Saturday, June 2, 2018

ଲାଲ୍ ଗାର

ଦୁଇଟି ରାଜନୈତିକ ଦଳ;ଉଭୟର ଲକ୍ଷ୍ୟ–ଲୋକକଲ୍ୟାଣ । ତୀବ୍ର ପ୍ରତିଯୋଗିତା ସେଥିଲାଗି ।
ଲୋକଟିର ଛାତିରେ ବାଜିଚି ଛୁରୀ । ଗୋଟିଏ ରାଜନୈତିକ ଦଳ ଡାକ୍ତରଖାନାରେ ପହଞ୍ଚି ଡାକ୍ତର ଙ୍କୁ ଅନୁରୋଧ କଲା–ଶିଘ୍ର ଚିକିତ୍ସା କର ।

ଡାକ୍ତର ବ୍ୟାଣ୍ଡେଜ୍ ବାନ୍ଧିବା ବେଳେ ଆର ଦଳଟି ପହଞ୍ଚି ଯାଇ ଗର୍ଜନକଲା – ଚିକିତ୍ସା ବନ୍ଦ କର । ତାକୁ ଛୁଇଁଲେ ତୁମ ବେକ କାଟିନେବୁ ।

ତାପରେ ଦି ଦଳର ପିଟାପିଟି । ମୂର୍ମୂଷୁର ରକ୍ତଧାର ଝରି ସେତେବେଳେ ଲାଲ୍ ଧାରରେ କାଟିକାଟି ଗଲା,ଯାହା କିଛି ଲୋକକଲ୍ୟାଣ ହୋଇଥିଲା ।

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...