କବାଟର ଦୁଇକାନି
ତୋ ଦେହ ଛୁଇଁଲେ ପାତଳି ଲ
ମୋ ଦେହ ହାନି
ବାଜିଯିବ ନୁଗା କାନି ।
ଦାଣ୍ଡେ ଦାଣ୍ଡେ ଗଲା ହଂସ,
ମତେ ଦେଖି ପାତଳିଲ
କି ନାଗି ହସ
ନାଗିଯିବ ତିରି ଦୋଷ ।
ତେନ୍ତୁଳି କାଟିଲା ଟିଆ
ପଧାନ ଘରର ଖତା ମୂଲିଆ
ଖଇଭୁଜା ଜଳଖିଆ ।
ଉଇମାଟି ଝର ଝର
ପଧାନ ପିଣ୍ଡାରେ ପଣେ ମଜୁର
ଚାବିକାଠି ନେଲା ଚୁର ।
ପୁରୁଷ:―ଦୋଳି ଜନ୍ମ କେଉଁଠାରେ କିଏ ଵା ଲେଖିଲା କେଉଁ ପ୍ରକାରେ
ବୃତ୍ତାନ୍ତ ଖୋଲି କହ ମୋ ଆଗରେ...
ସ୍ତ୍ରୀ:―ଦ୍ଵାପରେ ଯେବେ
କହ୍ନାଇ ଶିଆଳି ଲଟାରେ
ଖେଳିଲେ ଯାଇ
ଖେଳିଲେ ଯାଇ
ସେହିଠାରୁ ଦୋଳି ।
ପୁରୁଷ:―ଖେଡି଼ଆର ଦୁଇକାନ
ଶିଆଳି ଲଟାରେ ଦୋଳି ଜନମ
ଦୋଳି ଜନମରେ
ଭଗବାନ ଦେଲେ ନାମ ।
ସ୍ତ୍ରୀ:―ବାହାରେ ରଙ୍ଗି ପିଆଜ
ବରଷକୁ ଥରେ ରଜପରବ
ରଜପରବରେ
ସେଦିନ କେଡେ଼ ମଉଜ ।
(ବିଦ୍ର : କବିତାଟି ଉତ୍ତର-ପୂର୍ବ ଓଡ଼ିଶାର ଭାଷା ସାହିତ୍ୟ ଓ ସଂସ୍କୃତି ପୁସ୍ତକରୁ ସଂଗୃହିତ)
No comments:
Post a Comment