Wednesday, August 29, 2018

ଜାତି

ମହାନ୍ତିବାବୁଙ୍କ ପୁଅ ଓ ପଣ୍ଡାବାବୁଙ୍କ ଝିଅ ଗୋଟାଏ ବାହାଘରରେ ଭେଟିଥିଲେ । ପରିଚୟ ହେଲା । ଦିନକୁ ଦିନ ତାହା ନିବିଡ଼ ରୁ ନିବିଡ଼ତର ହେବାକୁ ଲାଗିଲା ।କଥା ବଢି ବଢି ଶେଷକୁ ପ୍ରେମ ଓ ପ୍ରେମ ଵିଵାହ ଯାଏଁ ପହଞ୍ଚି ଗଲା ।

ଯେବେ ପଟ୍ଟନାୟକବାବୁ ଵିଵାହ ପ୍ରସ୍ତାବ ନେଇ ପଣ୍ଡାବାବୁଙ୍କ ଘରେ ପହଞ୍ଚିଲେ
ପଣ୍ଡାବାବୁ ସଫା ସଫା ମନା କରିଦେଲେ
“ଏମିତି କଣ୍ କୋଉଠି ହୁଏ ନା ହଉଚି ? ବ୍ରାହ୍ମଣ ଝିଅ ର ବାହାଘର ପୁଣି ଅନ୍ୟ ଜାତିରେ ହେଉଥିବା କେବେ ଶୁଣିଛନ୍ତି ? ଏ ହେ ! ଆଉ ଜାତି ରହିବ ଟି ? ”

ପଣ୍ଡାବାବୁଙ୍କର ଜଣେ ସମ୍ପର୍କୀୟ ସେଇଠି ଥାଆନ୍ତି
ସେ ପଣ୍ଡା ବାବୁଙ୍କୁ କହୁଥାନ୍ତି...
“ହଇଓ ଭାଇ ! ପୁଅ ଝିଅ ବୟସ୍କ ପୁଣି ପଢାଶିକ୍ଷିତ ଆଉ କୁଶଳୀ ବି
ତାଙ୍କୁ ବାହା ହେବାକୁ ଦିଅ
ବାହାଘର ନହେଲେ ବି ସେମାନେ ଲୁଚିଛପି ମିଶିବେ
ଆଉ ସେତେବେଳେ ତାଙ୍କର ଯୋଉ ସମ୍ବନ୍ଧ ହବ ତା’କୁ ତ ପୁରା ଵ୍ୟଭିଚାର କୁହାଯିବ
ଆଉ ସେତେ ଏଇ ସହିପଡିଶାରେ ସମିତେ କେତେ ଛି-ଛାକର ନ କରିବେ ଯେ ?”

ତା ଶୁଣି ପାଖରେ ବସିଥିବା ପଡୋ଼ଶୀଘରର
ବୁଢୀ଼ ମାଉସୀ ଟା ମୁହଁ ମୋଡି଼ଦେଇ  କହିଲା

“ମଲା ମଲ ! ଵ୍ୟଭିଚାର ଯୋଗୁଁ କଣ୍ ଜାତି ଯାଏ କି । ବାହାଘର ଯୋଗୁଁ ଚାଲିଯାଏ ନା ”

©ହରିଶଙ୍କର ପରସାଇ

Sunday, August 26, 2018

ଉତ୍କଳ ସମ୍ମିଳନୀ ଉପଲକ୍ଷେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଵିରଚିତ ଉଦବୋଧନୀ କଵିତା

ନିଜ ଘରେ ବସି ନିର୍ଵାସନ ଦୁଃଖ
ଆମ୍ଭ କି ଲଲାଟ ଲିଖନ,
ମାତୃଭାଷା ମନା ଭାଇସଙ୍ଗ ବିନା
ଵିକଳ ହେଉଛି ଜୀଵନ । ପଦ ।

ଗୁହାରିଲେ ଦୁଃଖ ନୃପତି ଆଗରେ,
ତଡି଼ ଦେଉଛନ୍ତି ଛାମୁରୁ ରାଗରେ;
ନୁହେଁ ତାଙ୍କ ଦୋଷ,ବୁଝନ୍ତି ନାହିଁ ସେ
ଆମ୍ଭର କଥିତ ଵଚନ ।୧।

ଵିଦେଶୀ ସଦସ୍ୟ ଛନ୍ତି ନିକଟରେ,
କହି ଦେଉଛନ୍ତି ଶ୍ରଵଣପଟରେ;
ହସୁଛନ୍ତି ବୋଲି ବୁଝାଉଅଛନ୍ତି
କରୁଅଛୁଁ ଯେତେ ରୋଦନ ।୨।

ପରଦେଶୁଁ ଆସି ପରଦେଶଵାସୀ,
ଦେଉଛନ୍ତି ଆମ୍ଭ ଅନ୍ନ ଜଳ ଗ୍ରାସି;
ଭକୁଆ ପରାଏ ଭକ ଭକ ଚାହିଁ―
ରହିଅଛୁଁ ତାଙ୍କ ଵଦନ ।୩।

ଆମ୍ଭ ଧନ ଯୋଗେ ଲାଭ କରି ଜ୍ଞାନ,
ଆମ୍ଭରି ମସ୍ତକେ ଚରଣ ପ୍ରଦାନ―
କରି ଉଠୁଛନ୍ତି ସମ୍ରାଟ-ସଭାକୁ
ହରଷେ ଵିକାଶି ରଦନ ।୪।

ଆସିଅଛ ବଡ଼ ସୋଦରସକଳ,
ଦେଖି ଦଶା,କର ବୁଦ୍ଧି କଉଶଳ;
କୋଟି କଣ୍ଠେ ଗୋଟିସ୍ଵରେ ଉଚ୍ଚେ ଡାକ
କମ୍ପିଯାଉ ରାଜ ସଦନ ।୫।

©ସ୍ଵଭାବକଵି ଗଙ୍ଗାଧର ମେହେର

ରାକ୍ଷୀ

ରାକ୍ଷୀ ପାଇଁ ଏତେ କବିତା ଲେଖନ୍ତି
କବି ଓ କବିୟତ୍ରୀ ମାନେ !
ଆପଣା ପରବ ଗହ୍ମା ବିଷୟରେ
ପଦିଏ ଵି ଯୁଟୁନାହିଁ ମନେ !
ଫଟ ଛାଡୁ଼ଛନ୍ତି ଲକ୍ଷ ଲକ୍ଷ ଆଜ
ହାତେ ବନ୍ଧା ରାଖୀ ସହ !
କାହାକୁ ଦେଖୁନି ଗାଭୀ ସେବାକାରୀ
ଗୋମାତା ପ୍ରେମୀ କେ ନୁହଁ !
ଏକି ସ୍ଵାଭିମାନହୀନ ଜାତି ହେଲା
ପରପର୍ବ ପାଳେ ଆନନ୍ଦରେ ।
ପରସଂସ୍କୃତି ଆଦରିଣ ଯିଏ
ସ୍ଵସଂସ୍କୃତି ଜଳାଞ୍ଜଳି ଦେଇଦିଏ ।
ପର ସଂସ୍କୃତିର ଗୋଲାମ ମୋର
ଭାଇ ଓ ଭଉଣୀ ମାନେ ....
ନିଜ ପରବକୁ ନପାଳିଲେ ଆଜି
ଏ ସଂସ୍କୃତି ନ ରହିବ ଦିନେ !

