ଗାଆଁ ପାଖ ଜଙ୍ଗଲରେ ଚରୁଥିବା ଗୋଟେ
ଗଧ ଫେରିଲା ସମୟେ ବାଟ ବଣା ହେଇଗଲା । ରାତି ହେଇଯାଇଥାଏ । ଏବେ କିସ କରିବ ତା ମୁଣ୍ଡକୁ କିଛି ବୁଦ୍ଧି ବାଟ ଦିଶୁନଥାଏ ଏଣେ ରାତ୍ରକାଳ ଆଖିକୁ ଵି ଭଲ ଦିଶୁନି ।
ବାଟରେ ଯାଉ ଯାଉ ସେ ଗୋଟାଏ ପେଚାକୁ ଭେଟିଲା ।
ପେଚା ତା ସମସ୍ୟା ଶୁଣିଲା ପରେ କହିଲା-
“ବନ୍ଧୁ ମୁଁ ତୁମକୁ ମାର୍ଗଦର୍ଶନ ଦେବି ତୁମେ ସେହି ପରି କରିବ !!!”
ପେଚା ତା କଥାରେ ହଁ ଭରିଲା.....
ତହିଁ ପରେ
ପେଚା ଟା ଗଧ ମୁଣ୍ଡ ଉପରେ ବସି ପଡ଼ିଲା
ଆଉ ଗଧକୁ ବାଟ ବତେଇବାକୁ ଲାଗିଲା ।
ଗଧ ଵି ପେଚା କହିବା ଅନୁସାରେ ଚାଲୁଥାଏ.....
ଏମିତି ଚାଲୁ ଚାଲୁ ସକାଳ ହେଇଗଲା....
ପେଚାକୁ ଆଉ ବାଟଘାଟ ଭଲ ଦିଶିଲାନି ଏଣେ ନିଦ ଵି ଲାଗୁଥାଏ ....
ପେଚା ଟା ନିଦରେ ଢୁଳେଇବାକୁ ଲାଗିଲା....
ଗଧ ତଥାପି ସେଇମିତି ନିଜ ନାକ ସିଧାରେ ବାଟ ଚାଲୁଥାଏ ।
ଯାଉ ଯାଉ ଗଧଟା ଗୋଟେ ବଡ଼ ଗାଡ଼ରେ ପଡିଗଲା ....ଆଉ ପେଚା....?
ସେ ତ ଘିଡିପିଡି଼ ହେଇ କି ଉଠିପଡି଼ଲା
ଫୁର୍ କିରି ଉଡି଼ଗଲା.....
😂😂😂😂
My Blog List
Sunday, June 17, 2018
......ବାଟବଣା....
Subscribe to:
Post Comments (Atom)
No comments:
Post a Comment