ଓଡ଼ିଶାର ପଶ୍ଚିମ ଭାଗର ଅଧିକାଂଶ ଅଞ୍ଚଳ ସେତେବେଳେ ମରାଠୀଶାସକଙ୍କ
ହସ୍ତରେ ପରାଧୀନ ଥାଏ ।
ସେ ସମସ୍ତ ଅଞ୍ଚଳର ଏକାଧିକବାର
ତତ୍କାଳୀନ ନାଗପୁର ବର୍ଗୀରାଜା
ରଘୁଜୀ ଭୋଁସଲେଙ୍କ ଅଧୀନରେ ଥିଲା ।
ଶୁଣାଅଛି ଯେ ଯେଉଁ ପ୍ରାର୍ଥୀ ଭୋଁସଲେଙ୍କୁ
ବେଶି ଟଙ୍କା ଭେଟି ଦେଉଥିଲା ସେ ତାକୁ ଦେଵାନ ପଦରେ ମୁକ଼ରର କରୁଥିଲେ !
ନୂଆ ବ୍ୟକ୍ତି ଦେଵାନୀ ପଦ ପାଇ
ଓଡ଼ିଶାରେ ଆସି ପହଞ୍ଚିବାର
ମାସେ ଦୁଇ ମାସ ପରେ ଆଉଜଣେ ପ୍ରାର୍ଥୀ
ଭେଟି ନେଇ ପହୁଞ୍ଚିଲେ ନୂତନ ଲୋକକୁ
ଦେଵାନୀ ସନନ୍ଦ ମିଳୁଥିଲା ।
ହରିବଂଶ ରାୟ ନାମକ ଜନୈକ ବ୍ୟକ୍ତି ନାଗପୁର ଗଲେ । ସେ ରଘୁଜୀ ଭୋଁସଲେଙ୍କୁ ଯାଇ ଭେଟିଲେ ଏବଂ ତାଙ୍କୁ ଭେଟି ଦେଇ ଓଡ଼ିଶାର
ଦେଵାନୀ ପଦ ଲାଭ କଲେ ।
ହରିବଂଶ ରାୟ ଦେଵାନ ହୋଇ ନାଗପୁରରୁ
ଫେରୁଥିଲା ବେଳେ ରଘୁଜୀ ଭୋଁସଲେ ତାଙ୍କୁ
ଗୋଟିଏ ଭଲ ଘୋଡା଼ ଉପହାର ସ୍ଵରୂପ ପ୍ରଦାନ କଲେ ।
ହରିବଂଶ ରାୟ କ’ଣ କଲେ ନା
ସେ ଘୋଡା଼ରେ ଲାଙ୍ଗୁଡ଼ ଆଡ଼କୁ ମୁହଁ କରି ଚଢି଼ଲେ ।
ରାଜାକର୍ମଚାରୀ ମାନେ ଏଭଳି ଅଭାବନୀୟ ଘଟଣା ଘଟିବା ଦେଖି
ସେ ସମସ୍ତ ବୃତ୍ତାନ୍ତ ରଘୁଜୀ ଭୋଁସଲେଙ୍କୁ
ଯାଇ ତତ୍କ୍ଷଣ ଜଣାଇଲେ ।
ରଘୁଜୀ ଭୋଁସଲେ ଆସି
ଏମନ୍ତ ବେଭାରର କାରଣ ଜିଜ୍ଞାସା କରନ୍ତେ
ହରିବଂଶ ରାୟ କହିଲେ
“ଘୋଡା଼ର ପଛ ଆଡ଼କୁ ମୁହଁ କରି ବସିବାର
ତାତ୍ପର୍ଯ୍ୟ ଏହି ଯେ, ମୋ ପଛେ ପଛେ
ଆପଣ ଯେଉଁ ବ୍ୟକ୍ତିଙ୍କୁ ଦେଵାନ କରି ପଠେଇବେ ମୁଁ ତାକୁ ଦେଖି ପାରିବି”
କୁହାଯାଏ, ରଘୁଜୀ ଭୋଁସଲେ ଏଥିରେ ମୁଗ୍ଧ ହୋଇ ଦେଵାନ ହରିବଂଶ ରାୟଙ୍କୁ କେତେକ ବର୍ଷ ନିମନ୍ତେ ଓଡ଼ିଶାର ସ୍ଥାୟୀ ସନନ୍ଦ ଦେଇଥିଲେ ।
Saturday, November 11, 2017
●●●●●ଦେଵାନ ହରିବଂଶ ରାୟଙ୍କ ଚତୁରତା●●●●●
Subscribe to:
Post Comments (Atom)
No comments:
Post a Comment