Friday, April 13, 2018

ମହାନଦୀ ଓ ଶାତକୋଶିଆ ଗଣ୍ଡ

ସୁକାନ୍ତି ମହର୍ଷିଙ୍କର ସଂସାର କଲ୍ୟାଣାର୍ଥେ କରାଯାଇଥିବା ତପସ୍ୟା ହେତୁରୁ ଚିତ୍ରୋତ୍ପଳା ମହାନଦୀ ର ଜନ୍ମ ହୋଇଥିଲା ।
ଏ ନଦୀ ଆପଣା ସୃଷ୍ଟି ସ୍ଥାନରୁ ବାହାରି
ସାରା ସଂସାର ବୁଲି ଦେଖିବା ଲାଳସାରେ ପଶ୍ଚିମ ରୁ ପୂର୍ବକୁ ବହିବାକୁ ଲାଗିଲା ।
ଏ ନଦୀ ଉତ୍ସାହ ସହକାରେ ବହି ଯାଉଥିବା ବେଳେ ଗୋଟିଏ ଇର୍ଷାପରାଯଣ ଦୁଷ୍ଟ ପର୍ବତ ତା’ର ବାଟ ଓଗାଳିଲା । ସେ ପର୍ଵତ ସପ୍ତକ୍ରୋଶ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ଏବଂ ଚିତ୍ରୋତ୍ପଳା ବହୁ ଯତ୍ନ କରି ସୁଦ୍ଧା ତାକୁ ଭେଦି ଆଗକୁ ବଢିପାରିବାରେ ଅକ୍ଷମ ହେଲା ।
ଶେଷକୁ ଚିତ୍ରୋତ୍ପଳା ଅନ୍ୟନ୍ୟୋପାୟ ହୋଇ
ଆପଣା ପିତାଙ୍କୁ ସ୍ମରଣ କରିବାକୁ ଲାଗିଲା ।
ସୁକାନ୍ତି ଋଷି ସେଇଠୁ ଇନ୍ଦ୍ରଙ୍କୁ ପ୍ରସନ୍ନ କରିବା ପାଇଁ ଘୋର ତପସ୍ୟା କରିବାକୁ ଲାଗିଲେ ।

ବହୁଦିନ ଯାଏଁ ତପ କରିବା ଉତ୍ତାରୁ
ଦେବରାଜ ଇନ୍ଦ୍ର ଋଷି ସୁକାନ୍ତି ଙ୍କ
ନିକଟରେ ଉପସ୍ଥିତ ହୋଇ ତାଙ୍କ ମନୋବାଞ୍ଝା ଜିଜ୍ଞାସା କରନ୍ତେ ଋଷି ପୂର୍ବ ସମସ୍ୟା ମାନ କହି ଶୁଣାଇଲେ ।

ଇନ୍ଦ୍ର ତହୁଁ ଆପଣା ବଜ୍ରର ଶକ୍ତି ବଳରେ
ପାହାଡ଼ କୁ ଚୁନାକରି ଚିତ୍ରୋତ୍ପଳା ଲାଗି ଗୋଟିଏ ବାଟ କରିଦେଲେ । ଏବେ ସେହି ବାଟକୁ ଲୋକେ ସାତକୋଶିଆ ଗଣ୍ଡ ନାଆଁ ରେ ଜାଣୁଛନ୍ତି ।

ମାର୍ଜାର କେଶରୀ

ତ୍ରେତୟା ଯୁଗରେ ଉଡଙ୍ଗ ମୁନିଙ୍କର ମାଳତି ନାମକ କନ୍ୟାକୁ ଲଙ୍କାର ରାବଣ ଧର୍ଷଣ କରି ଗୋଦାବରୀ ନଦୀରେ ଫିଙ୍ଗି ଦେଇଗଲା  ଗୋଦାବରୀ ନଦୀ ତାହାକୁ ଦୟା ଦେଖାଇ କୂଳରେ ପହଞ୍ଚାଇ ଦେଲା । ଗଣପତିଙ୍କର ବାହନ ଇନ୍ଦୁର ମାଳତି କୁ ପିତାମାତାଙ୍କ ପାଖରେ ଛାଡ଼ି ଦେବ କହି ବାଟରେ ବଳାତ୍କାର ଶୃଙ୍ଗାର କଲା । ମାଳତି ତଥା ରାବଣ ଇନ୍ଦୁର ଔରସରୁ ମୂଷିକ ଦୈତ୍ୟ ଜନ୍ମ ନେଇଥିଲା ।
ଜନ୍ମ ହେଲା କ୍ଷଣି ସେ ପ୍ରଥମେ ତା' ମାଆକୁ ଭକ୍ଷଣ କଲା ।
ତା'ର କୋପରେ ସମ୍ପୂର୍ଣ୍ଣ ପ୍ରୃଥିବୀ ପ୍ରକମ୍ପିତ ହେଲାରୁ ଅଯୋଧ୍ୟା ର ରାମଚନ୍ଦ୍ର ଙ୍କୁ ସବୁ ଦେବାଦେବୀ ଅନୁରୋଧ କରନ୍ତେ ସେ ମୂଷିକ ଦୈତ୍ୟ କୁ ନରସିଂହ ରୂପରେ ଗୋଡାଇଲେ ।
ଦୈତ୍ୟ ଭୟ ପାଇ ସର୍ବତ୍ର ବୁଲି ବୁଲି ଗନ୍ଧଗିରି ର ଏକ ସୁଡଙ୍ଗରେ ଆଶ୍ରୟ ନେଲା । ନୃସିଂହ ଯେତେବେଳେ ଏଠାରେ ପ୍ରବେଶ କଲେ, ଗନ୍ଧଗିରି ତାକୁ ଶରଣ ଦେଇଥିବାରୁ ତାଙ୍କ ପାଦ ତଳେ ଗୁହାରି କଲା  । ତେଣୁ ରାମଚନ୍ଦ୍ର ମାର୍ଜାର କେଶରୀ ବେଶରେ ସୁଡଙ୍ଗ ପାଖରେ ମୂଷିକ ଦୈତ୍ୟ କୁ ଜଗିରହିଲେ । ସେଠାରେ ତାଙ୍କର ପୀଠ ସୃଷ୍ଟି ହେଲା ।

