ଉତ୍କଳ ଭାରତୀ ଦେଵୀ ! ସ୍ଵଭାଵ ସୁନ୍ଦରୀ !
ଭକତଵାଞ୍ଛ ତ ପୂର୍ଣ୍ଣ କର କୃପା କରି ।
ଘେନି ଯାଅ ମୋତେ ସେହି ଅତୀତ ନିକୁଞ୍ଜେ,
କଵିତାକୁସୁମେ ଯହିଁ କଵି-ଅଳି ଗୁଞ୍ଜେ ।
ଵିଦେହନନ୍ଦିନୀ ଯହିଁ ଅଶୋକଵିପିନେ
ରାକ୍ଷାସୀଵେଷ୍ଟିତା ହୋଇ ଵିଳାପନ୍ତି ଦୀନେ ।
ଅଥଵା ଜାହ୍ନଵୀତୀରେ ମୁନିତପୋଵନେ
ଭାଳନ୍ତି ଦେହଦଵତୀ ଗହନ ଅରଣ୍ୟେ
ଅଵାଗିରିପତି ସୁତା ଘୋରତପୋରତ
ନିଦାଘ ଶିଶିର ଵର୍ଷା କରନ୍ତି ଵାହିତ ।
କିବା କଣ୍ଵ ତପୋଵନେ ଶକୁନ୍ତଳା ସତୀ
ଦୁଷ୍ୟନ୍ତ-ଭାଵନା-ନୀରେ ବୁଡି଼ରହିଛନ୍ତି ।
ଅବା ଯହିଁ ଘୋରାରଣ୍ୟେ ତ୍ୟକ୍ତା ଦମୟନ୍ତୀ
ପ୍ରିୟତମ ନଳ-ନାମ ଉଚ୍ଚାରି କାନ୍ଦନ୍ତି ।
©ନନ୍ଦ କିଶୋର ଵଳ
No comments:
Post a Comment