My Blog List

Sunday, November 12, 2017

ଭୁଜ ଓ ଭୁଜା

ଉଇକିପିଡ଼ିଆ ରେ ଦେଖିଲି ମୁଢି଼ ଶବ୍ଦ ପାଇଁ ସଂସ୍କୃତ ଶବ୍ଦ ଯୋଡା଼ ଯାଇଛି भ्रष्टतण्डुलः ....
ଭ୍ରଷ୍ଟର ଅର୍ଥ ଖୋଜୁ ଖୋଜୁ
କେତୋଟି ଅର୍ଥ ମିଳିଲା
1.ଅଧଃପତିତ;ଚ୍ୟୁତ
2.ସ୍ଥାନଚ୍ୟୁତ
3.ଭଣ୍ଡୋର;ନଷ୍ଟ
4.ଅଧାର୍ମିକ;ଅସତ୍*
5.ଦୂଷିତ, ଦୋଷଯୁକ୍ତ *
6.ଦୂରାଚାର
7.ଲଂଘିତ
ବୋଧହୁଏ ଚତୁର୍ଥ ଓ ପଞ୍ଚମ ଅର୍ଥରେ
ମୁଢି଼ କୂ ଭ୍ରଷ୍ଟତଣ୍ଡୁଳ କୁହାଯାଇଥିବ
କିନ୍ତୁ ଭ୍ରଷ୍ଟ ପରି ଆଉ ଏକ ଶବ୍ଦ ମଧ୍ୟ ଅଛି
ଭୃଷ୍ଟ ଏହାର ଅର୍ଥ ଭର୍ଜିତ/ଭଜା ହୋଇଥିବା ।
ଚାଉଳକୁ  ଭଜାଯାଇ ମୁଢି଼ ହୋଇଥାଏ ।

ଆମଭାଷାରେ ମୁଢି଼ କୁ ଭୁଜା ମଧ୍ୟ କୁହାଯାଏ ।
ଢେଙ୍କାନାଳ ଅଞ୍ଚଳରେ ଏଇ ଭୁଜା ଶବ୍ଦଟି
ମୁଢି଼ ଆପେକ୍ଷା ବେଶି ଚଳେ ।

ଭୁଜା ଶବ୍ଦକୁ ଦେଖିଲେ କେହି କେହି
ପଣ୍ଡିତ ଭାବନ୍ତି ଏହି ଶବ୍ଦଟି ବୋଧହୁଏ
ଜୁଜ୍ ଧାତୁ ରୁ ଆସିଥିବ
ତେବେ ଏମିତି ବି ହୋଇପାରେ ଯେ
ଭୁଜ ବା ଧାନ କୁ ଭାଜି puffed rice
ହେଉଥିବାରୁ ସ୍ଥାନୀୟ ଲୋକେ ଏହାକୁ
ଭୁଜା କହିଥିବେ !
ଭୁଜା ଶବ୍ଦଟି ପ୍ରାଚୀନ କାଳରେ
ଏତେ ଲୋକପ୍ରିୟ ହୋଇଥିଲା ଯେ ଆଜି ବି ସିଂହଭୂମି ଓ ଝାଡ଼ଖଣ୍ଡ ରେ ଚଳୁଅଛି ବସ୍ତର ଆଦି ଅଞ୍ଚଳରେ ମଧ୍ୟ ଭୁଜା ଶବ୍ଦ ଚଳୁଅଛି ।

ମୁଢି଼ ବା ଭୁଜା ଖାଇଲେ ଭୋକ ମରିଯାଏ
ପୁଣି କେତେ ସମୟ ପରେ ଭୋକ ଲାଗେ
ବୋଲି ଓଡ଼ିଆ ଭାଷାରେ ଢଗଟିଏ ଅଛି

“ଭୁଜା ବୋଲ , ପିଠା ବୋଲ, ଭାତ ତଳ,
ଭାଇ ବୋଲ, ଭାଇ ଵୋଲ, ବାପ ବୋଲ, କାଚ ତଳ ।।”

ଏ କଥା ଆଜି ଅଧିକାଂଶ ଐତିହାସିକ ମାନନ୍ତି ଯେ ଧାନକୁ ବିଭିନ୍ନ ପ୍ରକ୍ରିୟା ଦ୍ବାରା ଭାତ କରି ଖାଉଥିବା ଯୋଗୁଁ ପୂର୍ବ ଭାରତୀୟ ମାନଙ୍କୁ
ଉଡ୍ର କୁହାଗଲା ଓ ପରବର୍ତ୍ତୀ କାଳରେ ତାହା ଓଡ଼ିଆ ହୋଇଛି ।
ଏ ପୂର୍ବ ଭାରତ ଧାନର ଆଦି ଚାଷଭୂମି ।
ଏଇଠୁ ଧାନର ଜନ୍ମ ହେଉ କି ନ ହେଉ
ବୋଧହୁଏ ଏହି ଅଞ୍ଚଳରେ ହିଁ ପ୍ରଥମେ ଧାନ ଚାଷ ହୋଇଥିଲା ଆଉ ତାହା ଖିଆଯାଉଥିଲା ।

ସେଇ କଥାକୁ ଜଣେଇଦେବାକୁ
ଓଡ଼ିଆ ଭାଷାର ଗୋଟିଏ ଶବ୍ଦ ଅଛି
ଭୁଜ.......
ଆଜି ବି ଆମ ରାଜ୍ୟର ମଫସଲ ଅଞ୍ଚଳରେ
ଧାନକୁ ଭୁଜ କୁହାଯାଏ ।
ଭାରତର ଅନ୍ୟ ଅଞ୍ଚଳରେ ଧାନକୁ ଭୁଜ କୁହାଯିବା ବିରଳ
କିନ୍ତୁ ଓଡି଼ଶାର ଗ୍ରାମାଞ୍ଚଳରେ ଆଜି ବି ପ୍ରଚଳିତ ଅଛି ।
ବହୁତ ସମ୍ଭବ ଆମ ପୂର୍ବଜମାନେ ପ୍ରଥମେ
ଧାନଗଛ ଲଗାଇ ଚାଷ କରିବା ଆରମ୍ଭ କରିଥିବେ ଆଉ ସେ ସମୟର ଭାରତ ତାଙ୍କର ଅନୁକରଣରେ ଧାନଚାଷ କରିବା ଶିଖିଥିବ ।

ଭୁଜକୁ ଖିଆଯାଉଥିଲା ବୋଲି
ଏହି ଶବ୍ଦକୁ ମୂଳ ଧାତୁଶବ୍ଦ ହେଲା ~ଭୁଜ୍ ଧାତୁ
ଓ ସଂସ୍କୃତରେ ଅନେକ ଶବ୍ଦ ସୃଷ୍ଟି କରାଗଲା ....
ଭୁଜ୍ ଧାତୁ ର ଦୁଇଟି ଅର୍ଥ
ଖାଇବା, ଭୋଗ କରିବା
ଏ ଧାତୁ ଶବ୍ଦରୁ
ଗୋଟିଏ ପଟେ ଭୋଜନ ଶବ୍ଦ
ହେଲା
ଅନ୍ୟ ପଟେ ଭୋଗ ଭଳି ଶବ୍ଦ ସୃଷ୍ଟି ହେଲା ।