ହରି ଓ ସହଦେବ ଶବର ଦୁଇ ଭାଇ ଶ୍ରୀ ନୃସିଂହନାଥ ଅଞ୍ଚଳରେ ବାସକରୁଥିଲେ ।
ସେମାନଙ୍କର ସ୍ତ୍ରୀ ଯଥାକ୍ରମେ ଯମୁନା ଓ ରୋଦନା । ଗନ୍ଧଗିରି ପର୍ବତ ରୁ କନ୍ଦମୂଳ  ଆଦି ଖୋଳି ଜୀବନଧାରଣ କରୁଥିଲେ ।
ଦିନେ ଯମୁନା କନ୍ଧୁଣୀ ପାପହରଣ ନାଳ କୂଳରେ ଗୋଟିଏ ବେଲଗଛକୁ ମାଡିଥିବା ପିଠକନ୍ଦା ଦେଖିବାକୁ ପାଇଲା ।
ଖଣତି ସାହାଯ୍ୟରେ ପିଠକନ୍ଦାକୁ ଖୋଳିବା ସମୟରେ ରକ୍ତ ବାହାରିବା​ ଦେଖି ଆଦିବାସୀ ରମଣୀଟି ଭୟ ପାଇ ତାହାର ସ୍ବାମୀ କୁ ଜଣାଇଲା । କନ୍ଧ ଦମ୍ପତି ଯଥା ସମୟରେ ପହଞ୍ଚି ଦେଖିଲେ ଯେ ରକ୍ତ ପରିବର୍ତ୍ତେ କ୍ଷୀର ବାହାରୁଛି ।
ସେତିକି ବେଳେ ଶୂନ୍ୟ ବାଣୀ ହେଲା
"ରେ ହରିଆ ମୁଁ ତୋ ପ୍ରତି ପ୍ରସନ୍ନ ହୋଇଛି ।
ତୁ ମୋତେ ନେଇ ଏକ ମନ୍ଦିର ପ୍ରତିଷ୍ଠା କରି ରକ୍ଷା କର । ମୁଁ ମୂଷିକ ଦୈତ୍ୟ କୁ ମାରିବା ସକାଶେ ଏଠାରେ ଅପେକ୍ଷା କରି ରହିଲି" ।
ଏହାପରେ କଳାମୁଗୁନୀ ପଥର ମୂର୍ତ୍ତିଟିଏ
ଗର୍ତ୍ତରୁ ମିଳିଲା ।
ମୂର୍ତ୍ତି କୁ ନେଇ ତତ୍କାଳୀନ ପାଟଣାଗଡ଼ ରାଜା
ବୈଜଳଦେବଙ୍କୁ ଜଣାଇଲାରୁ ସେ ସେଠାରେ ଏକ ମନ୍ଦିର ନିର୍ମାଣ କରାଇଦେଲେ ।
କନ୍ଧ ବଂଶଧର ମାନେ ଏହି ଦେବତାଙ୍କ ପୂଜା
ଆରମ୍ଭ କଲେ ।

◆◆◆◆ବ୍ରହ୍ମା ବୁଝେଇ ପାରିବେନି ◆◆◆◆


ମଇଁଷିଆଳ ମୂର୍ଖ,ତାର ଷାଠିଏ ଟା ମଇଁଷି । ତାଙ୍କୁ ଚରାବୁଲା କରେ,ତାଙ୍କରି ଉପରେ ନିର୍ଭର କରି ଚଳେ । ଦିନେ ସେ ଡେଙ୍ଗୁରା ଦେଲା-ମୋତେ ଯେ ବୁଝାଇ ଦେବ, ଏ ପେଣ୍ଡାକ ଯାକ ମଇଁଷି ତାକୁ ଦେବି ।

ଭାରିଯା ତା’ ଡେଙ୍ଗୁରା ଶୁଣି
ଚିଡି଼ଯାଇ ମଇଁଷିଆଳକୁ କହିଲା–
ହଇରେ ଅଳପେଇଷା ! ଆମର ବିଲ ଅଛି ନା ବାରି ଅଛି ? ତୁ ତ ମଇଁଷିଯାକ ବିକିଦବୁ, ଏ ପିଲାଛୁଆଙ୍କୁ ଚଳେଇବି କିଁଇତି ?

ତହୁଁ ମଇଁଷିଆଳ
ବୋଇଲା–ଆଲୋ, ମୋତେ ଫେଣ୍ କେ ବୁଝେଇପାରିବାର ଲୋକ ହେଇଚି ଯେ ଏତେ ଚିନ୍ତା । ଯେ ଯେତେ ବୁଝାଉ,ଯା’ ବୁଝାଉ
ମୁଁଇ କହିବି -କିରା ଟା କହିଲୁ....ବୁଝି ପାଇଲିନି !!!
ମେତେ କିମିତି ବୁଝେଇବ ଯେ ଫୁଣି ମଇଁଷି ନେଇଯିବ ? ମତେ ତ ବ୍ରହ୍ମା ଆସିଲେ ଵି ବୁଝେଇ ପାରିବେ ନାଇଁ ,ବ୍ରହ୍ମାଙ୍କଠୁଁ ବଳି ଆଉ କେ ଅଛି ଏ ମଞ୍ଚମଣ୍ଡଳରେ ?

Monday, April 2, 2018

●●●●ଖାଦ୍ୟ●●●●


ଭଗଵାନ ଆମ୍ଭକୁ ଦିନେ ସପନେଇ ଥିଲେ,
'ଆମ୍ଭକୁ ଆଦେଶ ହେଲା-

“ଯାଅ ଆମ୍ଭ ନାମରେ ଗଢା ହୋଇଥିବା ଆମୁକ ମନ୍ଦିର ଖୋଳି ପକା । ମନ୍ଦିର ନୁହେଁ ତ ସେଠି ସାକ୍ଷାତ ଭ୍ରଷ୍ଟାଚାର ତୋଳା ହେଇଚି"

ଆମ୍ଭେ କହିଲୁ, ପ୍ରଭୁ ଏ ଅକିଞ୍ଚନ ପାଖରେ ମାତ୍ର କଲମଟାଏ ଅଛି ଆଉ ତହିଁ ଦ୍ଵାରା ଶିଘ୍ର ଖୋଳାଖୋଳି ହେବା ସମ୍ଭବ ନୁହେଁ । ଯା’ ପାଖରେ ହାତ-ହତିଆର ଅଛି,ଆପଣ ତାଙ୍କେତିକି କାହିଁକି କହୁନାହାନ୍ତି’
ଏହା ଶୁଣି ଭଗଵାନ ବୋଇଲେ,
“ହେମାନେ ଭୋକରେ ଆଉଟୁପାଉଟୁ ହେଉଛନ୍ତି,ତାଙ୍କ ଦିହରେ ବଳ କାହୁଁ ଆଇବ ଯେ ଖୋଳିପାରିବେ”
ତହୁଁ ଆମ୍ଭେ କହିଲୁ, “ପ୍ରଭୁ ! ଆପଣ ତାଙ୍କୁ ଖାଦ୍ୟ ଦେଇ ବଳୁଆ କାହିଁକି କରିଦେଉନାହାନ୍ତି ?”

ଭଗଵାନ ବୋଇଲେ, ଆମ୍ଭେ ତାଙ୍କୁ ଖାଦ୍ୟ ତ ଦେଇ ଦିଅନ୍ତି କିନ୍ତୁ ତାହା ତାଙ୍କର ଅଧିକାରର ନୁହେଁ, ଭିକ ହୋଇଯିବ । ଭିକରେ ମିଳିଥିବା ଖାଦ୍ୟ ମନୁଷ୍ୟକୁ ଅଳସୁଆ କରିଦିଏ ଏବଂ ଅଳସୁଆ ଲୋକେ ଖୋଳିବା ତାଡି଼ବା ଦୂରେ ଥାଉ ଖଣ୍ଡେ ବାଟ ଚାଲିବାକୁ ସୁଦ୍ଧା ନାପସନ୍ଦ କରନ୍ତି” !

