Sunday, August 17, 2014

ହୈପୀ ବର୍ଥ ଡେ କହ୍ନେଇ

ଆଜି ଆମ କାଳିଆର ବର୍ଥ ଡେ । କାଳିଆ କୁ ଦେଖିବାକୁ ମନ୍ଦିରଗୁଡ଼ିକରେ ଭିଡ଼ । ମନ୍ଦିରକୁ ଭକ୍ତ ଭକ୍ତିନୀ ଙ୍କ ସୁଅ ଛୁଟିଚି । ଝିଅମାନେ କାଳିଆକୁ ଆଖି ମାରି ମନେମନେ ଭଗବାନଙ୍କୁ ପଚାରୁଛନ୍ତି "ପ୍ରଭୂ ଏଠି କେତେ ମେଣ୍ଢା ବୁଲୁଛନ୍ତି ମୋ ମେଣ୍ଢା ଟା କିଏ ଟିକେ ଇଶାରା ଦେଲେ ଜାଣିଯାନ୍ତି । ସେପଟେ ଟୋକାମାନେ ଝିଅମାନଙ୍କୁ ଭକୁଆ ହୋଇ ଭୋକିଲା କୁକୁର ଭଳି ଖାଲି ବଲବଲ କରି ଅନେଇଥାନ୍ତି । କାଳିଆ ପାଖରେ ହାଜରହେଲେ କେତେ କେତେ କଥା ମାଗିପକାନ୍ତି । ମର୍ଡନ୍ ଯୁଗର ପିଲା ପ୍ରଭୂ ନକହି ବସ୍ ସର୍ ଆଦି ସମ୍ଭୋଧନ କରି ନିଜର ଇଛା ଆଶା ଆକାଂକ୍ଷା ଶୁଣାନ୍ତି । ଏ ତ ଗଲା ଫେସ୍ ବୁକ୍ ଜେନେରେସନ୍ କଥା କିନ୍ତୁ ଏମାନଙ୍କ ମାଆ ବାପା ମାନଙ୍କ ଗୁହାରି ଜାଣିଲେ ଆପଣ ମୁଣ୍ଡରେ ହାତଦେବେ । ତାଙ୍କ ଭିତରୁ ଅଧିକାଂଶ ସେଲେରୀ ବଢୁ ବଜାର ଦର କମ୍ ଭଳି ବିଭିନ୍ନ ପ୍ରକାରର ଦ୍ରବ୍ୟ ଧନ ଜନ ଆଦି ମାଗି ଘରକୁ ଫେରନ୍ତି । ଏସବୁ ଶୁଣି କହ୍ନେଇ ମୁହଁ ଫୁଲେଇ କି କହିବ "ଯୁଗ ବଦଳିଲାଣି ତମେ ସବୁ ଇଂରେଜ ହେଇଗଲଣି ବର୍ଥ ଡେ କେକ୍ କାଟୁଛ ମୋ ବର୍ଥ ଡେ ରେ ସେଇ କ୍ଷୀର କଦଳୀ ଲହୁଣୀ ? "

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...