Saturday, November 11, 2017

●●●●●ଦେଵାନ ହରିବଂଶ ରାୟଙ୍କ ଚତୁରତା●●●●●


ଓଡ଼ିଶାର ପଶ୍ଚିମ ଭାଗର ଅଧିକାଂଶ ଅଞ୍ଚଳ ସେତେବେଳେ ମରାଠୀଶାସକଙ୍କ 
ହସ୍ତରେ ପରାଧୀନ ଥାଏ ।
ସେ ସମସ୍ତ ଅଞ୍ଚଳର ଏକାଧିକବାର 
ତତ୍କାଳୀନ ନାଗପୁର ବର୍ଗୀରାଜା
ରଘୁଜୀ ଭୋଁସଲେଙ୍କ ଅଧୀନରେ ଥିଲା ।
ଶୁଣାଅଛି ଯେ ଯେଉଁ ପ୍ରାର୍ଥୀ ଭୋଁସଲେଙ୍କୁ 
ବେଶି ଟଙ୍କା ଭେଟି ଦେଉଥିଲା  ସେ ତାକୁ ଦେଵାନ ପଦରେ ମୁକ଼ରର କରୁଥିଲେ ! 
ନୂଆ ବ୍ୟକ୍ତି ଦେଵାନୀ ପଦ ପାଇ 
ଓଡ଼ିଶାରେ ଆସି ପହଞ୍ଚିବାର 
ମାସେ ଦୁଇ ମାସ ପରେ ଆଉଜଣେ ପ୍ରାର୍ଥୀ 
ଭେଟି ନେଇ ପହୁଞ୍ଚିଲେ ନୂତନ ଲୋକକୁ 
ଦେଵାନୀ ସନନ୍ଦ ମିଳୁଥିଲା ।
ହରିବଂଶ ରାୟ ନାମକ ଜନୈକ ବ୍ୟକ୍ତି ନାଗପୁର ଗଲେ । ସେ ରଘୁଜୀ ଭୋଁସଲେଙ୍କୁ ଯାଇ ଭେଟିଲେ ଏବଂ ତାଙ୍କୁ ଭେଟି ଦେଇ ଓଡ଼ିଶାର 
ଦେଵାନୀ ପଦ ଲାଭ କଲେ ।
ହରିବଂଶ ରାୟ ଦେଵାନ ହୋଇ ନାଗପୁରରୁ 
ଫେରୁଥିଲା ବେଳେ ରଘୁଜୀ ଭୋଁସଲେ ତାଙ୍କୁ 
ଗୋଟିଏ ଭଲ ଘୋଡା଼ ଉପହାର ସ୍ଵରୂପ ପ୍ରଦାନ କଲେ ।
ହରିବଂଶ ରାୟ କ’ଣ କଲେ ନା 
ସେ ଘୋଡା଼ରେ ଲାଙ୍ଗୁଡ଼ ଆଡ଼କୁ ମୁହଁ କରି ଚଢି଼ଲେ ।
ରାଜାକର୍ମଚାରୀ ମାନେ ଏଭଳି ଅଭାବନୀୟ ଘଟଣା ଘଟିବା ଦେଖି 
ସେ ସମସ୍ତ ବୃତ୍ତାନ୍ତ ରଘୁଜୀ ଭୋଁସଲେଙ୍କୁ 
ଯାଇ ତତ୍କ୍ଷଣ ଜଣାଇଲେ ।
ରଘୁଜୀ ଭୋଁସଲେ ଆସି 
ଏମନ୍ତ ବେଭାରର କାରଣ ଜିଜ୍ଞାସା କରନ୍ତେ 
ହରିବଂଶ ରାୟ କହିଲେ 
“ଘୋଡା଼ର ପଛ ଆଡ଼କୁ ମୁହଁ କରି ବସିବାର 
ତାତ୍ପର୍ଯ୍ୟ ଏହି ଯେ, ମୋ ପଛେ ପଛେ 
ଆପଣ ଯେଉଁ ବ୍ୟକ୍ତିଙ୍କୁ ଦେଵାନ କରି ପଠେଇବେ ମୁଁ ତାକୁ ଦେଖି ପାରିବି”
କୁହାଯାଏ, ରଘୁଜୀ ଭୋଁସଲେ ଏଥିରେ ମୁଗ୍ଧ ହୋଇ ଦେଵାନ ହରିବଂଶ ରାୟଙ୍କୁ କେତେକ ବର୍ଷ ନିମନ୍ତେ ଓଡ଼ିଶାର ସ୍ଥାୟୀ ସନନ୍ଦ ଦେଇଥିଲେ ।

Friday, November 10, 2017

●●●ଇଏସ୍ ସାର୍ ●●●

ଜଣେ ଭଲ ଲେଖକ ଥିଲେ ।
ସେ ରାଜଧାନୀ ଗଲେ । ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଭେଟ ହୋଇଗଲା । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ପୂର୍ବରୁ
ଭଲ ପରିଚୟ ଥିଲା । ମୁଖ୍ୟମନ୍ତ୍ରୀ ତାଙ୍କୁ
କହିଲେ
“ ଆଉ ସବୁ ଭଲ ତ ! କିଛି ଅସୁବିଧା ଥିଲେ କୁହନ୍ତୁ ସମାଧାନ କରିଦେବି ଯେ”

ଲେଖକ କହିଦେଲେ
“ମୋ କଷ୍ଟ ବହୁତ ମାମୁଲି ! ନବଗୃହ ନିର୍ମାଣ ର କଷ୍ଟ ! ଭଲ ଘରଟିଏ ମିଳିଯାନ୍ତା ଯଦି ଭଲରେ କିଛି ଲେଖାଲୁଖି ହୋଇପାରନ୍ତା ।

ମୁଖ୍ୟମନ୍ତ୍ରୀ କହିଲେ
ମୁଁ ଚିଫ୍ ସେକ୍ରେଟାରୀ ଙ୍କୁ ଜଣେଇ ଦେଉଛି
ଆପଣଙ୍କ ଘର ଏଲାଟ୍ ହୋଇଯିବ ।

ମୁଖ୍ୟମନ୍ତ୍ରୀ ଚିଫ୍ ସେକ୍ରେଟାରୀଙ୍କ କହିଦେଲେ
ଅମୁକ ଲେଖକଙ୍କ ଘର ଏଲାଟ୍ କରିଦିଅ ।
ଚିଫ୍ ସେକ୍ରେଟାରୀ କହିଲେ
“ଇଏସ୍ ସାର୍”....!

ଚିଫ୍ ସେକ୍ରେଟାରୀ ତାପରେ କମିଶନରଙ୍କୁ
କହିଦେଲେ ।
କମିଶନର କହିଲେ “ଇଏସ୍ ସାର୍” !

କମିଶନର ଜଣକ କଲେକ୍ଟର ଙ୍କୁ କହିଲେ

ଅମୁକେଇ ଲେଖକ ମୁଖ୍ୟ ମନ୍ତ୍ରୀ ଙ୍କର ଖାସ୍ ଲୋକ ତା’ ଘର ଏଲାଟ୍ କରିଦିଅ ।

କଲେକ୍ଟର କହିଲା “ଇଏସ୍ ସାର୍” !

କଲେକ୍ଟର ଆଉ ଜଣେ ରେଣ୍ଟ କଣ୍ଟ୍ରାକ୍ଟର କୁ କହିଦେଲା
ସେ କହିଲା “ଇଏସ୍ ସାର୍” !

ରେଣ୍ଟ କଣ୍ଟ୍ରାକ୍ଟର ଜନୈକ ରେଣ୍ଟ ଇସ୍ପେକ୍ଟରକୁ
କହିଲା ସେ ବି କହିଦେଲା “ଇଏସ୍ ସାର୍” !

ସବୁ ଆଦେଶର ପାଳନ ଏଇଭଳି ହେଲା ।
ପ୍ରଶାସନ ଗୋଟାପଣେ ଘର ଦେବା କାମରେ ଲାଗିଗଲା ....

ଦେଢ ଦୁଇବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀଙ୍କ ସହ ଲେଖକଙ୍କର ଭେଟ ହେଲା ।
ମୁଖ୍ୟମନ୍ତ୍ରୀଙ୍କର ମନେପଡିଲା
ୟାଙ୍କର କିଛି କାମ ହେବାର ଥିଲା ....
“ ହଁ ହଁ !!! ଘର ଏଲାଟ୍ ହେବାର ଥିଲା”

ସେ ପଚାରିଲେ
“କୁହନ୍ତୁ, ଏବେ ତ ଘର ଏଲାଟ୍ ହୋଇଯାଇଥିବ ଆପଣଙ୍କର ?”

ଲେଖକ କହିଲେ- ମିଳିନାହିଁ !!!!!

ମୁଖ୍ୟମନ୍ତ୍ରୀ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ କହିଲେ -

“ଇଏ କି କଥା ! ମୁଁ ତ ତା ପର ଦିନ କହିଦେଇଥିଲି” !

ଲେଖକ ଜଣକ କହିଲେ-
“ହଁ ଆଜ୍ଞା !
ଖାଲି ଉପରୁ ତଳୁ “ଇଏସ୍ ସାର୍” ହୋଇଗଲା !”

(ହିନ୍ଦୀ ର ସୁପ୍ରଶିଦ୍ଧ ସାହିତ୍ୟିକ ଶ୍ରୀ ହରିଶଙ୍କର ପରସାଇଙ୍କର ଏକ ବ୍ୟଙ୍ଗ ଲଘୁକଥା यस सर् ର ଓଡ଼ିଆ ଅନୁବାଦ)

