହିଥାଊ । ସେହିଭଳି Lady of meritxell ର ଅର୍ଥ ହୋଇପାରେ ପଶୁପାଳକଙ୍କ ଦେବୀ ଅବା ପଶୁଗୋଠ ର ଦେବୀ । ଆମ ଦେଶ ର ବନ୍ଦେ ମାତରମ୍ ପରି ଏଡୋଁରା ଭଳି ଏକ ଇଉରୋପିଅନ ରାଷ୍ଟ୍ର ର ରାଷ୍ଟ୍ରଗୀତ ରେ ମାତା ,ମାତୃଭୁମି ର ବନ୍ଦନା କରାଯାଇଅଛି ଏହା ସେ ଦେଶ ର ଶ୍ରେଷ୍ଠତା ପ୍ରତିପାଦନ କରୁଅଛି ।
Friday, September 26, 2014
ଅତିଥି ଏବଂ ପଡ଼ୋଶୀ
ସଂସାର ରେ ଦୁଇ ପ୍ରକାର ର ଜୀବ ଙ୍କ ବିଷୟ ରେ ଜାଣିବା ପାଇଁ ବୈଜ୍ଞାନିକ ଆଜି ବି ଗବେଷଣା କରୁଛନ୍ତି , ସେ ଦୁଇ ପ୍ରକାର ର ଜୀବ ହେଲେ ଅତିଥି ଏବଂ ପଡ଼ୋଶୀ । ସମୟ ଖରାପ ଥିଲେ ଏମାନେ ମଣିଷ ର କ୍ଷତି କରିଥାନ୍ତି କିନ୍ତୁ କିସ୍ମତ ଭଲ ଥିଲେ କଚ୍ଚେ ପୁଅ ବାର !!! ଅତିଥି ମାନଙ୍କ ସମ୍ଭନ୍ଧ ରେ ବୋଲିବୁଡ଼ ରେ ଏକ ଫିଲ୍ମ ଅଛି "ଅତିଥି ତୁମ କବ୍ ଜାଓଗେ" ! ଫିଲ୍ମ ରେ ଅତିଥି ନାମକ ତୁଛ ଜୀବ ର ଗୁଣ ଦୂର୍ଗୁଣ କୁ ହାସ୍ୟରସ ସହ ପରିବେଷଣ କରା ଯାଇଅଛି । କିନ୍ତୁ ପଡ଼ୋଶୀ ମାନଙ୍କ ବିଷୟ ରେ ସେଭଳି କୌଣସୀ ଖାସ ଫିଲ୍ମ ବନାଯାଇନାହିଁ କାରଣ ଆମ ସମସ୍ତ ଙ୍କ ମୁଣ୍ଡ ଖାଇବାକୁ ଗାଁ ଠାରୁ ସହର ଯାଏଁ ପଡ଼ୋଶୀ ଙ୍କ ଲାଇନ ଲାଗିଛି । ଅତିଥି ତ ଦିନ ଦୁଇ ଦିନ ଆସି ନାଟ ତାମସା ଲଗେଇ ଚାଲିଯାଅନ୍ତି କିନ୍ତୁ ପଡ଼ୋଶୀ ମାନଙ୍କ ଦୌରାତ୍ମ ରେ ସାରା ଜୀବନ ଟା ଦୁଃଖ ଦୂର୍ଦଶା ରେ କଟିଯାଏ । ଟିକେ ଟିକେ କଥା ରେ ଝଗଡ଼ା କରି ସେମାନେ ଆପଣଙ୍କ ଗୁଡ଼୍ ଡ଼େ କୁ ବୈଡ଼ ଡ଼େ କରିଦିଅନ୍ତି । ଆପଣ ଅଫିସ କି ବିଲ ରୁ ଫେରି