Wednesday, June 13, 2018

●ଓଡ଼ିଆ ଏବଂ କୁଇ ଵା କୁଭି ଭାଷାରେ ପ୍ରଚଳିତ କେତେକ ସମାର୍ଥକ ପାରସ୍ପରିକ ସମ୍ବନ୍ଧିତ ଶବ୍ଦ ●

●→ଜଣ–ଜାଣା
●→କୁ–କି,ଇଁ
ଏହି କୁ ଟା ଦ୍ରାଵିଡ ଭାଷାପରିଵାର ଦେଇ ଓଡ଼ିଆ ଭାଷାକୁ ଆସିଥିବା କେତେକ ଭାଷାଵିଦ୍ ମତ ଦିଅନ୍ତି । ଆମେ ଓଡ଼ିଆ ଭାଷାରେ ଉଭୟ କୁ ଓ କି ଵ୍ୟଵହାର କରିଥାଉ । ଉ-ଭାଇ କୁ/ଭାଇ କି

●→ଅଳ୍ପ–ଊଣା(ଓଡ଼ିଆ ଭାଷାରେ ଵି ଚଳେ,ଏତଦ୍ବ୍ୟତୀତ କୁଇରେ ଈଚି/ଈଚିକା ଶବ୍ଦ ଵି ଏହି ଅର୍ଥ ରେ ଵ୍ୟଵହାର ଅଛି)

●→ବାମ–ଡେବ୍ରୀ(ଓ-ଡେଭରୀ,ଡେଭିରୀ)

●→କହୁଣୀ–କଙ୍ଗଣୀ
●→କାଣି ଆଙ୍ଗୁଠି–କାଣା ଓ୍ଵାଞ୍ଜୁ(ଓ୍ଵାଞ୍ଜୁ=ଆଙ୍ଗୁଠି)
●→ପିଲା–ମିଲା
●→ଭେଣ୍ଡିଆ(ଯୁଵା)–ବେଣ୍ଡିଆ
●→ମଢ(ମୃତଦେହ)–ମଢାହ୍(ମାଡା଼)
●→ନାତି(grandson)–ନାତିଆ
●→ଵିଭା(ଵିଵାହ)–ଵିହା
●→ସପନ–ହପ୍ପନ
(ଢେଙ୍କାନାଳ ଆଦି ଅଞ୍ଚଳରେ ସ ଟା ସେବେ,ସେଇଟା,ସେମିତି,ସେଭଳି ଆଦି ଶବ୍ଦରେ ହ ରେ ପରିଣତ ହୁଏ । ତେଣୁ ସମ୍ଭବତଃ ଏଠାରେ ମଧ୍ଯ ସ ଟା ହ ରେ ପରିଣତ ହୋଇଛି । କଥିତ ଅଛି ଯେ ଏକଦା ଢେଙ୍କାନାଳ ଏକ ଶବର ରାଜ୍ୟ ଥିଲା)
●→ଆଵଶ୍ୟକ–ଲୋଡ଼ା(ଆଗେ ଓଡ଼ିଆ ଭାଷାରେ ଏହା ଵହୁଳ ଭାବରେ ଵ୍ୟଵହୃତ ହେଉଥିଲା )
●→କାମ(କାର୍ଯ୍ୟ)–କାମ୍ମା(ଅ.ପ୍ର–କେପିଲି,କାଜା)
●→ମନ୍ଦ–ମନ୍ଦ(ଅ.ପ୍ର-ଗଣ୍ଡା) ଓଡ଼ିଆ ଭାଷାର ବହୁ ପ୍ରଚଳିତ ଶବ୍ଦ ମଧ୍ୟରେ ଗୋଟିଏ । ଲୋକେ ଵୈଦେଶିକ ଖରାଵ କୁ ଖରାପ କରି  ଵ୍ୟଵହାର କଲା ଦିନରୁ ଏ ଶବ୍ଦ ର ଵ୍ୟଵହାର ଅପେକ୍ଷାକୃତ କମିଯାଇଛି ।
●→ସୁଖ–ସୁକୁ
●→ଦୁଃଖ–ଦୁକୁ
●→ଲାଜ–ଲାଜା
●→ସ୍ମରଣ–ହେଜି(ଅ.ପ୍ର-ବୋଦା)ଓଡ଼ିଆ ଭାଷାରେ ମଧ୍ୟ ହେଜ ଶବ୍ଦର ଵ୍ୟଵହାର ଅଛି । ଭାଷାକୋଷରେ ହେଜକୁ ଵୈଦେଶିକ ଶବ୍ଦ କୁହାଯାଇଛି । ଭାଷାକୋଷ ଅନୁସାରେ ହେଜ ଶବ୍ଦ ଟା ଆରବୀ ଲିହାଜ ରୁ ଆସିଅଛି ।