●ଆୟୁର୍ବେଦ ରେ ଉଲ୍ଲେଖଥିବା ‛ଅ’ ଆଦ୍ୟ ଯୁକ୍ତ ପାଦପ●

ଅହିପର୍ଯ୍ୟପୀ(अहिपर्ण्यपि)- Uraria picta
ଅସୁରୀ(असुरी) - Brassica juncea
ଅସ୍ଫୋଟ(अस्फॊटः) - Calotropis
ଅସନ(असनः) - Pterocarpus
ଅସୃଗ(असृग् )- Anisomeles
ଅଷ୍କର(अष्करः) - Semecarpus
ଅଶୋକ(अशॊका)- Picrorhiza kurroa
ଅଶ୍ଵମାରକ(अश्वमारकः) - Nerium
ଅଶ୍ଵତ୍ଥ(अश्वत्थः) - Ficus religiosa
ଅଶ୍ଵଗନ୍ଧା(अश्वगन्धा) - Withania
ଅଶ୍ଵକର୍ଣ୍ଣକ(अश्वकर्णकः) - Shorea
ଅଶ୍ମନ୍ତକ(अश्मन्तकः)- Bauhinia
ଅଶୁମତିଫଳ(अशुमतीफला)-Musa paradisiaca
ଅଶୁମତୀ(अशुमती) -Desmodium gangeticum
ଅଶ୍ମଘ୍ନ(अश्मघ्नः)- Aerva lanata
ଅଵିପ୍ରିୟ(अविप्रियः)- Echinochloa crus-galli
ଅଵଲ୍ଗୁଜ(अवल्गुजः)- Psoralea corylifolia
ଅବ୍ୟତ୍ଥ(अव्यथा) - Hibiscus mutabilis
ଅଲିବଲ୍ଲଭା(अलिवल्लभा)-Stereospermum suaveolens
ଅଳମ୍ବୁଷା(अलंबुषा)- Biophytum sensitivum
ଅଳ୍ପମାରିଷ(अल्पमारिष:) - Amaranthus
spinosus
ଅରିଷ୍ଟ(अरिष्टः) - Allium sativum
ଅରିମର୍ଦ୍ଦ(अरिमर्दः) - Cassia occidentalis
ଅରୁଷ୍କ(अरुष्कः )- Semecarpus anacardium
ଅରଳୁ(अरलुः) - Oroxylum indicum
ଅଦ୍ରିକା(अर्द्रिका) - Zingiber
officinale
ଅର୍ଥସାଧକ(अर्थसाधकः) - Putranjiva
roxburghii
ଅରୁଣା(अरुणा) - Aconitum
heterophyllum
ଅରୁଣହଳଦୀ(अरण्यहलदी) -
Curcuma aromatica
ଅର୍ଜୁନନାମାକ୍ଷ୍ୟ(अर्जुननामाख्यः) - Terminalia
arjuna
ଅର୍କପର୍ଣ୍ଣ(अर्कपर्णः) - Calotropis
procera
ଅର୍କନାମା(अर्कनामा)- Calotropis
procera
ଅମୋଘା(अमॊघा) - Embelia ribes
ଅମିତଦ୍ରୁମ(अमितद्रुमः) - Cinnamomum
tamala
ଅମ୍ଳୀ(अम्ली) -
Tamarindus indica
ଅମ୍ଳିକା(अम्लिका)- Tamarindus
indica
ଅମ୍ଳା(अम्ला)- Tamarindus indica
(ଅମ୍ଳବେତସଃ)अम्लवॆतसः - Rheum emodi
ଅମ୍ଳବୃକ୍ଷମ୍(अम्लवृक्षकम्) - Garcinia
indica
ଅମ୍ଳଲୋଣିକା(अम्ललॊणिका) - Oxalis
corniculata
ଅମଲକୀ(अमलकी) - Emblica
officinalis
ଅମରଵଲ୍ଲରୀ(अमरवल्लरी) -
Cassytha filiformis
ଅମ୍ରଗନ୍ଧା(अम्रगन्धा) - Curcuma
amada
ଅମ୍ବୁସାରା(अम्बुसारा) - Musa
paradisiaca
ଅମ୍ବଷ୍ଠା(अम्बष्ठा) - Cissampelos
pareira
ଅମ୍ବଷ୍ଠକୀ(अम्बष्ठकी) -
Cissampelos pareira
ଅମ୍ବୁଜଃ(अम्बुजः) - Barringtonia
acutangula
ଅମୃତା(अमृता) - Terminalia
chebula
ଅମୃତଵଲ୍ଲରୀ(अमृतवल्लरी) -
Basella rubra
ଅମୃତଫଳ(अमृतफलः) - Trichosanthes
dioica
ଅମୃତଫଳ(अमृतफलं) - Emblica
officinalis
ଅମୃଣାଳମ୍(अमृणालम्)- Vetiveria
zizanioides
ଅଭୟା(अभया) - Terminalia
chebula
ଅପାମାର୍ଗ(अपामार्गः) - Achyranthes
aspera
ଅପରାଜିତା(अपराजिता) - Clitoria ternatea
ଅପେତରାକ୍ଷାସୀ(अपॆतराक्षसी)-
Ocimum sanctum
ଅନାର୍ଯ୍ୟତିକ୍ତ(अनार्यतिक्तः)- Swertia
chirata
ଅନାର୍ଯ୍ୟକମ୍(अनार्यकम्)- Aquilaria
agallocha
ଅନଳ(अनल) - Plumbago
zeylanica
ଅନନ୍ତା(अनन्ता)- Cynodon
dactylon
ଅନ୍ଧଶଲ୍ୟ(अधःशल्यः) - Achyranthes
aspera
ଅତିସୌରଭ(अतिसौरभः)- Mangifera
indica
ଅତିବିଷା(अतिविषा)- Aconitum
heterophyllum
ଅତିଲମ୍ବୀ(अतिलम्बी)-
Anethum sowa
ଅତିରୁହା(अतिरुहा)- Soymida
febrifuga
ଅତିବୃହତ୍ଫଳ(अतिबृहत्फलः)- Artocarpus
integrifolius
ଅତିବଳା(अतिबला) - Abutilon
indicum
ଅତିଚରା(अतिचरा) - Hibiscus
mutabilis
ଅତସୀ(अतसी) - Linum
usitatissimum
ଅଟରୁଷକ(अटरूषकः)- Adhatoda
vasica
ଅଟରୁଷ(अटरूषः) - Adhatoda vasica
ଅଜାଜୀ(अजाजी)-Cuminum cyminum
ଅଜଶୃଙ୍ଗିକା(अजश्रृङ्गिका)- Gymnema sylvestre
ଅଜମୋଦା(अजमॊदा)- Apium graveolens
ଅଜଡା଼(अजडा)- Mucuna pruriens
ଅଜଟା(अजटा)- Phyllanthus niruri
ଅଜଗନ୍ଧିକା(अजगन्धिका)- Ocimum
basilicum
ଅଜକର୍ଣ୍ଣ(अजकर्णः)- Vateria indica
ଅଙ୍ଗାରଵଲ୍ଲରୀ(अङ्गारवल्लरी) -
Clerodendrum serratum
ଅଙ୍ଗାରକ(अङ्गारकः) - Eclipta alba
ଅଙ୍ଗନାପ୍ରିୟ(अङ्गनाप्रिय) - Aglaia
roxburghiana
ଅଗସ୍ତି କୁସୁମ(अगस्तिकुसुमं)- Sesbania
grandiflora
ଅଗସ୍ତ୍ୟ(अगस्त्यः) - Sesbania
grandiflora
ଅଗରୁ(अगरु) - Aquilaria agallocha
ଅଗ୍ନିଶିଖା(अग्निशिखा) - Gloriosa
superba
ଅଗ୍ନିମନ୍ଥ(अग्निमन्थः) - Clerodendrum
phlomidis
ଅଗ୍ନିମୁଖୀ(अग्निमुखी)-
Semecarpus anacardium
ଅଗ୍ନିକ(अग्निकः) - Semecarpus
anacardium
ଅକୋଳ(अकॊलः) - Alangium
salvifolium
ଅଙ୍କୋଟ(अंकॊटः) - Alangium
salvifolium
ଅକ୍ଷ(अक्षः) - Terminalia bellirica

Wednesday, November 8, 2017

★★★ଅର୍ଦ୍ଧ ଜାରତୀୟ ନ୍ୟାୟ କଥା★★★

ଜଣେ ଉଦାର ସ୍ଵଭାଵ ବୃଦ୍ଧ ବ୍ରାହ୍ମଣ ଦୂରବସ୍ଥାପନ୍ନ ହୋଇ ନିଜର ଗୋଟିଏ ଗାଭିକୁ ପ୍ରତି ହାଟ ପାଳି ବିକ୍ରୟ ହେତୁ ନେଇଯାଅନ୍ତି ।
କଥାରେ ଅଛି
“ଅଜାତି କି ବଣିଜ ଅଡୁଆ”.........!
ବ୍ରାହ୍ମଣ ଙ୍କ ମନରେ ଏକ ବଡ଼ ଭ୍ରମଧାରଣା ଥାଏ
ଯେ ‛ସମାଜରେ ଯେମିତି ମନୁଷ୍ୟର ବୟସ ଅଧିକ ହେଲେ ତାକୁ ଆଦର ସତ୍କାର ମିଳେ ସେହିପରି ଗାଈର ବୟସାଧିକ୍ୟ କହିଲେ ଲୋକେ ତାକୁ
ନିଶ୍ଚିତ କିଣିବେ ହିଁ କିଣିବେ ।
ଏଣୁ ସେ ଏମନ୍ତ ମନରେ ଭାବି
କ୍ରେତାମାନଙ୍କୁ କୁହନ୍ତି

“ଏ ଗାଈଟି ଆମ୍ଭର ପୈତୃକ ଗୋରୁ ଓ ଅତିପ୍ରାଚୀନା” କେବଳ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ଆମ୍ଭେ ଏହାକୁ ବିକ୍ରି କରିବାକୁ ଆଣିଅଛୁ! !”