(ହିନ୍ଦୀ ଲେଖକ ‘शंकर पुणतांबेकर’ ଙ୍କ ଲଘୁକଥା ‛रोटी’ର ଓଡ଼ିଆ ଭାଵାନୁଵାଦ)

.....ଏବଂ ସେ ମରିଗଲା....

ସତ୍ୟ ଆପଣା ମାଆ ନୀତି ପାଖକୁ ଯାଇ କହିଲା,
ବୋଉ ଲୋ ଜାଣିଛୁ
ଆଜି ନା ମୁଁ ଗୋଟାଏ ବହୁତ ବଡ଼ ଯନ୍ତୁ ଟେ ଦେଖିଲି ।
ଏତେ ବଡ଼.....?
ନୀତି ତା ଛୁଆକୁ ପେଟ ଫୁଲେଇ କି କହିଲା....!
ଛୁଆ କହିଲା......ନା ନା.....
ଆଉରି ବଡ଼.......!
ନୀତି ଆହୁରି ପେଟ ଫୁଲେଇଲା  ....

ନା...ମ ....ଆ ଠୁ ବଡ଼.....
ସତ୍ୟ କହିଲା......
ନୀତି ପେଟ ଫୁଲେଇବାକୁ ଲାଗିଲା ଆଉ
ସତ୍ୟ ବାରମ୍ବାର ସେହି ଏକାକଥା କହୁଥାଏ
ନା ୟା ଠୁ ବଡ଼, ଆହିଁରୁ ବଡ଼ ଇତ୍ୟାଦି ଇତ୍ୟାଦି....
ସତ୍ୟ ଯେଉଁ ଜୀବଟାକୁ ଦେଖିଥିଲା
ସେଇଟା ଆଉ କେହି ନୁହେଁ
ଅମଲାତନ୍ତ୍ର ରୂପକ ବଗିଚାରେ ଘାସ ଖାଇ ଆନନ୍ଦରେ ବୁଲୁଥିବା ଭ୍ରଷ୍ଟାଚାର ଥିଲା । ନୀତି ତା’ର ଦଶମ ଭାଗ ଯେତିକି ପେଟ ଫୁଲେଇ ନପାରି ଫାଟିଗଲା । ନୀତି ବିଚାରୀ ଟି ସେଇଠି ମରିଗଲା ।

(शंकर पुणतांबेकर ଙ୍କର ହିନ୍ଦୀ ଲଘୁକଥା और वो मरगयी ର ଓଡ଼ିଆ ଭାଵାନୁଵାଦ)

ଓଜସ୍ବୀ ଭାଷଣ


ନଈରେ ନଉକାଟାଏ ଭାସି ଯାଉଥାଏ । ସେ  ନଉକାର ନାଉରୀ ଟା ଟିକେ ଆଡ଼ ବାଇଆ ଥିଲା । ବେଳେ ବେଳେ ତାର ପ୍ରଗଳ୍ଭତା ବହୁତ ବଢିଯାଉଥିଲା । ଏଥରକ
ନଉକାଟା ମଝିନଈ ହେଇଚି କି ନାହିଁ ନାବିକ କହୁଚି ସମସ୍ତେ ଟିକିଏ ମୋ କଥା ଶୁଣନ୍ତୁ..... “ଆଜ୍ଞାମାନେ ଜାଣନ୍ତୁ ନଉକାରେ
ବୋଝ ବଢିଯାଇଛି କେହି ଜଣେ ଯଦି ତଳକୁ ଡେଇଁ ପଡ଼ନ୍ତି ତେବେ ଯାଇ ସଭିଏଁ ସୁରୁଖୁରୁରେ ଆରକାନୀରେ ପହଞ୍ଚି ପାରିବେ ।”

ଯାତ୍ରୀ ମାନଙ୍କ ଭିତରେ ଭାଳେଣି ପଡି଼ଗଲା ।
ସବୁ ଆପଣା ମଧ୍ୟରେ କୁହାକୁହି ହେଲେ ଯେ
କେ ପାଣିକି ଡେଇଁବ ?
ନଉକାରେ ବସିଥିବା ଅଧିକାଂଶ ଲୋକେ ତ ପହଁରି ହେଲେ ଜାଣିନଥାନ୍ତି ଆଉ ଯେଉଁ ମାନଙ୍କୁ ପହଁରା ଜଣାଥିଲା ତାଙ୍କତିକ ପାଇଁ ଵି ସେ ନଦୀକୁ ପାରକରିବା ଖେଳ ନଥିଲା ।
ନଉକାରେ ସବୁ ପରକାର ର ଲୋକ ବଇଥାନ୍ତି । ଚିକିତ୍ସକ,ଅଫିସର, ପିତର(ଓକିଲ),ସାଧବବେପାରୀ, ପୂଜାରୀ,ଦିସାରୀ,ନେତା,ଅଭିନେତା ,ଗାୟକ ଇତ୍ୟାଦି ଇତ୍ୟାଦି ।
ଏସବୁ ବଡ଼ବଡି଼ଆ ଲୋକେ ଚାହୁଁଥିଲେ
ସେ ନଉକାର ସାଧାରଣ ଦରିଦ୍ର କୃଷକ
ପାଣିକୁ ଡେଇଁପଡୁ଼ । ସେ ଚାହିଁଲେ ନଈକୁ ଡେଇଁ ପହଁରି ବଞ୍ଚି ଯାଇପାରେ, ଆମେ ନୁହେଁ ।
ସମସ୍ତେ ମିଶି ଅପାଠୁଆ କୃଷକ କୁ ନଈକୁ ଡେଇଁ ପଡି଼ବାକୁ ବୋଇଲେ । ହେଲେ ତାଙ୍କ କଥା ରେ କୃଷକ ରାଜି ହେଲାନି । ବହୁତ ଗୁଡ଼ହାତ ଧଇଲେ ଵି ଯୋଉଠୁ କୃଷକ ଶୁଣିଲାନି ହେଇଠୁ ସଭେଁ ଲୋକ ମିଶିକି ସମସ୍ତଙ୍କ ଠାରୁ ଅଲଗା ବସିଥେବା ନେତା ପାଖକୁ ଗଲେ ।
ଆପଣା ଅସୁବିଧା କଥା ନେତାକୁ ଶୁଣେଇ ସେମାନେ ଜଣ ଜଣ କରିକି କହିଲେ
“ଏ ହୀନ କୃଷକଟା ଆମକଥା ଶୀଣୁନାହିଁ
ଆମେ ଏଭେ କିସ କରିବୁ ?
ଯାଉଛୁ ତାକୁ ଯୋରକରି ପାଣିକୁ ଫିଙ୍ଗି ଦେବୁ ।"

