Tuesday, February 27, 2018

ପାରସ୍ପରିକ ଭେଦଭାବ

ପାରସ୍ପରିକ ଭେଦଭାଵ କେଉଁ ଆଵାହମାନ କାଳରୁ ମାନଵ ଇତ୍ୟାଦିି ସମସ୍ତ ଜୀବମାନଙ୍କ ମଧ୍ୟରେ ଊଣା ଅଧିକେ ରହିଅଛି । ହନୁଦଳ ପାତିମାଙ୍କଡ଼କୁ ଦେଖି ଗୁରାଳି କରିବା ଆରମ୍ଭ କରିଦିଅନ୍ତି । କାଉଟେ ନିଜକୁ ଶ୍ରେଷ୍ଠ ମଣେ ନା କ’ଣ କେଜାଣି ନିଜ ଠାରୁ ହୀନ ମନେ କରି ବୋଧହୁଏ କୋଇଲି ଏବଂ ପେଚା ଆଦିଙ୍କୁ ଦେଖିବା ମାତ୍ରକେ ମାରି ଗୋଡେ଼ଇବାକୁ ଉଦ୍ୟତ ହୁଏ  । ବିଲୁଆଟିଏ ଗାଆଁ ଭିତରକୁ ଦୈଵାତ୍ ଚାଲି ଆସିଲେ କୁକୁର ଗୁଡା଼କୁ ତା’ ସହ୍ୟ ହୁଏନି ତେଣୁ ତାକୁ ଦୌଡେ଼ଇ ଦୌଡେ଼ଇ ଘଉଡା଼ଇ ଦିଅନ୍ତି । କୁକୁର ତ ହନୁ,ମାଙ୍କଡ଼ ଓ ଵିରାଡୀ଼ ଗୁଡା଼କୁ ମଧ୍ୟ ଦେଖିଲେ ତାଙ୍କ ପଛରେ
ପଡି଼ଯାନ୍ତି ।
ପୃଥିବୀର ତଥାକଥିତ ସର୍ଵଶ୍ରେଷ୍ଠ ଜୀଵ ବୋଲାଉଥିବା ମନୁଷ୍ୟ ମାନଙ୍କର ସମାଜରେ
“ପାରସ୍ପରିକ ଭେଦଭାବ” ସେମାନଙ୍କର ସାଂସ୍କୃତିକ, ଵାସ୍ତୁଵାଦୀ ଉନ୍ନତି ଭଳି ଚରମୋତ୍କର୍ଷ ଲାଭ କରିଛି ।

             :::ଧାର୍ମିକ ଭେଦଭାବ:::

ଦୁନିଆରେ ଗୁଡା଼ଏ ଧର୍ମ ଅଛି । ତହିଁର ଅନୁକରଣକାରୀ ନିଜକୁ ଶ୍ରେଷ୍ଠ ମଣି ଅନ୍ୟ ଧର୍ମ ର ଲୋକଙ୍କୁ କାଫେର୍ କୁହନ୍ତି, ମ୍ଲେଛ କହନ୍ତି, ସଇତାନ୍ ଡେମନ୍ କହନ୍ତି । ଆଜି ସଂସାରରେ ଏହି ଧରଣର ଭେଦଭାବ ଯୋଗୁଁ ଅନେକ  ଆତଙ୍କଵାଦୀ ସଂଗଠନ ଗଢି଼ ଉଠିଛି ଫଳରେ ସାରା ଜଗତ ସେମାନଙ୍କ ଉତ୍ପାତରେ ଆତଙ୍କିତ । ଭାରତରେ ଧାର୍ମିକ ଭେଦଭାବ ଘଟାଇ 1945ରେ ଏକ ବଡ଼ ଧରଣର ଦଙ୍ଗା ସୃଷ୍ଟି କରାଯାଇ କେମିତି ଏ ଦେଶର ବିଭାଜନ ହୋଇଥିଲା ତାହା ଆଜି ଇତିହାସର ଅନ୍ୟତମ କଳଙ୍କିତ ପୃଷ୍ଠା ମଧ୍ୟରେ ଅନ୍ୟତମ ହୋଇ ରହିଯାଇଛି । 

            :::ଜାତିଗତ ଭେଦଭାବ:::

ପୃଥିବୀର ପ୍ରାୟ ଅଧିକାଂଶ ଜନଜାତି ଓ ଧର୍ମରେ ଜାତିଗତ ଉଚ୍ଚ ନୀଚ ଭେଦଭାବ ଦେଖିବାକୁ ମିଳିଥାଏ । ସନାତନ ଧର୍ମର ପ୍ରାୟ ସମସ୍ତ ପନ୍ଥ ତଥା ଈସାଈ ମୁସ୍ଲିମ୍ ଧର୍ମରେ ଜାତିଭେଦ ସର୍ବାଧିକ ଦେଖିବାକୁ ମିଳିଥାଏ । ଆମଦେଶର ତଥାକଥିତ ଉଚ୍ଚ ଜାତୀୟ ଲୋକମାନେ ତହିଁଙ୍କ ଠାରୁ ଜାତିରେ ନିମ୍ନ ଵର୍ଗର ଲୋକଙ୍କୁ ହୀନ ମନେକରନ୍ତି । ଏପଟେ ସମାଜର ତଥାକଥିତ ନିମ୍ନଵର୍ଗର ଲୋକେ ମଧ୍ୟ ସେ ହୀନମନ୍ୟତାର ଯଥାସାଧ୍ୟ ଉତ୍ତର ଦିଅନ୍ତି ଉଚ୍ଚ ଜାତୀୟ ଲୋକଙ୍କୁ ବୈଦେଶିକ କହି😀😀 । ସେମାନଙ୍କ ଅନୁସାରେ ସେମାନେ କୁଆଡ଼େ ମୂଳନିଵାସୀ ଏବଂ ସନାତନ ଧର୍ମ ର ସବୁ ଦେଵାଦେଵୀ ତାଙ୍କ ପାଇଁ ଆତଙ୍କଵାଦୀ ତଥା ଏ ଦେଵତା ମାନଙ୍କୁ ପୂଜା କରୁଥିବା ଲୋକ ନିଶ୍ଚିତ ଭାବରେ ବିଦେଶୀ ।

       :::ଆଞ୍ଚଳିକ ଭେଦଭାବ:::

ପୃଥିବୀର ଗାଆଁ-ଗାଆଁ ମଧ୍ୟରେ,ଅଞ୍ଚଳ-ଅଞ୍ଚଳ ମଧ୍ୟରେ, ଜିଲ୍ଲା-ଜିଲ୍ଲା ମଧ୍ୟରେ,ରାଜ୍ୟ-ରାଜ୍ୟ ତଥା ଦେଶ-ଦେଶ ମଧ୍ୟରେ ଥିବା ସଂସ୍କୃତି, ସଭ୍ୟତା,ଲୋକଚଳଣି ଓ ଅତୀତର କଳା ଐତିହାସିକ ଵିଵାଦ ଆଦି କେତେକ ମାନଵୀୟ ଵୈଚାରିକ ଉପାଦାନ  ଯୋଗୁଁ ଆଞ୍ଚଳିକ ଭେଦଭାବ ସୃଷ୍ଟି ହୋଇଥାଏ । ଆଞ୍ଚଳିକ ଭେଦଭାବ ଯୋଗୁଁ ଦୁନିଆରେ ସ୍ଥାନେ ସ୍ଥାନେ କଳିଗୋଳ ଅଦ୍ୟାବଧି ମଧ୍ୟ ଘଟିତ ହେଉଅଛି
ଓଡ଼ିଶାର ପୂର୍ବ ଓ ପଶ୍ଚିମ ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଆଞ୍ଚଳିକ ଭେଦଭାବ ଦିନକୁ ଦିନ ବଢିବାରେ ଲାଗିଛି ଏବଂ ଏ ଆଞ୍ଚଳିକ ବୈଷାମ୍ୟର ଲାଭ ନେବାକୁ ଚାହୁଁଛନ୍ତି କିଛି ଖଳ-ସ୍ଵାର୍ଥୀ ପ୍ରକୃତିର ଲୋକ....