ହେଲେ
ବ୍ରାହ୍ମଣଙ୍କ କଥା ଶୁଣି କ୍ରେତାମାନେ ଫେରିଯାଅନ୍ତି ।
ତେବେ ବ୍ରାହ୍ମଣ କିନ୍ତୁ ପ୍ରତି ହାଟପାଳି
ଗାଈଟିକୁ ନେଇ ହାଟକୁ ଆସନ୍ତି .....

ଜଣେ ଲୋକ ବ୍ରାହ୍ମଣଙ୍କୁ ସବୁବେଳେ ଏକା ଗାଈଟିଏ ନେଇ ଆସୁଥିବାର ଦେଖୁଥାନ୍ତି ।
ଦିନେ ସେ ଲୋକ ବ୍ରାହ୍ମଣଙ୍କୁ ପଚାରିଲେ,

“ଆପଣ ତ ପ୍ରତି ହାଟପାଳି ଗୋରୁ ଆଣନ୍ତି
ତାକୁ ବିକନ୍ତି ନାହିଁ କାହିଁକି ?”

ବ୍ରାହ୍ମଣ ତାଙ୍କ ମନୋଗତ ଭାବ ବ୍ୟକ୍ତ କରନ୍ତେ
ସେ ଲୋକ କହିଲେ,

“ଆଜ୍ଞା' ଆପଣ ଏହାକୁ ପୁରୁଣା ଗୋରୁ ନକହି ଏକ ଫଳର ଗାଈ ଏବଂ ବହୁତ ଦୁଧ ଦିଏ, କହିଲେ ଲୋକେ ଆଗ୍ରହରେ କିଣି ନେବେ ।”

ଏହା ଶୁଣି ବ୍ରାହ୍ମଣ ଭାବିଲେ
ମୁଁ ତ ପ୍ରଥମେ ଏହାକୁ ପ୍ରାଚୀନା
କହିଛି ଏବେ କେମନ୍ତେ ତରୁଣୀ ବୋଲିବି ?

ଏପରି ହୋଇପାରେ ଯେ ଏ ଗାଈଟି
ଆତ୍ମାଂଶରେ ପ୍ରାଚୀନ କିନ୍ତୁ ଶରୀରାଂଶରେ ତରୁଣୀ !

ଏଣୁ ଏ ଗାଭିକୁ ଜରତୀ ବା ଅତି ବୃଦ୍ଧା ନକହି ଅର୍ଦ୍ଧଜାରତୀ କହିବା ସମୀଚିନ ହେବ ।

ପରେ ଜଣେ କ୍ରେତା ଆସିଲାରୁ
ବ୍ରାହ୍ମଣ ତାକୁ କହିଲେ

“ଏଇ ଗାଈଟି ଅର୍ଦ୍ଧ ଜରତୀ ଓ ଅର୍ଦ୍ଧ ତରୁଣୀ ।”
କ୍ରେତା ବ୍ରାହ୍ମଣ ଙ୍କୁ ବିଷୟମୂର୍ଖ ମନେକରି
ହସି ହସି ଗାଈଟି କିଣି ନେଲେ ।

ଯେତେବେଳେ ବିଚାରକ ,ବାଦୀ ଓ ପ୍ରତିବାଦୀର
କଥାରୁ କିଛି କିଛି ଅଂଶ ଗ୍ରହଣ କରି ଅନ୍ୟ ଅଂଶ
ପରିତ୍ୟାଗ କରନ୍ତି ପଣ୍ଡିତ ମାନେ ସେତେବେଳେ ଏହି ନ୍ୟାୟ ର ଉଦାହରଣ ଦିଅନ୍ତି ।

Monday, November 6, 2017

★★★■■କ୍ରାନ୍ତିକାରୀ ର କଥା■■★★★

କ୍ରାନ୍ତିକାରୀ ସେ ଉପନାମ ରଖିଥିଲା । ଖୁବ ପାଠ ପଢିଥିବା ଶିକ୍ଷିତ ଯୁବକ । ସ୍ଵାସ୍ଥ୍ୟବାନ୍,ସୁନ୍ଦର । ଭଲ  ଚାକିରୀଟିଏ ବି ପାଇଛି । କିନ୍ତୁ ବିଦ୍ରୋହୀ !
କଥା କଥାକେ ମାର୍କ୍ସ-ଲେନିନ୍ ର ଉଦାହରଣ ଦିଏ । ଚେ-ଗୁଆରାଙ୍କର ଖାସ୍ ଭକ୍ତ ସେ.... !

କଫି ହାଉସରେ ବହୁ ସମୟ ଯାଏଁ ବସେ । ବହୁତ ବଢବ ବଡ଼ କଥା କହେ । ତା କଥାରେ ଥାଏ କ୍ରାନ୍ତିକାରିତାର ଭାବନା ।
“ସବୁ ଉଲଟେଇ ପଲଟେଇ ଦେବାକୁ ହେବ । ସବୁ ବଦଳେଇ ଦେବାକୁ ହେବ”

ସଉକରେ
ଲମ୍ଵା ଲମ୍ଵା ବାଳ ରଖିବା ସହ ଦାଢି ସାମାନ୍ୟ ରଖିଥାଏ ।

ସବୁକଥା ରେ ବିଦ୍ରୋହ ଘୋଷଣା କରେ ।
କିଛି କରିବାକୁ ସଦା ବାଟ ଖୋଜିବୁଲୁଥାଏ ।
କୁହେ’
“ମୋ ପିତାଙ୍କ ପିଢ଼ି କୁ ଶିଘ୍ର ମରିଯିବା ଦରକାର । ମୋ ପିତା ଅତି ଋଢିବାଦୀ,ଜାତିବାଦୀ ଓ ପ୍ରତିକ୍ରିୟାବାଦୀ ଲୋକ । ବଡ଼ ମରହଟିଆ ।
ସେ ଯେବେ ମରିବେ ମୁଁ ଲଣ୍ଡା ହେବିନି କି ଶ୍ରାଦ୍ଧ ବି କରିବିନି । ମୁଁ ସବୁ ପୁରୁଣାକାଳିଆ ପରମ୍ପରା ଗୁଡିକୁ ନାଶ କରଦେବି । ଚେ-ଗୁଆରା ଜିନ୍ଦାବାଦ୍ ”

ତା’ର କେହି ସାଙ୍ଗ ଯଦି କହେ’
“ହେଲେ ତୁମ ବାପା ତୁମକୁ ବହୁତ ଭଲ ପାଅନ୍ତି” ?

କ୍ରାନ୍ତିକାରୀ କୁହିଉଠେ’
“ଭଲ ପାଅନ୍ତି ?”
“ହଁ !!!!! ପ୍ରତ୍ୟେକ ବୟସ୍କ ଲୋକ କ୍ରାନ୍ତିକାରିତାକୁ ମାରିଦେବା ପାଇଁ ଲୋକ ଦେଖାଣିଆ ଭଲ ପାଅନ୍ତି । ଏ ଭଲପାଇବା ନୁହେଁ ଷଡ଼ତନ୍ତ୍ର ।
ତୁମେ ମାନେ ବୁଝିବନି । ଆଜିକାଲି ମୋ ବୋପା
ଜଣେ ବ୍ରାହ୍ମଣ କୁ ଖୋଜୁଛି ଆଉ ତା’ଠାରୁ କୋଡ଼ିଏ ପଚିଶ ହଜାର ନେଇ ତା’ ଝିଅ ସହ ମୋ ବିହା କରିଦେବାର ଯୋଜନା କରୁଛି ।
କିନ୍ତୁ ହେବାକୁ ଦେଲେ ତ....!
ମୁଁ ଜାତିରେ ବିହା କରିବି ନାହିଁ । ମୁଁ ଅନ୍ୟ ଜାତିର କୌଣସି ଛୋଟ ଜାତିର ଝିଅକୁ ବାହା ହୋଇଯିବି ଆଉ ମୋ ବୋପା ମୁଣ୍ଡ ବାଡେ଼ଇ ବାଡେ଼ଇ ରହିବ ।”
ଆଉ ଜଣେ ସାଙ୍ଗ କହିଲା’
“ଯଦି ତୁମର ପ୍ରେମ ଜଣେ କନ୍ୟା ସହ ହୋଇଯାଏ
ଭାଗ୍ୟକୁ ସେ ବ୍ରାହ୍ମଣ କୁଳର ହୋଇଥାଏ ତେବେ
ତୁମେ ତାକୁ ବିବାହ କରିବ ନା” ?

