Saturday, June 2, 2018

------ଉତ୍କଳ ଭାରତୀ-----

ଉତ୍କଳ ଭାରତୀ ଦେଵୀ ! ସ୍ଵଭାଵ ସୁନ୍ଦରୀ !
ଭକତଵାଞ୍ଛ ତ ପୂର୍ଣ୍ଣ କର କୃପା କରି ।
ଘେନି ଯାଅ ମୋତେ ସେହି ଅତୀତ ନିକୁଞ୍ଜେ,
କଵିତାକୁସୁମେ ଯହିଁ କଵି-ଅଳି ଗୁଞ୍ଜେ ।
ଵିଦେହନନ୍ଦିନୀ ଯହିଁ ଅଶୋକଵିପିନେ
ରାକ୍ଷାସୀଵେଷ୍ଟିତା ହୋଇ ଵିଳାପନ୍ତି ଦୀନେ ।
ଅଥଵା ଜାହ୍ନଵୀତୀରେ ମୁନିତପୋଵନେ
ଭାଳନ୍ତି ଦେହଦଵତୀ ଗହନ ଅରଣ୍ୟେ
ଅଵାଗିରିପତି ସୁତା ଘୋରତପୋରତ
ନିଦାଘ ଶିଶିର ଵର୍ଷା କରନ୍ତି ଵାହିତ ।
କିବା କଣ୍ଵ ତପୋଵନେ ଶକୁନ୍ତଳା ସତୀ
ଦୁଷ୍ୟନ୍ତ-ଭାଵନା-ନୀରେ ବୁଡି଼ରହିଛନ୍ତି ।
ଅବା ଯହିଁ ଘୋରାରଣ୍ୟେ ତ୍ୟକ୍ତା ଦମୟନ୍ତୀ
ପ୍ରିୟତମ ନଳ-ନାମ ଉଚ୍ଚାରି କାନ୍ଦନ୍ତି ।

©ନନ୍ଦ କିଶୋର ଵଳ

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...