Monday, August 13, 2018

■■■■ସାର୍କ ମାଛ ଓ ରାଜକର୍ମଚାରୀ■■■■

ଗୋଟେ ସାର୍କ ମାଛ 🐠 ସମୁଦ୍ର କୂଳରେ ବୁଲୁଥାଏ । ସାର୍କ ମାଛ ନିଜର ଘାତକ ଶିକାରଗୁଣ ଯୋଗୁଁ ଵିଶ୍ଵଵିଦିତ । ପାଖରେ ଗୋଟାଏ ରାଜକର୍ମଚାରୀ 👳(ଅମଲା/ଵ୍ୟୁରୋକ୍ରେଟ୍) ବୁଲୁଥିଲା । ସାର୍କ ଓ ରାଜକର୍ମଚାରୀ ପରସ୍ପର ମଧ୍ୟରେ ଵାର୍ତ୍ତାଳାପ କରିବାକୁ ଲାଗିଲେ ।

👳–ସାର୍କ ବାବୁ !  ସବୁ ଭଲ ତ ?
🐠–ଆଜ୍ଞା ! ଆପଣଙ୍କ ସୁଦୟାରୁ ଉଷତେ ଅଛି !
👳–ଆଛା ସାର୍କ ତମର କାର୍ଯ୍ୟପନ୍ଥା କିଭଳି ?
🐠–ମୋର ସବୁ କାର୍ଯ୍ୟ ଭିତରିଆ ହୁଏ ଆଜ୍ଞା  !
👳–ମୁଁ ମଧ୍ଯ ସବୁ ଭିତରିଆ କାମ କରେ !
👳–ସାର୍କ ତୁମ କାର୍ଯ୍ୟ ପ୍ରଣାଳୀ ବିଷୟରେ ଆଉଟିକିଏ ଖୋଲିକି କୁହ
🐠–ମୁଁ ଲୋକତାନ୍ତ୍ରିକ ଢଙ୍ଗରେ କାର୍ଯ୍ୟ କରିଥାଏ । ଛୋଟ ମାଛ ମାନଙ୍କୁ କୁହେ ଆମ୍ଭେମାନେ ରୂପ,ଵର୍ଣ୍ଣ, ଆକାର, ବୟସ ଓ ଜାତି ନିର୍ଵିଶେଷରେ ସମସ୍ତେ ସମାନ ଅଧିକାରଯୁକ୍ତ ଅଟନ୍ତି । ମୁଁ ସେମାନଙ୍କୁ ତମେ ମତେ ଖାଅ ବୋଲି କହେ । ସେମାନେ ମୋତେ ଖାଇ ପାରନ୍ତି ନାହିଁ ଠିକ୍ ସେତିକି ବେଳେ ମୁଁ ମୋତେ ମିଳିଥିବା ଅଧିକାର ପ୍ରୟୋଗ କରି ସେମାନଙ୍କୁ ଖାଇଯାଏ ।
👳–ଠିକ୍ ଠିକ୍ ! ମୁଁ ଵି ସେଇମିତି କରେ....
🐠–ହେଉ ମୁଁ ଏବେ ପାଣି ଭିତରକୁ ଚାଲିଲି ଆଜ୍ଞା....🙏

ତହୁଁ ଦିହେଁ ଦିହିଁଙ୍କ ଠାରୁ ଵିଦାୟ ନେଇ ଯିଏ ଯେଝା ବାଟରେ ଚାଲିଗଲେ ...
🚶🚶🚶🚶🚶🏃

କିଛି ସମୟପରେ ରାଜକର୍ମଚାରୀ ଟା ଲେଉଟି ଆସି ପାଣି କି ଡେଇଁ ପଡି଼ଲା
ପାଣିରୁ ପଦାକୁ ବାହାରିଲା ବେଳକୁ
ତା ପାଟିରେ ଅଧାଗିଳା ସାର୍କ ମାଛଟା ଥିଲା.....
🐙😕😬😬😬😬

★ଦ୍ର★ଅମଲା,ରାଜକର୍ମଚାରୀ ଵା ଵ୍ୟୁରୋକ୍ରେଟ୍ ନାମକ ପ୍ରାଣୀଟା କେତେ ମାତ୍ରାରେ ଭୟାନକ ତାହା ଏହି ଛୋଟ କାହାଣୀ ମାଧ୍ୟମରେ ଉପସ୍ଥାପିତ କରାଗଲା । ଏହି କାହାଣୀଟି ଏକ ୟୁରୋପୀୟ କ୍ଷୁଦ୍ରଗଳ୍ପ ର ସାରାଂଶ ଆଧାରରେ ରଚିତ ହୋଇଅଛି★■★

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...