ସେ କହିଲା’

“ମୋଟେ ନୁହେଁ ! ମୁଁ ତାକୁ ଛାଡିଦେବି ।
କେହି ବି କ୍ରାନ୍ତିକାରୀ  ନିଜ ଜାତିରେ ବିବାହ କରେନାହିଁ ନା ପ୍ରେମକରେ । ମୁଁ ଏକ କାୟସ୍ଥ ଝିଅକୁ ଭଲପାଏ ।
ମୁଁ ତାକୁ ହିଁ ବିହା ହେବି”

ଦିନେ ସେ କୋର୍ଟରେ ସେହି କାୟସ୍ଥ କନ୍ୟାକୁ ବିବାହ କରିନେଲା । ତାକୁ ନେଇ ଆସି ନିଜ ସହରରେ ଜଣେ ବନ୍ଧୁଙ୍କ ଘରେ ରହିବାକୁ ଲାଗିଲା ।

ସେ ଏବେ ବଡ଼ ଉତ୍କଣ୍ଠିତ ଜଣାପଡୁଥିଲା ।
କହୁଥାଏ,
“ଆଇ ବ୍ରୋକ୍ ଦେଆର୍ ନେକ୍”
ଏଭେ ଯାଇ ଦେଖ ମୋ ବୋପା ମୁଣ୍ଡ ବାଡଉଥିବ ଆଉ ମାଆ କାନ୍ଦବୋବାଳି ଛାଡୁଥିବ । ଆଖ ପାଖର ପଡୋଶୀଙ୍କୁ ଡାକି ମୋ ବୋପା କହୁଥିବ,‛ଆଜିଠାରୁ ମୋ ପୁଅ ମୋ ପାଇଁ ମରିଗଲା’ ! ସେ ମୋତେ ତେଜ୍ୟପୁତ୍ର କରିଦେବ । ତା ସମ୍ପତ୍ତି ରୁ ହତାଦର କରିଦେବ । ଆଇ ଡୋଣ୍ଟ୍ କେୟାର । ମୁଁ କିଛି ବି ବଳିଦାନ ଦେବାକୁ ତିଆର୍ ଅଛି । ସ ଘର ମୋ ପାଇଁ ଶତୃର ଘର ହୋଇସାରିଛି । ବଟ୍ ଆଇ ୱିଲ୍ ଫାଇଟ୍ ଟୁ ଦି ଏଂଡ୍ ଟୁ ଦି ଏଂଡ୍ ।”

ସେ ସଗର୍ବେ ବାରଣ୍ଡାରେ ବୁଲୁଥାଏ । ପୁଣି ବସି ପଡେ଼ ଆଉ ମନକୁ ମନ କହୁଥାଏ
“ବାସ୍ -ଏଇ ତ ସଂଘର୍ଷ ଆସିଲାଣି” !!!!!

ଜଣେ ସାଙ୍ଗ ଆସି ତାକୁ କହିଲା’

“ତୁମ ଫାଦର କହୁଥିଲେ ତୁମେ ନିଜ ପତ୍ନୀ କୁ ନେଇ ସିଧା ଘରକୁ କାହିଁକି ଗଲନାହିଁ । ସେ ତ ବଡ଼ ଶାନ୍ତ ଥିଲେ । ମୋତେ କହୁଥିଲେ ମୋ ପୁଅ ବୋହୂ କୁ ଦେଖିଲେ ଘରକୁ ନେଇ ଆସନ୍ତନି ?”

କ୍ରାନ୍ତିକାରୀ ଉତ୍ତେଜିତ ହୋଇଗଲା-
ହୁଁ ! ମରହଟିଆ ହିପୋକ୍ରେସୀ ! ମୁଁ ସବୁ ବୁଝୁଛି ।
ଏହା ଏକ ଷଡ଼ଯନ୍ତ୍ର । ସେ ମୋତେ ଘରକୁ ଡାକି
ଗୁଡାଏ ହୋ ହାଲ୍ଲା କରି ଅପମାନିତ କରି ପୁଣି ଘରୁ ନିକାଲି ଦେବାର ଯୋଜନା କରିଛନ୍ତି । ଯଦି ସେ ମୋତେ ତ୍ୟାଗ କରିସାରିଛନ୍ତି ତେବେ ମୁଁ କାହିଁକି ଫେରିବି ? ବରଂ ମୁଁ ଘରଭଡା଼ ନେଇକି ରହିଯିବି !"

ତା ସାଙ୍ଗ ପୁଣି କହିଲା
“ହେଲେ ତୁମ ପିତା ତୁମକୁ କେବେ
ତ୍ୟାଗ କଲେ କି ?”

ସେ କହିଲା
“ମୋତେ ସବୁ ଜଣା ଅଛି -ଆଇ ଵିଲ୍ ଫାଇଟ୍ !”

ସାଙ୍ଗ କହିଲା’
ଯେବେ ଯୁଦ୍ଧ ହିଁ ନାହିଁ ତ ଫାଇଟ କ’ଣ ଆଉ କରିବ କିହୋ ?”

କ୍ରାନ୍ତିକାରୀ କଳ୍ପନାରେ ବୁଡି଼ଥାଏ ।
ମନେ ମନେ ହତିଆର ତିକ୍ଷ୍ଣ କରୁଥାଏ ।
ବାରୁଦ ଶୁଖାଉଥାଏ । କ୍ରାନ୍ତିର ନିର୍ଣ୍ଣାୟକ କ୍ଷଣ ଆସିଗଲାଣି । ମୁଁ ବୀର ଭଳି ଲଢିବି ଦରକାର ହେଲେ ଜୀବନ ବି ଦେଇ ଦେବି..........

ତୃତୀୟ ଦିନ ତା’ର ଜଣେ ଖାସ୍ ସାଙ୍ଗ ଆସିଲା
ଆଉ କହିଲା,
“ତୁମର ମାତାପିତା ଟ୍ୟାକ୍ସି ନେଇ
ତୁମକୁ ଘରକୁ ଫେରେଇନେବାକୁ  ଆସୁଅଛନ୍ତି ।
ରବିବାର ଦିନ ତୁମ ବିବାହ ଉପଲକ୍ଷେ
ଭୋଜିର ଆୟୋଜନ ଅଛି ।  ନିମନ୍ତ୍ରଣ ପତ୍ର ବଣ୍ଟା ଯାଉଛି”

କ୍ରାନ୍ତିକାରୀ ର ପାଦ ତଳୁ ସତେ ଯେମିତି
ମାଟି ଖସିଗଲା ! ସେ ମୁଣ୍ଡରେ ହାତ ଦେଇ ବସିଗଲା । ତା ଦେହ ହଳଦିଆ ପଡିଗଲା ଆଉ ଦିହରୁ ଝାଳ ବୋହି ଯାଉଥାଏ ।
କହୁଥାଏ,

“ହାୟ ! ସବୁ ଚାଲି ଗଲା । ଜୀବନଯାକର ସଂଘର୍ଷ ସାଧନା ଶେଷ ହୋଇଗଲା ।
ନୋ ଷ୍ଟ୍ରଗଲ୍ .....!
ନୋ ରେଭେଲ୍ୟୁସନ୍......! 
ମୁଁ ହାରିଗଲି ......
ସେମାନେ ମୋତେ ନେବାକୁ ଆସୁଛନ୍ତି
ମୁଁ ପରାଧୀନ ହୋଇଗଲି.....!
ମୁଁ ଯୁଦ୍ଧ କରିବାକୁ ଚାହୁଁଥିଲି ....
ହାୟ....! ମୋ କ୍ରାନ୍ତିକାରିତା....
ମୋ କ୍ରାନ୍ତିକାରିତା....!
ଦେବୀ...! ତୁ ମୋ ପିତାଠାରୁ ମୋର
ତିରଷ୍କାର କରେଇ ଦେ ....
ଚେ-ଗୁଆରା...! ଡିଅର୍ ଚେ”

ତା’ର ସ୍ତ୍ରୀ ବଡ଼ ଚାଲାକ ଥିଲା ।
ଦି ତିନି ଦିନ ହେବ କ୍ରାନ୍ତିକାରିତା ଦେଖୁଥିଲା ।
ତେଣୁ କହିଲା
“ଡିଅର୍ ଗୋଟାଏ କଥା କହିବି....
ପ୍ରକୃତରେ ତୁମେ ଜଣେ କ୍ରାନ୍ତିକାରୀ ନୁହେଁ ....”

ସେ ଆଶ୍ଚର୍ଯ୍ୟ ହୋଇଗଲା
ପଚାରିଲା
“କ୍ରାନ୍ତିକାରୀ ନୁହେଁ ! ତେବେ ମୁଁ କ’ଣ ?

ତା’ ପତ୍ନୀ କହିଲା’
“ତୁମେ ଜଣେ ବୟସ୍କ ବାଳକ ! କିନ୍ତୁ ମୁଁ ତୁମକୁ ବହୁତ ଭଲପାଏ”

(ହିନ୍ଦୀର ପ୍ରସିଦ୍ଧ ବ୍ୟଙ୍ଗକାର, ଲେଖକ,କବି
ଶ୍ରୀ ହରିଶଙ୍କର ପରସାଇଙ୍କ ରଚିତ “क्रांतिकारी कि कथा” ର ଓଡ଼ିଆ ଭାଷାନ୍ତର )

ଲଙ୍କା ମରିଚ଼ ଗଛ ବୈଦେଶିକ କି ?