ଘରେ ଟିକେ ଆରାମ କରୁଥିବେ ଆପଣଙ୍କ ପଡ଼ୋଶୀ ତାଙ୍କ ସ୍ତ୍ରୀ ଙ୍କୁ ଧରି ପାଲା ଆରମ୍ଭ କରିଦେବେ , ଗାଁ ରେ ତ କିଛି ଅଛନ୍ତି ତାଙ୍କର ଟାଇମ ଫିକ୍ସ୍ ଥାଏ ଠିକ୍ ଟାଇମ ରେ କଳିକଜିଆ କରିବେ । ଲୋକେ ଅତିଥି ର ଉଦାହରଣ ଦେବା କୁ ଯାଇ ଶକୁନି ଆଦି ଙ୍କ ନାମ ନିଅନ୍ତି କିନ୍ତୁ ସେମାନେ ପଡୋଶୀ ମାନଙ୍କ ଉଦାହରଣ ଦେବାସମୟରେ ଦ୍ବନ୍ଦ ରେ ଥାଅନ୍ତି କି କାହା ନାଁ ନେବେ ? ମଣିଷ କଥା ଛାଡ଼ ଆମ ଦେଶ ର ପଡ଼ୋଶୀ ଦେଶ ଗୁଡ଼ିକ ଙ୍କର ବିଚାରଧାରା କେତେ ନ୍ୟୁନ ତାହା ଆମେ ସମସ୍ତେ ଜାଣୁ । ଯେଉଁ ଦେଶ ର ପାକିସ୍ତାନ ଚୀନ ଭଳି ପଡୋଶୀ ଥିବେ ସେ ଦେଶ ର ବିକାଶ କେମିତି ହେବ ? ୧୯୬୨ ରେ ଚୀନ ର ଜଣେ ରାଷ୍ଟ୍ରପତି ଭାରତ ର ଅତିଥି ହୌଇ ଆସିଥିଲେ , ଭାରତ ର ଅସ୍ତ୍ରଶସ୍ତ୍ର ଏବଂ ଦୂର୍ବଳ ନେତୃତ୍ଵ ଦେଖି ଘର କୁ ଫେରିଲେ । ଦୁଇ ମାସ ପରେ ଚୀନ କଲା ଭାରତ ଆକ୍ରମଣ ! ବୀକେ ମେନନ, ଜବାହରଲାଲ ଙ୍କ ଭଳି ମୂର୍ଖ ରାଜନେତା ଙ୍କ ପାଇଁ ଭାରତ ହାତରୁ ତିବ୍ବତ ଚାଲିଗଲା । ପାକିସ୍ତାନ ତ ଚାରିଥର ଯୁଦ୍ଧ ଵିରାମ ରାଜିନାମା ସ୍ଵାକ୍ଷର କରି ତାର ଅବମାନନା କରିସାରିଛି । ପାକିସ୍ତାନ ର ଜଣେ ମୂର୍ଖ କିଛିଦିନ ତଳେ କହିଥିଲା କଶ୍ମୀର ମୋର, ମୁଁ ଏକ ଇଂଚ ଭୂମୀ ବୀ ଛାଡ଼ିବିନି !!! ଯେମିତି ତା ବାପ ଅଜା ଙ୍କ ଜାଗିରୀ ଚାଲିଛି କାଶ୍ମୀର ରେ !! ଏଭଳି ପଡ଼ୋଶୀ ଙ୍କୁ ନେଇ ଦେଶ ର ଭଲ ଦିନ କେମିତି କିଭଳି ଆସିବ ?
Sunday, September 21, 2014
କେବେ ବଦଳିବ ଚିନ୍ତାଧାରା ?