Saturday, August 25, 2018

ସୋସିଆଲ ମୂର୍ଖ ଓ ସୋସିଆଲ ଠକ

ମୋର ମନେ ଅଛି  ଛୋଟବେଳେ କିଛି ଲୋକ ଗୁଡାଏ କାଗଜ ଛପେଇ ଗାଆଁକୁ ଗାଁ ବାଣ୍ଟୁଥିଲେ ଯୋଉଥେରେ  କିଛି ହୃଦୟଛୁଆଁ ଇମୋସ୍ନାଲ କଥା ସହ ଚେତାବନୀ ଦେଇକି ଲେଖା ରହୁଥିଲା .....
ଖବରଦାର ଏହି କାଗଜକୁ ପଢି ଫୋପାଡ଼ି ଦେବନି ....
ଆକୁ ପଢି ଆଉ ଲୋକଙ୍କୁ ବି ପଢେଇବ,ପଢିବାକୁ ଦେବ ଏବଂ ଏତିକି ହଜାର କି ସେତିକି ହଜାର ନକଲ ଏହି କାଗଜର କାଢି ଅନ୍ୟ ଲୋକକୁ ବାଣ୍ଟିବ ନହେଲେ ତମ ବଉଁଶରୁ କେହିନା କେହି ଠୁସ୍ ହେଇଯିବେ....

ନବ୍ବେ ଦଶକରେ ଅନେକ ମୂର୍ଖ ଏଭଳି ଭରତିଆ କଥାରେ ପଡି଼ ସେମନ୍ତ କରୁଥିଲେ ମଧ୍ଯ.....
ଯୁଗ ବଦଳିଛି କିନ୍ତୁ
ଦେଖୁଛି
ସେଇ ମୂର୍ଖ ଓ ମୂର୍ଖ ବନାଉଥିବା ଲୋକ ଏବେ ବି ଅଛନ୍ତି ।

ହଁ ତମର ଆମର ଆମ ମାନଙ୍କର  ଏଇ ସୋସିଆଲ ମିଡ଼ିଆ ରେ ବୁଲୁଛନ୍ତି......

ଫେସବୁକ ଓ୍ଵାଟ୍ସ ଆପ୍ ରେ ତ ଏଭଳି ଲେଖାକୁ ଗୋଟେଇ ଆଣି ଏକାଠି କଲେ ଗୋଟାଏ କୁଇଣ୍ଟାଲିଆ ଗ୍ରନ୍ଥ ଟେ ହେବ 😀😀😀

ଏଠି ମୂର୍ଖ ବନାଉଥିବା ଲୋକେ ଲେଖନ୍ତି
------
→ପାଞ୍ଚ ଲେଖ ଯାଦୁ ଦେଖ....
→ଏଇ ଲେଖାକୁ ସେୟାର କର ତମର କାହାର ନା କାହାର କିଛି ଶୁଭ ହେବ..
→ଦୁଇ ମିନିଟ ଭିତ୍ରେ ସେୟାର କର କିଛି ନା କିଛି ସୁଫଳ ମିଳିବ ।
ଇତ୍ୟାଦି ଇତ୍ୟାଦି......

ସୋସିଆଲ ମୂର୍ଖ ମାନଙ୍କୁ ଉପରୋକ୍ତ ଚେତାବନୀ ବାକ୍ୟ ଗୁଡ଼ିକ
ଠିକ୍ ଅଫିମ ପରି ନିଶାରେ ପକାଏ କି କଣ୍ ଅନ୍ଧ ଭଳି
ତା’ ଆନ ଲୋକଙ୍କ ସହ ବାଣ୍ଟିବାକୁ ତିଳେ ହେଁ ବିଳମ୍ବ କରନ୍ତିନି.....

ଭାଇ ଓ ଭଉଣୀ ମାନେ ଆଉ କେତେ ଦିନ ଏଭଳି ମୂର୍ଖତାପୂର୍ଣ୍ଣ କାର୍ଯ୍ୟ କରୁଥିବା ଓ ତାକୁ ସମର୍ଥନ ଦେଲାପରି ନବୁଝି ନଜାଣି ଏଭଳି ପୋଷ୍ଟ ମାନ ସେୟାର କରୁଥିବା ?

Friday, August 24, 2018

ସ୍ଥିତି

ତୁମେ କବିତା ସଂକଳନ ଯଦି
ମୁଁ ଛୋଟ ଗୋଟେ ଗୀତ ।
ତୁମ୍ଭର କୌଣସି ପୃଷ୍ଠାରେ
ଜାଗାଟେ ଦିଅନ୍ତନି ମିତ ?

ତମେ ଉପେନ୍ଦ୍ର ଭଞ୍ଜ ହେଲେ
ମୁଁ ଅଧମ ପାଠକ ଟେ ।
ତୁମ ଲେଖାରୁ ପାଏ ସୁଖ
ତେତିକିରେ ହିଁ ସୁଖି ଅଟେ ।।

ତୁମେ ଗ୍ରନ୍ଥ ଶ୍ରେଷ୍ଠ ଯେବେ
ମୁଁ ତହିଁର ଏକ ଶ୍ଲୋକ ।
ଏତିକି ମାତ୍ର ମୋ ସ୍ଥିତି
କରିବି କିମ୍ପା ମିଛେ ଶୋକ ।।

💐💐💐

Wednesday, August 22, 2018

ଦୋହା ୧

ଲୋଭ ଏମନ୍ତ ବଳା ଯେ କରେ ପସ୍ତାଏ ।
ଫସି ମାଛ କଣ୍ଟାରେ ନିଜ ପ୍ରାଣ ହରାଏ ।।

ମଢ ମୁର୍ଦ୍ଦାର ଦେଖିଣ ମଣିଷ ହୁଅଇ ଭାଳି ।
ଆଜି ଦିନରେ ଏ ଗଲା କାଲି ମୋହର ପାଳି ।।

ନୁହେଁ ଆଦୌ ଛୋଟବଡ଼
ଜଗତେ କୌଣସି କାମ,
ଯାହାର ମନ ଯହିଁ ଲାଗେ
ସେ ସେତିକି ପାଏ ଦାମ ।।

କିଏ କରୁଛି ବିରୋଧ ଯଦି କରିବ ନାହିଁ ଟି କ୍ରୋଧ ।
ଯେତିକି ବଢେ ଉପଲବ୍ଧି ସେତେ ବଢେ଼ ବିରୋଧ ।।

ଦଶ ଦିଗରେ ଦିଶୁଅଛି ଦଶମୁଣ୍ଡିଆ ରାବଣ  ।
ହେ ରାମ ବଧକର ତାକୁ ମାରିଣ ଏକ ବାଣ ।।

ତୁମେ କବିତା ସଙ୍କଳନ ହେଲେ
ମୁଁ ଛୋଟିଆ ଗୋଟେ ଗୀତ ।
କୌଣସି ପୃଷ୍ଠାରେ ଟିକେ
ଜାଗା ମୋତେ ଦିଅନ୍ତନି ମିତ ?

