My Blog List

Saturday, November 4, 2017

ଯମଜ

Twins ବା ଯମଜକୁ ନେଇ
ଗୋଟିଏ ଘଟଣା ମନେ ପଡୁଛି ....
ଆମ ମାମୁଁ ଙ୍କ ବିବାହ ଆୟୋଜନ ହେଉଥାଏ
ମୁଁ ଢେ଼ଙ୍କାନାଳ ରେ ଥାଏ
ସେଠାକୁ ଅନେକ ବନ୍ଧୁବାନ୍ଧବ ଆସିଥାନ୍ତି
ଏମିତି ରେ
ଆମ ଗାଆଁ ର
ସଉଦାମାଆ ବୁଢ଼ୀ କୁ ସେଠାରେ ଦେଖି ଆଶ୍ଚର୍ଯ୍ୟ ହେଲି
ଆଉ ଯାଇ
ତାକୁ ପଚାରିଲି
ହଇଲୋ ବୁଢ଼ୀ
ଆମ ମାମୁ ଘର ତୁମର ତ ବନ୍ଧୁ ଘର ନୁହନ୍ତି
ତାହେଲେ ତୁ ଏଠି କ’ଣ କରୁଛୁ ?
ବୁଢୀ କିଛି ନ କହି ଖାଲି ହସୁଥାଏ ...
ମୋତେ ଚିଡ଼ ଲାଗିଲା ରୁ
ସେଠାରୁ ଯାଇ ଏ କଥା ମାଆଙ୍କୁ କହିଲି
ସେ ବି ହସିଲେ
ମୁଁ ଆଶ୍ଚର୍ଯ୍ୟ ହେଲି

ସେଇଠୁ ମାଆ କହିଲେ
ଆରେ ପାଗଳା
ସେ ପ୍ରକୃତରେ ଯାଆଁଳା ଭଉଣୀ
ଗୁରୁଜଙ୍ଗ ଗାଆଁ(ଗଁଦିଆ) ଝିଅ
ଜଣେ
ବାହା ହୋଇଛନ୍ତି
ତେନ୍ତୁଳିଆପଡା଼(ସଦାଶିବପୁର)ରେ ଆଉ ଜଣେ ଆମ ଗାଆଁରେ
ବୁଝିଲୁ ....
😀😀😀
ମୁଁ ସେତେବେଳେ ପ୍ରଥମେ ଯାଆଁଳା ବୋଲି
କ’ଣ ଗୋଟାଏ ଅଛି ବୋଲି ପ୍ରଥମେ ଜାଣିଥିଲି । ଏହା ବୋଧହୁଏ
ପ୍ରାୟ ୧୫ ବର୍ଷ ପୂରୁଣା ଘଟଣା

No comments:

Post a Comment