ଆଜିକାଲି କାଉ ମାନଙ୍କୁ ମସ୍ତ ଡିନର ମିଲୁଛି , ଗାଁ ସହର ସବୁଠିଁପୈତୃକ ଶ୍ରାଦ୍ଧ ପାଇଁ ଦଉଡ଼ାଦଉଡ଼ି । ବ୍ରାହ୍ମଣ ମାନେ ନିଜନିଜ ଜଜମାନ ଙ୍କ ଠାରୁ ଏଥର ଆଳୁ ଟମାଟର ପିଆଜ ଆଦି ପରିବା ମାଗିନଉଛନ୍ତି ଚାଲ ଦି ଦିନ ତ ମଜା ରେ ବଞ୍ଚିବ ! ଦେଶ ର ଅବସ୍ତା ଯାହା ହେଲାଣୀ ଏଥର ଦୀପାବଳୀ ଦଶହରା ରେ ଲୋକେ ମିଠାପିଠା ଆଦି ବନ୍ଦକରି ପରିବା ନେଣଦେଣ କରିବେ । ଏ ବର୍ଷ କେତେଜଣ ଙ୍କ ବାହାଘର ରେ ପରିବା ଗିଫ୍ଟ ମିଳିବା କଥା ଜଣେ ଭାଇ କହୁଥିଲେ । ମହାନ ଦେଶ ର ମହାନତା କୁ ପରିବା ଅଭାବ ର ଗ୍ରହଣ ଲାଗିଯାଇଛି । ଲୋକେ ବାଡ଼ି ରେ ଆଗ ଭଳି ଲଙ୍କା କି ଶାଗ ଆଦି ଗଛ ଲଗାଉନାହାନ୍ତି ବରଂ ହାଟ ବଜାର ରୁ କିଣି ଖାଉଛନ୍ତି । ଚାଷୀ ପିଲା ଚାଷକାମ ଛାଡ଼ି ଅନ୍ୟ କାମ କରୁଛନ୍ତି । ଡ଼ିଗ୍ରୀଧାରୀ ପିଲା ଗୁଡ଼ା ପୁଣି ବିଲ ରେ ହଳ କରିବେ ? ନା ଶ୍ରମିକ ଙ୍କ ଭଳି କମ୍ପାନୀ ରେ କାମ କରିବେ ? ଶିକ୍ଷିତ ଅର୍ଧଶିକ୍ଷିତ ବେକାର ଟୋକା ମାନେଁ ବାପା ର ଟଙ୍କା ଉଡ଼େଇ ବିଅର ପିଇ ମାତାଲ ହୋଇ ବୁଲନ୍ତି ଆଉ ଯଦି କେହି କୁହେ ଭାଇ ଘରେ କାଇଁ ପଡ଼ି ରହିଚ , ତାକୁ ଅଧିକାଂଶ ଗାଳୀ ତ କେହୀକେହୀ ଲଜିକ ଶୁଣେଇ ଖସିଯାଅନ୍ତି । କିଛି ଭଦ୍ର ବ୍ୟକ୍ତି ଙ୍କ ସହିତ ଏକ ଫେସବୁକ ଗୃପ ରେ ଉଡ଼ିଶାର ଆର୍ଥିକ ଅବନତି ବିଷୟ ରେ ଚର୍ଚ୍ଚା ହେଉଥିଲା । ଜଣେ ଭାଇ ସରକାର ଙ୍କୁ ଦାଇ କଲେ ଆଉ ଜଣେ କହିଲେ ଆମେ ସବୁ ସ୍ଵାର୍ଥପର । କିନ୍ତୁ କେହି ବି ସ୍ଵାବଲମ୍ଭି ଜୀବନ ସପକ୍ଷ ରେ କହିଲେ ନାହିଁ , ଖାଲି ସରକାରୀ ଚାକିରୀ ର ଅଭାବ କଥା କୁ ଉଠେଇ କୁମ୍ଭୀର କାନ୍ଦଣା କାନ୍ଦିଲେ । ଚାକିରୀ ନ ମିଳିଲେ କଣ ଆତ୍ମହତ୍ୟା କରିବ ନା ଘରେ ବସି ଖାଇବ ? ସରକାରୀ ଚାକିରୀ ନ ମିଳୁ ବେପାର କର , ଆଧୁନିକ ପ୍ରଣାଳୀ ରେ କୃଷି କର ନହେଲେ ବ୍ୟାଙ୍କରୁ ଋଣ ଆଣି ଅଟୋ ଆଦି ଚଳାଅ । ଏ କଥା ପ୍ରମାଣ ହୋଇ ସାରିଛି ଯେ କୌଣସୀ ସରକାର ଦ୍ଵାରା ଅଥବା କାନୁନ୍ ଦ୍ଵାରା ସମାଜ ରେ ହଟାତ୍ କିଛି ପରିବର୍ତ୍ତନ ହୋଇନାହିଁ । ତେଣୁ ଯେଉଁ ମାନେ ଅନ୍ୟ ର ଚଷମା ରେ ସୁଖ ସ୍ଵପ୍ନ ଦେଖୁଛନ୍ତି ସେମାନଙ୍କୁ ସମାଜ ର ବାସ୍ତବତା କୁ ହୃଦୟଙ୍ଗମ କରିବାକୁ ଅନୁରୌଧ ।
Sunday, September 7, 2014
"ଅବଧୀଭାଷା"
ଅବଧୀ ହିନ୍ଦୀଭାଷାର ଏକ ଉପଭାଷା । ଉତ୍ତରପ୍ରଦେଶ ର ଲଖନ୍ନୌ, ହରଦୋଇ ,ସୀତାପୁର, ଲକ୍ଷ୍ମୀପୁର, ଫୈଜାବାଦ, ପ୍ରତାପଗଢ, ସୁଲତାନପୁର, ଫତେପୁର, ମିର୍ଜାପୁର, ଜୌନପୁର ଆଦି ଜିଲ୍ଲାରେ ବୋଲାଯାଏ । ଅବଧ ଶବ୍ଦର ବ୍ୟୁତ୍ପତି ଅଯୋଧ୍ୟା ରୁ ହୋଇଅଛି । ଅବଧୀ ଭାଷାରେ ପ୍ରାୟ 6 କୋଟି ଲୋକ କଥା ହୁଅନ୍ତି ଏବଂ ଭାରତ ବ୍ୟତୀତ ନେପାଳ ଏବଂ ମରେସିଅସ୍ ରେ ମଧ୍ୟ ଏହି ଭାଷାକୁ ଅନେକଲୋକ ବୋଲନ୍ତି । ତୁଳସୀଦାସ କୃତ ରାମଚରିତ ମାନସ ଏହିଭାଷାରେ ଲେଖାଯାଇଛି । ଅବଧ କୁ ପୂର୍ବେ କୋସଳ କୁହାଯାଉଥିଲା । ଅବଧୀ ଭାଷାକୁ କିଛି ଲୋକ ବୈସବାଡୀ ମଧ୍ୟ କୁହନ୍ତି କିନ୍ତୁ ବୈସବାଡୀ ଅବଧୀ ର ଏକ ଶାଖା ଏବଂ ଏହାର ଶବ୍ଦ ଅବଧୀ ଶବ୍ଦ ଠାରୁ ସାମାନ୍ୟ ଭିନ୍ନ । ଯେମିତି ଓଡିଆ ଏବଂ ସମ୍ବଲପୁରୀ ଭାଷାରେ ସାମାନ୍ୟ ପ୍ରଭେଦ ଦେଖାଯାଏ । ବୈସବାଡୀ ଭାଷା ପ୍ରାୟତଃ ଓନ୍ନାବ୍ ଲଖନ୍ନୌ ରାୟବରେଲୀ ଏବଂ ଫତେପୁର ଆଦି ଜିଲ୍ଲା ଗୁଡିକରେ ବୋଲାଯାଏ । ରାମଚରିତମାନସ ବ୍ୟତିତ ମଲ୍ଲିକ୍ ମୁହମ୍ମଦ ଜାୟସୀ ଙ୍କ ଦ୍ବାରା ରଚିତ ପଦ୍ମାବତ୍ ଅବଧୀ ଭାଷା ର ଅନ୍ୟତମ କାଳଜୟୀ କୃତୀ । ଭାଷାବିଦ୍ ମାନଙ୍କ ମତରେ ଅବଧୀ ଭାଷାର ଉତ୍ପତ୍ତି ମଧ୍ୟ ମାଗଧୀରୁ ହୋଇଅଛି ସମ୍ଭବତ ଏଥିପାଇଁ ଏହାର କିଛି ଶବ୍ଦ ପାଲୀ ଏବଂ ଓଡ଼ିଆ ଶବ୍ଦ ସହ ସାମଞ୍ଜସ୍ୟ ପରିଲକ୍ଷିତ ହୁଏ । ଅବଧୀଭାଷାର ଲେଖକ କବୀ ମାନଙ୍କ ମଧ୍ୟରେ ରମଇକାକା , ବଂଶୀଧର ଶୁକ୍ଳ, ଦ୍ବାରିକା ପ୍ରସାଦ୍ ମିଶ୍ର, ପ୍ରତାପନାରାୟଣ ମିଶ୍ର, ସୂର୍ଯ୍ୟକାନ୍ତ ତ୍ରିପାଠୀ 'ନିରାଲା' ,ପଂ ମହାବୀର ପ୍ରସାଦ ଦ୍ବିବେଦୀ, ଆଚାର୍ଯ୍ୟ ରାମଚନ୍ଦ୍ର, ଶୁକ୍ଳ କୁବଂର ନାରାୟଣ ଆଦି ଅନ୍ତରରାଷ୍ଟ୍ରିୟ ଖ୍ୟାତି ଲାଭ କରିଛନ୍ତି ।
Friday, August 22, 2014
ପ୍ରଥମଶ୍ରେଣୀ ର ଅଭୂଲା ସ୍ମୃତି
ମୁଁ ଯେତେବେଳେ ପ୍ରଥମଶ୍ରେଣୀରେ ପଢୁଥିଲି ଆମ କନ୍ତିଓ ନୂଆସାହି ଅ.ପ୍ରା. ସ୍କୁଲ୍ ର ପ୍ରଥମଶ୍ରେଣୀ କ୍ଲାସ୍ ରୁମ୍ ଟା ଚାଳଛପର ଥିଲା । ପ୍ରଥମଶ୍ରେଣୀ ର ଦୁଇଟି ଘଟଣା ମୋର ଆଜି ବି ମନେ ଅଛି । ==> ଥରେ ସ୍କୁଲ୍ ଯିବା ସମୟରେ ପ୍ରବଳ ବର୍ଷା ହେଉଥିଲା ମାଆ କହିଲା ଆଜି ସ୍କୁଲ୍ କୁ ଯାଅ ନାହିଁ । ମୁଁ ଖୁସ୍ ହେଇଗଲି ଯା ହେଉ ଗୋଟାଏ ଦିନ ରେସ୍ଟ ମିଳିଗଲା । ମୋ ବାପା ଙ୍କୁ କିଏ ଯାଇ ଏ କଥା କହିଦେଲା । ବାପା ରାଗିଲେ ମୋତେ ଛତା ଦେଇ ସ୍କୁଲ୍ କୁ ଯିବାକୁ କହିଲେ । ମୁଁ କାନ୍ଦିକାନ୍ଦି ସ୍କୁଲ୍ କୁ ଗଲି , ଯାଇ ଦେଖିଲି ମୋ କ୍ଲାସ୍ ର କେହି ବି ଆସି ନାହାଁନ୍ତି । ମୁଁ ଫେରିଯାଉଥିଲି ସେତେବେଳେ ଆମ ପ୍ରିନ୍ସିପଲ୍ ତୃତୀୟଶ୍ରେଣୀ ରୁ ମୋତେ ଡାକିଲେ ମୁଁ ତାଙ୍କ ପାଖକୁ ଗଲି । ସେ ମୋତେ ମୋ ବାପା ଙ୍କ ନାଁଆ ପଚାରିଲେ ମୁଁ କହିଲି । ସାର୍ ଖୁସି ହୋଇ କହିଲେ ତୁମେ ଏକେଲା କଣ୍ ପଢିବ ଆଜି ଘରକୁ ଚାଲିଯାଅ । ==> ଥରେ ବାପି ଆଉ ମୋର କ୍ଲାସ୍ ରୁମ୍ ରେ ଝଗଡ଼ା ହେଲା ସେ ମୋତେ ମାରିଲା ମୁଁ ଝଗଡ଼ା କଲି ଅମର ସାର୍ ଆସି ମୋତେ ଛାଟରେ ମାରିଲେ । ମୁଁ ରାଗି କି ସାର୍ ଙ୍କ ହାତରୁ ଛାଟ ଛଡେଇ ନେଇ ଭାଙ୍ଗି ଦେଇଥିଲି । ମୋ କ୍ଲାସ୍ ମେଟ୍ ଲଳିତ କେତେଥର ଏ କଥା ଟା କହିଛି ।
Monday, August 18, 2014
କାହ୍ନା ମୋ Best freind
ମୋତେ ଯଦି କେହି ପ୍ରଶ୍ନ କରେ ତୁମର ବେଷ୍ଟ ଫ୍ରେଣ୍ଡ କିଏ ? ମୁ ଦ୍ବନ୍ଦରେ ପଡିଯାଏ । ତେବେ କାହ୍ନା କୁ ମୁଁ ନିଜର ବେଷ୍ଟ ଫ୍ରେଣ୍ଡ କହିପାରିବି କାରଣ କାହ୍ନା ମୋତେ ଖୁବ ସାହାଯ୍ୟ କରିଛି । ମୋତେ ସାଇକେଲ୍ ଚଲେଇ ଆସୁନଥିଲା ମୁଁ ତାକୁ ଦେଖି ସାଇକେଲ ଚଲାଇବା ସିଖିଥିଲି । ଆମେ ପ୍ରାୟ ସାଥୀ ହୋଇ ସ୍କୁଲ୍ କୁ ଯାଉଥିଲୁ । କେତେବେଳେ ପେନ୍ ସିଲ୍ କି ପେନ୍ ଘରେ ଭୂଲି ଯାଇଥିଲେ ତାକୁ ମାଗୁଥିଲି । ତା ଜେମୋଟ୍ରୀ ବକ୍ସ୍ ଟା ମୋ ପାଇଁ ଲକି ଥିଲା Royal bengal tiger ଉପରେ ବାଘର ଚିତ୍ର ଆଜି ବି ମନେ ପଡିଯାଏ । ସ୍କୁଲ୍ ରେ ଥରେ ଶ୍ବେତସାର୍ ସମସ୍ତଙ୍କୁ ଗୀତ ଗାଇବାକୁ କହିଲେ । ମୋ ପାଳି ପଡିଲା ମୋତେ ଲାଜ ଲାଗୁଥିଲା ସମସ୍ତଙ୍କ ଆଗରେ ଗାଇବାକୁ । ମୋ ପରେ କାହ୍ନା ର ପାଳୀ ଥିଲା ତ ଶ୍ବେତ ସାର୍ ଆମ ଦୁହିଁ କୁ ଏକାଠି ଗାଇବାକୁ କହିଲେ । ଆମେ ସେଦିନ ଏକ ଜଗନ୍ନାଥ ଭଜନ ଗାଇଥିଲୁ "ହାତରେ ବାଡି କାନ୍ଧରେ ବାହୁଙ୍ଗୀ ନେଇ ଯାଉଛି କହ୍ନେଇ ଦେଖ ଗାଈ ଚରେଇ'' । କାହ୍ନା କ୍ରିକେଟ୍ ଖେଳିଲାବେଳେ Right hand ବ୍ୟାଟିଂ କରୁକରୁ left sight କୁ ଛକା ମାରିଦିଏ । କିଛି ବର୍ଷତଳେ କାହ୍ନା ଆମ୍ବ ଗଛରୁ ପଡିଯାଇଥିଲା, ଭଗବାନ ଙ୍କ କୃପାରୁ ତାର କିଛି ହୋଇ ନଥିଲା । ତାଙ୍କ ଘର ଆଡ଼େ ଛୋଟବେଳେ ଖୁବ୍ ଯାଉଥିଲି