●→ଭୂଲ–ବାଣା(ଓଡ଼ିଆରେ ବଣା ଶବ୍ଦ ଟେ ଚଳେ । ଭୂଲ ପଥରେ ଗଲେ ତ ଜଣେ ବାଟବଣା ହୋଇଯାଏ 😉) (ଅ.ପ୍ର–ବିଲ୍କି,ବିମ୍ଵର)

●→ଜୟ–ଜିଣା(ଓଡ଼ିଆ ଭାଷାରେ ଜିତିବା ଶବ୍ଦ ର  ଜିଣିବା ଭାଵରେ ମଧ୍ଯ ବହୁଳ ଵ୍ୟଵହାର ଅଛି)
●→କାନ୍ଥ–କୁଡୁ଼(ଏ ଶବ୍ଦ ଟି ଆମ ଢେଙ୍କାନାଳ ଅଞ୍ଚଳରେ କୋଢ ଓ କୁଢ ହୋଇ ପ୍ରଚଳିତ ଅଛି)
●→ଦୁଆର ବନ୍ଧ–ଦୁଏର୍ ବନଧୁ
●→କୁଞ୍ଚି–କୁଞ୍ଚି(ପ୍ରା.ଓ. ଶବ୍ଦ)(ଅ-ତାଲା,କୋଲପ)
●→ଶାଳା(ଗୁହାଳ ଅର୍ଥରେ)–ହା’ଲା(ସ,ଶ,ଷ ର ହ ରୂପ ଧାରଣ ର ଆଉ ଏକ ଉଦାହରଣ)
●→ବାଲି–ବାଆଲି
●→ତାଟିଆ–ଗିନା(ଏ ଶବ୍ଦ ଓଡ଼ିଆ ଭାଷାରେ ମଧ୍ଯ ଚଳେ)
●→କଡେ଼ଇ, କରେଇ–କାଡି଼ଆ
●→ଗରା–ଗାରିଆ
●→ଟୋକେଇ–ଟୋପ୍ଳି(ଏକ ପ୍ରକାରର ଛୋଟ ଟୋକେଇ କୁ ଢେଙ୍କାନାଳ ଅଞ୍ଚଳରେ ଟୋପି/ଟୁପି କୁହାଯାଏ)
●→ଶିକା–ହିକାମାଡା଼(ହୁଏତ ଏଠାରେ ଶିକା ଟା ହିକାରେ ପରିଵର୍ତ୍ତିତ ହୋଇଅଛି ?)
●→ମୁଣି–ମୋଣା
●→ଶେଯ–ଶେଯ
●→ମୁଚୁଳା(ତକିଆ,ମାଣ୍ଡି(ଢେ)–ମୁତ୍.ଲା
●→ବତୀ–ବଡ୍ତି,ବତ୍ତି
●→ଲୁହା–ଲୋହ
●→ଛୁଞ୍ଚି–ସୂଜି
●→ପଇସା–ପାଇସି,ଏ ଭାଷାର ପଇସା ପାଇଁ ଥିବା ଅନ୍ୟତମ ପ୍ରତିଶବ୍ଦ “ଡାବ୍ବୁ”ଦକ୍ଷିଣ ଓଡ଼ିଶାରେ ତଥା ତେଲୁଗୁ ଭାଷାରେ ଚଳୁଅଛି
●→ଟଙ୍କା–ଟାକା
●→ଜାତି,ବଂଶ-ବଶୁ
●→ସାହି,ପଡା଼–ପାଡା଼
●→ପୋଖରୀ, ବନ୍ଧ–ବାନ୍ଦା
●→ତୋଟା–ଟୋଟା
●→ଶତ୍ରୁ–ବାଦି(ବୋଧହୁଏ ବାଦଵିଵାଦ କରେ ତେଣୁ ବାଦି ?)