ଏହା ଶୁଣିଲା କ୍ଷଣି ନେତା କହିଲା-
ନା ନା ଏମନ୍ତେ କଲେ ତା’ ୟେ ଦରିଦ୍ର କୃଷକ ପ୍ରତି ବଡ଼ ଅନ୍ୟାୟ ହୋଇବ । ମୁଁ ଦେଖୁଛି ତାକୁ । ତମେ ମାନେ ଵି ତା ସାଥେ ମିଶିକି ଭାଷଣ ଶୁଣିବ ।
ନେତା ଓଜସ୍ବୀ ଭାଷଣ ଦେବା ଆରମ୍ଭ କରିଦେଲା ଯୋଉଥେରେ ସେ ରାଷ୍ଟ୍ର,ଭାଷା,ଇତିହାସ, ଐତିହ,ପରମ୍ପରା ର ଗାଥା ଗାଇ ଗାଇ,ଦେଶ ପାଇଁ ବଳିଦାନ ଦେବାର ଆହ୍ଵାନ ସହ ହାତ ଉଠେଇ ବୋଲିବାକୁ ଲାଗିଲା
“ଆମେ ମରିଯିବୁ,ହେଲେ ନଉକା ବୁଡି଼ବାକୁ ଦେବୁନି.....ବୁଡିବାକୁ ଦେବୁନି. ...ବୁଡିବାକୁ ଦେବୁନି...
ଏସବୁ ଶୁଣି ସାଧାରଣ କୃଷକ ଲୋକ ଟା ଏତେ ଉତ୍ସାହିତ ହେଇଗଲା ଯେ ସେ ନଦୀ ପାଣିକୁ ଡେଇଁ ପଡି଼ଲା ।

★(ହିନ୍ଦୀ ଭାଷାର ଲୋକପ୍ରିୟ ଗାଳ୍ପିକशंकर पुणतांबेकरଙ୍କର ହିନ୍ଦୀ କ୍ଷୁଦ୍ରଗଳ୍ପ
आम आदमी ର ଓଡ଼ିଆ ଭାଵାନୁଵାଦ)★

::::::ପଙ୍କ-ମହିଷ-କମଳ:::::

ପ୍ରାୟତଃ ମୁଁ ପଙ୍କର  ଚିନ୍ତନରେ ବୁଡି ରହେ ।
ଏଥିରେ ମୋତେ ବହୁତ ଆନନ୍ଦ ମିଳିଥାଏ ।
ତୁମେ କହିପାର ଏହା ମୋର ଏକ ଥେରାପୀ ।
ଯେବେ ମୁଁ ପଙ୍କ ଚିନ୍ତନରେ ନିମଜ୍ଜିତ ହୁଏ
ସେବେ ମୋ ଆଖି ଆଗରେ କେବଳ ତିନୋଟି ଜୀବିତ ପଦାର୍ଥ ଦିଶନ୍ତି ଆଉ ବାକି ସବୁ ମୋ ପାଇଁ ଗୌଣ ହୋଇଯାନ୍ତି । ସେହି ତିନୋଟି ବିଶିଷ୍ଟ ପଦାର୍ଥ ହେଲେ
ଘୁଷୁରୀ ଵା ଶୁକର, ମଇଁଷୀ ଓ କମଳ....

ଆମ ଘରର ଠିକ ସାମ୍ନାରେ ଏକ ନାଳୀ ବହିଯାଇଛି ଯାହାକୁ କି ଏବେ କର୍ଦ୍ଦମ କୁଣ୍ଡ କହିଲେ ବରଂ ଅଧିକ ଯୁକିଯୁକ୍ତ ମନେହେବ ।
ସେ ନାଳୀକୁ ଆଦୁଅକୁଣ୍ଡ କରିବାରେ କାଳିଆ ଭାଇ ର ମହିଷ ତଥା ଗଣମାନ୍ୟ ଶୁକର ମାନଙ୍କର ବିଶେଷ ଯୋଗଦାନ ରହିଛି । “କାଳିଆ ଭାଇର ମଇଁଷୀ”କୁ ସେ କୁଣ୍ଡରେ ପସିଗଲା ମାତ୍ରେ କାଳେ ପରମଶାନ୍ତି ପ୍ରାପ୍ତ ହୁଏ ବୋଲି “କାଳୁ ଭାଇ” ହସି ହସି କହିଥାନ୍ତି । ଆଉ ପାଖ ସାଇର ଶୁକର ମାନଙ୍କ ପାଇଁ ତ ଏ କୁଣ୍ଡ ,ସ୍ଵର୍ଗ ସମାନ । ସେମାନେ କୁଟୁମ୍ଵାଦି ସହିତ ଆସି ଏଠାରେ ଅନେକ କାଳଯାଏଁ ବିଶ୍ରାମ କରି ଯାଅନ୍ତି ।

ପ୍ରାୟ ଦେଖାଯାଏ ଶୁକର ମାନଙ୍କ ବିଷୟରେ
ମନୁଷ୍ୟ ମାନଙ୍କର ବିଚାର ନିମ୍ନକୋଟିର କିନ୍ତୁ ଏହି ଚତୁଷ୍ପଦର ଏମିତି ଅନେକାନେକ ଗୁଣ ଅଛି ଯାହା ଦୁଇପଦ ବିଶିଷ୍ଟ ପ୍ରାଣୀଙ୍କ ମଧ୍ୟରେ ମିଳିବା ମଧ୍ଯ ଦୂର୍ଲଭ କହିଲେ ଅତ୍ୟୁକ୍ତି ହେବନାହିଁ ......