      :::ଭାଷାଗତ ଭେଦଭାବ:::

ଵିଶ୍ଵରେ ସହସ୍ରାଧିକ ମାନଵୀୟ ଭାଷା ଅଛି ।
ଯେତେ ସବୁ ଭାଷା ଅଛି ତାହା ସୃଷ୍ଟି କରାଯିବାର ମୂଳ ଉଦ୍ଦେଶ୍ୟ ଥିଲା ପାରସ୍ପରିକ ଭାବ ଆଦାନପ୍ରଦାନ କିନ୍ତୁ ସମୟ ସହ ମଣିଷ ସେହି ଭାଷାକୁ ଆଜି ପାରସ୍ପରିକ ଭେଦଭାବ ସୃଷ୍ଟିର ମାଧ୍ୟମ କରିଅଛି । ହିନ୍ଦୀ-ତାମିଳ ହେଉ କି ଇଂରାଜୀ-ଫ୍ରେଞ୍ଚ, ଏ ଭେଦଭାବ ଊଣା ଅଧିକେ ଦୁନିଆରେ ସର୍ବତ୍ର ଵିଦ୍ୟମାନ । ଏକଦା ଓଡ଼ିଆ ଵିଦ୍ଵେଷୀ କିଛି ବଙ୍ଗଳି ମାନେ ଯେମିତି
ଓଡ଼ିଆ ଏକ୍ ସ୍ଵତନ୍ତ୍ର ଭାଷା ନୋୟ ନାମକ ପୁସ୍ତକ ପ୍ରକାଶିତ କରି ଆମ ଭାଷାକୁ ମାରିଦେବାକୁ ଚେଷ୍ଟା କରିଥିଲେ ସେ ଇତିହାସ ସମସ୍ତ ସ୍ଵାଭିମାନୀ ଓଡ଼ିଆ ନିଶ୍ଚିତ ଜାଣିଥିବେ ।

:::ବୟସ ,ଶରୀରଉଚ୍ଚତା ତଥା ଆକାର ଓ ଲିଙ୍ଗଜନିତ ଭେଦଭାବ:::
ଏତେ ସବୁ ଭେଦ ଦେଖିଲାପରେ ମଧ୍ଯ ମନୁଷ୍ୟ ମାନେ ଘୃଣାରୂପି ବିଷ ଆସ୍ଵାଦନ ହେତୁ ଏତେ ତୃଷାତୁର ଥିଲେ ଯେ ନିଜ ନିଜ ମଧ୍ୟରେ ଆୟୁ,ଶରୀର ଆକାର ଓ ଦୈର୍ଘ୍ୟ ଏବଂ ପୁରୁଷ-ସ୍ତ୍ରୀ ଭେଦଭାବ ଦେଖିବାକୁ ଲାଗିଲେ ।
ଫଳରେ ପତଳା ଲୋକକୁ ହଡା଼ ଖଡା଼ କହି ଚିଡେଇଲେ,ମୋଟା ଲୋକକୁ ଫୁଟବଲ ଠାରୁ ପାହାଡ଼ ଯାଏଁ କହି ଅପମାନିତ କରାଗଲା । ଆଜିର କଳୁଷିତ ସମାଜରେ ତେଣୁ ଜଣେ କମ୍ ଉଚ୍ଚ ବିଶିଷ୍ଟ ଲୋକକୁ ଦେଢଫୁଟିଆ,ଗେଡା଼ ଆଦି କହି ଅପମାନିତ କରାଯାଉଛି ପୁଣି ଯଦି କିଏ ଉଚ୍ଚ ହୋଇଗଲା ତାକୁ ଜିରାଫ ନାଆଁ ଦେଇ ଦିଆଯାଉଛି । ମାନବସମାଜରେ ନାରୀପୁରୁଷ ଭେଦଭାବ ମଧ୍ୟ କିଛି କମ୍ ନାହିଁ । ଆଜି ବି ଦୁନିଆରେ ଅନେକ ଅଞ୍ଚଳ ଅଛି ଯେଉଁଠି କି ନାରୀକୁ ଦୁର୍ବଳା,ଅବଳା ଓ ସମାଜ ଅହିତକାରିଣୀ ମାନାଯାଏ । ଝିଅଟିଏ ଜନ୍ମ ହେଲା କ୍ଷଣି ତାକୁ ମାରିଦେବା ସମାଜରେ ଲିଙ୍ଗଜନିତ ଭେଦଭାବ କୁ ସ୍ପଷ୍ଟ ଭାବରେ ଦର୍ଶାଇ ଥାଏ । ଏଣେ ଭାରତୀୟ ଦଣ୍ଡଵିଧାନ ନିୟମରେ କିନ୍ତୁ ମହିଳା ମାନଙ୍କୁ ଭଲ ଲାଭ ମିଳିଥାଏ । ଏଭଳି ଆଇନଗତ ପକ୍ଷପାତିତା ଯୋଗୁଁ ବେଳେବେଳେ ସଚ୍ଚୋଟ ପୁରୁଷ ମାନେ
ଆଇନ ହାତରେ ଅକାରଣରେ ଦଣ୍ଡିତ ହୋଇ ଟାରାଵରଣ କରିବାକୁ ଵାଧ୍ୟ ହୁଅନ୍ତି ।

ତେବେ ସମାଜରେ ଘୃଣା,ଦ୍ଵେଷ ଓ ହିଂସା ଯୋଗୁଁ ସୃଷ୍ଟ ଏତେ ସବୁ ଭେଦଭାବ ସତ୍ତ୍ବେ
ଏ ପୃଥିବୀ ତଥାପି ବଞ୍ଚି ରହିଛି
ମଣିଷ ମାନଙ୍କ ମର୍କଟାମୀ ଯୋଗୁଁ ଧ୍ବଂସ ପାଇଯାଇନାହିଁ ।
କିନ୍ତୁ କେମିତି....?
ବୋଧହୁଏ ନକାରାତ୍ମକ ଶକ୍ତି ମାନଙ୍କ ବିରୋଧରେ
ସ୍ନେହ, ପ୍ରେମ,ମମତା ଓ ମାନଵଵାଦ ଆଦି ସକାରାତ୍ମକ ଶକ୍ତି ଗୁଡ଼ିକର ମସିଯୁଦ୍ଧ ଯୋଗୁଁ
ହିଁ ଏ ପୃଥିବୀ ବଞ୍ଚି ରହିଛି ବୋଲି ମୁଁ ଅନୁଭବ କରୁଅଛି ।

Sunday, February 25, 2018

●●●ସଂକ୍ଷେପରେ ପରିଵୃତ୍ତି●●●

କୌଣସି ଶବ୍ଦରେ ଥିବା ଗୋଟିଏ ଅକ୍ଷର (ଵର୍ଣ୍ଣ ଵା ସ୍ୱନିମ) ପରିଵର୍ତ୍ତିତ ହେଲେ ଭାଵାର୍ଥ ବଦଳିପାରେ (ଯଥା କଣା ≠ କନା, ପାଣ ≠ପାନ) ଵା କେତେକ କ୍ଷେତ୍ରରେ ବଦଳି ନ ପାରେ (ଯଥା ବଣ = ବନ) l ବଣ ଓ ବନ ପରି ଭାଵାର୍ଥ ସମାନ ଥାଇ, ଵର୍ଣ୍ଣ ପରିଵର୍ତ୍ତନକୁ ଭାଷାତତ୍ତ୍ୱରେ ‘shift’ ଵା ‘ପରିଵୃତ୍ତି’ କୁହାଯାଏ l

ଓଡ଼ିଆ ଭାଷାରେ ଏହା ଅନେକ ପ୍ରକାରର ହୋଇଥାଏ ଯଥା ‘ସ୍ୱରଵର୍ଣ୍ଣ ପରିଵୃତ୍ତି’, ‘ଵ୍ୟଞ୍ଜନଵର୍ଣ୍ଣ ପରିଵୃତ୍ତି’, ‘ଉଭୟ ସ୍ୱରଵର୍ଣ୍ଣ ଓ ଵ୍ୟଞ୍ଜନଵର୍ଣ୍ଣ ପରିଵୃତ୍ତି’ ଇତ୍ୟାଦି l

ଅକ୍ଷର ରୂପାନ୍ତରଣ ସହ ଶବ୍ଦର ଭାଵାର୍ଥ ବଦଳିଲେ, ନୂତନ ଭାଷା ସୃଷ୍ଟି ହୁଏ, କିନ୍ତୁ ପରିଵୃତ୍ତିରେ ଅକ୍ଷର (ଵା ମାତ୍ରା ଵା କାର) ପରିଵର୍ତ୍ତନ ସତ୍ତ୍ୱେ ଭାଵାର୍ଥ ଅକ୍ଷୁର୍ଣ୍ଣ ରହୁଥିବାରୁ ଏହା କେଵଳ ଗୋଟିଏ ଭାଷାର ଅନେକ ଶୈଳୀ ସୃଷ୍ଟିକରେ କିନ୍ତୁ ନୂତନ ଭାଷା ନୁହେଁ l
(ଭାତକୁ କୁଇ ଭାଷାରେ ଅଣ୍ଡା କହନ୍ତି, ଓ ଭୁମିଜ୍ ଭାଷାରେ ମାଣ୍ଡି କହନ୍ତି ତେଣୁ ଏଗୁଡ଼ିକ ଓଡ଼ିଆଠାରୁ ଭିନ୍ନଅଟେ) l

ପରିବୃତ୍ତି ନିଜେ ଏକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ଯାହା ଅନ୍ୟ କେତେକ ଧ୍ୱନ୍ୟାତ୍ମକ ପ୍ରକ୍ରିୟା ଯଥା ଵର୍ଣ୍ଣଵିଲୋପ (elision), ସଂକ୍ଷିପ୍ତିକରଣ (syncope), ଆତ୍ମୀକରଣ (assimilation) ଇତ୍ୟାଦି ସହଯୋଗରେ କାର୍ଯ୍ୟ କରିଥାଏ l

ପୃଥିଵୀର ପ୍ରାୟ ସବୁ ଭାଷାର ଅନୌପଚାରିକ ସ୍ତରରେ ଏହା ପରିଦୃଷ୍ଟ ଏଵଂ ଓଡ଼ିଆରେ ଏହାର ଭାଷାତାତ୍ତ୍ୱିକ ସମୀକ୍ଷା ବେଶ୍ କୌତୁହଳପ୍ରଦ l

କାଳକ୍ରମେ ଲୋକମୁଖରେ ଗୋଟିଏ ଶବ୍ଦରେ ଥିବା ଵର୍ଣ୍ଣର ନିମ୍ନୋକ୍ତ ପରିଣତି ହୋଇପାରେ :

(୧) ପରିଵୃତ୍ତି ଵା shift: ଗୋଟିଏ ଵର୍ଣ୍ଣର ସ୍ଥାନ ଅନ୍ୟ ଏକ ଵର୍ଣ୍ଣ ନେଇପାରେ (ଉ.ସ୍ୱ. ଆସିବ  ଆଇବ)

(୨) ଵର୍ଣ୍ଣଵିଲୋପ ଵା elision : ଗୋଟିଏ ଵର୍ଣ୍ଣ ସମ୍ପୂର୍ଣ୍ଣ ହଜିଯାଇପାରେ (ଉ.ସ୍ୱ. ରକମ  ରକ, ବଳଦ  ବଲ)

(୩) ଆତ୍ମୀକରଣ, assimilation :ଗୋଟିଏ ଵର୍ଣ୍ଣ ନିଜର ନିକଟସ୍ଥ ଵର୍ଣ୍ଣ ପରି ଉଚ୍ଚାରିତ ହୁଏ (ଉ.ସ୍ୱ. ହେବ  ହବ)

(୪) ସଂକ୍ଷିପ୍ତୀକରଣ, syncope : ଦୀର୍ଘ ଶବ୍ଦରୁକିଛି ଵର୍ଣ୍ଣ ଉଚ୍ଚାରିତ ହୁଏ ନାହିଁ (ଉ.ସ୍ୱ. ଯାହା ଇଛା ତାହା  ଯାଛାତା)

(୫) ପ୍ରଵେଷ୍ଟି ଵା insertion : ଗୋଟିଏ ଶବ୍ଦରେ କିଛି ଅକ୍ଷର ଯୋଡ଼ିହେବା (ଉ.ସ୍ୱ. ଏମିତି  ଏମିତିକା, ଏଇନା  ଏଇନାଗି)

(୬) ଅନୁନାସିକୀକରଣ ଵା nasalization : କୌଣସି ଵର୍ଣ୍ଣ ଅନୁନାସିକ ହୋଇଯାଏ (ଉ.ସ୍ୱ. ଯିବି  ଯିମି, ଯାଇଛି  ଯାଇଞ୍ଛି)

ଉପରୋକ୍ତ ଧ୍ୱନ୍ୟାତ୍ମକ ପ୍ରକ୍ରିୟାଗୁଡ଼ିକ କିପରି ଓଡ଼ିଶାର ଵିଭିନ୍ନ ଜିଲ୍ଲାରେ ତଥା ଗୋଟିଏ ଜିଲ୍ଲାର ଵିଭିନ୍ନ ଗ୍ରାମରେ ଓଡ଼ିଆର ଅନେକ ଶୈଳୀ ସୃଷ୍ଟି କରେ କିନ୍ତୁ ନୂତନ ଭାଷା ଵା ଉପଭାଷା ସୃଷ୍ଟି କରେ ନାହିଁ ତାହା ହେଉଛି ଓଡ଼ିଆ ଭାଷାର ଅନ୍ୟତମ ମୌଳିକତା ।

(ଏହି
ପରିବୃତ୍ତି ପ୍ରବନ୍ଧଟି ଉତ୍କଳହିତୈଷୀ ଉଡ୍ରବନ୍ଧୁ
ଶ୍ରୀ ଦେଵାଶିଷ ଜ୍ୟେଷ୍ଠୀଙ୍କ ଦ୍ଵାରା ଲିଖିତ ହୋଇ ଏଠାରେ ପ୍ରକାଶ କରାଗଲା)

ଗରିବ କିଏ

ଗରିବ ଲୋକର କ’ଣ ସ୍ଵାଭିମାନ କି ଇଜ୍ଜତ ଥାଏ ? ଗରିବ ଲୋକଟେ ଚାହିଁଲେ ବି କେବେ କ’ଣ ସ୍ଵାଭିମାନୀ ହୋଇପାରେ ?

ଜଣେ ଓଡ଼ିଆ ରାଷ୍ଟ୍ରଵାଦୀ ଥରେ ମୋତେ କହିଥିଲେ “ହଇରେ ନଷ୍ଟ ! ତୁଟା ପୁଣି କେମେତେ ସ୍ଵାଭିମାନୀ ପରି ଡେଉଁଚୁ କିରେ ? ହଇବେ ତମ ଘରେ ଦିନେ ଥିଲେ ଓଳିଏ କୁ ଖାଇବାକୁ ନଥାଏ । ତୁ ପୁଣି ଓଡ଼ିଆ ଭାଷା,ଓଡ଼ିଆ ଜାତି ନାଆଁରେ ଫେସବୁକଟା ଯାକ 24 ଘଣ୍ଟା ଥେଇ ଥେଇ ହେଇ ନାଚି ବୁଲୁଛୁ  !”

ଏ ଭାଇଙ୍କ ଭଳି ବିଗତ ଦିନରେ ଅନେକ ଲୋକ ମୋ ପ୍ରତି ପ୍ରକାଶ୍ୟରେ ହେଉ କି ପଶ୍ଚାତରେ ହେଉ ସମପ୍ରକାରର ମତ ପୋଷଣ କରିଛନ୍ତି ।

ତେବେ ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି
ସତରେ କ’ଣ ଗରିବ ଲୋକମାନଙ୍କ ମଧ୍ୟରେ ସ୍ଵାଭିମାନ ଓ ଇଜ୍ଜତ ଆଦି ମାନବୀୟ ଉପାଦାନ ଥାଏ ନା ସେମାନେ ମନୁଷ୍ୟଗୁଣ ହୀନ
ଉନ୍ନତ ମର୍କଟ ମାତ୍ର ?

ଗରିବ ଵା ଦରିଦ୍ର ଶବ୍ଦର ଭାଵଗତ ଵ୍ୟାଖ୍ୟା
ଏହାର ଯୁକ୍ତିଯୁକ୍ତ ଉତ୍ତର ...

ଆଜିର ଵାସ୍ତଵାଦୀ ଦୁନିଆରେ
କେଵଳ ନିର୍ଧନ ମାନଙ୍କୁ ହିଁ ଦରିଦ୍ର ଵା ଗରିବ
ମାନାଯାଏ କିନ୍ତୁ ଏ ଉଭୟ ଶବ୍ଦର ଅର୍ଥ ତହିଁରୁ
ଅଧିକ ଵ୍ୟାପକ । ସଂସାରରେ “ଧନ,ଜ୍ଞାନ, ମାନ ଓ ବଳ”ଏହି ଚାରୋଟିର ବେଶୀ ଚାହିଦା ରହିଥାଏ । ପୁଣି ଜ୍ଞାନ, ବୁଦ୍ଧି, ବଳ ଓ କୌଶଳ  ସହାୟତାରେ ଜଗତ-ସିଂହାସନ ରେ
ଧନ ରାଜା ପରି ଏକଛତ୍ର ଶାସନ କରୁଅଛି ।
ସେହି ସିଂହାସନର ଚାରୋଟି ଗୋଡ଼ ହେଉଛନ୍ତି ଏହି ଜ୍ଞାନ, ବୁଦ୍ଧି, ବଳ ଓ କୌଶଳ ।
ଅର୍ଥାତ୍ ଯଦି ଏହି ଚାରୋଟି ଉପାଦାନ ନଥାନ୍ତେ ତେବେ ଧନର ସିଂହାସନ ନଥାନ୍ତା । ନା ଧନ ର ଅଵଧାରଣା ଥାନ୍ତା ନା ଲୋକ ସାମାନ୍ୟ ଧନଲାଭ ହେଲା ମାତ୍ରେ ଏତେ ଅହଂ କରି
ପରକୁ ନିର୍ଧନ କହି ସ୍ଵାଭିମାନହୀନ ମନେ କରନ୍ତେ ।

