Saturday, August 11, 2018

କଣ୍ ଲତା ଲତିକା ମାନଙ୍କୁ ପାଦପ କହିବା ଯୁକ୍ତିଯୁକ୍ତ କି ?

ବଡ଼ ବଡ଼ ଦୃମ ତଥା ଛୋଟ ଛୋଟ ଗଛକୁ ତ ପାଦପ କୁହାଯାଏ ତେବେ କଣ୍ ଲତିକା ମାନଙ୍କୁ ବି ପାଦପ କହିହେବ କି ? କଣ୍ ଲତିକା ମାନଙ୍କୁ ପାଦପ କହିବା ଵୈୟାକରଣିକ ଓ ନୈରୁକ୍ତିଗତ ନିୟମାନୁସାରେ ଯୁକ୍ତିଯୁକ୍ତ ଅଟେ ?

ଏହାର ଉତ୍ତର ପାଦପ ଶବ୍ଦର ନୈରୁକ୍ତି ଵ୍ୟାଖ୍ୟା ରେ ଲୁଚିରହିଛି....

ଭାରତୀୟ ଶବ୍ଦ ପାଦପ ର ନୈରୁକ୍ତି→
ପାଦ+ପା ଧାତୁ+କର୍ତ୍ତୁ.ଅ=ପାଦପ

~ପାଦ=ପଥ୍/ପଦ୍ ଧାତୁ(ଗମନ କରିବା)+କରଣ. ଅ
~ପା ଧାତୁ=ପାନ କରିବା,

★ପାଦ ଶବ୍ଦର ଅନେକ ଅର୍ଥ ରହିଛି
ଯେମିତିକି ଉଦାହରାଣାର୍ଥ――

―୧.ଚରଣ ଵା ଗୋଡ଼
―୨.ତଳିପା
―୩.ବୃକ୍ଷର ମୂଳ ଵା ଚେର
―୪.ପାହୁଣ୍ଡ-step
―୫.କିରଣ
―୬.ପର୍ଵତର ମୂଳ ଦେଶ
―୭.କୌଣସି ଵସ୍ତୁର ମୂଳ ଦେଶ
―୮.ଚତୁର୍ଥାଂଶ
―୯.ପାହାଚ
―୧୦.ଚାରିଧାଡି଼ଆ ଶ୍ଲୋକର ଏକଧାଡି଼

ଏଠାରେ ତୃତୀୟ *ଚେର* ଅର୍ଥରେ
ପାଦ ଶବ୍ଦଟି ପା ଧାତୁ ସହ ସଂଯୁକ୍ତ କରାଯାଇ ପାଦପ ଶବ୍ଦର ନୈରୁକ୍ତିଗତ ଵ୍ୟାଖ୍ୟା ସମ୍ଭବ ହୋଇପାରିଛି ।

“ପାଦେନ ମୂଳେନ ପିବତି ରସାନିତି”
ଅର୍ଥାତ୍
ପାଦର ମୂଳ ଵା ଚେର ଦ୍ଵାରା ଯେଉଁ ପ୍ରାଣୀ ତା’ ପାଇଁ ଉପଯୁକ୍ତ ଜୀଵନଦାୟକ ରସ ପାନ କରି ଜୀଵିତ ରହେ ସେ ପାଦପ ....

ଲତା ଓ ଲତିକା ମାନେ ମଧ୍ଯ ଚେର ଦ୍ଵାରା ହିଁ ରସପାନ କରି ଜୀଵନଧାରଣ କରନ୍ତି ତେଣୁ ତାହାକୁ ମଧ୍ଯ ପାଦପ କୁହାଯାଇପାରେ ।

ତେବେ ଲତା ଶବ୍ଦଟି ଏହି ପ୍ରକାରର ପାଦପ ମାନଙ୍କର ଚର୍ତୁପାର୍ଶ୍ଵରେ ବେଢିବା ଗୁଣ ହେତୁରୁ ଏହାକୁ ଲତ୍ ଧାତୁରୁ ନିଷ୍ପନ୍ନ କରି
ନୈରୁକ୍ତି ଵ୍ୟାଖ୍ୟା କରାଯାଇଛି
→ଲତ୍ ଧାତୁ(ବେଷ୍ଟନ କରିବା,ଆଘାତ କରିବା[ନାତ])+କର୍ତ୍ତୁ.ଅ.+ସ୍ତ୍ରୀ.ଆ=ଲତା

No comments:

Post a Comment

ଯଜ୍ଞନିନ୍ଦା(ମହାଭାରତ କଥା)

ଵିଦର୍ଭରେ ସତ୍ୟ ନାମରେ ଜଣେ ବ୍ରାହ୍ମଣ ଥିଲେ ଏଵଂ ତାଙ୍କ ସ୍ତ୍ରୀଙ୍କ ନାମ ପୁଷ୍କରଧାରିଣୀ ଥିଲା । ସତ୍ୟ ଉଞ୍ଛଵୃତ୍ତି ଦ୍ଵାରା ନିଜର ଜୀଵନ ନିର୍ଵାହ କରୁଥିଲେ ‌। ଦିନେ ସ...