ଭଲ ଅଟେ ରାତ୍ରୀ ବି ସାଥି ତା’ର ଅନ୍ଧକାର
ଯାଉ ଯାଉ ଦେଇଯାଏ ଆମକୁ ସେ ଭୋର

Tuesday, August 21, 2018

●●●●●ଭାତ●●●●●

ବଡ଼ ଭୋକ ବାବୁ ! ବଡ଼ ଭୋକ ଆଜି ଖାଇବାକୁ ଦିଅ ଭାତ,
ହକ୍ ପାଉଣା ଗଣ୍ଡାକ ପାଇଁ କେତେ ଵା ପାତିବୁ ହାତ ?
ଯେଉଁ ଧାନ ଆମେ ବୁଣିଲୁ କାଟିଲୁ ସେଇ ଧାନ ଦିଅ ଆଣି,
ପିଡି଼ତ ଆତ୍ମା ଗର୍ଜି ଉଠଇ ଶୁଣ ତା ଵିପୁଳ ବାଣୀ

ଚାରିଆଡେ ଆଜି ଶୁଭୁଛି ଶୁଣ ହେ ଭୋକିଲା ଜୀଵନ କଥା,
ଧନଦଉଳତେ ଦୁନିଆ ଉଛୁଳେ,ଧନିକ ଫୁଲାଏ ମଥା ।
ଗରିବ ବାପୁଡା ମରେ ଦୁଇ ଓଳି ପେଟ ପାଇଁ ଖଟି ଖଟି,
ଝାଳବୁହା ତା’ର ମିହଂତ ନେଇ ଧନିକ ମାରୁଛି ପଟି ।

ଦୁନିଆରେ ଯେତେ ନିଅଣ୍ଟ ଅଭାବ ଶୋଷଣ ରହିଛି ପୂରି,
ଧନିକ ହାତର କାରସାଦି ସବୁ,ମାରି ସେ ଶୋଷଣ-ଛୁରୀ
ଦିହରୁ ଆମର କଲାଣି ବାହାର କଙ୍କାଳ ଆଉ ହାଡ଼,
ହା’ ହୁତାଶରେ କମ୍ପି ଉଠଇ ଧରଣୀର ଚାରିଆଡ଼ ।

ମଣିଷର ଗୋଡ଼ ଚିପୁଛି ଭାଇ ହେ ମଣିଷ ପୁଅର ବେକ,
ମଣିଷ ମାଉଁସ ମଣିଷ ଖାଉଛି ନଦେଖିବା କଥା ଦେଖ ।
ଭୋକ,ଉପାସରେ ଉକୁଣୀ ପରାଏ ଝଡୁଛି ମଣିଷ ପୁଅ,
ଶ୍ୟାମଳା ଧରଣୀ ହେଲାଣି ମଶାଣି ବହୁଛି ରକତ
ସୁଅ
ଭାଳଇ ମୂଲିଆ କଵି....
ମଣିଷର ଯୁଗ କେବେ ସେ ଆସିବ ?
ଉଠିବ ନୂତନ ରବି

©ସଚ୍ଚି ରାଉତରାୟ

Sunday, August 19, 2018

🇮🇳🇮🇳🇮🇳🇮🇳ଭାରତ🇮🇳🇮🇳🇮🇳🇮🇳

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ଖଣ୍ଡିତ ଏ ଇଣ୍ଡିଆ ନୁହଁ ଵିଶ୍ଵଗୁରୁ ଭାରତ ।
ଜ୍ଞାନ ବିଜ୍ଞାନରେ ପୂର୍ଣ୍ଣ ଶେଷ୍ଠ ଯା’ର ମହତ ।।

ଇଣ୍ଡିଆରେ ନାନା ଜାତୀୟତା ଧ୍ଵଜା ଧରି । ଜାତି,ଭାଷା,ଅଞ୍ଚଳ ନାମରେ ହୁଏ ମରାମରି ।।

ଭାରତକୁ ତମେ ଖୋଜନି ପାଇବ ନାହିଁ ।
ସାକାର ରୂପେ ଜଗତରେ ଦେଖିବା ପାଇଁ ।।

ସ୍ବାଧୀନତାର ରୁଧିର ଯହିଁ ସର୍ଵ ଜୀବ ମଧ୍ୟେଁ
ଆପାଦ ମସ୍ତକ ବହୁଅଛି ଏକତାର ବଳେ,

ସନାତନୀ,ସ୍ଵାଭିମାନୀ,ଜ୍ଞାନୀ ଓ ହୃଦୟଵାନ
ଯହିଁ ତାଙ୍କ ସହ ବାସ କରୁଥିବେ ଭଗବାନ,

ସେହି ଏକା ରାଷ୍ଟ୍ର ମଧ୍ୟେଁ ଶ୍ରେଷ୍ଠ ମହାନ ।
ମାଟିମାଆ ପାଦପଦ୍ମେଁ କରୁଁ ଶତ ନମନ ।।

Thursday, August 16, 2018

● ଭାଙ୍ଗି ଯିବା ହେଲେ ଆମେ ନୋଇଁବା ନାହିଁ●

ସତ୍ୟ ର ସଙ୍ଘର୍ଷ ସତ୍ତା ସଙ୍ଗେ
ନ୍ୟାୟ ଲଢୁଚି ନିରଙ୍କୁଶତା ସାଥେ

ଅନ୍ଧକାର ଦେଇଛି ଆହ୍ଵାନ
କିରଣ ଅନ୍ତିମ ଅସ୍ତ ହେଉଛି

ଦୀପ ନିଷ୍ଠାର ନେଇ ନିଷ୍କମ୍ପ
ବଜ୍ର ପଡୁ ବା ହେଉ ଭୂକମ୍ପ

ସମାନତାର ନୁହଁଇ ଯୁଦ୍ଧ
ଆମେ ନିହତ୍ଥ,ଶତୃ ସନ୍ନଦ୍ଧ

ସବୁ ପ୍ରକାର ଶସ୍ତ୍ରରେ ସଜ୍ଜ
ଆଉ ପଶୁବଳ ହେଲାଣି ନିର୍ଲଜ

କିନ୍ତୁ ତଥାପି ଜୁଝିବାର ପ୍ରଣ
ଅଙ୍ଗଦ ବଢାଇଲା ଚରଣ

ପ୍ରାଣ ପଣେ କରିବା ପ୍ରତିକାର
ସମର୍ପଣର ସନ୍ଧି ଅସ୍ଵୀକାର

ବାଜିରେ ସବୁକିଛି ଲାଗିଛି
ଆଉ ରହି ହେବ ନାହିଁ

ଭାଙ୍ଗି ଯିବା ହେଲେ
ଆମେ ନୋଇଁବା ନାହିଁ

©ଅଟଳ ବିହାରୀ ବାଜପେୟୀଙ୍କ ଏକ କବିତା
ଟୁଟ୍ ଜାଏଙ୍ଗେ ମଗର ହମ୍ ଝୁକେଙ୍ଗ ନହିଁ ର ଓଡ଼ିଆ ଭାବାନୁବାଦ

“ନ ଦୈନ୍ୟଂନ ପଲାୟନମ୍”

କର୍ତ୍ତବ୍ୟ ର ପୁଣ୍ୟ ପଥକୁ
ଆମେ ସ୍ଵେଦରେ ସିଞ୍ଚିଅଛୁ
କେବେ କେବେ ନିଜ
ଅଶ୍ରୁ ଓ ପ୍ରାଣର ଅର୍ଘ୍ୟ ଵି ଦେଇଛୁ ।।

କିନ୍ତୁ, ନିଜର ଧ୍ୟେୟ ଯାତ୍ରାରେ
ଆମ୍ଭେ କଦାପି ଅଟକି ନାହୁଁ
କୌଣସି ଲଲକାର ଆଗରେ
କେବେ ବି ନୋଇଁ ନାହୁଁ ।।

ଆଜି,ଯେବେକି ରାଷ୍ଟ୍ର-ଜୀଵନର
ସମସ୍ତ ନିଧି ବାଜିରେ ଲାଗିଛି,
ଏକ ଘନୀଭୂତ ଅନ୍ଧକାର
ଆମ ଜୀବନର ସମସ୍ତ ଆଲୋକକୁ ଗିଳିଦେବାକୁ ଚାହୁଁଛି;
ଆମକୁ ଧ୍ୟେୟ ପାଇଁ ବଞ୍ଚିବା,
ଲଢିବା ଓ ଆବଶ୍ୟକତା ପଡିଲେ
ଆତ୍ମବଳୀ ର ସଂକଳ୍ପ କୁ
ଦୋହରେଇବାର ଅଛି ।।

