କୋରାପୁଟ ଅଞ୍ଚଳରେ ଗଦବା ଏକ ଲୋକଭାଷା । ଏ ଭାଷା ଟି ନିଜର ମୌଳିକ ଶବ୍ଦ ଯୋଗୁଁ ଜଣାଶୁଣା । ଗଦଵା ଭାଷୀ ଲୋକ ଓଡ଼ିଆ ଲୋକଙ୍କ ସହ ବହୁଵର୍ଷ ଧରି ଏକତ୍ର ସହାଵସ୍ଥାନ ଯୋଗୁଁ ଉଭୟର ଭାଷା ଦ୍ଵାରା ପ୍ରଭାବିତ ହୋଇଅଛନ୍ତି । ଚାଲନ୍ତୁ ଏଠାରେ ସେଇଭଳି କିଛି ଶବ୍ଦ ଵିଷୟରେ ଚର୍ଚ୍ଚା କରିବା ।
★ହଁ→ହଇ
★ସ୍ତନ→ମାମା(ଦକ୍ଷିଣ ଓଡ଼ିଶାରେ ଏ ଶବ୍ଦ କଥିତ ଭାଷାରେ ଚଳେ)
★ଥୋଡି଼→ଥୋଡି଼(ଚିବୁକ)
★ପତା(ଆଖିପତା)→ପଟା(‛ଆଖି’ପତା-‛ମ’ପଟା)
★ନିଶ→ମେଶ୍ (ନ ଵର୍ଣ୍ଣ ର ମ ରେ ପରିଵର୍ତ୍ତନ ?)
★ଭୁଜ(ହାତ)→ବୁଜା
★ଆଙ୍ଗୁଠି→ଆଂଠି
★ଭାଇ,ବୁଆ(ପ.ଓ)→ବୁୟାଁ(ବୁଆ ଶବ୍ଦ ପଶ୍ଚିମାଞ୍ଚଳରେ କେଉଁଠି କେଉଁଠି ଭାଇ ଅର୍ଥ ରେ ମଧ୍ଯ ଵ୍ୟଵହୃତ ହୋଇଥାଏ)
★କାନ୍ଥ→କନ୍ଥି
★ପିଣ୍ଡା→ପିଣ୍ଡା
★କଵାଟ→କାପାଟ୍
★ବାଲି→ଵିତିଲ୍
★କୂଅ→କୂଇ
★ଟୋକେଇ→ତାକେଲ୍(ଟ ଵର୍ଣ୍ଣ ର ତ ରେ ପରିଵର୍ତ୍ତନ ?)
★ଖଟ→ଖଟ
★ଗଦା(ପାଳଗଦା)→ଗାତି(ଉଲଂଗାତି)
★ଧାନ→କେରଂ(କେରଂ ଶବ୍ଦ ଓଡ଼ିଆ କେରା ଶବ୍ଦ ସହ ସାମଜସ୍ୟତା ରଖେ ଆମେ ଧାନକେରା କହିଥାନ୍ତି)
★ରସ→ଲାସା(ର ଵର୍ଣ୍ଣ ର ଲ ରେ ପରିଵର୍ତ୍ତନ; ଆମ୍ଵ ଫଳରୁ ବାହୁଥିବା ଵିଷାକ୍ତ ରସକୁ ଓଡ଼ିଆ ଭାଷାରେ ଲସି କୁହାଯାଏ-ସମ୍ଭଵତଃ ଲାସା ସହ ଲସି ଶବ୍ଦ ର ମଧ୍ଯ ସଂପର୍କ ଥାଇପାରେ;ଗଦଵାରେ ପୂଜକୁ ଲୁସୁ କୁହାଯାଏ)
★ଥଣ୍ଟ→ଥୁମ(ଏ ଶବ୍ଦ ସହ ଓଡ଼ିଆ ଭାଷାର ଶବ୍ଦ ଥୁମ(ଉ.ଓ),ଥୋମଣି(ମୁହଁ, ଓଷ୍ଠ)ର ସାମଜସ୍ୟ ରହିଛି)
ଏତଦ୍ବ୍ୟତୀତ ଗଦଵା ଭାଷାରେ ଶହ ଶହ ଓଡ଼ିଆ ଶବ୍ଦ ପ୍ରଚଳିତ ଅଛି । ଏଠାରେ ତହିଁ ର ସୂଚୀ ଦେବା ଅନାଵଶ୍ୟକ ମନେ ହୁଏ ।
No comments:
Post a Comment