Friday, June 1, 2018

●●●●ଆତ୍ମଵଳ●●●●

ଚିର ଆର୍ତ୍ତନାଦ ଵେଦନା ଵିନାଶି

କଣ୍ଠେ ଦିଅ ମୋର ଗୀତ,

ଶୁଣୁ ଚରାଚର ମୋ ଵଂଶୀ ଝଙ୍କାର

କରୁ ତା ନିଖିଳ ନନ୍ଦିତ ।

ମାୟାଜାଲ ବୁଣା ଶେଷ ହେଉ ମୋର

ଗୁନ୍ଥି ବସେ ଫୁଲ ମାଳି,

ଚିର ଅଶ୍ରୁ ରାଶି ଶୁଷ୍କ ହେଉ ମୋ’

ହର୍ଷ ଧାରା ଦିଏଁ ଢାଳି ।

ଦୀର୍ଘ ଅଳସ ଦିଵସ ଯାମିନୀ

ପୂରିଉଠୁ କର୍ମ କୋଳାହଳେ,

ଶକ୍ତି ପ୍ରାଥନା ଲଭୁ ପ୍ରତିଷ୍ଠା

ନିର୍ଭର ପୂର୍ଣ୍ଣ ଆତ୍ମଵଳେ ।

©ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ

No comments:

Post a Comment

ମଣିଷମାନଙ୍କ ଭାଗ୍ଯ ଉପରେ ନକ୍ଷତ୍ରଗୁଡ଼ିକର ପ୍ରଭାଵ ପଡ଼େ କି ?

ରାତିର ଆକାଶରେ ଝଲସି ଉଠୁଥିଵା ତାରାଗୁଡ଼ିକ ସଦା ସର୍ଵଦା ମାନଵ ମନକୁ ଆକର୍ଷିତ କରିଆସିଛନ୍ତି। ଅନେକ ମଣିଷ ଵିଶେଷତଃ ବାଳକ ବାଳିକାମାନେ ରାତି ଆକାଶକୁ ଦେଖିଲେ ତାରା ଗଣି...