Thursday, August 16, 2018

“ନ ଦୈନ୍ୟଂନ ପଲାୟନମ୍”

କର୍ତ୍ତବ୍ୟ ର ପୁଣ୍ୟ ପଥକୁ
ଆମେ ସ୍ଵେଦରେ ସିଞ୍ଚିଅଛୁ
କେବେ କେବେ ନିଜ
ଅଶ୍ରୁ ଓ ପ୍ରାଣର ଅର୍ଘ୍ୟ ଵି ଦେଇଛୁ ।।

କିନ୍ତୁ, ନିଜର ଧ୍ୟେୟ ଯାତ୍ରାରେ
ଆମ୍ଭେ କଦାପି ଅଟକି ନାହୁଁ
କୌଣସି ଲଲକାର ଆଗରେ
କେବେ ବି ନୋଇଁ ନାହୁଁ ।।

ଆଜି,ଯେବେକି ରାଷ୍ଟ୍ର-ଜୀଵନର
ସମସ୍ତ ନିଧି ବାଜିରେ ଲାଗିଛି,
ଏକ ଘନୀଭୂତ ଅନ୍ଧକାର
ଆମ ଜୀବନର ସମସ୍ତ ଆଲୋକକୁ ଗିଳିଦେବାକୁ ଚାହୁଁଛି;
ଆମକୁ ଧ୍ୟେୟ ପାଇଁ ବଞ୍ଚିବା,
ଲଢିବା ଓ ଆବଶ୍ୟକତା ପଡିଲେ
ଆତ୍ମବଳୀ ର ସଂକଳ୍ପ କୁ
ଦୋହରେଇବାର ଅଛି ।।

ଅଗ୍ନି ପରୀକ୍ଷା ର ଏ ଘଡି଼ରେ ଚାଲନ୍ତୁ
କରିବା ଅର୍ଜୁନ ପରି ଉଦ୍ଘୋଷ
ନ ଦୈନ୍ୟଂ ନ ପଲାୟନମ୍
ନ ଦୈନ୍ୟଂ ନ ପଲାୟନମ୍”

@ଅଟଲ ବିହାରୀ ବାଜପେୟୀଙ୍କ ଏକ କବିତା
“ନ ଦୈନ୍ୟଂନ ପଲାୟନମ୍” ର ଓଡ଼ିଆ ଭାବାନୁବାଦ

No comments:

Post a Comment

ଵୟେଜର୍ ଗୋଲ୍ଡେନ ରେକର୍ଡ ଏଵଂ ବ୍ଲାଇଣ୍ଡ ଉଇଲି ଜନସନଙ୍କ ମାନଵତାର ଅମର ସଙ୍ଗୀତ

1977 ମସିହାରେ ନାସାଦ୍ୱାରା ପ୍ରକ୍ଷେପିତ ଵୟେଜର-1 ଏଵଂ ଵୟେଜର-2 ମହାକାଶ ଯାନ ମହାକାଶ ଅନୁସନ୍ଧାନରେ ଏକ ନୂଆ ଅଧ୍ୟାୟ ଲେଖିଵା ସହିତ ଏତଦ୍ଵାରା ମାନଵତାର କାହାଣୀକୁ ବ୍ର...