ଲଙ୍କା ମରିଚଟି ବୈଦେଶିକ ପାଦପ ବୋଲି ଅନେକ
ଐତିହାସିକଙ୍କର ମତ ।
ତାଙ୍କ ହିସାବରେ
ଲଙ୍କା ମରିଚ଼ ଗଛ
15ଶହ ଶତାବ୍ଦୀରେ ଭାରତକୁ
ପର୍ତ୍ତୁଗୀଜ୍ ବେପାରୀ ମାନେ
ଆଣିଥିଲେ ।
ତେବେ ଏଠାରେ ଆମ ମନରେ ସ୍ଵତଃ ପ୍ରଶ୍ନ ଉଙ୍କି ମାରେ ଯେ ଭାରତକୁ
ଲଙ୍କା ଆସିବା  ପୂର୍ବରୁ
ଆମ ପୂର୍ବଜ ମାନେ
କ’ଣ କଟୁ ବା ରାଗଯୁକ୍ତ କୌଣସି
ଖାଦ୍ୟ ଖାଉନଥିଲେ
ନା ସେମାନେ
ପିପ୍ପଳୀ,ଗୋଲମରିଚ ଆଦି ପକାଇ
ଖାଦ୍ୟ ର କଟୁରାଗ ସ୍ଵାଦ ବଢାଉଥିଲେ ?

ଏ ବିଷୟରେ ଆଗକୁ ଚର୍ଚ୍ଚା କରିବା
ତେବେ ଆଗେ ଆସନ୍ତୁ
ଲଙ୍କାଗଛ ବିଷୟରେ ଭଲରେ ଟିକିଏ
ଜାଣିନେବା .....

କେତେକ ଭାଷାବିଦଙ୍କ ହିସାବରେ
ଏ ଗଛ ଯେହେତୁ
ତଥାକଥିତ ରାକ୍ଷସ ଜାତି
(ଇନକା,ଆଜଟେକ୍ସ,ମାୟା) ରହୁଥିବା ଆମେରିକାନ୍ ଦ୍ଵୀପରୁ
ଆସିଥିଲା
ତେଣୁ ଏ ଗଛର ନାମ ଆମଭାଷାରେ
ଲଙ୍କାମରିଚ ଦିଆଯାଇଛି.....
ତେବେ ଲଙ୍କା ମରିଚ ନକହି
ହିନ୍ଦୀଭାଷୀ ମାନେ chilli pepper କୁ ଲାଲ୍ ମରିଚ କୁହନ୍ତି ।




୧) ଲଙ୍କା ମରିଚ (chilli) 
୨) ଆଳୁ (potato) ଓ
୩) ପାତଲଘଁଟା ଵା ଭେଜରୀ (tomato)
ଏ ତିନିଟିଯାକ ପରିବା ସୋଲାନାସୀ (Solanaeae) ପରିଵାରର ଅନ୍ତର୍ଭୁକ୍ତ ଏଵଂ ଏଇ ୩ଟି ବିନା ଆମ ରୋଷେଇ ଅସମ୍ପୂର୍ଣ୍ଣ କିନ୍ତୁ ଏ ୩ଟି ଯାକ ସବୁ ଵିଦେଶୀ ପରିବା ।
ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଆଗେ କେମିତି
କେଜାଣି ଆମ ଆଈ ଙ୍କ ଆଈ ଙ୍କ ଆଈ
ରୋଷେଇ କରୁଥିଲେ?

ଲଙ୍କାଗଛର ପରିବାର
Solanaeae
ପୁଣି
କେତୋଟି
ଉପପରିବାରରେ
ବିଭାଜିତ ହୋଇଅଛି
ସେଗୁଡିକ ଯଥା:-
Cestroideae
Goetzeoideae
Nicotianoideae
Petunioideae
Schizanthoideae
Schwenckioideae
Solanoideae

ତନ୍ମଧ୍ୟରୁ
ଲଙ୍କା ମରିଚ ଟି
Solanoideae
ଉପପରିବାରର ଅନ୍ତର୍ଭୁକ୍ତ ଅଟେ ।

Solanaceae
ର ଉପପରିବାର
Solanoideae ପୁଣି
ଅନେକ tribes ରେ ବିଭକ୍ତ ହୋଇଛି
ସେଗୁଡିକ:-
Capsiceae
Datureae
Hyoscyameae
Jaboroseae
Juanulloeae
Lycieae
Mandragoreae
Nicandreae
Nolaneae
Physaleae
Solandreae
Solaneae

Tribe-Datureae
ରେ ଦୁଇଟି genera
1.Datura
2.Brugmansia

ନିକଟରେ ଆଉ ଏକ
ଅନାମ genusକୁ ଏଥିରେ ଯୋଡାଯାଇଛି
ଏବଂ ତହିଁ ର ଗୋଟିଏ species ଅଛି “asIochroma cardenasianum”

Genera–
Datura ଦୁର୍ଦୁରା ଜାତୀୟ ଗଛ ଗୁଡିକୁ କୁହାଯାଏ ।
ତେଣୁ ଲଙ୍କା ଗଛ ଏବଂ ଦୁର୍ଦୁରା ଗଛ
ଏକ ପରିବାର ଅନ୍ତର୍ଗତ ଅଟନ୍ତି ।

ଲଙ୍କା ଗଛ ଯେଉଁ Solanaceae
ପରିବାରର ଅନ୍ତର୍ଗତ
ତହିଁ ର ଅନ୍ୟତମ ଉପପରିବାର
ହେଉଛି
Nicotianoideae
ଏ ଉପପରିବାରର ଅଧିକାଂଶ genera Australia ରୁ ମିଳିଛି
ତେବେ  America and Africa ରୁ ବାକି genera ମିଳିଅଛି ।
Nicotianoideae ଉପପରିବାରରେ
ଆଠୋଟି genera
125 species ଅନ୍ତର୍ଭୁକ୍ତ
ଏବଂ ତହିଁ ରୁ 90 ଟି
କେବଳ Nicotiana ଜେନେରା ଅନ୍ତର୍ଗତ
ଆସିଥାନ୍ତି ।
Nicotiana ଭଳି ନିଶାବୃଦ୍ଧିକାରକ ପାଦପ ଗୁଡିକ ସହ
ଲଙ୍କା ଗଛର ମଧ୍ୟ ସମ୍ବନ୍ଧ ଅଛି
ଦୁର୍ଦୁରା ଏବଂ Nicotianoideae ଇତ୍ୟାଦି ଗଛରେ ଅନେକ ଔଷଧୀୟ ଗୁଣ ଥାଏ
ତେବେ ଲଙ୍କା ଗଛରେ ମଧ୍ୟ ସେଭଳି ଅନେକ ଔଷଧୀୟ ଗୁଣ ଅଛି ।

ଏବେ ଆସିବା ଆମର ମୂଳ ପ୍ରଶ୍ନକୁ -
“ଯେ ଭାରତୀୟ ମାନେ ଲଙ୍କା ଗଛ କୁ ପାଇବା
ଆଗରୁ ନିଜର କଟୁରାଗ

ସ୍ଵାଦ ପୁରଣାର୍ଥେ
କେଉଁ ମସଲା ଦ୍ରବ୍ୟ ବ୍ୟବହାର କରୁଥିଲେ ?”

ଅନେକ ଐତିହାସିକ ତଥ୍ୟ ପ୍ରମାଣ କରେ
ଯେ ଭାରତୀୟ ମାନେ
ଆଜକୁ ପ୍ରାୟ 500 ବର୍ଷ ଆଗରୁ
ଗୋଲମରିଚ ଓ ପିପ୍ପଳୀ ର ବ୍ୟବହାର କରୁଥିଲେ ।

Pepper ଶବ୍ଦ ଟି ସଂସ୍କୃତ ର ପିପ୍ପଳୀ ରୁ
ଆସିଅଛି ।
ପ୍ରକୃତରେ
ଉଭୟ ଗୋଲମରିଚ ଓ ପିପ୍ପଳୀ କୁ
ପାଶ୍ଚାତ୍ୟ ସଂସ୍କୃତି ର ଲୋକେ
ଆଗେ pepper କହୁଥିଲେ ।
ଯେହେତୁ ଏ ଉଭୟ ଏକ ପରିବାର ର ପୁଣି ପ୍ରାୟ ଏକା ପ୍ରକାରର ଗୁଣ ବହନ କରନ୍ତି
ତେଣୁ ସେମାନେ ଏଭଳି ନାମକରଣ କରିଥିଲେ । ଅଧିକାଂଶ ଐତିହାସିକ ଙ୍କର
ମତ
ଭାରତୀୟ ମାନେ
ଆଗେ ଗୋଲମରିଚ ର ବ୍ୟବହାର
ଖାଦ୍ୟ ତିକ୍ତ ସ୍ଵାଦ ପାଇଁ କରୁଥିଲେ ।
ଦକ୍ଷିଣ ଏସିଆ ରେ ପ୍ରାୟ 2000 BCE ଆଗରୁ ଏହାର ବ୍ୟବହାର ହୋଇ ଆସୁଛି । ଐତିହାସିକ
J. Innes Miller ଲେଖିଛନ୍ତି
  “while pepper was grown in southern Thailand and in Malaysia, its most important source was India, particularly the Malabar Coast, in what is now the state ofKerala”