କେତେ ଥର ତାଙ୍କ ଘରେ ଖାଇଛି ଟିଭି ଦେଖିଛି । ଏଥର ଗାଁ କୁ ଯାଇଥିଲି ତା ସହିତ ଦେଖା ହେଇଥିଲା । କାହ୍ନା ବିଷୟରେ ଲେଖିବାକୁ ବହୁତ ଅଛି ଆଉ କିଛି ଘଟଣା ମନେ ପଡୁଛି ଆଗକୁ ଲେଖିବି । କାହ୍ନା ମୋ ପାଇଁ କାଲି ବି ବେଷ୍ଟ ଥିଲା ଏବଂ ସବୁବେଳେ ରହିଥିବ । (Dedicate to my classmate freind prakash chotray (kanha)
Sunday, August 17, 2014
ହୈପୀ ବର୍ଥ ଡେ କହ୍ନେଇ
ଆଜି ଆମ କାଳିଆର ବର୍ଥ ଡେ । କାଳିଆ କୁ ଦେଖିବାକୁ ମନ୍ଦିରଗୁଡ଼ିକରେ ଭିଡ଼ । ମନ୍ଦିରକୁ ଭକ୍ତ ଭକ୍ତିନୀ ଙ୍କ ସୁଅ ଛୁଟିଚି । ଝିଅମାନେ କାଳିଆକୁ ଆଖି ମାରି ମନେମନେ ଭଗବାନଙ୍କୁ ପଚାରୁଛନ୍ତି "ପ୍ରଭୂ ଏଠି କେତେ ମେଣ୍ଢା ବୁଲୁଛନ୍ତି ମୋ ମେଣ୍ଢା ଟା କିଏ ଟିକେ ଇଶାରା ଦେଲେ ଜାଣିଯାନ୍ତି । ସେପଟେ ଟୋକାମାନେ ଝିଅମାନଙ୍କୁ ଭକୁଆ ହୋଇ ଭୋକିଲା କୁକୁର ଭଳି ଖାଲି ବଲବଲ କରି ଅନେଇଥାନ୍ତି । କାଳିଆ ପାଖରେ ହାଜରହେଲେ କେତେ କେତେ କଥା ମାଗିପକାନ୍ତି । ମର୍ଡନ୍ ଯୁଗର ପିଲା ପ୍ରଭୂ ନକହି ବସ୍ ସର୍ ଆଦି ସମ୍ଭୋଧନ କରି ନିଜର ଇଛା ଆଶା ଆକାଂକ୍ଷା ଶୁଣାନ୍ତି । ଏ ତ ଗଲା ଫେସ୍ ବୁକ୍ ଜେନେରେସନ୍ କଥା କିନ୍ତୁ ଏମାନଙ୍କ ମାଆ ବାପା ମାନଙ୍କ ଗୁହାରି ଜାଣିଲେ ଆପଣ ମୁଣ୍ଡରେ ହାତଦେବେ । ତାଙ୍କ ଭିତରୁ ଅଧିକାଂଶ ସେଲେରୀ ବଢୁ ବଜାର ଦର କମ୍ ଭଳି ବିଭିନ୍ନ ପ୍ରକାରର ଦ୍ରବ୍ୟ ଧନ ଜନ ଆଦି ମାଗି ଘରକୁ ଫେରନ୍ତି । ଏସବୁ ଶୁଣି କହ୍ନେଇ ମୁହଁ ଫୁଲେଇ କି କହିବ "ଯୁଗ ବଦଳିଲାଣି ତମେ ସବୁ ଇଂରେଜ ହେଇଗଲଣି ବର୍ଥ ଡେ କେକ୍ କାଟୁଛ ମୋ ବର୍ଥ ଡେ ରେ ସେଇ କ୍ଷୀର କଦଳୀ ଲହୁଣୀ ? "
Subscribe to:
Posts (Atom)