ପ୍ରକୃତରେ
ଦରିଦ୍ର ଵା ଗରିବ କେଵଳ ଧନହୀନକୁ କୁହାଯାଏ ନାହିଁ ଵରଂ ଧନ ପରି ଅନ୍ୟ ସବୁପ୍ରକାରର ଉପାଦାନ ର ଅଭାଵ ଥିବା
ଲୋକ ମଧ୍ଯ ସେତିକି ଦରିଦ୍ର ଯେତିକି ଧନହୀନ ଲୋକ ହୋଇଥାଏ । 
ଅର୍ଥାତ୍
ଯେଉଁ ଲୋକ ଜ୍ଞାନ ହୀନ ସେ ଜ୍ଞାନରେ ଗରିଵ ।
ଯେଉଁ ଲୋକ ବଳହୀନ ସେ ଵଳରେ ଗରିଵ  ।
ଯେଉଁ ଲୋକ ବୁଦ୍ଧିହୀନ ସେ ବୁଦ୍ଧିରେ ଗରିଵ  ।
ଯେଉଁ ଲୋକ ମାନହୀନ ସେ ମାନରେ ଗରିଵ ।

ହୋଇପାରେ ମୁଁ ତୁମ ଧନୀ ଙ୍କ ଆଗରେ
ଜଣେ ଧନହୀନ ଗରିବ
କିନ୍ତୁ ଯେମିତି ସଂସାରରେ ସମସ୍ତଙ୍କୁ
ଈଶ୍ଵର କିଛି କିଛି ଵିଶିଷ୍ଟତା ଦେଇଛନ୍ତି
ମୋତେ ମଧ୍ଯ ମିଳିଛି
ତେଣୁ ମୁଁ ତହିଁ ଵଳରେ ସ୍ଵାଭିମାନୀ ହୋଇପାରିଲି ।
ସେହି ହେତୁରୁ
ମୋ ପ୍ରତି ହୀନବୁଦ୍ଧିଆ ଧନୀଟି
ଯେଉଁ ଟିପ୍ପଣୀ କରିଥିଲା ତାହା କେତେ ଦୂର ଯୁକ୍ତିଯୁକ୍ତ ଆପଣମାନେ ଵିଚାର କରିବେ ।

(ତୁମ ପାଖରେ ଧନ ଅଛି ବୋଲି ତମର ଏକା
ମାନ ସମ୍ମାନ ଇଜ୍ଜତ ଓ ସ୍ଵାଭିମାନ ଅଛି ଆଉ ଗରିଵ ଲୋକ ମାନଙ୍କ ପାଖରେ ଏସବୁ ଉପାଦାନ ନି ମନେ କରିବା ସବୁଠାରୁ ବଡ଼ ମୂର୍ଖତା । ଏଭଳି ଛୋଟ ଚିନ୍ତାଧାରା ଜଣେ ଧନମାନଗର୍ବୀ ହୀନ ଲୋକ ହିଁ କରିପାରେ,ହୃଦୟଵାନ ନୁହେଁ)

Saturday, February 24, 2018

●ମୋ ଦେଶ ମହାନ●

ସୁନ୍ଦର ଶସ୍ୟଶ୍ୟାମଳା ଏ ମୋର ଦେଶ

ନଦନଦୀ ହ୍ରଦାଦୀରେ ଭରା ମୋର ଦେଶ ।

ଜଗତ ପାଇଛି ଯହୁଁ ମୂଳ ପ୍ରାଚୀନ ଜ୍ଞାନ

ଅଭାବେ ଭାବର ଯହିଁ ଭରପୂର ସୁଖ ଧନ ।

ଦେଶ ମୋର ସୁନ୍ଦର ସତେ ଅବା ଫୁଲବନ

ଧନ୍ୟ ହୁଏ ଏଠି  ପ୍ରତ୍ୟେକ ମାନଵ ଜୀଵନ ।

ଏକ ଜାତି ଏକ ପ୍ରୀତି ଏକାକାର ଆମ ମନ

ଚାଲ ଲଢିବା, ଗଢିଵା, ବଢିବ ଦେଶର ସମ୍ମାନ ।

ଦେଶ ମଧ୍ୟେଁ ହୋଇ ରହୁ ମୋ ଦେଶ ମହାନ

ଜାଣୁ ମୋ ଦେଶକୁ ଜଗତରେ ପ୍ରତ୍ୟେକ ଜନ ।

Friday, February 23, 2018

ଦୁନିଆ ର କୋଡିଏ ଟି ସବୁଠାରୁ ସୁନ୍ଦର ସହର


୨୦.ଭେନିସ୍ ,ଇଟାଲୀ

୧୯.ମର୍ରାକେଚ୍,ମୋରକ୍କୋ

୧୮.ପ୍ରାଗ୍ୟୁ,ଚେଜ୍ ଗଣରାଜ୍ୟ– 

୧୭.ପ୍ୟାରିସ୍,ଫ୍ରାନ୍ସ

୧୬.ହାଵାନା,କ୍ୟୁବା

୧୫.ଇସ୍ତାନାବୁଲ୍,ତୁର୍କୀ

୧୪.କ୍ଵାଲାଲାମପୁର,ମାଲେସିଆ

୧୩.ଲାସ୍ ଭେଗାସ୍,ୟୁଏସଏ

୧୨.କ୍ୟୁଟୋ,ଜାପାନ

୧୧.ରୋମ,ଇଟାଲୀ 

୧୦.ବର୍ଲୀନ୍,ଜର୍ମାନୀ

୯.ଆମଷ୍ଟରଡାମ୍,ନେଦରଲ୍ୟାଣ୍ଡ– 

8 – ସିଂଗାପୁର

୭.ସିଡନୀ,ଅଷ୍ଟ୍ରେଲିଆ

୬.ରିଓ ଦେ ଜନେରୋ,ବ୍ରାଜିଲ– 

୫.ଦୁବାଇ, ୟୁନାଇଟେଡ୍ ଆରବ ଏମିଟେଡ୍ 

୪.ଲଣ୍ଡନ,ୟୁକ୍ତରାଜ୍ୟ ଇଂଲଣ୍ଡ

୩.ଟୋକିଓ,ଜାପାନ

୨.ନ୍ୟୁୟର୍କ,ଯୁକ୍ତରାଷ୍ଟ୍ର ଆମେରିକା

୧.ବାର୍ସିଲୋନା,ସ୍ପେନ୍



Wednesday, February 21, 2018

●ହଳଦୀ ମଖାମଖି ନାରଣଗଡ଼ ପାରିହେଲେ କୁଟୁମ୍ବ ଦେଖାଦେଖି●

ହଳଦୀ ମଖାମଖି
ନାରଣଗଡ଼ ପାରିହେଲେ
କୁଟୁମ୍ବ ଦେଖାଦେଖି”

ଫକୀରମୋହନଙ୍କ ଆତ୍ମଜୀବନୀ ଅନୁଯାୟୀ
ସେ ସମୟରେ ନାରଣଗଡ଼ ଥିଲା  ଡକାଏତ ମାନଙ୍କର ଏକ ମୁଖ୍ୟ ଖଟି ଯାଗା । କଲିକତା ଠାରୁ ଭଦ୍ରକ ଯାଏଁ ଚୋର ଡକାୟତଙ୍କ ଅତ୍ୟାଚାର ପ୍ରଵଳ  ଥିଲା ।  ଆଜି ଯେମିତି ଟ୍ରେନରେ
ଛକ୍କା ମାନେ ଯେ ଯେଝା ଦଳ ଘେନି ଲୋକଙ୍କ ଠାରୁ ଭିକ ହେଉ ଵା ଧମକେଇ ଟଙ୍କା ନେଉଛନ୍ତି
ଆଗେ ସେମିତି କଲିକତା ଠାରୁ କଟକ ଯାଏଁ
ଵିଭିନ୍ନ ଅଞ୍ଚଳରେ ଅନେକ ଡକାଏତ ଦଳ ଥିଲେ । ଏ ଡକାଏତ ମାନେ ବିଶେଷତଃ ଶଡ଼କଚଢା ଯାତ୍ରୀ ମାନଙ୍କୁ ଲୁଟୁଥିଲେ ।
ସେଦିନିଆ ବଙ୍ଗକୁ ଯାଉଥିବା କର୍ମଵାଦୀ ଓଡ଼ିଆମାନେ ଯେତେବେଳେ ଦୁଇ ତିନି ଵର୍ଷ ରହି
ଓଡ଼ିଶା ଫେରୁଥିଲେ ଏହି ଡକାଏତ ମାନଙ୍କ ହାବୁଡ଼ରେ ପଡି଼ ସର୍ଵସ୍ଵ ହରାଉଥିଲେ ।
ତେବେ ସେକାଳେ ଓଡ଼ିଶାର ଡକାଏତ ମାନେ ଯାତ୍ରୀ ମାନଙ୍କୁ ଲୁଟିନେଉଥିଲେ ହେଁ ସେମାନଙ୍କ ପ୍ରାଣ ନେଉନଥିଲେ । “ପ୍ରାଚୀନ ଜଗନ୍ନାଥ ସଡ଼କ” ରେ ନିଶାଦ୍ରଵ୍ୟ ବଳରେ ଅଚେତ କରି କିମ୍ବା କୌଶଳ କ୍ରମେ ଧନସମ୍ପଦ ଲୁଟିନେଵା 
ସାଧାରଣ କଥା ଥିଲା । ଆଉ ଏକ ପ୍ରକାରର ଠକ ହିମାଳୟ ଠାରୁ ରାମେଶ୍ବର ଯାଏଁ ସର୍ଵତ୍ର ଦାଣ୍ଡେ ଦାଣ୍ଡେ ବୁଲି ଡକାଏତୀ କରୁଥିଲେ । ସେମାନଙ୍କୁ “ଠଗ” କୁହାଯାଉଥିଲା । ଏମାନଙ୍କ ଵାସସ୍ଥାନ  ପଶ୍ଚିମାଞ୍ଚଳରେ । ଆଶ୍ଵିନ ଠାରୁ ଆଷାଢ଼ ପର୍ଯ୍ୟନ୍ତ
ସେମାନଙ୍କର କାର୍ଯ୍ୟର ସମୟ ନିରୁପିତ ଥିଲା ।
ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଆଶ୍ଚର୍ଯ୍ୟଜନକ ଏବଂ ନିଷ୍ଠୁରତାମୟ । ଟଙ୍କାଏ ପାଇଁ ମଧ୍ୟ ଏମାନେ ଗୋଟାଏ ଲୋକକୁ ମାରିପକେଇବାକୁ ପଶ୍ଚାତପଦ ହେଉନଥିଲେ ।