କେରଳର ପ୍ରାଚୀନ ଲୁପ୍ତ ବନ୍ଦର
Muzirisin
ଗୋଲମରିଚ ରପ୍ତାନୀ ପାଇଁ ସାରା ବିଶ୍ଵରେ
ଲୋକପ୍ରିୟ ଥିବା
ଅନେକ ବୈଦେଶିକ ଐତିହାସିକ
ତଥ୍ୟାତ୍ମକ ପାଣ୍ଡୁଲିପି ଗୁଡିକରୁ ମିଳୁଅଛି ।
କୁହାଯାଏ ଏହା  ଏକ ସମୟରେ
"black gold" ର ଆଖ୍ୟା ଲାଭ କରିଥିଲା ଏମିତି କି ଗୋଲମରିଚ ର
ବ୍ୟବହାର commodity money ହିସାବରେ ବି ହେଉଥିଲା ।
16ଶହ ଶତାବ୍ଦୀ ପୂର୍ବରୁ
ଗୋଲମରିଚ ଓ ପିପ୍ପଳୀ
Java,Sunda,Sumatra,Madagascar, Malaysia, India ଆଦି ପ୍ରାୟ ସମସ୍ତ Southeast Asian ଏବଂ South Asian ଦେଶଗୁଡିକରେ ଏମିତି କି ଚୀନରେ
ଚାଷ ହେଉଥିଲା ଏବଂ ବ୍ୟବହୃତ ହେଉଥିଲା ।
ମୁସଲମାନ ମାନେ
କନସ୍ଟାଣ୍ଡିନୋପଲ୍ ଅଧିକାର କରିନେଲା ପରେ
ଦକ୍ଷିଣ ଏସିଆନ୍ ଟ୍ରେଡ୍ ରୋଡ୍ ଦେଇ
ଆଉ ଇଉରୋପରେ ଭାରତୀୟ ମସଲା ବିଶେଷ କରି
ଗୋଲମରିଚ ଓ ପିପ୍ପଳୀ ପହଞ୍ଚି ପାରିଲାନି ।
ତେଣୁ
କେବଳ
ନିଜ ଥଣ୍ଡା ଦେଶରେ ଜନ୍ମିତ
ଶରୀର କୁ କଟୁ ରାଗ ରସ ଆସ୍ଵାଦ ସୁଖରେ

ରେ ଭରିବା ପାଇଁ
ଇଉରୋପୀୟ ମାନେ ଅନେକ ଗୁଡିଏ ଜଳଯାତ୍ରା କରିଥିଲେ ।

ପର୍ତ୍ତୁଗୀଜ୍ ନାବିକ
କଲମ୍ବସ୍ ଭାରତ ଖୋଜୁ ଖୋଜୁ
ଆମେରିକା କୁ ପାଇଲେ ଆଉ
ସେଠାରେ କେତେକ
କଳାଲୋକ ଙ୍କୁ ଦେଖି
ତାହା ଭାରତ ବୋଲି ଭ୍ରମରେ ପଡିଲେ ।
ତାଙ୍କ ଭ୍ରମକୁ ଆହୁରି ଦୃଢ଼ କରିଥିଲେ
କିଛି ବୃକ୍ଷ
ତହିଁ ରୁ ଗୋଟିଏ ଥିଲା
ଲଙ୍କା ଗଛ .....
ଏ ଗଛର ଗୁଣ ଦେଖି
ସେ ତାହାକୁ ମଧ୍ୟ
Peeper ନାମ ଦେଇଥିଲେ
ପରେ ଅବଶ୍ୟ
ତାହାର Nahuatl ଶବ୍ଦ chīlli ଅନୁକରଣରେ
Chilli peeper ନାମ ରଖାଗଲା ।

ଭାରତରେ ପର୍ତ୍ତୁଗୀଜ୍ ବେପାରୀ ମାନେ
ଆଣି ଅମୃତଭଣ୍ଡା, ପିଜୁଳି, ଲଙ୍କାଗଛ ଆଦି ଦେଇଗଲେ ।
ଆମ ଦେଶର ସେ ବେଳର ଲୋକଙ୍କ
ମଧ୍ୟରେ ଏ ଗଛ ମାନ ଆଜକୁ
ଏତେ ଲୋକପ୍ରିୟ ହୋଇଛି
ଯେ ଅଧିକାଂଶ ଭାରତୀୟ ଲୋକ
ଏସବୁ ବୈଦେଶିକ ବୃକ୍ଷ ଗୁଡିକୁ
ବୈଦେଶିକ ମାନନ୍ତି ନାହିଁ ।

ଲଙ୍କା ଭଳି ଏକ ସହଜିଆ
କଟୁତା ପ୍ରଦାନକାରୀ

ମସଲାଗଛ 

ମିଳିଗଲାରୁ
ବଡ଼ ଗେଲବସରରେ ବଢୁଥିବା
ଭାରତୀୟ peeper ଗଛ ଗୁଡିକ ର ଚାହିଦା
ଆଜି ଏତେ ମାତ୍ରାରେ
କମିଯାଇଛି ଯେ
ଏଗୁଡିକ କେବଳ ଅତି ରାଜସିକ ଖାଦ୍ୟ
ରନ୍ଧନକାଳରେ  ହିଁ ଦରକାର ହେଉଛି ।

Sunday, November 5, 2017

ପାର୍ଟି ଓ ତାଙ୍କ ଚିହ୍ନ

ବ୍ରହ୍ମାଙ୍କ ପଦ୍ମଟା କେବେଠୁଁ
Bjpଵାଲା ଛଡେ଼ଇନେଇ
ନିଜେ ବ୍ୟବହାର କରୁଛନ୍ତି
ଶୁଣିଲି ଏମାନେ କୁଆଡ଼େ
ଏକ ଧର୍ମ ବିଶେଷ ର
ବଡ଼ପଣ୍ଡା ସାଜିଥିଲେ
ହେଲେ ଶାସକ ହେଲା ପରେ କେତେକ
ପୂର୍ବ ଧାର୍ମିକ ପ୍ରତିଶୃତି ମାନ
ପୂରଣ ନକରିପାରିଲାରୁ
ଭଗବାନଙ୍କ ଲୋକଦେଖାଣିଆ ଭକ୍ତ ମାନେ
ତାଙ୍କ ଉପରେ ଖପ୍ପା ଅଛନ୍ତି ।

କଂଗ୍ରେସ ଦଳ
ଅରଟ,ଗାଈ ବାଛୁରୀ ପରେ
ଶେଷକୁ ଆମ୍ ଆଦମୀର
ହାତକୁ କାଟି ନେଇ ନିଜର
ସନ୍ତକ କରିନେଲେଣି ଯେ ସେଇଦିନ ଠୁଁ ବିଚରା
ଆମ୍ ଆଦମୀ ମାନେ
ନିତ୍ୟ କୌଣସି ନା କୌଣସି ଅଭାବ ଅନାଟନରେ କାଳାତିପାତ କରୁଛନ୍ତି ।

ଆଉ କମ୍ୟୁନିଷ୍ଟ ଲୋକେ ଶେଷକୁ
ଧର୍ମ ଓ ଆମ୍ ଆଦମୀଙ୍କ ସନ୍ତକ
ନପାଇଲାରୁ
କୃଷକ ହାତରୁ ଦାଆ ଓ ଶ୍ରମିକଙ୍କ
ହାତୁଡି଼ କୁ ନେଇ ସେଥିରେ
ନିଜ କ୍ରାନ୍ତିକାରୀ ରକ୍ତରେ
ନୂଆ ସନ୍ତକ ସୃଷ୍ଟି କରି
ଅନେକ ଦିନ ହେବ
ଜଙ୍ଗଲ ପାହାଡ଼ ଏକ କରିବାରେ
ଲାଗିଅଛନ୍ତି ।

କିଛି ନେତାଲୋକ କଂଗ୍ରେସ ଠାରୁ ଚିଡି ଯାଇ
ନୂଆ ଦଳ ଟିଏ ଗଢିଲେ
ଯେ ତାଙ୍କ ଚିହ୍ନ
ହେଲା  ଚକ
ସେ ଯୁଗରେ କିଛି କ୍ରାନ୍ତିକାରୀ ଯୁବକ
ଏହାକୁ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଆଦି ମଧ୍ୟ କହିଦେଇଥିଲେ ।
ବିଷ୍ଣୁଙ୍କ ଚକ୍ର ରେ କଂଗ୍ରେସ ରୂପି ରାକ୍ଷସ ର ବିନାଶ କରାଯାଇପାରେ ବୋଲି ତାଙ୍କର କନସେପ୍ଟ ଥିଲା ହେଲେ
ହାୟ୍ ରେ ତାଙ୍କ ଫଟାକପାଳ ସେମାନେ
ନିଜେ ଭାଇ ଭଗାରୀ ହୋଇ ଘର ଭାଗ ଭାଗ କରି ଆଜକୁ ଚଳୁଛନ୍ତି ।