ଅଗ୍ନି ପରୀକ୍ଷା ର ଏ ଘଡି଼ରେ ଚାଲନ୍ତୁ
କରିବା ଅର୍ଜୁନ ପରି ଉଦ୍ଘୋଷ
ନ ଦୈନ୍ୟଂ ନ ପଲାୟନମ୍
ନ ଦୈନ୍ୟଂ ନ ପଲାୟନମ୍”

@ଅଟଲ ବିହାରୀ ବାଜପେୟୀଙ୍କ ଏକ କବିତା
“ନ ଦୈନ୍ୟଂନ ପଲାୟନମ୍” ର ଓଡ଼ିଆ ଭାବାନୁବାଦ

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ

ମୁଁ ଅଖିଳ ଵିଶ୍ଵର ଗୁରୁ ମହାନ,

ଦିଏ ଵିଦ୍ୟାର ଅମର ଦାନ,

ମୁଁ ଦେଖେଇଛି ମୁକ୍ତିମାର୍ଗ

ମୁଁ ହିଁ ଶିଖେଇଛି ବ୍ରହ୍ମଜ୍ଞାନ ।

ମୋର ଵେଦର ଜ୍ଞାନ ଅମର,

ମୋର ଵେଦର ଜ୍ୟୋତି ପ୍ରଖର,

ମାନବ ମନର ଅନ୍ଧକାର,

ବାଧା ଦିଏ କିବା ହେଇ ପଥର,

ମୋ ସ୍ଵର ନଭେ ଘଡର ଘଡର

ସାଗରର ଜଳେ ଝହର ଝହର

ଏକାନିରୁ ସେକାନି ଯାଏଁ

କରିପାରଇ ଜଗତୀ ସୌରଭ ଭୟ ।।

©ଅଟଲ ବିହାରୀ ବାଜପେୟୀଙ୍କ
ମେଁ ଅଖିଲ୍ ଵିଶ୍ଵ କା ଗୁରୁ ମହାନର  ଓଡ଼ିଆ ଭାବାନୁବାଦ

ସ୍ଵାଧୀନ ଭାରତ ମସ୍ତକ ନୋଇଁବ ନାହିଁ

ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।
ଅଗଣିତ ବଳିଦାନରୁ ଅର୍ଜିତ ଏ ସ୍ଵାଧୀନତା
ତ୍ୟାଗ, ତପ,ବଳ ଦ୍ଵାରା ରକ୍ଷିତ ଏ ସ୍ଵାଧୀନତା ।।
ପ୍ରାଣଠାରୁ ମଧ୍ଯ ପ୍ରିୟତର ଆମର ସ୍ଵାଧୀନତା
ଛଡେଇ ନେବାର ଷଡଯନ୍ତ୍ରକାରୀ ଲୋକଙ୍କୁ ।।
କହିଦିଅ ନିଆଁରେ ଖେଳିବା ବଡ଼ ମନ୍ଦ କଥା
ଆନଘରେ ନିଆଁ ଲଗେଇବାର ଯେଉଁ ସପନ ।।
ଆପଣା ଘରକୁ ହିଁ ଜଳେଇ ସ୍ଵୟଂ ଶାନ୍ତ ହୁଏ
ନିଜ ହାତରେ ତୁମେ ନିଜର କବର ଖୋଳନା ।।
ନିଜ ହାତେ ନିଜ ଗୋଡେ଼ କାତି ଚୋଟ ମାରନା
ଏ ମୂର୍ଖ ପଡୋଶୀ ଶିଘ୍ର ନିଜର ଆଖି ଖୋଲ
ସ୍ବାଧୀନତା ଅମୂଲ୍ୟ ତାହାର ମୂଲ୍ୟ କଳ ନା’ ।।
ହେଲେ ତମେ କି ଜାଣିବ ସ୍ଵାଧୀନତା କଣ୍
ତୁମକୁ ତ ମାଗଣା ମିଳିଛି ନା ସୁଖର ଭଣ୍ଡାର
ଦୁଃଖ କ୍ଲେଶ କଷ୍ଟ ତୁମେ ଆଦୌ ଭୋଗିନା ।।
ଇଂରେଜଙ୍କ ବଳରେ ଦୁଇ ଟୁକଡା ପାଇଛ
ମାଆକୁ ବାଣ୍ଟି ଲଜ୍ୟାବୋଧ ବି କରିନା ।।
ଆମେରିକା ର ଶସ୍ତ୍ରରେ ତୁମର ସ୍ଵାଧୀନତା ଜଗତେ ବଞ୍ଚେଇଦେବ  ବୋଲି ଭାବ ନା’   ।।
ଦସ କୋଡିଏ ଆରବ ଡଲାର ନେଇ କି
ତୁମେ ପ୍ରଳୟରୁ ବଞ୍ଚିଯିବ, ଏମନ୍ତ ଭାବ ନା’ ।।
ଭାବ ନା’,ଧମକ,ଜେହାଦୀ ନାରାରେ,
ହତିଆର ରେ କାଶ୍ମୀର ଅକ୍ତିଆର କରିନେବ !!
ଭାବ ନା’,ଆକ୍ରମଣରେ,ଅତ୍ୟାଚାରରେ,ସଂହାର ରେ ଭାରତର ମସ୍ତକ ନୁଆଁଇ ଦେବ !!
ଯେତେଦିନ ଯାଏଁ ଗଙ୍ଗାର ଧାର,
ସିନ୍ଧୁରେ ଜୁଆର,ଅଗ୍ନି ରେ ଜ୍ଵଳନ,
ସୂର୍ଯ୍ୟରେ ତପନ ରହିଥିବ ଶେଷ..
ସ୍ଵାତନ୍ତ୍ର୍ୟ ସମର ବେଦୀରେ ଅର୍ପିତ ହେଉଥିବ
ଅଗଣିତ ଜୀଵନ,ଯୌବନ ଅଶେଷ ।।

ଆମେରିକା କିୟଣ ସାରା ସଂସାର ମଧ୍ଯ ହେଉ ବିରୋଧୀ କିନ୍ତୁ ଭାରତର ଧ୍ଵଜ ନୋଇଁବ ନାହିଁ  ।
ଗୋଟେ ଦୁଇଟି ନୁହେଁ କର ଶତ ଶତ ସନ୍ଧି-ଚୁକ୍ତି
ସ୍ଵାଧୀନ ଭାରତ ତା’ର ମସ୍ତକ ନୋଇଁବ ନାହିଁ ।।

©ଅଟଳ ବିହାରୀ ବାଜପେୟୀ

◆◆ଶୌଚାଳୟ ଓ କ୍ରାନ୍ତି◆◆

ଭାରତ ନୂଆ ନୂଆ ସ୍ଵାଧୀନ ହୋଇଥାଏ । ସେଦିନିଆ ଏକ ବିଶ୍ବବିଦ୍ୟାଳୟର ଛାତ୍ର ତାଙ୍କ ପାଇଁ ଗୋଟିଏ ଶୌଚାଳୟ ନିର୍ମାଣ ହେତୁରୁ ସରକାରଙ୍କ ନିକଟକୁ ପତ୍ର ପ୍ରେରଣ କଲେ ।
ମନ୍ତ୍ରିମଣ୍ଡଳର ଏକ ବୈଠକରେ ଶିକ୍ଷା ମନ୍ତ୍ରୀ ଉକ୍ତ ପତ୍ର ପାଠ କଲା ଉତ୍ତାରୁ କହିଲେ-
“ଛାତ୍ରମାନଙ୍କ ମଧ୍ୟରେ ଏଭଳି ଅନୁଶାସନହୀନତା ମୁଁ ଆଜିଯାଏଁ ଦେଖିନଥିଲି । ଆହା ! ଏ ପିଢି କେତେ ନିର୍ଲଜ ନୁହେଁ ସତେ !  ନିଜ ବୟସ୍କଙ୍କ ସହିତ ମଳମୂତ୍ରାଦି ବାବଦରେ କଥା ହେବାକୁ ମଧ୍ଯ କୁଣ୍ଠାବୋଧ କରୁନାହାନ୍ତି”