ମୁଁ ତ ଶୁକର ମାନଙ୍କ ନିସ୍ଵାର୍ଥ ସେବା ଆଗରେ
ସଦା ନତମସ୍ତକ ରହିବି । ଶୁକର, ବର୍ତ୍ତମାନ ପ୍ରଧାନସେବକ ନରେନ୍ଦ୍ର ମୋଦିଙ୍କ ଭଳି ଅଳିଆ ଆଵର୍ଜନାର  ପରମଶତୃ ।  ତ୍ଵରିତ ମାନଵ ମଳ
ସଫା କରିବାରେ ତାଙ୍କ ସମକକ୍ଷ କେହି ନାହିଁ ।  ଏମାନେ ନଗରର ଅବୈତନିକ ସ୍ଵଚ୍ଛକ(ସଫାଇକର୍ମୀ-Cleaner) ଯିଏ ତତ୍ପରତାର ସହ “ଆଵର୍ଜନା ହଟାଅ”
ଅଭିଯାନରେ ବିନା ନିଶା-ନୋଟରେ ଵି ପୂର୍ଣ୍ଣ ସେଵାଭାବରେ ଲାଗିପଡି଼ଥାନ୍ତି । କୃତଜ୍ଞ ନଗରଵାସୀ ମଧ୍ଯ ଶୁକର ମାନଙ୍କର ଏହି ଵିଶେଷ ସେବାଗୁଡି଼କର ସମ୍ମାନ କରିଥାନ୍ତି । ସେମାନେ ଶୁକର ମାନଙ୍କୁ ନଗରପଶୁ ଘୋଷିତ କରିଅଛନ୍ତି ।
ସେ ନଗର ନିଶ୍ଚିତ ଭାବେ ଭାଗ୍ୟହୀନ ଯେଉଁଠି କାଦୁଅ ସ୍ନାନ ପୂର୍ଵକ ଶୁକର ଵିଚରଣ କରୁନଥିବେ। ଆମ ନଗରର ଶୁକର ସିଂହ ଠାରୁ କମ୍ ନୁହନ୍ତି । ସିଂହ ଵି ଘାସ ଖାଏନି ଆମ ଶୁକର ମାନେ
ମଧ୍ଯ ଘାସକୁ ଖାଇବା ତ ଦୂରର କଥା ତହିଁ ଆଡେ଼ ନିଘା ସୁଦ୍ଧା ଦିଅନ୍ତି ନାହିଁ । ତାଙ୍କୁ ତ ନିଜର ପ୍ରିୟ ଭୋଜ୍ୟ ପଦାର୍ଥରେ ସୁଖ ମିଳିଥାଏ । ଯେତେବେଳେ କୌଣସି ଶୁକର କାଦୁଅ ସ୍ନାନ କରିଣ ବାଟରେ ଯାଉଥାଏ ତାକୁ ବଡ଼ ବଡ଼ ମାନଵସିଂହ ମାନେ ଵି ସସମ୍ମାନ  ରାସ୍ତା ଛାଡ଼ି ଦେଇଥାନ୍ତି । ସତେ ଅବା ଲାଲବତୀଗାଡି଼ଟେ ବାଟରେ ଯାଉଅଛି । ମଦାନ୍ଧ ଶୁକର ଯେବେ କ୍ରୋଧିତ ହୁଅନ୍ତି ତାଙ୍କୁ ଦେଖି ଭୁକା-କୁକୁର ଯାକ ମଧ୍ଯ ଲାଙ୍ଗଳ ଯାକି ପଳାଇଯାନ୍ତି ।
ଶୁକର ମାନଙ୍କର ସାହିତ୍ୟ ସହିତ ମଧ୍ଯ ଗଭୀର ସମ୍ପର୍କ ରହିଛି । ଏମାନେ ବିଭତ୍ସ ରସର ମୋବାଇଲ ସ୍ରୋତ ।  ଏମାନଙ୍କୁ ଦେଖିବା ମାତ୍ରେ ହିଁ ବିଭତ୍ସ ରସର ଉତ୍ପତ୍ତି ହୋଇଯାଏ ।
ଏମାନଙ୍କୁ ଦେଖି ଯେଉଁ ବନ୍ଧୁ ମାନଙ୍କ ହୃଦୟରେ ଵିଭତ୍ସ ରସ ସଂଚାର ହୁଏ ନାହିଁ ସେମାନଙ୍କୁ  ପାଷାଣ-ହୃଦୟ ବୁଝିବାକୁ ହେବ । ମନ ଯାର ପଥର ତାକୁ ରସିକ ତ କେବେବି ମାନାଯାଇପାରିବ ନାହିଁ ।
ମନୁଷ୍ୟ ଶୁକର ମାନଙ୍କ ଠାରୁ ବହୁତ ଭଲ ଭଲ କଥାସବୁ ଶିଖିପାରିବେ । ଶୁକର ମାନଙ୍କର ମାନଵ ଭଳି ଅନ୍ୟ ପରେ କାଦୁଅ ଫିଙ୍ଗା ପ୍ରବୃତ୍ତି ନାହିଁ । ଶୁକର ତ ସ୍ଵୟଂ କାଦୁଅ ମଧ୍ୟେଁ ସମାହିତ ହୋଇ ତା’ର ଵରଣ କରିବାରେ ସୁଖକର ବୋଧ କରନ୍ତି । ହୋଲି ଖେଳିବାକୁ ଶୁକର ଙ୍କୁ ମନୁଷ୍ଯ ପରି ଫାଲ୍ଗୁନ ମାସ ଯାଏଁ ଅପେକ୍ଷା କରିବାକୁ ପଡେ଼ ନାହିଁ । ସେମାନେ ତ କାଦୁଅ ଭିତରେ ଏମିତି ଖେଳୁଥାନ୍ତି,ତାଙ୍କର ଉତ୍ସଵଧର୍ମ୍ମିତା ହୋଲି କିମ୍ବା ଦୀପାବଳି ମଧ୍ୟରେ ସୀମାବଦ୍ଧ ନୁହେଁ। ଶୁକର ଯଥାର୍ଥରେ ସନ୍ଥ !
“ସଦା ଦୀପାଳି ସନ୍ଥ ର ବାରମାସ ବସନ୍ତ”
ଶୁକର ମନୁଷ୍ୟ ମାନଙ୍କ ପରି ସ୍ଵାର୍ଥୀ ନୁହନ୍ତି । ସେମାନେ କେଵଳ ଆପଣା ପେଟ ଭରନ୍ତି ନାହିଁ ଵରଂ ନିଜ ମାଂସ ଦେଇ ଅନେକ ଅଣଭାରତୀୟ  ମଣିଷଙ୍କ ପେଟ ମଧ୍ୟ ଭରିଥାନ୍ତି । ଏତେ ସବୁ ଗୁଣ ଥାଇ ସୁଦ୍ଧା ମନୁଷ୍ୟ ସମାଜରେ ଶୁକର ମାନଙ୍କ ପ୍ରତି ସମ୍ମାନ ଭାଵନା ନାହିଁ କହିଲେ ଚଳେ ।
ଦୁଃଖର ଵିଷୟ ଏଠି କିଛି ଲୋକ ଗାଭୀରକ୍ଷା ପାଇଁ ତ ଅତ୍ୟଧିକ ସଚେତନ କିନ୍ତୁ ଶୁକର ରକ୍ଷା ହେତୁ ଆଜିଯାଏଁ କେହି ସେତେ ଆଖିଦୃଶିଆ କାମ କରିନାହାନ୍ତି ।

କାଦୁଅ ଅନେକ ଗୁଣର ଖଣି । ଶୁକର ମାନଙ୍କ ପାଇଁ ତ ଏହା ଔଷଧ ଠାରୁ କମ୍ ନୁହେଁ । ଶୁକରଙ୍କ ଶରୀରରେ ଯେତେ ଗହୀର ଖଣ୍ଡିଆ ହୋଇଥାଉ କାଦୁଅ ତାକୁ ଭରିଦେଇଥାଏ ।

