Wednesday, June 13, 2018

ପାଣ୍ଡୋଇ ଭାଷା ପ୍ରୀତି

ମାନୁଛୁ ପାଣ୍ଡୋଇଭାଷା ପ୍ରୀତି
ରହିବା କଥା ।
ନହେଲେ ହୋଇବ ଵିଦେଶରେ 
ମୁଣ୍ଡବଥା ।।
କିନ୍ତୁ କଥା ହୁଅ କିମ୍ପା ସେ ଭାଷାରେ
ସ୍ଵଗୃହେ ।
ତୁମ୍ଭ ଭାଷା କି ନୁହଁଇ କି ତତ୍ ସମ
ଯୋଗ୍ୟରେ ।।
ପାଣ୍ଡୋଇ ପିନ୍ଧିଣ କେ ସିନା ବୁଲଇ
ପଦାରେ ।
କେ ଅଛି ଦେଖା ଯେ ପିନ୍ଧି ତା
ବୁଲଇ ଘରେ ?
ମାତୃଭାଷା ଆଗ ବାକି ଯେତେ
ଆନ ଭାଷା
ଏହି ଭାଷାପ୍ରୀତି ବଳେ କର ସମୃଦ୍ଧ
ସ୍ଵ-ଭାଷା !!

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...