ଜଣେ ମନ୍ତ୍ରୀ କହିଲେ

“ସେହି ଟୋକା ଗୁଡାକୁ ଵିରୋଧୀ ଦଳର ଲୋକ ଏତକ କରେଇବାକୁ ସିଖେଇଛନ୍ତି । ମୋ ପାଖରେ ତାହାର ରିପୋର୍ଟ ଅଛି । ମୁଁ ଜାଣିଛି ଯେ ଵିରୋଧୀ ଦଳର ଲୋକ ଏହିଭଳି ତରୁଣ ମାନଙ୍କୁ କ୍ରାନ୍ତି ନାମରେ ଉସୁକାଉଛନ୍ତି । ମଦି ଏଗୁଡା଼କୁ ଶିଘ୍ର ରୋକା ନଯାଏ ତେବେ ଏମାନେ ଆମ୍ଭମାନଙ୍କର ସୁବକଥାରେ ଲଘୁଶଙ୍କା ଓ ଶୌଚ କରିବାକୁ ଦୌଡ଼ିବେ !”

ତା’ ଶୁଣି ଗୃହମନ୍ତ୍ରୀ କହିଲେ,
“ଏହି ମାମଲାଟା ଆଇନ କାନୁନ ଓ ବ୍ୟବସ୍ଥା ସମ୍ଵନ୍ଧୀତ ତେବେ ସରକାର
ଙ୍କର କାର୍ଯ୍ୟ ଶୌଚାଳୟ ତିଆରି କରିବା କଦାପି ହୋଇନପାରେ,ଆଇନ ଵ୍ୟଵସ୍ଥା ତଦାରଖ କରିବା ହେଉଛି ସରକାର ର ପ୍ରକୃତ ଓ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ”

ତହୁଁ ପ୍ରଧାନମନ୍ତ୍ରୀ କହିଲେ
‘ଶୌଚାଳୟ ହେବ କି ନାହିଁ ସେ ତ ପର କଥା ପ୍ରକୃତରେ ସେ କଲେଜରେ ଵିଗତ ପଇଁତିରିଶି ବର୍ଷ ହେବ ଶୌଚାଳୟ ଟେ ଗଢା ହେଇନି । ଏବେ ହଟାତ୍ ସେଠି ଗୋଟାଏ ଶୌଚାଳୟ କରିଦେବା ଟା ପୁରା କ୍ରାନ୍ତିକାରୀ କଥା ହେଇଯିବ ।  କଣ୍ ଆମେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବାକୁ ପ୍ରସ୍ତୁତ ଅଛନ୍ତି କି ? ସତ କହିବାକୁ ଗଲେ ଆମେ ଧୀରେ ଧୀରେ ହେଉଥିବା ଵିକାଶରେ ଵିଶ୍ଵାସ କରନ୍ତି କ୍ରାନ୍ତି ରେ ନୁହେଁ ! ଯଦି ଆମେ ଏଭଳି କ୍ରାନ୍ତିକାରୀ ପ୍ରଦକ୍ଷେପ ଉଠାଇବା ତେବେ ଦେଶ ଵିଦେଶରେ ଆମ ସରକାରର ଯେଉଁ ଛବି ପ୍ରଚାରିତ ହେବ ତାହାର ଵ୍ୟାପକ ରାଜନୈତିକ ପରିଣାମ ଭୋଗ କରିବାକୁ ପଡି଼ପାରେ ।  ମୁଁ ଭାବୁଛି, ସରକାର ନିଜକୁ ଏବେ ଏତେ ବଡ଼ କ୍ରାନ୍ତିକାରୀ ପ୍ରଦକ୍ଷେପ ନେବା ହେତୁରୁ ଅସମର୍ଥ ମଣୁଅଛି”

ସରକାରଙ୍କ ଠାରୁ ନକାରାତ୍ମକ ଉତ୍ତର ପାଇଲାପରେ ଛାତ୍ର ମାନେ ଧୈର୍ଯ୍ୟହରା ହେଇଗଲେ । ସେମାନେ ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଦେଲେ । ତହୁଁ ଅନ୍ୟ କଲେଜର ଛାତ୍ର ମାନଙ୍କ ପାଖକୁ ଶଙ୍ଖା-ଚୁଡି଼ ସହ ଲେଖିକି ପଠେଇ ଦେଲେ―
‘ଆନ୍ଦୋଳନ କର ନହେଲେ *ମଧୁରୀ* ପରି ଏତକ ପିନ୍ଧି ଘରେ ବସିଯାଅ !’
ଶଙ୍ଖା―ଚୁଡି଼ ର ବାଡ଼ବାଗ୍ନି ଛାତ୍ର ସମାଜ ମଧ୍ୟରେ  ବ୍ୟାପିଗଲା । ଫଳରେ ଦେଶର ସ୍ଥାନେ ସ୍ଥାନେ ଆନ୍ଦୋଳନ ଆରମ୍ଭ ହେଇଗଲା ।
ଏଠିକା ଲୋକେ ଅକାଳ କହିବାକୁ ସେତିକି ଉତ୍ସୁକ ନୁହନ୍ତି ଯେତିକି ଆଗ୍ରହୀ ସେମାନେ ନରତା ପ୍ରମାଣିତ କରିବାରେ ଲାଗି ଥାଆନ୍ତି ।  ଏଠି ଯଦି କିଏ କହେ ନିଜ ମୁଣ୍ଡକୁ ଜୋତାରେ ପିଟ ନହେଲେ ଏଇ କାଚ ଚୁଡି଼ ପିନ୍ଧ ତ ଲୋକେ ଚୁଡି଼ ର ଭୟରେ ଜୋତା ମାଡ଼ ଖାଇବା ଶ୍ରେୟସ୍କର ମଣନ୍ତି ।

ଲୋକମାନେ ଅନେକ ଛାତ୍ରଙ୍କୁ ପଚାରୁଥାନ୍ତି
“ହଇରେ ବାଳୁଙ୍ଗା ଦଳ ! ଏତେ ହୋହାଲ୍ଲା କିସ ନାଗି କରୁଚ କିରେ ?”
ଅଧିକାଂଶଙ୍କ ଠାରୁ ପ୍ରାୟ ଏଇ ଏକା ଉତ୍ତର ମିଳୁଥିଲା
“ସେ ବିଷୟରେ ସେମିତି କିଛି ଜାଣି ନାହୁଁ,ଆମକୁ ଶଙ୍ଖା-ଚୁଡି଼ ମିଳିଯାଇଥିଲା ସେଥିରଲାଗି ଆନ୍ଦୋଳନ କରୁଚୁ ନା ଆଉ”

କିନ୍ତୁ ରାଜଧାନୀର ଵିଦେଶୀ ଦୂତାଵାସ ଓ ସାମ୍ବାଦିକ ଆଶ୍ଚର୍ଯ୍ୟ ଚକିତ ପୂର୍ଵକ ଏସବୁ ଘଟଣା ଉପରେ ନିଘା ରଖିଥାନ୍ତି । ଵିଶ୍ଵର ବଡ଼ ବଡ଼ ସମ୍ଵାଦପତ୍ରରେ ଏବେ ପ୍ରତ୍ୟେକ ଦିନ ଏ ଦେଶର କ୍ରାନ୍ତି କଥା ହିଁ ଛପୁଅଛି ।
ବିବିସି ରେଡ଼ିଓର ଲୋକେ ମାଇକ ଧରି
ଖାଆସେ ରିପୋର୍ଟ ତିଆରି କରିବାରେ ବ୍ୟସ୍ତ
ରେଡ଼ିଓ ରୁ ସଦାବେଳେ ତାଙ୍କର ଚିରାଚରିତ ଢଙ୍ଗରେ  ରିପୋର୍ଟ ଶୁଣିବାକୁ ମିଳିଯାଏ
‛ହେଇ ଦେଖ ଏ ଦେଶର କି ଅଵସ୍ଥା ହେଲାଣି ? ଚାରିଆଡେ ଖାଲି ବିଦ୍ରୋହ ! କ୍ରାନ୍ତି ଆଉ ଗଣ ଆନ୍ଦୋଳନ ହେଉଛି !’ ଇତ୍ୟାଦି ଇତ୍ୟାଦି....