ପ୍ରଜାତନ୍ତ୍ରରେ ରାଜନୀତି ର କାଦୁଅ ମନୁଷ୍ୟ ପାଇବା ସର୍ବୋତ୍କୃଷ୍ଟ । ଏହି କାଦୁଅ ରେ ନିତ୍ୟ ଅଵଗାହନ କରୁଥିବା ଵ୍ୟକ୍ତିମାନେ ସ୍ଵତଃ ଦିଵ୍ୟଗୁଣ ସମ୍ପନ୍ନ ହୋଇଯାନ୍ତି ।
ଏହି ପଵିତ୍ର କାଦୁଅରେ ସ୍ନାନ କରି ମନୁଷ୍ୟ ର ସମସ୍ତ ପାପ ଧୋଇ ହୋଇ ଯାଇଥାଏ ।
ସେ ଯେତିକି ଯେତିକି ଏହି କାଦୁଅ ମଧ୍ୟରେ ବୁଡି ବୁଡି ଯାଏ ତେତିକି ତେତିକି ଶୁଭ୍ର-ଉଜ୍ଜ୍ୱଳ ହୋଇ ହୋଇ ଯାଏ । ତା ମଧ୍ୟରେ ସୁଖଦାୟିନୀ ସିଂହାସନ ର ଶୋଭା ବୃଦ୍ଧି ର ପାତ୍ରତା ଆସିଯାଇଥାଏ । ତା' ଉପରେ
ଦୋଷାରୋପ ରୂପି ଜଳ ଲାଗେନାହିଁ ।
ସେ ହତ୍ୟା କରି ମଧ୍ଯ ସଂସାର ଆଗରେ ଅଭିଯୁକ୍ତ ସାବ୍ୟସ୍ତ ହୁଏ ନି କି କେହି ତାକୁ ହତ୍ୟାକାରୀ କୁହେ ନାହିଁ । ଵ୍ୟଭିଚାରୀ ହୋଇ ମଧ୍ଯ ସଦାଚାରୀ ପରି ସମ୍ମାନ ପାଇଥାଏ ।
ନିତି ପରସ୍ଵହରଣ କରି ଵି ଜଗତ ଜାଗରେ ଦାନୀ ଭାବେ ଲୋକପ୍ରିୟ ହେଉଥାଏ ।  କାରାଗୃହରେ ସୁଦ୍ଧା ସ୍ଵର୍ଗର ସୁଖ ଭୋଗ କରିଥାଏ । ଏହି ଚମତ୍କାରୀ କର୍ଦ୍ଦମ ଦ୍ଵାରା ତା’ର ମୁଖ,ନୟନ,କର,ଚରଣ ଇତ୍ୟାଦି ସମସ୍ତ ଅଙ୍ଗ ଅଵୟଵ କମଳ ହୋଇଯାଏ । ସେ ଧରାଧାମରେ ଶୁକର ଓ ମହିଷ ମାନଙ୍କ ପରି ସ୍ଵାଚ୍ଛନ୍ଦ୍ୟ ଜୀଵନ କାଟିଥାଏ ଏବଂ ଏ ଇହଲୀଳା ସମ୍ଵରଣ ପୂର୍ବରୁ ଆପଣା ସାତ ପିଢ଼ି ପାଇଁ ଧନ ଓ ସମ୍ମାନ ର ଵ୍ୟଵସ୍ଥା କରିଯାଇଥାଏ ।

କମଳ କେତେବି ଶୁଭ୍ର,ସ୍ନିଗ୍ଧ ଓ ଲୋଭନୀୟ ହୋଇଥାଉ ତାର କାହାଣୀ କାଦୁଅରୁ ହିଁ ଆରମ୍ଭ ହୋଇଥାଏ ।  କମଳର ଗୋଟିଏ ନାଆଁ ପଙ୍କଜ :-ପଙ୍କ ବା କାଦୁଅ ରୁ ଜାତ ତେଣୁ ପଦ୍ମର ଏଭଳି ନାମ । କମଳ କର୍ଦ୍ଦମର ହିଁ କୃପାର ଫଳ । କମଳ ଯଦି ଘରର ଛାତ ହୁଏ ତେବେ ଉକ୍ତ ଗୃହର “ନିଅଁପଥର” ହେଉଛି କର୍ଦ୍ଦମ ।  ଆପଣଙ୍କୁ କମଳ ଆପଣା ନୈସର୍ଗିକ ସ୍ଵୌନ୍ଦର୍ଯ୍ୟ ବଳରେ ମୋହିତ କରୁଥାଇପାରେ ମୋତେ ତ ଶୁକର ଓ ମହିଷଙ୍କ ଅତିପ୍ରିୟ କର୍ଦ୍ଦମ ହିଁ ଆକର୍ଷଣର ମୂଳ କେନ୍ଦ୍ର ପ୍ରତିଭାତ ମୋଇଥାଏ ।
ଯଦି ଵ୍ୟକ୍ତି କର୍ଦ୍ଦମ ର ସାଧନା କରିନିଏ ତେବେ ତାକୁ କମଳ ଆପଣାଛାଏଁ ମିଳିଯାଇଥାଏ । ସେଥିପାଇଁ ମୁଁ କାଦୁଅ ର ମହିମା ହିଁ ଗାନ କରିବାକୁ ପସନ୍ଦ କରିଥାଏ । 

(गोविंद सेन ଙ୍କର ଏକ ହିନ୍ଦୀ ଵ୍ୟଙ୍ଗ କିଚଡ୍ ମହିମା ନ୍ୟାରୀ ର ଓଡ଼ିଆ ଭାଵାନୁଵାଦ)

Sunday, April 1, 2018

● ବିତିଯାଉ ଦିନ କରି ଜାତିର ମଙ୍ଗଳ ●

ହେ ପୁଣ୍ୟ ଦିଵସ ମୋର ଜାତିର ଶୃଙ୍ଖଳ
ଛିନ୍ନ ହେଲା ଯେଉଁ ଦିନ ମହା ଶୁଭଙ୍କର
ନଵ ସୂର୍ଯ୍ୟୋଦୟେ ତବ । ସ୍ମୃତି ସେ ଦିନର
କେମନ୍ତେ ଭୁଲିବି କହ ଜନ୍ମ ଜନ୍ମାନ୍ତର

ନିବିଡ଼ ତିମିର ତଳେ ଶତ ନିସ୍ ପେଷଣେ
କେମନ୍ତେ ମୋ ଜାତି ଥିଲା ପଡି଼ଗଲେ ମନେ
ରୋମାଞ୍ଚେ ଶରୀର ସାରା କହେ ଶୂନ୍ୟେ ଚାହିଁ
ଦାସତ୍ଵ ବନ୍ଧନ ଠାରୁ ବଡ଼ ଦୁଃଖ ନାଇଁ
ମାନବ ଜାତିର ଵିଶ୍ଵେ । ଦାସତ୍ଵ ହିଁ ତା’ର
ମାରି ମାରି ଦିଏ ସବୁ ହୃଦୟ ଝଙ୍କାର ।

ସ୍ଵାଧୀନ ମାଟିର ମୁହିଁ ସ୍ଵାଧୀନ ଜୀଵନ
କେମନ୍ତେ ଦେଖଇ ଲକ୍ଷ ସୁନାର ସପନ
ଅଗଷ୍ଟ ପନ୍ଦର ! ଦିଅ ଵକ୍ଷେ ନଵ ଵଳ
ବିତିଯାଉ ଦିନ କରି ଜାତିର ମଙ୍ଗଳ ।

@କଵି କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କ ଆତ୍ମଲିପିରୁ ସଂଗୃହିତ

Thursday, March 29, 2018

★★★★ବୁଦ୍ଧ★★★★

ସ୍ଵର୍ଣ୍ଣ ସିଂହାସନେ ସୁଖେ ନୃପତି କୁମର,
ଜଗତ ସମ୍ପଦ ଭୋଗେ ନେଉଛନ୍ତି କାଳ ।
କୋଳେ ବହି ଶିଶୁ,ପାଶେ ଯୁବତୀ ସୁନ୍ଦରୀ,
ଯୌବନ ଵିଳାସ ଶିରୀ ରଖୁଛନ୍ତି ଗଢି଼ ।

କାଢି଼ଲେ ମୁକୁଟ ମାତ୍ର ଯୁବରାଜ ଦିନେ,
ବସନ ରଚିଲେ କନା ଚିରି କଉପୀନେ ।
ବରଜି ଉଆସ, ବନେ ଵିଶ୍ଵଜନ ହିତେ,
ତପସ୍ୟା ଆଚରି ଆୟୁ କାଟିଲେ ଉଷତେ ।