●●●ମାତୃଭାଷା●●●

ଯେମିତି ପିମ୍ପୁଡି଼ ଫେରନ୍ତି ଗାତକୁ
କାଠହଣା ଫେରେ କାଠ ପାଖକୁ

ନଭେ ବ୍ୟୋମଯାନ ଉଡେ଼ ଦେଖୁ
ଫେରନ୍ତି ସେ ଵୀ ବିମାନ ବନ୍ଦରକୁ

ହେ ମୋର ମାତା- ମାତୃଭାଷା !
ମୁଁ ଵି ଫେରିଛି ତୋ ପାସକୁ
ଯେବେ ଥଥଙ୍ଗେଇଛି ମୋ ଜିଭ
ଦୁଃଖି ହୋଇଛି ମୋ ଆତ୍ମା ।

(କେଦାର ନାଥ ସିଂହ ଙ୍କ ଏକ କବିତା ର ଓଡ଼ିଆ ଭାଵାନୁଵାଦ )
ମୂଳ ଲେଖାଟି ଏଠାରେ ଦିଆଗଲା....

जैसे चींटियां लौटती हैं बिलों में
कठफोड़वा लौटता है काठ के पास

वायुयान लौटते हैं एक के बाद एक
लाल आसमान में डैने पसारे हुए
हवाई अड्डे की ओर

ओ मेरी भाषा
मैं लौटता हूं तुम में जब चुप रहते-रहते
अकड़ जाती है मेरी जीभ
दुखने लगती है मेरी आत्मा ।

****

Sunday, February 18, 2018

ଓଡ଼ିଶାର ପ୍ରଥମ.....1

1.ଓଡ଼ିଶାର ପ୍ରଥମ ସିନେମା ହ଼ଲ୍
→ଶ୍ରୀ ସୀତାରାମ ଵିଳାସ ଟକିଜ୍
2.ଓଡ଼ିଶାର ପ୍ରଥମ ସିନେମା ଷ୍ଟୁଡିଓ
→କଳିଙ୍ଗ ଷ୍ଟୁଡିଓ-ଭୂବନେଶ୍ୱର
3.ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର
→ସୀତାଵିଵାହ-1935
4.ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର
→ଗପ ହେଲ ଵି ସତ
5.ପ୍ରଥମ ଓଡ଼ିଆ କଥାଚିତ୍ର
→ସ୍ଵପ୍ନ ସାଗର
6.ସର୍ବାଧିକ 81ଟି ଗୀତ ଥିବା ଚଳଚ୍ଚିତ୍ର
→ଵସନ୍ତ ରସ
7.ପ୍ରଥମ ଓଡ଼ିଆ ଭାବେ ହିନ୍ଦୀ ଚଳଚ୍ଚିତ୍ର ରେ ନିର୍ଦ୍ଦେଶକ
→ପ୍ରଶାନ୍ତ ନନ୍ଦ
8.ପ୍ରଥମ ଓଡି଼ଆ ନିର୍ଦ୍ଦେଶିକା
→ପ୍ରଭାତି ଘୋଷ
9.ପ୍ରଥମ ଓଡ଼ିଆ ଭାବେ ବଙ୍ଗଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ
→ମହେଶ୍ଵତା ରାଏ
10.ଟିଭିରେ ସଂଵାଦ ପଢୁଥିବା ପ୍ରଥମ ଓଡ଼ିଆ ଉଦଘୋଷିକା
→ସଂଘମିତ୍ରା କାନୋନଗୋ
11.ପ୍ରଥମ ଓଡ଼ିଆ ଭାବେ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଵା ମହିଳା
→ଡଲି ଜେନା
12.ଆକାଶଵାଣୀ ଵେତାର କେନ୍ଦ୍ରରେ ପ୍ରଥମ
ଓଡ଼ିଆ ମହିଳା ନିର୍ଦ୍ଦେଶିକା
→ଵୀଣାଦେଵୀ
13.ପ୍ରଥମ ଓଡ଼ିଆ ଚଳଚ୍ଚିତ୍ରର ନିର୍ମାତା ଓ ନିର୍ଦ୍ଦେଶକ
→ମୋହନ ସୁନ୍ଦର ଦେଵ ଗୋସ୍ଵାମୀ
14.ପ୍ରଥମ ଓଡ଼ିଆ ଦୂରଦର୍ଶନ କେନ୍ଦ୍ର
→ଦୂରଦର୍ଶନ ସମ୍ଵଲପୁର
15.ହିନ୍ଦୀ ଚଳଚ୍ଚିତ୍ର ଛଗତରେ ପ୍ରଥମ ଓଡ଼ିଆ ନିର୍ମାତା
→ଶୀତାକାନ୍ତ ମିଶ୍ର(ଶୋଧ୍ ଫିଲ୍ମ)
15.ପ୍ରଥମ ଓଡ଼ିଆ ଭାବେ ଇଂରାଜୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ମହିଳା
→ଜ୍ୟୋତ୍ସ୍ନା ଦେଵୀ
16.ପନ୍ଦରଟି ଭାଷାରେ ଅନୁବାଦିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର
→ଜୟ ଜଗନ୍ନାଥ

Saturday, February 17, 2018

●●●ଦୁର୍ଘଟଣା●●●

ସହରର ଗୋଟାଏ ଛୋଟ ଗଳି ରାସ୍ତାରେ
ଏକ କାର ଯାଉଥିଲା । ସେ ଗାଡି଼ ଆଗକୁ ସ୍କୁଲରୁ ଫେରୁଥିବା
ସାତ ଆଠ ଵର୍ଷର ଛୁଆଟେ ଭୂଲରେ ଆସିଯିବାରୁ  କ୍ଷତାକ୍ତ ହୋଇଗଲା । ଛୁଆର ମୁଣ୍ଡରୁ ଧାର ଧାର ରକ୍ତ ବୋହି ଯାଉଥାଏ । ପିଲାଟି କିଛି ସମୟ କାନ୍ଦି ଅଚେତ ହୋଇଗଲା । 

ଆଖପାଖର ଲୋକ ଘରିଗଲେ । ସବୁ ରାଗିଯାଇଥାନ୍ତି । ଏତେ ଛୋଟ ପିଲାର ଏଭଳି ଅଵସ୍ଥା ଦେଖିଲେ କିଏ ନ ରାଗିବ ଯେ....!
ଛୁଆର ମାଆ ବାପା ଵି ଆସିଗଲେଣି 
ଏତିକି ଵେଳେ କେହି ଜଣେ
କହି ପକେଇଲା 
“ଡ୍ରାଇଵରଟା କୁଆଡେ଼ ଗଲା ଵେ
ଧର ତାକୁ.....
ଆଉ ଜଣେ କହିଲା ମାର ମାର ତାକୁ...”

ଆମ ଦେଶର ଲୋକେ ବଡ଼ ଭାଵପ୍ରଵଣ  ।
ଅନ୍ୟାୟ ଦେଖିଲେ ଆମ ଲୋକଙ୍କୁ ଆଉ
ସତ-ମିଛ,ଭଲ-ଭେଲ କିଛି ଦିଶେନି ।

ତେଣୁ ଏହା ନିଶ୍ଚିତ ଯେ
ଏବେ ଯଦି ଵାହନଚାଳକ  ସେଠାରୁ ଖସି ପଳେଇଵାକୁ
ଉଦ୍ୟତ୍ତ ହୁଏ ତ ନିଶ୍ଚିତ କୁଟା ଖାଇବ ହିଁ ଖାଇବ ।

ସେ କ’ଣ ଭାଵିଲା କେଜାଣି,
ଆଗେଇ ଯାଇ
ରକ୍ତ ଜୁଡୁ଼ବୁଡୁ଼ ପିଲାଟିକୁ ଛାତିରେ ଲଗାଇ
ପିଠି ଆଉଁସି ଆଉଁସି କହିଲା-

“ବାପରେ ଧନରେ ....! ଓ ହୋ !
ଏ କ’ଣ ହେଇଗଲା ତୋର !!!!”

