Saturday, June 2, 2018

ଲାଲ୍ ଗାର

ଦୁଇଟି ରାଜନୈତିକ ଦଳ;ଉଭୟର ଲକ୍ଷ୍ୟ–ଲୋକକଲ୍ୟାଣ । ତୀବ୍ର ପ୍ରତିଯୋଗିତା ସେଥିଲାଗି ।
ଲୋକଟିର ଛାତିରେ ବାଜିଚି ଛୁରୀ । ଗୋଟିଏ ରାଜନୈତିକ ଦଳ ଡାକ୍ତରଖାନାରେ ପହଞ୍ଚି ଡାକ୍ତର ଙ୍କୁ ଅନୁରୋଧ କଲା–ଶିଘ୍ର ଚିକିତ୍ସା କର ।

ଡାକ୍ତର ବ୍ୟାଣ୍ଡେଜ୍ ବାନ୍ଧିବା ବେଳେ ଆର ଦଳଟି ପହଞ୍ଚି ଯାଇ ଗର୍ଜନକଲା – ଚିକିତ୍ସା ବନ୍ଦ କର । ତାକୁ ଛୁଇଁଲେ ତୁମ ବେକ କାଟିନେବୁ ।

ତାପରେ ଦି ଦଳର ପିଟାପିଟି । ମୂର୍ମୂଷୁର ରକ୍ତଧାର ଝରି ସେତେବେଳେ ଲାଲ୍ ଧାରରେ କାଟିକାଟି ଗଲା,ଯାହା କିଛି ଲୋକକଲ୍ୟାଣ ହୋଇଥିଲା ।

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...