ତାପରେ ଦେଶରେ
ଦିନା କେତେ ଭୀଷଣ ଲାଠିଚାର୍ଜ ଓ ଫାୟରିଙ୍ଗ ହେଲା,ଗୁଡାଏ ଲୋକ ଆହତ ଏବଂ ନିହତ ମଧ୍ଯ ହେଲେ । ବିଦେଶୀ ସାମ୍ବାଦିକ ମନ୍ତ୍ରମୁଗ୍ଧ ପରି ଦେଶଯାକରେ ବୁଲୁଥାନ୍ତି । ସେମାନେ ସଙ୍ଘର୍ଷ ସମିତିର ପ୍ରତିନିଧି ସହିତ ସାକ୍ଷାତ କଲେ । ଜଣେ ସାମ୍ବାଦିକ କହିଲା,
“ଆପଣଙ୍କ ଦେଶବ୍ୟାପୀ ବିଦ୍ରୋହ ଦେଖି ଆମ୍ଭେମାନେ ଏବଂ ଏମିତି କି ସାରା ଵିଶ୍ଵ ମଧ୍ଯ ଚକିତ ହୋଇଯାଇଛି । ଆନ୍ଦୋଳନ ର ଵ୍ୟାପକତାକୁ ଦେଖି ଲାଗୁଚି ଆପଣମାନ ଦେଶକୁ ବଦଳେଇବା ହେତୁରୁ ଲଢୁଅଛନ୍ତି । ଆପଣଙ୍କ ସଂଗଠନର ‛ମେନିଫେଷ୍ଟୋ’ ତ ଦିଅନ୍ତୁ ଆଉ ଆମକୁ କୁହନ୍ତୁ ଯେ ଏ ଦେଶର ଵର୍ତ୍ତମାନ ସାମାଜିକ-ଆର୍ଥିକ ଅବସ୍ଥାରେ ଆପଣ ମାନେ କି କି ମହତ୍ତ୍ୱପୂର୍ଣ୍ଣ ପରଵର୍ତ୍ତନ ଚାହୁଁଅଛନ୍ତି ?”

ଛାତ୍ର ନେତା ଉତ୍ତର ରଖିଲେ–
“ଆମକୁ ଏବେ କେଵଳ ଗୋଟାଏ ଶୌଚାଳୟ ଆବଶ୍ୟକ ଲୋଡା଼ ପଡି଼ଛି !”

  *(ମଧୁରୀ=ମାଇଚିଆ)
【ଦ୍ର:-ଵ୍ୟଙ୍ଗ ସମ୍ରାଟ ଶ୍ରୀहरिशंकर परसाईଙ୍କର
#लघुशंका_गृह_और_क्रांति ଵ୍ୟଙ୍ଗକଥାର ଭାଵାନୁଵାଦ】

Wednesday, August 15, 2018

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ

ହିମାଦ୍ରୀ ତୁଙ୍ଗ ଶୃଙ୍ଗରେ ପ୍ରବୃଦ୍ଧ ଶୁଦ୍ଧ ଭାରତୀ
ସ୍ଵୟଂପ୍ରଭା ସମୁଜ୍ଜ୍ଵଳା ସ୍ଵାଧୀନତା ମାଗୁଅଛି ।।

ଅମର୍ତ୍ତ୍ୟ ବୀର ପୁତ୍ର ଦୃଢ ପ୍ରତିଜ୍ଞ ବିଚାର ଧର
ବଢି ଚାଲ ବଢି ଚାଲ ପ୍ରଶସ୍ତ ପୁଣ୍ୟ ପଥ ର ।।

ଅସଂଖ୍ୟ କୀର୍ତ୍ତି-ରଶ୍ମିର ଵିକୀର୍ଣ୍ଣ ଦିଵ୍ୟ ଦେହରେ
ସୁପୁତ୍ର ମାତୃଭୂମିର ଶୂର ସହସୀ ବଢିଚାଲରେ ।।

ଆରତ ସୈନ୍ୟ ସିନ୍ଧୁରେ ସୁବାଡ଼ଵାଗ୍ନିରେ ଜଳ
ପ୍ରଵୀର ହୁଅ ଵିଜୟୀ ହୁଅ ବଢିଚାଲ ବଢିଚାଲ ।।

©ଜୟଶଙ୍କର ପ୍ରସାଦ(ହିନ୍ଦୀ)

ଧନ୍ୟଧରା

ରଙ୍ଗିଗଲା ପାଦେ ପାଦେ ଧନ୍ୟଧରା
ହୋଇଗଲା ଜଗତ ଅତି ମନୋହରା ।।
ଵର୍ଣ୍ଣ ଗନ୍ଧ ଧର,ମଧୁ ମରନ୍ଦ ଭରା
ତରୁ-ଉରର ଅରୁଣିମା ତରୁଣତରା
ଖୋଲା ରୂପ - କଳିକାଙ୍କ ମଧ୍ଯେ ଭରା
ରହିଛି ସ୍ଥର ସ୍ଥର ସୁପରିସରା  ।।
ଗୁଞ୍ଜି ଉଠେ ପିକ ପାଵନ
ପଞ୍ଚମଖଗ-କୁଳ-କଳରବ
ମୃଦୁଳ ମନୋରମ
ସୁଖର ଭୟ କମ୍ପଇ
ପ୍ରଣୟ-କ୍ଲମଵନ୍ ଶ୍ରୀ ଚାରୁତରା  ।।

ମୂଳ ରଚନା©ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲା

ଭାରତ

ଭାରତ ଶବ୍ଦର ଚାରୋଟି ନୈରୁକ୍ତି ଥିବା ଶୁଣାଯାଏ.......................
୧👉ଭା+ରତ
୨👉ଭରତ+ଅଣ୍
୩👉ଭାରଂ+ତନ୍+ଙଃ
୪👉ଭୃ+ଅତଚ୍+ଙୀପ୍

   ■■■■■☆ଭା+ରତ☆■■■■■

ଵିଦ୍ୟାଳୟରେ ଶିକ୍ଷକ ଭାରତ ଶବ୍ଦର ଵ୍ୟାଖ୍ୟା କରିବାକୁ ଯାଇ କହୁଥିଲେ
👉ଭା+ରତ=ଭାରତ
👉ଭା=ଜ୍ଞାନ,ରତ=ଅନୁରକ୍ତ,ଲିପ୍ତ,ଆସକ୍ତ ...
ପୁଣି
👉ରତ ଶବ୍ଦର ଆଉ କେତେକ ଅର୍ଥ ମଧ୍ଯ  ଅଛି
ଉଦାହରଣ ସ୍ୱରୂପ.....