ଏଣେ ଲୋକଙ୍କ କ୍ରୋଧ କୁଆଡ଼େ ଉଭାନ ହୋଇଯାଇଥିଲା ।

ଛୁଆଟାର ମାଆ-ବାପା  କହୁଥାନ୍ତି
“ସେ କେତେ ଭଲ ଲୋକ ଦେଖ !
ଆଉ କେ ହେଇଥିଲେ କେବେଠୁଁ
ପଳାନ୍ତାଣି ନା......”

Friday, February 16, 2018

ପିତା ଗିହ୍ମା,ପିତାଶାଗ

ପିତା ଗିହ୍ମା(ଵାଲେଶ୍ଵର)
ଏହା ଏକ ଜାତୀୟ ଶାଗଗଛ ଵୋଲି
ଆମର ଜଣେ ଵାଲେଶ୍ଵରର ଭାଇ ଜଣେଇଛନ୍ତି ।
ଏହାକୁ

“ଚଡ୍ ଚଡା଼”

(ଏକ ପ୍ରକାର ର ଶାଗଭଜା ବିଧି;ଶାଗରେ ଆଳୁ,ବାଇଗଣ ଆଦି ପକାଇ ଭଜାଗଲେ ତାକୁ ଵାଲେଶ୍ଵର ରେ ଚଡ୍ ଚଡା଼ କୁହାଯାଏ),

“ଗିହ୍ମା ପତ୍ରପୋଡ଼ା”

(ପତ୍ର ମଧ୍ୟରେ ପିତା ଗିହ୍ମା ର ପତ୍ର ସହ ମସଲା ଦେଇ ନିଆଁରେ ପୋଡ଼ି ଏହା ପ୍ରସ୍ତୁତ କରାଯାଏ) ଓ

“ଗିହ୍ମା ଚଟଣୀ”(ଗିହ୍ମା ପତ୍ରକୁ ବାଟି ତହିଁ ରେ ବିଭିନ୍ନ କଞ୍ଚା ମସଲା ଯେମିତିକି  ଲଙ୍କା ଆଦି ଦେଇ ପ୍ରସ୍ତୁତ କରାଯାଏ)
କରି ଖିଆଯାଏ ।

ବଙ୍ଗଳି ଭାଷାରେ ଗିମା,ଗିମୀ ଓ ଗୀମୋ ନାମ ଚଳେ ।
ମେଦିନୀପୁରୀ ଓଡ଼ିଆରେ ଗିମା ଓ
ବାଲେଶ୍ବରରେ ଗିହ୍ମା ଶବ୍ଦ ଚଳୁଅଛି ।

ଓଡ଼ିଆ ଭାଷାରେ ଏହି ଶାକ କୁ ପିତାଶାଗ କୁହାଯାଏ । ଏହାର ସଂସ୍କୃତ ନାମ:- ଫଣିଜ ଓ ଗ୍ରୀଷ୍ମସୁନ୍ଦରକ । ହିନ୍ଦୀ ଭାଷାରେ ଏ ଗଛ ପାଇଁ ନାମ ଭାବେ ଦେଶଜ ଗେଇନା ଶବ୍ଦ ପ୍ରଚଳିତ ଅଛି । ଏହି ଗଛର ବୈଜ୍ଞାନିକ ନାମ ବହୁତ ସମ୍ଭବ Glinus oppositifolius ତେବେ ଏତିକି ନିଶ୍ଚିତ ଯେ ଏହା ଗ୍ଲିନୋ଼ସ୍ ଜାତୀୟ ଗଛ ।  ଭାଷାକୋଷରେ ପିତାଶାଗ ତଳେ Glinus oppositifolius ର Synonyms ଯଥା
Erythrea roxburghii ଓ
Mollugo spergula ଲେଖାହୋଇଅଛି ।

ଏହି ଜାତୀୟ ଗଛ ମଧ୍ୟରେ ଆଉକିଛି
ଗଛଗୁଡିକର ବୈଜ୍ଞାନିକ ନାମ ହେଲା :-
1.Glinus cambessedesii
2.Glinus denticulatus
3.Glinus mollugo
4.Glinus oppositifolius
5.Glinus spergula
6.Glinus spergula
7.Glinus glinoides
8.Glinus oppositifolia
9.Glinus serrulata
10.Glinus spergula

Tuesday, February 13, 2018

କିସ୍ ଡେ

ଵୈଦେଶିକ ମାନେ ଆଜିର ଦିନକୁ kiss day ନାଆଁରେ ପାଳୁଛନ୍ତି କିନ୍ତୁ କେତେଜଣ ଭାରତୀୟ ଜାଣିଛନ୍ତି ଯେ ଏହି ଚୁମ୍ବନକଳାର ଆଦି ଜନ୍ମଭୂମି
ହେଉଛି ଆମ ଭାରତ ଉପମହାଦ୍ଵୀପ ?
ବେଦରେ ଚୁମ୍ଵନର ଉଲ୍ଲେଖ ଥିବା କୁହାଯାଏ
ତେବେ ମହାଭାରତରେ ସର୍ଵପ୍ରଥମେ ମୁଖ ଚୁମ୍ବନର ଉଲ୍ଲେଖ ଅଛି ଏବଂ ନିଃସନ୍ଦେହ ଏହି ଗ୍ରନ୍ଥଟି ଵିଶ୍ଵରେ ରଚିତ ସମସ୍ତ ଗ୍ରନ୍ଥ ମଧ୍ୟରେ ଉନ୍ନତ ଓ ଉତ୍କୃଷ୍ଟ ।
ଭାରତରୁ ଏହି ଚୁମ୍ଵନକଳା ସମେତ ଅନେକ ଆର୍ଯ୍ୟୋଚିତ ଗୁଣ ବର୍ବର-ଦସ୍ୟୁ ଜାତି ୟୁରୋପୀୟ ମାନେ ଲାଭକରି ନିଜକୁ
ଆର୍ଯ୍ୟ ବୋଲାଇବା ଆରମ୍ଭ କରିଦେଇଥିଲେ ।
(ଭାରତରେ ଆର୍ଯ୍ୟ ଶବ୍ଦ ଗୁଣଵାଚକ ଥିଲା କିନ୍ତୁ ଅନୁନ୍ନତ ଦସ୍ୟୁ ଜାତୀୟ ୟୁରୋପୀୟ ମାନେ ତାକୁ ଜାତିଵାଚକ କରିଦେଇଥିଲେ)
ଚୁମ୍ଵନକଳା ବିଶ୍ଵର କୋଣ ଅନୁକୋଣକୁ
ଭାରତରୁ ଯାଇଥିଵା ହେତୁ ହିଁ
ଆମ ଭାରତୀୟ ଭାଷାର କେତେକ ଶବ୍ଦ ଅନେକ ଵୈଶ୍ଵିକ ଭାଷାରେ ସୁପ୍ରଚଳିତ
ହୋଇଅଛି ।

1.ଚୁମ୍ଵନ→ଚୁମା
ମୂଳ ଵୈଜ୍ଞାନିକ ଧାତୁ ଶବ୍ଦ = ଚୁମ୍ଵ ଧାତୁ
ଚୁମ୍ଵ ଧାତୁର ଅନେକ ଅର୍ଥ ଅଛି
କ→ଓଠ ଦ୍ଵାରା ଈଷତ ସ୍ପର୍ଶରେ କରିବା
ଖ→ସ୍ପର୍ଶ କରିବା
ଗ→ଆଘାତ କରିବା
ଘ→ଆକର୍ଷଣ କରିବା(ଚୁମ୍ଵକ)

ଏହି ଶବ୍ଦ ଟି  ଧ୍ଵନ୍ୟାନୁକରଣ ରୁ ଉତ୍ପନ ହୋଇଥିବା ଅନୁଭବ ହୁଏ । ଯେହେତୁ
ଜଣେ ଚୁମ୍ବନକଲେ ତହିଁ ରୁ ଉତ୍ପନ୍ନ ଶବ୍ଦ ଚ ଵର୍ଣ୍ଣ ପରି ହୋଇଥାଏ ।
ଚ,ଚୀ ବା ଚୁ ଧ୍ଵନ୍ୟାନୁକରଣ କୁ ନେଇ
ଵିଶ୍ଵର ପ୍ରାୟ ଅନେକ ଭାଷାରେ ଚୁମ୍ଵନ ଶବ୍ଦ ସହ ସାମଜସ୍ୟ ଥିଵା ଶବ୍ଦ ପ୍ରଚଳିତ
ତନ୍ମଧ୍ୟରୁ କିଛି ଯଥା~

