Tuesday, August 7, 2018

Gratula ଲେଖିଲେ ଆଇଡି ସୁରକ୍ଷିତ ବୋଲି ଜଣାପଡି଼ଯିବ କି ?

କିଛି ଦିନ ହେବ ଫେସବୁକ ତଥା ଅନ୍ୟ ସୋସିଆଲ ସାଇଟ୍ ରେ ଵାଇରଲ୍ ହେଉଛି ଯେ ଫେସବୁକର C.E.O କୁଆଡ଼େ ଗୁଟାଏ ନୂଆ ଶବ୍ଦ ସୃଷ୍ଟି କରିଛନ୍ତି GRATULA ଆଉ ଏହାକୁ କାହାର ଵାଲପୋଷ୍ଟ ରେ କମେଣ୍ଟ ହେଇଗଲେ ତାହା ରକ୍ତଵର୍ଣ୍ଣ ଧାରଣ ପୂର୍ବକ ଆପଣଙ୍କ ଆଇଡି ସୁରକ୍ଷିତ ଅଛି ବୋଲି ସୂଚିତ କରିଥାଏ ତେବେ ଏହା ମାତ୍ର ଏକ ଗୁଜବ୍ ଛଡ଼ା ଆଉ କିଛି ନୁହେଁ । ନା ତ Gratula ଏକ ନୂଆ ଶବ୍ଦ ନା ଜୁକରବର୍ଗ ଏହାକୁ ସୃଷ୍ଟି କରିଅଛନ୍ତି । ପ୍ରକୃତରେ
Catalan ତଥା ହଙ୍ଗେରୀର ଭାଷାରେ
Gratula ର ଅର୍ଥ congratulations ଅଟେ ।
ଏ ଶବ୍ଦଟିର ମୂଳ ଏକ ପ୍ରାଚୀନ ଲାଟିନ ଶବ୍ଦ grātulor ଅଟେ .....
ଇଂରାଜୀ ର Congratulations ର ମୂଳ ଲାଟିନ ଶବ୍ଦ con‎grātulor(con-+‎grātulor)      ଅଟେ ଏବଂ ଏଥିରେ ‎grātulor ଶବ୍ଦରେ con ଉପସର୍ଗ ଯୋଗ ହୋଇ ଅଛି । ଫ୍ରେଞ୍ଚ ଭାଷା ଦେଇ ଶବ୍ଦଟି ଇଂରାଜୀ ଭାଷାରେ ଚଳୁଅଛି ।

......ଅନ୍ୟ ୟୁରୋପୀୟ ଭାଷାରେ Gratula ସମାର୍ଥକ ସଗୋତ୍ରୀୟ ଶବ୍ଦ.......

୧→ Czech ―gratuluji
୨→Esperanto―gratulojn
୩→Hungarian―gratulálok
୪→Norwegian
କ:Bokmål―gratulerer
ଖ:Nynorsk―gratulerer
୫→Polish―gratulacje
୬→Romansch―Gratulaziuns
୭→Slovak―gratulujem
୮→Swedish―gratulera

“ତେଣୁ ସମସ୍ତଙ୍କୁ ଅନୁରୋଧ ଅଧିକ ରୁ ଅଧିକ ଲୋକଙ୍କୁ ଏହି ସତ୍ୟତା ବାଣ୍ଟନ୍ତୁ  କାରଣ ସମୟ ବଡ଼ ମୂଲ୍ୟବାନ ଆପଣଙ୍କର ଆମର ଆମ୍ଭ ସମସ୍ତଙ୍କର ।”

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...