ଜନତାଦଳ ପରିବାର ଭାଙ୍ଗିଗଲା ପରେ
ଓଡ଼ିଶା ମାଟିରେ
Bjd ର ଜନ୍ମ ହେଲା ।
ନୂଆ ଦଳର ସଦସ୍ୟମାନେ
ବଡ଼ ଦର୍ପରେ ଯାଇ ଜଗନ୍ନାଥ ଙ୍କ ଶଙ୍ଖ ଛଡେଇ ନେଲେ
ଯେ ସେଇଦିନଠୁଁ
ସେଇଟା ଗୋଟାପଣେ ତାଙ୍କ ଦଳୀୟ ସମ୍ପତ୍ତି ହୋଇଯାଇଛି ।

ଜନତାଦଳ ପରିବାରରୁ ଜନ୍ମ ଲାଭ କରିଥିବା
Bsp ର ନେତାଏ
ତାଙ୍କ ଅଞ୍ଚଳରେ ହାତୀ ଥାନ୍ତୁ କି ନଥାନ୍ତୁ
ହାତୀ ବଳୁଆ ଜୀବ
ବୋଲି ନିଜ ଦଳୀୟ ଚିହ୍ନ
ହାତୀକୁ କରିଥିଲେ
ଏଭେ ସେ ଦଳର ସଦସ୍ୟ ମାନେ
ବାଟରେ ଘାଟରେ ସବୁଠାରେ
ବ୍ୟଙ୍ଗ ବିଦୃପର ଶିକାର ହେଉଛନ୍ତି । କାରଣ
ଆଜିକାଲି ବିରୋଧୀ କୁଆଡେ କହୁଛନ୍ତି bspର
ନେତାଙ୍କ ହସ୍ଥିନୀ ପରି ଶରୀର ଥିବାରୁ
ଏଭଳି ଏକ ଚିହ୍ନର ବ୍ୟବହାର ହେଉଛି ।

So ମଧ୍ୟ ଜନତାଦଳ ପରିବାର ର ସଦସ୍ୟ ଥିଲା ହେଲେ
ସେମାନେ ଅଲଗା ହେଲାରୁ
ଆମ୍ ଆଦମୀଙ୍କ ସାଇକେଲ
ଛଡେଇ ନେଇ ତାକୁ
ଦଳୀୟ ଚିହ୍ନ କରିନେଲେ ।
ବିରୋଧୀ କୁହନ୍ତି ଯୋଉଦିନଠୁଁ bspଵାଲାଏ
ସାଇକେଲ ଚିହ୍ନ
ବ୍ୟବହାର କଲେ
ଆମ୍ ଆଦମୀ ମଟର ସାଇକେଲ
କିଣି ଚଢିବା ଆରମ୍ଭ କରିଦେଇଥିଲେ ।

Jduଵାଲାଏ ଜନତାଦଳରୁ ଜନ୍ମଲାଭ ପରେ
ଖୋଜି ଖୋଜି ଶେଷକୁ
ରାମଙ୍କର ଧନୁ ଚୋରେଇ ତାକୁ
ନିଜ ଦଳର ଚିହ୍ନ
କରିଦେଇଛନ୍ତି ।
ତେବେ ଜନତାଙ୍କ ଆଖିରେ ଏମାନେ
ପୁରୁଷୋତ୍ତମ ରାମଚନ୍ଦ୍ର ହେଲେ କି ନାହିଁ
ଏ ପ୍ରଶ୍ନର ଯଥାର୍ଥ ଓ ସଠିକ ଉତ୍ତର ଜନସାଧାରଣ ହିଁ ଦେଇପାରିବେ ।

ମହିଷଶ୍ରୀ ବାହୁବଳୀ ଲାଲୁଦେବ
ତାଙ୍କ ଗାଆଁକୁ ହିଁ ମହିଷ୍ମତିପୁରୀ
ମଣି ସୁଖରେ ରହୁଥିଲେ ।
ଦିନେ ରାତ୍ରକାଳେ
ମହିଷ ଉପରେ ଲଣ୍ଠନ ଲଗେଇ
ବୁଲୁଥିଲେ
ଯେ ପ୍ରାଚୀନ ଜନତାଦଳର କିଛି ନେତା ତାଙ୍କୁ
ଇଶ୍ଵର ଜ୍ଞାନ କରି
RJD ଦଳର ସର୍ବେସର୍ବା କରିଦେଲେ ।
ସେଇଦିନଠୁଁ ସେ ଗୁଡାଏ ଦିନ
ଚାରା ଚରୁଥିଲେ ଯେ କିଛି ଦିନ ପୂର୍ବରୁ
ଧରାପଡି ବଡ଼ ହନ୍ତସନ୍ତ ହୋଇଅଛନ୍ତି ।

ଆମ୍ ଆଦମୀ ପାଖରେ ତଥାପି
ଗୋଟିଏ ଜିନିଷ ଥିଲା
ଝାଡୁ଼ କିନ୍ତୁ କାହାକୁ
ଦିଶୁନଥିଲା । ଶେଷକୁ ଛଞ୍ଚାଣଆଖିଆ
ନେତାଜଣେ କାହୁଁ ଆସି ତାକୁ ମଧ୍ୟ
ଛଡେଇ ନେଇଣ
ନୂଆ ପାର୍ଟି ଗଢି ଦେଇଛନ୍ତି ।
ତାଙ୍କ ବିରୋଧୀ କୁହନ୍ତି
ଏ ବାବୁ ଯେଉଁ ଦିନଠୁଁ
ଝାଡୁ଼ ଧରିଛନ୍ତି
ଦିଲ୍ଲୀରେ ପ୍ରଦୂଷଣ, ଅଳିଆଗଦା ବଢିବାରେ ଲାଗିଛି 😀

ଭାରତରେ ଏମନ୍ତ ଅନେକ ପାର୍ଟି ଅଛନ୍ତି
ଆଉ ତାଙ୍କର ଅନେକାନେକ
ସନ୍ତକ ବା ଚିହ୍ନ ବି ଅଛି
କିନ୍ତୁ  ସେମାନେ ନିଜ ଚିହ୍ନ ଅନୁଯାୟୀ
କେତେ ସଚ୍ଚୋଟ ତାହା ଜନତା ଜନାର୍ଦ୍ଦନ ଜାଣନ୍ତି
ମୋ ଭଳି ମୂର୍ଖର ସେତେ ଜ୍ଞାନ ନାହିଁ ।

Saturday, November 4, 2017

ଯମଜ

Twins ବା ଯମଜକୁ ନେଇ
ଗୋଟିଏ ଘଟଣା ମନେ ପଡୁଛି ....
ଆମ ମାମୁଁ ଙ୍କ ବିବାହ ଆୟୋଜନ ହେଉଥାଏ
ମୁଁ ଢେ଼ଙ୍କାନାଳ ରେ ଥାଏ
ସେଠାକୁ ଅନେକ ବନ୍ଧୁବାନ୍ଧବ ଆସିଥାନ୍ତି
ଏମିତି ରେ
ଆମ ଗାଆଁ ର
ସଉଦାମାଆ ବୁଢ଼ୀ କୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହେଲି
ଆଉ ଯାଇ
ତାକୁ ପଚାରିଲି
ହଇଲୋ ବୁଢ଼ୀ
ଆମ ମାମୁ ଘର ତୁମର ତ ବନ୍ଧୁ ଘର ନୁହନ୍ତି
ତାହେଲେ ତୁ ଏଠି କ’ଣ କରୁଛୁ ?
ବୁଢୀ କିଛି ନ କହି ଖାଲି ହସୁଥାଏ ...
ମୋତେ ଚିଡ଼ ଲାଗିଲା ରୁ
ସେଠାରୁ ଯାଇ ଏ କଥା ମାଆଙ୍କୁ କହିଲି
ସେ ବି ହସିଲେ
ମୁଁ ଆଶ୍ଚର୍ଯ୍ୟ ହେଲି

ସେଇଠୁ ମାଆ କହିଲେ
ଆରେ ପାଗଳା
ସେ ପ୍ରକୃତରେ ଯାଆଁଳା ଭଉଣୀ
ଗୁରୁଜଙ୍ଗ ଗାଆଁ(ଗଁଦିଆ) ଝିଅ
ଜଣେ
ବାହା ହୋଇଛନ୍ତି
ତେନ୍ତୁଳିଆପଡା଼(ସଦାଶିବପୁର)ରେ ଆଉ ଜଣେ ଆମ ଗାଆଁରେ
ବୁଝିଲୁ ....
😀😀😀
ମୁଁ ସେତେବେଳେ ପ୍ରଥମେ ଯାଆଁଳା ବୋଲି
କ’ଣ ଗୋଟାଏ ଅଛି ବୋଲି ପ୍ରଥମେ ଜାଣିଥିଲି । ଏହା ବୋଧହୁଏ
ପ୍ରାୟ ୧୫ ବର୍ଷ ପୂରୁଣା ଘଟଣା