●→କ୍ଷୀର, ଦୁଧ–ଦୁଦୁ(ଏହି ଭାଷାର ସମାର୍ଥକ ଅନ୍ୟତମ ପ୍ରତିଶବ୍ଦ “ପାଲୁ” ତେଲୁଗୁ ଭାଷାରେ ଦୁଗ୍ଧ ଅର୍ଥରେ ଵ୍ୟଵହୃତ ହେଉଅଛି)
●→ଖଟା,ଆମ୍ଵିଳା–ଆମ୍ଵ୍.ଡି଼
●→କାମିଜ୍,ଅଙ୍ଗି(କୋ.)–ଆଁଗି
●→ବୋତାମ)(bottom),ଗୁଣ୍ଡି–ଗୁଣ୍ଡିଁଗାଁ
●→ପ୍ୟାଣ୍ଟ, ଜଙ୍ଗିଆ–ଜଂଗେଇସ୍କା
●→ପଣ୍ଡେଇ–ପଣ୍ଡେଇକା
●→ଛତା–ହାତା(ଓଡ଼ିଆ) ଏହାର ଅନ୍ୟତମ ସମାର୍ଥକ ପ୍ରତିଶବ୍ଦ ଗୁଡ୍ଗୁ ତେଲେଙ୍ଗା ରେ ଚଳେ
●→ଟୋପି–ଟୋଡ୍ପି
●→ମାଣ୍ଡିଆ–ମାଣ୍ଡିଁଙ୍ଗା
●→ଗହମ,ଗଁ–ଗହଁ
●→ବିର୍.ହି–ବିର୍.ହିଁ
●→ମୁଗ–ମୁଗ୍.ଗାୟାଁ
●→ଅଳସି–ଆଣ୍.ସି
●→ମସୁରୀ–ମୁସ୍ରୀ
●→ପିଆଜ,ଉଲି–ଊଲି
●→ଝୁଡୁଙ୍ଗ–ଜୁଡୁ଼ଙ୍ଗୀ
●→ଗଡା଼ଣି–ଗଡା଼ୟୁ
●→ଟେକା,ଢେଲା–ଡେପ୍.ଲା
●→କୁର୍.ହାଡି–କ୍.ଡାଲି
●→କୋଡି଼–କୋଡ୍.ଗି
●→ଫଳ–ଫଳ
●→ଛାଲି–ସାଲି
●→ଗଜା–ଗୋଜା
●→ରସ–ରାସା
●→ପଣସ–ପନ୍ସା
●→କମଳା–କମ୍ଵେଲା,କମ୍ଵଲା
●→ଜାମୁ–ଜାମୁ
●→ପିଜୁଳି–ପିଜୁରି,ଜାମ୍ବ(ଦକ୍ଷିଣ ଓଡ଼ିଶାରେ ଜାମ୍ଵ ଶବ୍ଦ ସଦୃଶ ଶବ୍ଦ ଟେ ଚଳେ ଜାମି)
●→ସଜନା–ମୁନ୍.ଗା(ଏ ଶବ୍ଦ ଦକ୍ଷିଣ ଓଡ଼ିଶାରେ ବହୁପ୍ରଚଳିତ । ମାନକ ଓଡ଼ିଆ ଭାଷାରେ ସଜନା ଗଛର ବାହି କୁ ଅନ୍ୟତ୍ର ଲଗାଯାଇ ବଢାଉଥିବା ଗଛକୁ ମୁନଗା ଗଛ କୁହାଯାଏ ବୋଲି ଭାଷାକୋଷ ରେ ଅଛି)
●→ଖମ୍ବ ଆଳୁ,ନଙ୍ଗଳକନ୍ଦା–ନାଗେଁଲି କୁନା
●→ଵିଲାତି ବାଇଗଣ-ଭେଜ୍ରୀ(ଟମାଟୋ ର ଏକ କଣ୍ଟାଯୁକ୍ତ ଦେଶୀୟ ପ୍ରଜାତିକୁ ଓଡ଼ିଆ ଭାଷାରେ ମଧ୍ଯ ଭେଜିରୀ,ଭେଜରୀ କୁହାଯାଏ)
●→କଲରା-କାର୍ଲା
●→କୁମ୍ଭୀର–ମଂଗର୍,ମାଂଗ୍ରା(ମଗର ?)
●→ମାଛ–ମିନୁ(ମୀନ)
●→ମେଣ୍ଢା–ମେଣ୍ଡା
●→ବରାହ–ବେର୍.ହାଁ
●→ଗଧ–ଗଦ
●→ଘୋଡ଼ା–ଘୋଡ଼ା
●→ବିଲେଇ–ବିଲାଇ
●→ଭାଲୁ–ବାଲୁ(ଅ.ପ୍ର–ଜାମ୍ବା(ଜାମ୍ବ/ଜାମ୍ଵଵାନ-ରାମାୟଣ)
●→ଖୁରା–ଖୁର୍.ରେଏ
●→ଲାଙ୍ଗୁଡ଼–ଲେଂଗୁଣି
●→କୁହ୍ଲିଆ(ପ.ଓ)–କୋଲିଆ(ଵିଲୁଆ)
●→କାଉ–କାଓ୍ଵା
●→ପାରା–ପାରୁଆ
●→ଶୁଆ–ହୁଆ
●→ବାଦୁଡି଼–ପାଦୁଡି଼
●→ଜଳପ୍ରପାତ–ଲଦୁ,ଡୁଡୁମା(ଓଡ଼ିଶାର କୋରାପୁଟ ରେ ଥିବା ଡୁଡୁମା ଜଳପ୍ରପାତର ନାଆଁ ଏହି ଶବ୍ଦ ରୁ ଆସିଛି । ଆମେ ଅଜାଣତରେ ଦୁଇ ଦୁଇ ଥର ଦୁଇଟି ଭାଷାରେ ଜଳପ୍ରପାତ କୁହନ୍ତି 😂😂😂)
●→ବାଡି଼–ବାଡ଼୍.ଗା
●→ଟାଙ୍ଗିଆ–ଟଙ୍ଗିଆ
●→ଖଣ୍ଡା–କାଣ୍ଡା
●→ପର୍ବ–ପର୍ବୁ,ଯତ୍ରା(ଓ-ଯାତ୍ରା)
●→ଜାଲ–ଜାଲି
●→ଦିନମଜୁରିଆ,ପର ଚାକର,ଦାସ–ଗୋତି(ଶବ୍ଦ ଟି ଓଡ଼ିଆ ଭାଷାରେ ଵି ସମ ଅର୍ଥରେ ଚଳୁଛି)
●→ସାହୁ–ସାଉ(ସାହୁକାର–ସାଉକାର)
●→କିରାନୀ–ଗୁମସ୍ତା(ଗୁମାସ୍ତା)
●→ଅପରାହ୍ନ–ମଦାନ୍(ମଧ୍ୟାହ୍ନ)
●→ଆଲୁଅ–ଉଜୋଃ(ଉଜ୍ଵଳ/କୋ-ଉଜାଡି଼)
●→ଅନ୍ଧାର–ଆନ୍ଦାର
●→ପୂର୍ଣ୍ଣିମୀ–ପୁନ୍ନି
●→ଗ୍ରହଣ–ଗରଣ,ଜରଣ,ଜରଣି
●→ଓଷଦ-ଓଷୁ
●→ହସପିଟାଲ–ଆସପତ୍ରି
●→ବିଧା–ମୁଟ୍ଟି(ଓ-ମୁଠି)
●→ଚୋର–ଚୋରୁ,ସୋରୁ,ଦଂଗା,କାଂଗ୍ରିୟେ
