My Blog List

Monday, January 16, 2023

ଚୋର ପୋଲିସ


ଜଣେ ବାବୁଙ୍କ ଘରକୁ ରାତି ତିନିଟାରେ ଚୋରୀ କରିଵାକୁ ଦଳେ ଚୋର ଆସିଲେ । 

ବାବୁଜଣକ ସେତେବେଳକୁ ପାଣି ପିଇଵାକୁ ଉଠିଛନ୍ତି ଏତିକିବେଳେ ଚୋରଙ୍କୁ ଦେଖି ତାଙ୍କର ପିଳେହିପାଣି !!! ଭୟରେ କ'ଣ କରିବେ କିଛି ବୁଝିନପାରି ପାଖରେ ଥିଵା ବନ୍ଧୁକକୁ ହାତରେ ଧରି ପକେଇଲେ

ଚୋରମାନେ ଘରେ ପଶିଲା ବେଳକୁ ବାବୁଙ୍କ ହାତରେ ବନ୍ଧୁକ ଦେଖି ଯିଏ ଯୁଆଡ଼େ ପାଇଲେ ଭୟରେ ପଳାଇଗଲେ । 

କିଛି ସମୟ ପରେ ସେହି ବାବୁଙ୍କ ଘରକୁ ଫୋନ୍ ଆସିଲା । ବାବୁ ଫୋନ୍ ଉଠାଇଵାରୁ ସେପଟରୁ ପୋଲିସ ଜଣେ କହିଲେ ତୁମ ନାଆଁରେ ଫେରାଦ ମିଳିଛି ଯେ ତୁମେ କୁଆଡେ଼ ନିଜ ଘରେ ଗୋଟିଏ ବନ୍ଧୁକ ରଖିଛ ! ସେ ବନ୍ଧୁକ ପଞ୍ଜିକୃତ ତ ? 

ବାବୁ ଜଣକ ଏପଟରୁ କହିଲେ ନାଇଁ ଆଜ୍ଞା ତାହା ତ ଖେଳଣା ବନ୍ଧୁକଟାଏ ! ଚୋର ଆସିଵାରୁ ଆଉ କିଛି ଉପାୟ ନପାଇ ତାକୁ ଧରି ପକାଇଥିଲି !!!

ଏହା ପରେ ସେପଟରୁ ଫୋନ କଟିଗଲା ଏଵଂ କିଛି ସମୟ ପରେ ବାବୁଙ୍କ ଘରକୁ ପୁଣି ଚୋର ଆସିଗଲେ 😀

No comments:

Post a Comment