👉ନିଯୁକ୍ତ,ବ୍ୟାପୃତ,ରମଣ,ପ୍ରେମ,ପ୍ରଣୟ,
ଅନୁରାଗ,
👉ଦେଶଜ ବିଶେଷ୍ୟ ହିସାବରେ
ଆମୋଦ ପ୍ରମୋଦ, ଆସକ୍ତି....

ଶିକ୍ଷକ କହୁଥିଲେ

“ଯେଉଁ ଦେଶର ଲୋକେ ସଦା ଜ୍ଞାନ ପିପାସୁ ସେମାନେ ଭାରତୀୟ....”

ତେବେ ଭାଷାକୋଷରେ ଯାଇ ଦେଖିଲୁ
ଭା ଧାତୁ ଶବ୍ଦର ଅର୍ଥ ସେଠାରେ
ଦିପ୍ତି ପାଇବା ଲେଖାହୋଇଛି...
ଏବଂ
ସଂସ୍କୃତ ଭାଃ ଶବ୍ଦର ଅର୍ଥ ସେଠାରେ
👉ଦିପ୍ତି,ପ୍ରଭା,କିରଣ,ଶୋଭା ଉଲ୍ଲେଖ ଅଛି...

ଏହାର ଅନ୍ୟ ଏକ ବ୍ୟାଖ୍ୟା ଏହିପରି ହୋଇପାରିବ......
👉ଯେଉଁ ଦେଶର ଲୋକମାନେ
ସଦା ଦିପ୍ତି ବା ପ୍ରଭାର ଆସକ୍ତ....
ଆଉ ............
“କୌଣସି ଦେଶରପ୍ରଭା,ଦିପ୍ତି,କିରଣ ବା ଶୋଭା ସେ ଦେଶର ଜନତା - ଜ୍ଞାନୀ, ଗୁଣୀ ତଥା ବୁଦ୍ଧିମାନ ହୋଇ ତତ୍ ବଳରେ ଧନୀକ  ହୋଇଥିଲେ ସମ୍ଭବପର ହୋଇଥାଏ ।”

.............
........
....
■■■■■☆ଭରତ+ଅଣ୍☆■■■■■

ଭରତ+ଅଣ୍[ଅ]
ଅର୍ଥାତ୍ ସମ୍ରାଟ ଭରତ ଓ ତାଙ୍କ ଵଂଶଜଙ୍କ ଶାସିତ ଦେଶ ଭାରତଵର୍ଷ ଅଟେ । ପୁରାଣ କହେ  ଶକୁନ୍ତଳା ଗର୍ଭସମ୍ଭୁତ ଦୁଷ୍ମନ୍ତପୁତ୍ର ହିଁ ଭରତ ନାମରେ ଖ୍ୟାତ ହୋଇଥିଲେ । ଋଷି କଣ୍ଵଙ୍କ ଆଶ୍ରମରେ ଏହାଙ୍କର ନାମ ସର୍ଵଦମନ ରଖାହୋଇଥିଲା । ବଡ଼ ହେଲାପରେ ସର୍ଵଦମନ  ବଡ଼ ପ୍ରତାପୀ ଓ ସାର୍ଵଭୌମ ସମ୍ରାଟ ହୋଇଥିଲେ ।  ଵିଦର୍ଭରାଜଙ୍କର ତିନି କନ୍ୟାଙ୍କ ସହ ଏହାଙ୍କର ଵିଵାହ ସମ୍ପନ୍ନ ହୋଇଥିଲା ।  ସମ୍ରାଟ ଭରତ ଜମ୍ଵୁଦ୍ଵୀପରେ  ଅନେକାନେକ ଅଶ୍ଵମେଧ ଓ ରାଜସୂୟ ଯଜ୍ଞ  ଆୟୋଜନ କରେଇଥିଲେ । କୁହାଯାଏ ପ୍ରଜାନୁରଞ୍ଜକ ସମ୍ରାଟ ହୋଇଥିବା ହେତୁରୁ ଏହାଙ୍କ ନାମାନୁସାରେ ଏହି ଦେଶର ନାମ ଭରତଖଣ୍ଡ,ଭରତଭୂମି ଓ ଭାରତଵର୍ଷ ରଖାଯାଇଥିଲା ।

..........
....
...
■■■■■☆ଭାରଂ+ତନ୍+ଙଃ☆■■■■■

👉କଳ୍ପଦ୍ରୁମ ଶବ୍ଦକୋଷ କୁହେ
भारं+तन् + डः=ଭାରତ
ସେଠାରେ
ବ୍ୟାଖ୍ୟା କରି କୁହାଯାଇଛି
“वेदादिशास्त्रेभ्योऽपि सारांशं तनोति”
ଅର୍ଥାତ୍ ବେଦାଦିଶାସ୍ତ୍ର ଗୁଡ଼ିକର ଯାହା
ସାରାଂଶ ତାହା ଭାରତ
ଆଗେ ମହାଭାରତ ଗ୍ରନ୍ଥକୁ ଭାରତଗ୍ରନ୍ଥ କୁହାଯାଉଥିବା ହେତୁରୁ କେହି କେହି ଏହି ଵ୍ୟାଖ୍ୟାକୁ ମହାଭାରତ ଅର୍ଥରେ ଵ୍ୟଵହାର କରିଥାନ୍ତି ।
*ହିନ୍ଦୀ ଶବ୍ଦ ସାଗରରେ ଉପରୋକ୍ତ ନୈରୁକ୍ତି ବ୍ୟାଖ୍ୟା କୁ ସହଜରେ
ଭାର+ତ=ଭାରତ କୁହାଯାଇଛି
ଏହି ନୈରୁକ୍ତି ବ୍ୟାଖ୍ୟାରୁ ମିଳୁଥିବା
ଭାର ଶବ୍ଦ ର ନୈରୁକ୍ତି
👉ଭୃଧାତୁ+ଭାବ.ଅ
ଭୃ ଧାତୁର ଦୁଇଟି ଅର୍ଥ ହେଲା
■ଧାରଣ କରିବା
■ପାଳନ ପୋଷଣ କରିବା
ତେଣୁ
ଏଠାରେ ମୂଳ “ଭୃ ଧାତୁ” ଭାର ଶବ୍ଦ ରୁ ମିଳିଯାଉଛି ଯାହା ହିନ୍ଦୀ ଶବ୍ଦ ସାଗରର ଅନ୍ୟ ଏକ ନୈରୁକ୍ତି ଵ୍ୟାଖ୍ୟା ଆଡକୁ ଇଙ୍ଗିତ କରୁଛି
↗भॄ +अतच्+ङीप् =भारत
ତେବେ ଭାର ଶବ୍ଦ ର ଅନେକ ଅର୍ଥ ରହିଛି
ଉ:-
➡ଗୁରୁତ୍ୱ
➡ଗାମ୍ଭୀର୍ଯ୍ୟ
➡ସମୂହ
➡ଦାୟିତ୍ୱ
➡ପରିମାଣ

ଏଣୁ ଏସବୁ ଅର୍ଥ କୁ ନେଇ ଭାରତ ଶବ୍ଦ ର ଆଉ ଏକ ଭାଵଗତ ଵ୍ୟାଖ୍ୟା ହେବ
ଯେଉଁଠି ସମସ୍ତଙ୍କୁ,ସମସ୍ତଙ୍କ କଥା ଏବଂ ଭାବନାକୁ ଗୁରୁତ୍ୱ ଦିଆଯାଏ(ଯାଉଥିଲା),
ଯେଉଁ ଦେଶର ଜନତା ସବୁ ବିଷୟରେ ଗମ୍ଭୀର ରହି କାର୍ଯ୍ୟ କରିବାକୁ ସୁଖ ପାଅନ୍ତି(ପାଉଥିଲେ),ଯେଉଁ ଦେଶ ସହସ୍ରାଧିକ ଜାତି ଓ ସମୂହ ର ଭାର ବହନ କରିଛି ଏବଂ ମାତାର ଦାୟିତ୍ୱ ବହନ ପୂର୍ବକ ସେମାନଙ୍କୁ ଅନ୍ନ,ଭୂମି ତଥା ପବନ ଦେଇ ଲାଳନପାଳନ ପୋଷଣ କରିଛି  ସେ ଦେଶ ଏ ଦେଶ ଭାରତଵର୍ଷ ଅଟେ ...