●→ହାକିମ, ଅଧିକାରୀ–ଅଧିକାରୀ, ମହାପୁରୁ
●→ଵିଚାର–ଵିଚାର୍.ନା
●→ଦୋଷ–ଦୋହ
●→ଦଣ୍ଡ–ଡଣ୍ଡ
●→ପଞ୍ଚାୟତ–ପଞ୍ଜାତି,ପଞ୍ଚାତି,କୋହୁ
●→ଦେଵତା–ଦେମତା(ସମାର୍ଥକ ପେନୁ ଶବ୍ଦ ମଧ୍ଯ ଚଳେ)
●→ପୂଜା–ପୂଜା
●→ଭୋଗ–ବୋଗୁ(ସମାର୍ଥକ–ଲାଚା)
●→ଵଳି–ମେରିଆ(ମେରିଆ ତ ଵଳି କିନ୍ତୁ ଏ ଶବ୍ଦ ର ଅର୍ଥ ନଜାଣିଥିବା ଲୋକେ “ମେରିଆ ଵଳି” କହୁଥିବା ଦେଖାଯାଏ ।
●→ଠାକୁରାଣୀ–ଟାକୁରାଣୀ(ଵସନ୍ତ ରୋଗ ର ଦେଵତାକୁ ଟାକୁରାଣୀ କୁହାଯାଏ ଏବଂ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଵସନ୍ତ ରୋଗ ହେଲେ ଠାକୁର ହେଇଛି,ଠାକୁରାଣୀ ଲାଗିଛି ଆଦି କୁହନ୍ତି, ହିନ୍ଦୀ ଭାଷାରେ ମଧ୍ୟ “ମାତା ଆନା”କୁହାଯାଏ)
●→ଟାଣୁଆ, ଆଣ୍ଟ(ଦ.ଓ)–ଆଁଟ,ଗାଟି
●→ବେମାରୀ,କାଇଲା(ଦ.ଓ)–କାଏଲା,ଦୁକା
●→ଡେରି,ମଠ,ଵିଳମ୍ବ–ମଠ
●→ଚଞ୍ଚଳ, ଶିଘ୍ର–ବଗି(ଓଡ଼ିଆ ଭାଷାରେ ବେଗି ଶବ୍ଦ ଚଳେ)
●→ବୁଲା ଵିକାଳି–ଵିଡାରି
●→ଋଣ–ରୀନ
●→ସୁଧ–ଓଡି଼,କଳନ୍ତର(କଳନ୍ତର ଶବ୍ଦ ଟି ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ବଳୁପ୍ରଚଳିତ)
●→ବୃଥା,ତୁଚ୍ଛା–ଚୁଛା
●→ରାଗ,କ୍ରୋଧ–ରିଷା(ରୁଷିବା ଶବ୍ଦ ଟି ଓଡ଼ିଆ ଭାଷାରେ ମଧ୍ୟ ଚଳେ;ଲୋକେ ଉଭୟ ଶବ୍ଦ ଏକାଠି କରି ରାଗରୁଷା ମଧ୍ଯ କୁହନ୍ତି )
●→ଖରାପ, ମନ୍ଦ–ଗଣ୍ଡା,ଅସାର୍(ଓ-ଅସାର)
●→ସତ–ସତଃ,ନିଜ୍ଜଃ
