Thursday, June 7, 2018

ମୌସୁମୀ

ବର୍ଷା ର ଏ ଜଳଧାରା  
ନା ମୌସମୀ ଆଖି ର ଲୁହ
କେତେ ଦିନ ପରେ ମାତୃମିଲନ ରେ
ଅବା ହୃଦୟୁ ଉଠଇ କୋହ
ମାତା ଠୁଁ ଦୁରେଇ ଯାଇଥିଲା ଶାଶୁଘର
ରଜ କୁ ଫେରିଛି
ଆଣିଛି ସୁଖ ସମ୍ଭାର
ଶାଶୁଘର କଥା ଭୂଲିଛି ଏବେ ହେଁ
ବାପଘରେ ଯେତେ ସାଙ୍ଗ ଗହଣରେ
ବିତାଏ ସମୟ ତାର
ଅଳି କରେ କେବେ କଳି କରେ କେବେ
କେ କେତେ ଖେଳିଣ ଦୋଳୀ
ଚାଲି ଯାଏ ପୁଣ ଶାଶୁଘର ଦିନେ
ସଭି ଙ୍କୁ ଝୁରି ଝୁରି ।

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...