●Bengali:চুম্বন(cumbôn)
●Bermesse:နမ်းစုတ်ခြင်း(nam:cuthkrang:)
●Hungarian:csók
●Indonesian:ciuman
●Japani:チュー(chū)
●Korean:입맞춤(ko)(immatchum)
●Lao:ຈູບ(chūp),ການຈູບ(kān chūp)
●Quechua:much'a
●Rohingya:cum
●Romani:chumi
●.Thai:การจูบ(th)(gaan-jùup),จูบ(th)(jùup)(ଲାଓ ର chūp ଶବ୍ଦ ଅନୁକରଣରେ ପ୍ରଚଳିତ ଥାଇ ଶବ୍ଦ ତେଣୁ)
●Urdu:چمبان‎‎(cumban)
●Welsh:cusan
●Amharic:ሳመ(samä)
●Assamese:চুমা(suma)

●ମୋ ଦେଶରେ ସମସ୍ତେ ସମାନ●

ମୋ କିଳିଙ୍ଗୋତ୍କଳ ଦେଶରେ ସମସ୍ତେ ସମାନ । ସମାନ ବୋଲି ତ....
ଚାରି ଜାତିରେ ପାତ୍ର,ସାହୁ,ପ୍ରଧାନ ଓ ନାୟକ ଉପନାମ ଅଛି ।

ହଁ...
ମୋ ଦେଶରେ ସମସ୍ତେ ସମାନ.....
ସମାନ
ବୋଲି ଚାଣ୍ଡାଳ ଠାରୁ ବ୍ରାହ୍ମଣ ଯାଏଁ ସଭିଏଁ
ଜଗନ୍ନାଥ ଦର୍ଶନ କରିପାରନ୍ତି......

ମୋ ଦେଶରେ ସମସ୍ତେ ସମାନ .....
ସମାନ ବୋଲି ଏଠି ଚାଣ୍ଡାଳ ହାତରୁ ବ୍ରାହ୍ମଣ ଅଭଡ଼ା ଖାଅନ୍ତି......

ମୋ ଦେଶରେ ସମସ୍ତେ ସମାନ.....
ସମାନ ବୋଲି ଏଠି କେହି କାହାକୁ ପ୍ରଥମେ ଭେଟିଲେ ହିନ୍ଦୀ ଭାଷୀଙ୍କ ପରି “କୌନ୍ ଠାକୁର୍ ହୋ” କହି ଜାତି ପଚାରେନି ଵରଂ
ସକୁଶଳ ଅଛ କି ନାହିଁ ପଚରାଯାଏ......

ହଁ.....
ମୋ ଦେଶରେ ସମସ୍ତେ ସମାନ....
ସମାନ ବୋଲି ସର୍ବଜାତି ସମନ୍ୱୟ ର ବିଭିନ୍ନ ପର୍ବ ଦଣ୍ଡ, ଦୋଳ ,ରଜ ଆଦି ପର୍ବ ପାଳିତ ହୁଏ

ମୋ ଦେଶରେ ସମସ୍ତେ ସମାନ......
ସମାନ ବୋଲି
ବସନ୍ତ ଋତୁରେ ମଙ୍ଗଳା ମାତାଙ୍କ ଓଷା ସମୟରେ
ବ୍ରାହ୍ମଣ ଚାଣ୍ଡାଳ ଭେଦ ରହେନି । ମାଆଙ୍କ ପାଇଁ ବ୍ରାହ୍ମଣ ବି ଚାଣ୍ଡାଳ ଗୃହକୁ ଭୀକ୍ଷା ନେବାକୁ ଯାଏ

ହଁ ହଁ ମୋ ଦେଶରେ ସମସ୍ତେ ସମାନ
ଥିଲେ ଅଛନ୍ତି ଥିବେ…......

Monday, February 12, 2018

ଭାରତରେ ମୂଳନିବାଶୀ କିଏ


ୟୁରୋପ ମହାଦେଶରୁ ଆସି ଭାରତରେ ପହଞ୍ଚିଲା ପରେ ୟୁରୋପୀୟ ଦସ୍ୟୁ ଜାତିର ଲୋକେ ପ୍ରଥମେ ଭାରତର ସମାଜ ଓ ସଂସ୍କୃତି ବିଷୟରେ ଗୁଡା଼ଏ ବର୍ଷ କେବଳ ଅନୁଧ୍ୟାନ ଓ ଅଧ୍ଯୟନ କଲେ । ସେମାନେ  ଦେଖିଲେ ଯେ ଏ ଦେଶର ଲୋକଙ୍କ ମଧ୍ୟରେ
ସଂସ୍କୃତି,ପନ୍ଥ,ଜାତି ଓ ଭାଷାଗତ ଭେଦ ତ ଅଛି କିନ୍ତୁ ଦରକାର ସମୟରେ ଭାରତୀୟ ମାନେ “ମଇଁଷି ସିଙ୍ଘ ଫଟା ଯୋଚିଲା ବେଳକୁ ଗୋଟା” ନ୍ୟାୟରେ ଏକ ହୋଇଯାନ୍ତି ।
ୟୁରୋପୀୟ ପ୍ରଜାତିର ମନୁଷ୍ୟ ମାନେ ବଡ଼ ଧୃତ । ଏମାନେ ଯାହା ବି କରନ୍ତି ତହିଁ ପାଇଁ ବହୁବର୍ଷ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି । ଭାରତୀୟଙ୍କ ମଧ୍ୟରେ ଏକତାର ଅଭାବ ଘଟାଇବା ପାଇଁ ମଧ୍ୟ ଇଂରେଜ, ଫରାସୀ, ପର୍ତ୍ତୁଗୀଜ ଓ ଡଚ୍  ଆଦି ଜଳଦସ୍ୟୁ ଜାତିର ଲୋକେ ଅନେକ ପଣ୍ଡିତଙ୍କୁ ଲଗେଇଥିଲେ । ସେଇଭଳି ଜଣେ ପ୍ରଥମ ପର୍ଯ୍ୟାୟର ପଣ୍ଡିତ ଥିଲେ ମୈକଲେ ।
ଏ ଲୋକଟା ଭାରତକୁ ଆସି ଏଠିକାର ଲୋକଙ୍କ ସହିତ ରହି ଜାଣିଲା ଯେ ଭାରତୀୟ ଙ୍କୁ ବାଣ୍ଟିବାକୁ ହେଲେ ପ୍ରଥମେ ସେମାନଙ୍କୁ ଗରିବ କରିବାକୁ ହେବ । ଭାରତୀୟ ଙ୍କୁ  ରାଜନୈତିକ,ଆର୍ଥିକ ଓ ସାମାଜିକ ପରାଧୀନତା ବଳରେ ହିଁ କଳବଳେ କୌଶଳେ ଈସାଇକରଣ  ହୋଇପାରିବ । ୟୁରୋପୀୟ ପଣ୍ଡିତ ଚିନ୍ତିବାକୁ ଲାଗିଲେ ଯେ କେମିତି  ପ୍ରାଚୀନ ରୋମାନ ସଂସ୍କୃତି ପରି ଭାରତୀୟ ମାନଙ୍କୁ ଆଧୁନିକ ୟୁରୋପୀୟ ସଂସ୍କୃତିର ଅନୁଗାମୀ କରାଯାଇପାରିବ....

ଶେଷରେ କିଛି ପାଶ୍ଚାତ୍ୟ ପଣ୍ଡିତଙ୍କ ମୁଣ୍ଡକୁ
ଗୋଟିଏ କୁବୁଦ୍ଧି ଯୁଟିଲା ।
ତାହା କ’ଣ ନା....
ଭାରତର ଲୋକଙ୍କୁ ଇତିହାସ ପଢାଯାଉ
ଆଉ
ସେ ଇତିହାସରେ ପୁଣି ସଂପୂର୍ଣ୍ଣ ସତ୍ୟ ବଦଳରେ ମିଥ୍ୟାର ପୁଟ ଦିଆଯାଉ । ନା ନା ....ଏଠାରେ  ମୁଁ ଯମାରୁ ବି କହୁନାହିଁ ଯେ ୟୁରୋପୀୟ ଲୋକେ କୌଣସି ଅହିତ ଆଶାରେ ଭାରତୀୟ ଙ୍କ ଇତିହାସରେ ସାମାନ୍ୟ କିଛି ମିଥ୍ୟା ଉପାଖ୍ୟାନ ଗଢିଥିଲେ । ପ୍ରକୃତରେ
100% ଖାଣ୍ଟି ସୁନାରେ କ’ଣ ଗହଣା ଗଢ଼ିବା ସମ୍ଭବ ? ନାହିଁ କଷ୍ଟସାଧ୍ୟ କାମ ! ତେଣୁ ଭାରତୀୟ ଇତିହାସକୁ ଆହୁରି ସମୃଦ୍ଧ କରିବାର ମହତ ଉଦ୍ଦେଶ୍ୟରେ ୟୁରୋପୀୟ ପଣ୍ଡିତମାନେ ଏଭଳି କାର୍ଯ୍ୟ କରିଥିବା ମୋର କୋମଳ ହୃଦୟ ଅନୁଭବ କରେ ।
ତେବେ ୟୁରୋପୀୟ ପଣ୍ଡିତ ମାନେ ସର୍ବପ୍ରଥମେ
ଭାରତୀୟ ଲୋକଙ୍କୁ ତିନିଭାଗରେ ବାଣ୍ଟି ପକେଇଲେ ।
1.ଆର୍ଯ୍ୟ
2.ଅନାର୍ଯ୍ୟ ବା ଦ୍ରାବିଡ଼
3.ଆଦିବାସୀ(ଜଙ୍ଗଲଵାସୀ)