●→ଊଣା,ଅଳ୍ପ–ଉ’ନା
●→ବହୁତ–ଵିସ୍ତାରା(ପ୍ରାଚୀନ ଓଡ଼ିଆ ପଦ୍ୟରେ ଏ ଶବ୍ଦ ଵିସ୍ତାର ର ବହୁଳ ଅର୍ଥ ରେ ଵ୍ୟଵହାର ଥିଲା)
●→ଦୂର୍ବଳ–ଦୁଵ୍.ଲା(ଶବ୍ଦ ଟି ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷାରେ ଚଳେ)
●→ଦୃଢ଼,ଦମ୍ଭ–ଡମ୍ଵେଏ,ଜମ୍ଵେଏ
●→ଓଦା–ଓଦାମ୍ନେ
●→ବାଙ୍ଗର,ଅନୁଚ୍ଚ–ଟୁଷ୍କା,ଟିଂପା(ଉଭୟ ପ୍ରାଚୀନ ଓଡ଼ିଆ ଭାଷାରେ ପ୍ରଚଳିତ ଶବ୍ଦ)
●→ନେଳିଆ–ନିଲୀ
●→କଳା,କାଳିଆ–କାଡି଼ଆ
●→ଛଉକା–କାବ୍ରା(ଜଙ୍ଗଲୀ ଓଡ଼ିଆ)
●→ଛୋଟା–ସୋଟା
●→ବନ୍ଧ୍ୟା–ବାଞ୍ଝୀ(ଓଡ଼ିଆ–ବାଞ୍ଝ)
●→ପାଗଳ–ବାୟା(ଓଡ଼ିଆ ରେ ମଧ୍ଯ ଚଳୁଅଛି)
●→ପରିଷ୍କାର–ପର୍ ଛଲ୍(ପରଜା ଓଡ଼ିଆ)
●→ବଙ୍କା–ବାଙ୍କଟା(ବାଙ୍କଡା଼,ବାଙ୍କୁଡା଼ ଆଦି ଅନେକ ଆଞ୍ଚଳିକ ରୂପ ଓଡ଼ିଶାରେ ଚଳୁଅଛି)
●→ଲାଜକୁଳା–ଲାଜ୍ଜେ
●→ଲଙ୍ଗଳା–ନାଙ୍ଗଡୁ଼
●→ଯୁଵତୀ–ଡିଣ୍ଡା(ଦିଣ୍ଡା ଶବ୍ଦ ଓଡ଼ିଶାର ପ୍ରାୟ ଅଞ୍ଚଳରେ ଚଳୁଅଛି)
●→ଚଞ୍ଚଳ–ତେରେ ବେରେ(କ୍ରି,ଵିଶେଷଣ)
●→ଧୀରେ ଧୀରେ-ଦୀରେ ଦୀରେ
(କ୍ରିୟା ଵିଶେଷଣ)

No comments:

Post a Comment

ଗୁନ୍ଦଲେଇ ହେଵାଠାରୁ ଗୁନ୍ଧୁରି କରିଵା ଯାଏଁ

ଜଣେ ସାଧାରଣ ଲୋକ ଶବ୍ଦଗୁଡ଼ିକର ଵ୍ୟୁତ୍ପତ୍ତି ଇତିହାସ ଜାଣିନଥାଏ ତେଣୁ ସେ ମନରେ ଅନେକ ଭ୍ରମ ଧାରଣା ପାଳେ । ସମ୍ବଲପୁରର ଶବ୍ଦ ଗୁନ୍ଦଲ(ଅପରିଷ୍କାର,ମଇଳା ତରଳ ପଦାର୍ଥ) ...