ନ ଲୋଡି଼ଲେ ତରୁ ତଳୁଁ ଅଧିକ ଆସନ,
ବନ ଫଳମୂଳେ କ୍ଷୁଧା ମେଣ୍ଟେ ଅନୁଦିନ ।
‛ବୁଦ୍ଧ’ ପୁଣ୍ୟ ନାମ ଗଲା ଜଗତେ ପ୍ରସରି,
ଧରି ଭବୁ ତରିଗଲେ କୋଟି ନରନାରୀ ।

କବି:-ଗୋଦାଵରୀଶ ମିଶ୍ର

●●ଆଵାହନ●●

ଉଠହେ ପୁଲକେ ଉଠହେ ମାତି,
କେତେ ନଵ ଆଶା ନଵୀନ ସାହସ
ନଵ ଜାଗରଣେ ଜାତିର ଭଵିଷ୍ୟ
ମରମେ ମରମେ ଉଠଇ ଭାତି ।।ଘୋଷା।।

ଅତୀତ ଗରଭେ ଯେତେ ଗଉରବ
ଜ୍ଞାନ ବଇଭଵ ସମ୍ପଦଶିରୀ
ସେ ଵିଭବ ବାରେ ଚାହିଁ ଦେଖ ଭାଇ
ଘେନ ହେ ସରବେ ନିଜର କରି ।

ଏ ବଙ୍କାଡ଼ ଗଡ଼ ଵିରଜା-କାନନ
ରହିବ କି ମନୁ ଵିସୋରି ଦେଇ,
ଭୁଲି କି ପାରିବ ବିଲ ବନ ପଦା
ଯେତେ ଯହିଁ ଏଥି ଅଛଇ ରହି ।

ଶାଳିଆ ସଲିଳେ ସୁଦୂର ଅତୀତୁ
ବହି ଆସେ କିବା ସମ୍ପଦ ଧାରା,
ଦରୀରୁ ଦରୀକୁ ଉଛୁଳି ଉଠଇ
ଏ ସରଗ ଭୂଇଁ କୀରତିମାଳା ।

ଘଣ୍ଟଶିଳା ଚାରୁ ତରୁଶିଳା ମେଳେ
ପ୍ରସନ୍ନ ମାନଵ ବୁଲରେ ଯାଇ;
ଵନ ଗଛ ଲତା ମାଟି ପଥର ସେ
ସୋଦର-ଆଦରେ ଧରରେ ଭାଇ ।

ଜନନୀ ସ୍ଵରୂପ ଦେଖ ଭାଇ ବାରେ
ରଖ ସେ ମୋହନ ମୂରତି ଚିହ୍ନି,
ଜନନୀ ପୟରେ ପ୍ରଣମି ସେନେହେ
ଶୁଣ ତା’ର ସୁଖ ସୋହାଗ ଵାଣୀ ।

ଖଣ୍ଡାହଣା ଗିରି,ସୋଲେରି,ଭାଲେରି
ଶିଖରି ଶିଖରେ ଉଠିବ ଖେଳି,
ଜ୍ଞାନ ମାନ ଶିଖି ସୁଖ ସଉରଭ
ଗିରିଦରୀ ଖୋଲ କନ୍ଦର ପୂରି ।

ଚିଲିକା ସଲିଳେ ନୀଳ ଊର୍ମ୍ମିମାଳେ
ନଵ ଵଳ ତେଜ ଶକତି ଉଠି,
ପରାଣେ ପରାଣେ ତଡି଼ତ ପରାଣେ
ନଵଜ୍ୟୋତି ପୁଣି ଆସିବ ଫୁଟି ।

ଗ୍ରାମେ ଗ୍ରାମେ ପୂରି ଘରକୁ ଘରକୁ
ବାଟେ ଘାଟେ  ନଈ ସରସୀ ତୀରେ,
ନଵୀନ ସାହସ ଉତ୍ସାହ ତରଙ୍ଗ
ଖେଳିଯିବ ଭୂଇଁ କାନନ ନୀରେ ।

ଶାଳିଆ ସିକିତା ତଟଵିହାରିଣୀ
ମାଆ ଭଗଵତୀ କରୁଣା ଵହି,
ପୂର୍ଣ୍ଣ କରୁଥାଅ ପରାଣ ଵାସନା
ଆଶାରେ ଶିଶୁଏ ଅଛୁଁ ଗୋ ରହି ।

କଵି:-ଗୋଦାଵରୀଶ ମିଶ୍ର........................
ଵାଣପୁର ଛାତ୍ର ସମ୍ମିଳନୀର ଵାର୍ଷିକ ଉତ୍ସଵରେ
ଉଦବୋଧନ ସଙ୍ଗୀତ ରୂପେ ଗାନ କରାଯିବା ନିମିତ୍ତ ରଚିତ ।
ରଚନାକାଳ:-ମକର ୩ ଦିନ,୧୩୨୩ ଵର୍ଷ ।
..........................................................

Monday, March 26, 2018

ଏଠି କିଏ ପାଗଳ ନୁହେଁ ?

ଆମ ଦେଶରେ କାହାର ଵ୍ୟଵହାର ଅସ୍ଵାଭାବିକ ହେବା ଦେଖିଲେ ତାକୁ “ପାଗଳ - ବାଇଆ” ଆଖ୍ୟା ଦେବାର ପରମ୍ପରା ରହିଛି । ଵିଶେଷତଃ ଏ ଦେଶର ବୁଦ୍ଧିଜୀବୀ ମାନେ ସର୍ଵାଧିକ ପାଗଳ ଉପାଧିରେ ଭୂଷିତ ହୋଇଥାନ୍ତି ।କବି,ଲେଖକ,ଗାୟକ,ଚିତ୍ରକାର ଆଦିଙ୍କୁ ସେମାନଙ୍କ କଳାତ୍ମକ-ନିଶା ଯୋଗୁଁ ଆମର ଏଠି ପାଗଳ କହିଦିଅନ୍ତି ।
ତେବେ ବୁଦ୍ଧିଜୀବୀ ଓ କଳାସାହିତ୍ୟ ପ୍ରେମୀଙ୍କୁ ବାୟା କୁହାଯିବାର କାରଣ ହେଉଛି ଏମାନେ
ହଟାତ୍ ଏମିତି କିଛି ନା କିଛି କରଦିଅନ୍ତି ଯେ ସାଧାରଣ ଲୋକେ ଏମାନଙ୍କୁ ପାଗଳ କହିଦିଅନ୍ତି ।