Tuesday, August 14, 2018

ଉଠ ଧରା ର ଅମର ସପୁତ

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।

ଜନ-ଜନର ଜୀବନେ ପୁଣ
ନଵ ସ୍ଫୁର୍ତ୍ତି, ନଵ ପ୍ରାଣ ଭର ।

ନୂଆ ପ୍ରାତଃ ୟେ ନୂଆ କଥା
ନଵ କିରଣ ଏ ଜ୍ୟୋତି ନୂଆ ।

ନଵ ଉନ୍ମାଦେ,ନଵ ତରଙ୍ଗେ
ନଵ ଆଶା ଅଛି ଶ୍ଵାସ ନୂଆ ।

ଯୁଗ–ଯୁଗରୁ ମୁକୁଳା ପୁଷ୍ପେ
ନଵ–ନୂଆ ହାସ୍ୟରସ ଭର ।

ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।1।।

ଡାଳେ-ଡାଳେ ବସି ବିହଗ
ନଵ ତାନରେ ଗାଉଛନ୍ତି ।

ଗୁଣୁ-ଗୁଣୁ,ଗୁଣୁ-ଗୁଣୁ କରି
ଭ୍ରମର ସୁଖରେ ଉଠୁଛନ୍ତି ।

ନଵଯୁଗର ନୂତନ ଵୀଣାରେ
ନୂଆ ରାଗ,ନଵ ଗାନ ଭର ।

ଉଠ,ଧରାର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।2।।

କଳିକା ଯେତେ ହସୁଛନ୍ତି ସର୍ଵ
ଫୁଲସବୁ ନାଚୁଅଛନ୍ତି
ପୃଥିବୀ ମାତା ନଵପଲ୍ଲଵେ
ନଵ କାୟା ଲଭି ଅଛନ୍ତି ।

ନୂତନ ମଙ୍ଗଳମୟ ଧ୍ଵନିର
ଝଙ୍କୃତ ଜଗ-ଉଦ୍ୟାନ କର ।
ଉଠ,ଧରା ର ଅମର ସପୁତ
ପୁନଃ ନଵ ନିର୍ମାଣ କର ।।3।।

ସରସ୍ଵତୀ ର ପାଵନ ମନ୍ଦିର
ଶୁଭ ସମ୍ପତ୍ତି ତୁମରି
ତୁମେ ମାନେ ସର୍ବେ ତାହାର
ରକ୍ଷକ ଓ ପୂଜାରୀ ।

ଶତ-ଶତ ଦୀପ ଜାଳି ଜ୍ଞାନର
ନଵଯୁଗର ଆହ୍ଵାନ କର ।
ଉଠ,ଧରା ର ଅମର ସପୁତ ।
ପୁନଃ ନଵ ନିର୍ମାଣ କର ।4।।

ମୂଳ ରଚନା-द्वारिका प्रसाद माहेश्वरी

●ରାଷ୍ଟ୍ରୀୟ ପତାକା ନମୋ ନମୋ●

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

କରରେ ନେଇ ଆକୁ ଵୀର,
କୋଟି କୋଟି ଭାରତ ସନ୍ତାନ ।

ହସି ହସି ମାତୃଭୂମି ଚରଣେ
ଦିଅନ୍ତି ଜୀବନ ବଳିଦାନ ।।

ହେଉ ଘୋଷିତ ନିର୍ଭୀକ ଵିଶ୍ଵରେ
ତରଳ ତିରଙ୍ଗା ନଵଲ ନିଶାଣ ।

ଵୀରର ହୃଦୟ ଚହଲି ଉଠୁ
ଜିତୁ କ୍ଷଣକେ ମଇଦାନ ।

ହେଉ ଶିରା ପ୍ରଶିରେ ବ୍ୟାପ୍ତ ଚରିତ୍ର
ଵୀରା ଶିବାଙ୍କ ନମୋ ନମୋ ।

ରାଷ୍ଟ୍ର ଗଗନ ର ଦିବ୍ୟ ଜ୍ୟୋତି
ରାଷ୍ଟ୍ରୀୟ ପତାକା ନମୋ ନମୋ ।।

ଉଚ୍ଚ ହିମାଳୟର ଉର୍ଦ୍ଧ୍ଵ ଦେଶରେ
ଯାଇ ତିରଙ୍ଗାକୁ ଉଡାଇବା ।

ଵିଶ୍ଵ―ଵିଜୟିନୀ ରାଷ୍ଟ୍ର―ପତାକାର
ଗୌରବ ଆମେ ବଢାଇବା ।

ସମରାଙ୍ଗଣେ ପୁତା ପୁତ୍ରୀ
ସର୍ବେ ଲଢିବାକୁ ବଢିଯିବା  ।

ଉଚ୍ଚରେ ଉଡୁଥିବ ଫର୍ ଫର୍
ପତାକା ନୁଆଇଁବାକୁ ନଦେବା ।

ଝଙ୍କୃତ ସ୍ଵର ସଂସାର ସିନ୍ଧୁରେ
ସ୍ଵାଧୀନତାର ନମୋ ନମୋ ।

ଭାରତ ଜନନୀ ଗୌରବଗାଥା
ଵିଶ୍ଵ ଗାୟକ ନମୋ ନମୋ ।।

(ମୂଳ ରଚନା―श्यामलाल गुप्त पार्षद)

ଦେଶର ମାଟି ଦେଶର ଜଳ

ଦେଶର ମାଟି ଦେଶର ଜଳ
ଦେଶର ବାୟୁ ଦେଶର ଫଳ
ସରସ ହୁଅନ୍ତୁ ପ୍ରଭୁ ସରସ ହୁଅନ୍ତୁ ।।

ଦେଶର ଘର ଓ ଦେଶର ଘାଟ
ଦେଶର ବନ ଓ ଦେଶର ବାଟ
ସରଳ ହୁଅନ୍ତୁ ପ୍ରଭୁ ସରଳ ହୁଅନ୍ତୁ ।।

ଦେଶର ତନ ଓ ଦେଶର ମନ
ଭାତୃ-ଭଗିନୀ ଓ ଆନ  ଜନ
ବିମଳ ହୁଅନ୍ତୁ ପ୍ରଭୁ ବିମଳ ହୁଅନ୍ତୁ ।।

ମୂଳରଚନା-ଵିଶ୍ଵକବି ରବିନ୍ଦ୍ରନାଥ ଠାକୁର

ଓଡ଼ିଆମାନେ Cockroachକୁ ଅସରପା କାହିଁକି କୁହନ୍ତି ?

ପୂର୍ଣ୍ଣଚନ୍ଦ୍ର ଭାଷାକୋଷରେ  ଅସରପା ଶବ୍ଦର ଵିଶେଷ୍ୟ ଅର୍ଥ Cockroach ତଥା ଵିଶେଷଣ ଅର୍ଥ ମନ୍ଦବୁଦ୍ଧି,ଅପ୍ରତିଭ,ମୂର୍ଖ ତଥା ଅଥରପା ଲେଖା ହୋଇଛି । ଅଥରପ...