ଗାଆଁ ପାଖ ଜଙ୍ଗଲରେ ଚରୁଥିବା ଗୋଟେ
ଗଧ ଫେରିଲା ସମୟେ ବାଟ ବଣା ହେଇଗଲା । ରାତି ହେଇଯାଇଥାଏ । ଏବେ କିସ କରିବ ତା ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶୁନଥାଏ ଏଣେ ରାତ୍ରକାଳ ଆଖିକୁ ଵି ଭଲ ଦିଶୁନି ।
ବାଟରେ ଯାଉ ଯାଉ ସେ ଗୋଟାଏ ପେଚାକୁ ଭେଟିଲା ।
ପେଚା ତା ସମସ୍ୟା ଶୁଣିଲା ପରେ କହିଲା-
“ବନ୍ଧୁ ମୁଁ ତୁମକୁ ମାର୍ଗଦର୍ଶନ ଦେବି ତୁମେ ସେହି ପରି କରିବ !!!”
ପେଚା ତା କଥାରେ ହଁ ଭରିଲା.....
ତହିଁ ପରେ
ପେଚା ଟା ଗଧ ମୁଣ୍ଡ ଉପରେ ବସି ପଡ଼ିଲା
ଆଉ ଗଧକୁ ବାଟ ବତେଇବାକୁ ଲାଗିଲା ।
ଗଧ ଵି ପେଚା କହିବା ଅନୁସାରେ ଚାଲୁଥାଏ.....
ଏମିତି ଚାଲୁ ଚାଲୁ ସକାଳ ହେଇଗଲା....
ପେଚାକୁ ଆଉ ବାଟଘାଟ ଭଲ ଦିଶିଲାନି ଏଣେ ନିଦ ଵି ଲାଗୁଥାଏ ....
ପେଚା ଟା ନିଦରେ ଢୁଳେଇବାକୁ ଲାଗିଲା....
ଗଧ ତଥାପି ସେଇମିତି ନିଜ ନାକ ସିଧାରେ ବାଟ ଚାଲୁଥାଏ ।
ଯାଉ ଯାଉ ଗଧଟା ଗୋଟେ ବଡ଼ ଗାଡ଼ରେ ପଡିଗଲା ....ଆଉ ପେଚା....?
ସେ ତ ଘିଡିପିଡି଼ ହେଇ କି ଉଠିପଡି଼ଲା
ଫୁର୍ କିରି ଉଡି଼ଗଲା.....
😂😂😂😂
Sunday, June 17, 2018
......ବାଟବଣା....
Subscribe to:
Post Comments (Atom)
ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?
ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...
-
ଵିଶ୍ଵରେ ଵର୍ତ୍ତମାନ ଭୀଷଣ କରୋନା ଵିପତ୍ତି ପଡି଼ଛି କିନ୍ତୁ ଏହା ମଧ୍ଯରେ ଗୋଟାଏ ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନକୁ ନେଇ ଓଡ଼ିଶାର ବୁଦ୍ଧିଜୀଵୀ ମହଲରେ ଆଉଥରେ ଆଲୋଚନା ପର୍ଯ୍ୟ...
-
ଵର୍ତ୍ତମାନ ଯୁଗରେ କାଳିଚରଣ ପଟ୍ଟନାୟକ ଜନସମାଜ ମଧ୍ୟରେ କଵିଚନ୍ଦ୍ର ଭାବେ ପରିଚିତ ତେବେ ତାଙ୍କ ପୂର୍ଵରୁ ଆହୁରି ଅନେକ ସାହିତ୍ୟ ସ୍ରଷ୍ଟା କଵିଚନ୍ଦ୍ର ଉପାଧି ଲାଭକରିଛନ୍...
-
ବିଶେଷ୍ୟ, ବିଶେଷଣ ଓ ସର୍ବନାମ ଶବ୍ଦ ମାନଙ୍କ ପରେ ବିଶେଷ ବିଶେଷ ଅର୍ଥରେ ଯେଉଁ ପ୍ରତ୍ୟୟମାନ ଯୋଗକରାଯାଇ ନୂତନ ଶବ୍ଦ ଗଠିତ ହୁଏ ସେଭଳି ବ୍ୟାକରଣଗତ ନିୟମକୁ ତଦ୍ଧିତ କୁ...
No comments:
Post a Comment