Monday, August 6, 2018

●ଜି଼ନ୍ଦାବାଦ● ଶବ୍ଦ ର ଆକ୍ଷରିକ ଅର୍ଥ ଜୟ ହେଉ କି ?

କାଲି ସକାଳ ନ ହେଉଣୁ ଗାଆଁ–ନଗର–ବନ–ପ୍ରାନ୍ତର ଚାରିଆଡେ ଗୋଟିଏ ଶବ୍ଦ ବହୁଳ ଭାବରେ ଓ ବାରମ୍ବାର ପ୍ରତିଧ୍ବନିତ ହେବ  “ଜି଼ନ୍ଦାବାଦ”

ତେବେ ଏ ଶବ୍ଦକୁ ଦେଖି ଆମ ମନରେ ସ୍ଵତଃ ପ୍ରଶ୍ନ ଉଠେ ଯେ ....

କ’ଣ .....
ଜି଼ନ୍ଦାବାଦ ଶବ୍ଦ ର ଆକ୍ଷରିକ ଅର୍ଥ ଜୟ ହେଉ କି ? ଏବଂ ଆମ୍ଭେମାନେ ଏହା କେମିତି ଜାଣିବା ?

👉ପ୍ରଥମତଃ ଯଦି ଜିନ୍ଦାବାଦ ଶବ୍ଦ ଟି ପ୍ରକୃତରେ ଜୟ ଶବ୍ଦ ସହିତ ସମାର୍ଥକ ସଗୋତ୍ରୀୟ ଅଟେ ତେବେ ଯାଇ କୁହାଯାଇପାରିବ ଯେ ଜିନ୍ଦାବାଦ ଶବ୍ଦର ଆକ୍ଷରିକ ଅର୍ଥ ଜୟ ହେଉ....

👉ପ୍ରକୃତରେ
ପାର୍ସୀର ଦୁଇଟି ଶବ୍ଦ ( زنده‎) zende=
alive,ଜୀଅନ୍ତା ଓ (+باد‎) bâd ଯୋଡ଼ି ହୋଇ ଜିନ୍ଦାବାଦ ଶବ୍ଦ ହୋଇଥିବା ଭାଷାବିଦ ମତ ଦିଅନ୍ତି । ପାର୍ସୀର ଏହି ଉଭୟ ଶବ୍ଦ ଦ୍ଵୟର ମୂଳ ଭାରୋପୀୟ ଅଟେ । କେହି କେହି ମନେ କରିପାରନ୍ତି ଯେ “ଜି଼ନ୍ଦାବାଦ” ର “ବାଦ” ଶବ୍ଦଟି ସଂସ୍କୃତ ବିଶେଷ୍ୟ “ବାଦ(theory)” କିମ୍ବା ଆରବୀ ଅଵ୍ୟୟ “ବାଦ୍” ଯୁକ୍ତ ହୋଇ ହୋଇଥାଇପାରେ କିନ୍ତୁ ପ୍ରକୃତରେ “ଜି଼ନ୍ଦାବାଦ” ର “ବାଦ୍” ଶବ୍ଦଟିର ମୂଳ ଭିନ୍ନ ଓ ଏହା ପ୍ରୋଟୋ ଇରାନୀ vāta (ଵାତ) ର ପରିଵର୍ତ୍ତିତ ରୂପ  ଯାହାର ସଂସ୍କୃତ ରୂପ ହେଉଛି वात (vā́ta) ଏବଂ ମୂଳ ପ୍ରୋଟୋ ଇଣ୍ଡୋ ଇରୋପୀୟ ରୂପ ହେଉଛି *h₂wéh₁n̥ts
“blowing”ବହିବା ଏବଂ ତାହା  P.I.E ଶବ୍ଦ  *h₂weh₁-[ପ୍ରବାହିତ] ର ବର୍ତ୍ତମାନ କାଳ ରୂପ ଅଟେ ।

ଜି଼ନ୍ଦା=ଜୀଵନ୍ତ=ଜୀଅନ୍ତା(ସଗୋତ୍ରୀୟ)
ଏସବୁ ଶବ୍ଦ ଗୁଡ଼ିକ ର ମୂଳ ଵୈଜ୍ଞାନିକ କ୍ଷୁଦ୍ର  ରୂପ ହେଉଛି ଜୀବ୍ ଧାତୁ  ଏବଂ
ଏହାର ଅର୍ଥ ବଞ୍ଚିବା.....

ଜୟ ଶବ୍ଦ ର ମୂଳ ଵୈଜ୍ଞାନିକ କ୍ଷୁଦ୍ର ରୂପ
ଜି ଧାତୁ =ଜୟ କରିବା,ବଶ କରିବା,ସମସ୍ତଙ୍କୁ ବଳିଯିବା

ଏଥିରୁ ସ୍ପଷ୍ଟ ହୁଏ ଯେ ଜୟ ଶବ୍ଦ ସହ ଜୀବନ ଓ ଜି଼ନ୍ଦା ଶବ୍ଦର ନିକଟ ସମ୍ପର୍କ ନାହିଁ କିନ୍ତୁ
ଜି ଧାତୁ(ଜୟ କରିବା)ସହ ଜୀଵ୍ ଧାତୁ(ବଞ୍ଚିବା)ର ପ୍ରାଚୀନ ସମ୍ବନ୍ଧ ଅସମ୍ଭବ ନୁହେଁ ....
“ଆଗକାଳରେ ବଞ୍ଚିବା ପାଇଁ ଭୀଷଣ ସଂଘର୍ଷ କରିବାକୁ ହେଉଥିଲା ସମସ୍ତଙ୍କଠାରୁ ବଳିଯିବାକୁ ପଡୁଥିଲା । ବଡ଼ ବଡ଼ ଜୀବଙ୍କୁ ନିଜର ବଶୀଭୂତ କରି ତାଙ୍କ ସାହାଯ୍ୟରେ ଜୀଵନଧାରଣ କରିବାକୁ ହେଉଥିଲା ।”

ତେବେ ଅଧିକାଂଶ ଉତ୍ତର ଭାରତୀୟ ଭାଷାବିଦ ଓ ବୁଦ୍ଧିଜୀବୀଙ୍କ ମତରେ ଜି଼ନ୍ଦାବାଦ ର ଆକ୍ଷରିକ ଅର୍ଥ “ଅମର ହୋ(ହେଉ)”ଅର୍ଥାତ୍ ତାଙ୍କର ସୁଗୁଣ ଗୁଡିକ ସାରା ସଂସାରରେ ଓ ବାୟୁମଣ୍ଡଳରେ ସମସ୍ତଙ୍କ ମଧ୍ୟରେ,ସବୁଆଡେ଼ ପ୍ରବାହିତ ହେଉ ......

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...