କିନ୍ତୁ ତାଙ୍କ ଥିଓରୀ ସବୁର ଅନୁଧ୍ୟାନ କଲାପରେ
ଯେତିକି ମୁଁ ବୁଝିଲି
ୟୁରୋପୀୟ ମାନେ କି ଆର୍ଯ୍ୟ କି ଦାମିଳ କି ଆଦିବାସୀ ସମସ୍ତ ଭାରତୀୟଙ୍କୁ ବିଦେଶୀ କହିଯାଇଛନ୍ତି ।

1.ବେଦରେ ଗୁଣଵାଚକ ଆର୍ଯ୍ୟ ଓ ଦସ୍ୟୁ ଶବ୍ଦର  ଉଦାହରଣ ଦେଇ ପ୍ରଥମେ କେତେକ ପାଶ୍ଚାତ୍ୟ ପଣ୍ଡିତ ପ୍ରମାଣ କରିଥିଲେ ଯେ ଆର୍ଯ୍ୟମାନେ ଆଜକୁ 5000 ବର୍ଷ ତଳେ କାସ୍ପିଆନ୍ ସାଗର କୁଳରୁ ଭାରତକୁ ଆସି ଉତ୍ତରର ଉନ୍ନତ ସିନ୍ଧୁ ସଭ୍ୟତାର ଧ୍ଵଂସ ସାଧନ କରିଦେଇଥିଲେ ଏବଂ
ସେଠାରେ ରହୁଥିବା ଲୋକଙ୍କୁ ତଣ୍ଟିଆ ମାରି ଦକ୍ଷିଣ କୁ ଘୋଉଡାଇଦେଇଥିଲେ ।
ନିକଟରେ ଭାରତୀୟଙ୍କ ଡିଏନଏ ପରୀକ୍ଷଣ ଏବଂ ତିବତ୍ତରୁ ମିଳିଥିବା କିଛି ପୁରୁଣା ଫୋସିଲ୍ ଏ ଥିଓରୀ ର ଏଇ କିଛି ବର୍ଷ ହେବ ଗଳାରୁଦ୍ଧ କରି ରଖିଲାଣି ।

2.ସେଇଭଳି
David McAlpinଙ୍କ ଭଳି କେତେ ଜଣ ଗଵେଷକଙ୍କ ମତରେ ଦ୍ରାବିଡ଼ ଭାଷୀଙ୍କ ପୂର୍ଵଜ ଆଧୁନିକ ଇରାନ୍ ର ପ୍ରାଚୀନ Elam ଅଞ୍ଚଳରୁ ଭାରତକୁ ଆସିଥିବା ମତ ଦେଇଛନ୍ତି ।
କିନ୍ତୁ ଏ ଥିଓରୀ ଏବେ କମ୍ ଲୋକପ୍ରିୟ ହୋଇଗଲାଣି କାରଣ କିଛି ନୂଆ ପାଶ୍ଚାତ୍ୟ ପେଣ୍ଡୁଳୀ ଇତିମଧ୍ୟରେ ଆଷ୍ଟ୍ରୋଏସିଆଟିକ୍ ଓ ଦ୍ରାବିଡ଼ ଲୋକଙ୍କୁ ଏକ ମୂଳାଶାଖାର ଦୁଇଟି ଉପଶାଖା ବୋଲି ମତ ଦେଲେଣି ।

3.ଜଙ୍ଗଲଵାସୀ ଭାରତୀୟ ଙ୍କ ପାଇଁ
ଅଷ୍ଟାଦଶ ଶତାବ୍ଦୀ ବେଳକୁ ଆଦିବାସୀ ଶବ୍ଦ ବ୍ୟବହାର ହୋଇ ଏଯାବତ ଚଳୁଅଛି । ଏହି ତଥାକଥିତ ଆଦିବାସୀ ମାନଙ୍କୁ ୟୁରୋପୀୟ ମାନେ Austroasiatic ନାମ ଦେଇଛନ୍ତି ।
ୟୁରୋପୀୟ ପେଣ୍ଡୁଳୀଙ୍କ ମତରେ ଆଷ୍ଟ୍ରୋଏସିଆଟିକ୍ ଲୋକେ ମଧ୍ଯ ବୈଦେଶିକ ଓ ପ୍ରାୟ 50 ରୁ 70 ହଜାର ବର୍ଷ ତଳେ ପୂର୍ବ ଆଫ୍ରିକାରୁ ଲୋହିତ ସାଗର ପାର କରି ଆରବ ସାଗର କୂଳେ କୂଳେ ଆସି ଭାରତରେ ପଦାର୍ପଣ କରିଥିଲେ ।

ତେବେ ସମସ୍ତ ଭାରତୀୟ ମାନଙ୍କୁ ତିନି ମାନବଜାତିରେ ବାଣ୍ଟି ସେମାନଙ୍କୁ
ବିଦେଶୀ କହି ପୁଣି ଏ କଥାକୁ ସତ୍ୟ ପ୍ରମାଣ କରିବା ହେତୁରେ ଗଦାଗଦା ବହିଲେଖି
ଶିକ୍ଷିତ
ଲୋକଙ୍କୁ ଭୁଆଁ ବୁଲେଇବାର ଅସଲ ଉଦ୍ଦେଶ୍ୟ
କ’ଣ ହୋଇଥାଇପାରେ ୟୁରୋପୀୟଙ୍କର ?

ଉଦ୍ଦେଶ୍ୟ 1.
ଆର୍ଯ,ଦ୍ରାବିଡ଼ ଓ ଆଦିବାସୀ ସମସ୍ତ ଭାରତୀୟ ମାନେ ନିଜକୁ ବିଦେଶୀ ବୋଲି ହୃଦୟଙ୍ଗମ କରିନେଲେ ସେମାନେ ନଵାଗତ ଵିଦେଶୀମାନଙ୍କୁ ମଧ୍ୟ ଭ୍ରାତା ଭ୍ରାତା କହି କୁଣ୍ଢେଇ ନେବେ ।

ଉଦ୍ଦେଶ୍ୟ 2.
ଭାରତୀୟ ମାନେ ୟୁରୋପୀୟ ମାନଙ୍କୁ ଭାଇ ଭାବିନେଲା ପରେ ସେମାନେ ସହଜରେ
ପରାଧୀନ ହୋଇଯିବେ । ସ୍ଵାଧୀନତା ପାଇଁ ଅଧିକ ଉଦ୍ୟମ କରିବେ ନାହିଁ ।

ଉଦ୍ଦେଶ୍ୟ 3.
ଭାରତୀୟ ମାନେ(ବିଶେଷ କରି ଉତ୍ତର ଭାରତୀୟ ମାନେ) ନିଜକୁ ବିଦେଶୀ ମାନିନେଲା ପରେ ସେମାନେ ତାଙ୍କ କାଳ୍ପନିକ ଆଙ୍ଗୋ ଭାଇ ମାନଙ୍କ ସହ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପୂର୍ବକ
ତାଙ୍କ ଗୋଲାମ ହୋଇ ରହିବେ ।

ଉଦ୍ଦେଶ୍ୟ 4.
ଭାରତୀୟ ମାନେ ୟୁରୋପୀୟ ମାନଙ୍କ ମାନସିକ ଗୋଲାମ୍ ହେଲା ପରେ
ପ୍ରାଚୀନ ଗ୍ରୀକ୍-ରୋମାନ୍(ଲାଟିନ୍) ସଂସ୍କୃତି ଭଳି
ଭାରତୀୟ ସଂସ୍କୃତିକୁ ମାରିବା ସହଜ ହୋଇଯିବ ।ଭାରତୀୟ ସଂସ୍କୃତି ର ଲୋପ ସାଧନ ସହିତ
ଭାରତୀୟ ମାନେ ଆଧୁନିକ ଈସାଇଧର୍ମ ପ୍ରଭାବିତ ୟୁରୋପୀୟ ସଂସ୍କୃତି କୁ ଅଙ୍ଗିକାର କରିନେବେ ।

ଉଦ୍ଦେଶ୍ୟ 5.
ଭାରତୀୟ ସଂସ୍କୃତି ଓ ଧର୍ମ ଲୁପ୍ତ ହେବା ସହିତ
ଆପେ ଆପେ ଭାରତୀୟ ଭାଷାଗୁଡିକ ମଧ୍ୟ
ମରି ମରି ଯିବେ ଓ ତହିଁ ବଦଳରେ ୟୁରୋପୀୟ ଭାଷାଗୁଡିକ ଭାରତୀୟ ଉପମହାଦ୍ଵୀପରେ
ପ୍ରଭାବ ବିସ୍ତାର କରେ ।

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...