ଏ ଅର୍ନ୍ତଜାଲର ଯୁଗରେ ମୋବାଇଲ ଖଣ୍ଡେ ଖଣ୍ଡେ ଧରି ଟୋକା ଠାରୁ ବୁଢା଼ ଯାଏଁ ସଭିଏଁ ଦାଣ୍ଡରେ ବାଟରେ ଯୋଉଠି ପାଇଲେ ବସିପଡି଼
ଚଳଚ୍ଚିତ୍ର ଦର୍ଶନ,ଗୀତ ଶ୍ରଵଣ,ମୁଖାପୁସ୍ତିକା ଆଦି ଵିଭିନ୍ନ ସାମାଜିକ ଗଣମାଧ୍ୟମ ଗୁଡ଼ିକରେ  ପାରସ୍ପରିକ କଥୋପକଥନରେ ଲାଗିଥାନ୍ତି ।
ଏମନ୍ତ ସମୟରେ ଦେଖାଯାଏ ବେଳେ ବେଳେ ଲୋକେ ଉକ୍ତ ମୋବାଇଲରେ ହାସ୍ୟରସ ଆସ୍ଵାଦନ କଲାବେଳେ ଆପଣା 32 ଦାନ୍ତ ନେଫେଡି ହସିଥାନ୍ତି । ସେତେବେଳେ  ଅର୍ନ୍ତଜାଲିଆ ଲୋକଙ୍କୁ ଦେଖି ଅଣ-ଅର୍ନ୍ତଜାଲିଆ ଲୋକେ ସେମାନଙ୍କୁ ପାଗଳ ଆଖ୍ୟା ଦେଇଦିଅନ୍ତି । ଆମ ସମାଜରେ ଯଦି କେ ଆପଣା ସ୍ଵାର୍ଥରେ ହସେ ସେ ଜଣେ ସୁସ୍ଥ ଲୋକ କିନ୍ତୁ କେହି ଏମିତି ବାଟରେ ଘାଟରେ ଏସବୁ ପ୍ଲାଷ୍ଟିକ ପଟା ଧରି ଦାନ୍ତ ଦେଖେଇଲା ସେ ପାଗଳ ବୋଲେଇବ ହିଁ ବୋଲେଇବ ।
ଅଣ-ଅର୍ନ୍ତଜାଲିଆ ଲୋକଙ୍କୁ ଅର୍ନ୍ତଜାଲିଆ ଲୋକଙ୍କ ଏଭଳି ଅକାରଣରେ ହାସ୍ୟରୋଳ
ଅଣଲୋଡା଼ ଅପଵ୍ୟୟ ଲାଗେ ।  ଏହି ଵ୍ୟାପାରିକ ଯୁଗରେ ଅପଵ୍ୟୟ ବଡ଼ ମନ୍ଦ କଥା ।  ଅପଵ୍ୟୟ ଯୋଗୁଁ ମନୁଷ୍ୟ ଦେଵାଳିଆ ହୋଇଯାଏ । ତେଣୁ ହାସ୍ୟର ମଧ୍ଯ ଏମନ୍ତ ଦାଣ୍ଡରେ ବାଟରେ ଅପଵ୍ୟୟ ହେଉଥିବାର ଦେଖିଲେ ଲୋକେ ସହିପାରନ୍ତିନି ।

ଏମିତି ଦେଖିଲେ ଜଗତରେ
ପ୍ରାୟ ସମସ୍ତେ କୌଣସି ନା କୌଣସି ଵିଷୟକୁ ନେଇ ମାତ୍ରାଧିକ ସମ୍ବେଦନଶୀଳ ।
ମାଟିପ୍ରେମୀ ମାଟିର ମଣିଷ ମାଟି ପାଇଁ ପାଗଳ ।

ଜୀବିତ ଲୋକ ବଞ୍ଚିବା ପାଇଁ ପାଗଳ ।
ପ୍ରେମୀମାନେ ପ୍ରେମ ପାଇଁ ପାଗଳ ।
କାମନାଵାସନା ଯୁକ୍ତ ଲୋକ ଆପଣା ଇଚ୍ଛା ଆକାଂକ୍ଷା ପୂରଣ ହେତୁରୁ ପାଗଳ ।
କେହି କେହି ଖେଳ ପାଗଳ । କିଛି ମିଳିଯାନ୍ତି ମଦ,ମାଂସ,ମତ୍ସ୍ୟ ପାଗଳ ।
ଦୂରଦର୍ଶନ ଓ ଧାରାଵାହିକ ପ୍ରେମୀ ମଧ୍ଯ ପାଗଳ  । ଧର୍ମ,ଜାତି,ଭାଷା,ସଂସ୍କୃତି ଓ ଅଞ୍ଚଳ ପାଇଁ ତ ଏ ଵିଶ୍ଵରେ ସର୍ଵାଧିକ ପାଗଳ ପାରସ୍ପରିକ କଳିକନ୍ଦଳିରେ ଲାଗିଛନ୍ତି । କିଏ ଫିଲିମ୍ ପାଗଳ ତ କିଏ ଟଙ୍କା ପାଗଳ । ସଂସାରରେ କିଛି ଵି ପାଇବାକୁ ହେଲେ ପାଗଳ ହେବାକୁ ହୁଏ ଵା ଏମିତି କହିଲେ ଵରଂ ଭଲ ହେବ ଯେ
ମଣିଷକୁ ନିଜ ଇଚ୍ଛା ପୂରଣ ହେତୁ ପାଗଳଟେ ପରି ଦୌଡିବାକୁ ପଡି଼ଥାଏ । କୌଣସି ଵିଷୟରେ ପାଗଳ ନହେଲା ଯାଏଁ ସିଦ୍ଧି ମିଳିବା ଅସମ୍ଭବ କଥା ।

ଆଉ ଅଣ-ଅର୍ନ୍ତଜାଲିଆ,ଅଣ-ମୋବାଇଲ ଚାଳକ
ମାନେ କଣ ଭଲ ? କିୟଣ ସେମାନଙ୍କ ଭିତରେ କିଛି ଵି ପ୍ରଗଳ୍ଭତା ନାହିଁ ?
ନା.....
ସେମାନେ ମଧ୍ଯ ତାଙ୍କ ପିଲାଛୁଆ,ସ୍ତ୍ରୀ, ଗୃହ  ଏବଂ ଏସବୁ ଵସ୍ତୁ ଓ ଲୋକଙ୍କୁ ଆପଣା ସହିତ ଆଜୀବନ ବାନ୍ଧି ରଖିବାକୁ ପାଗଳ ଭଳି ମଲାଯାଏଁ ଦୌଡୂଥିବାର ଦେଖାଯାଏ ।  ଏଣୁ ବୁଦ୍ଧିଜୀବୀ ଓ କଳାପ୍ରେମୀଙ୍କୁ ପାଗଳ କହି ଦେଉଥିବା ସାଧାରଣ ଲୋକ ମଧ୍ଯ ସେତିକି ଅନୁପାତରେ ପାଗଳ ଯେତିକି ଅନ୍ୟ ମାନେ ଅଟନ୍ତି ।

Sunday, March 25, 2018

ଜୟ ଜୟ ଜଗନ୍ନାଥ

ଜୟ ଜୟ ଜଗନ୍ନାଥ ଜଗତ ଜୀଵନ ।
ଜୟ ଜୟ ଜଗନ୍ନାଥ ପରମ କାରଣ ।।■୧■

ଜୟ ଜୟ ଜଗନ୍ନାଥ ତୁ ପରମାନନ୍ଦ ।
ଜୟ ଜୟ ଜଗନ୍ନାଥ ତୁହି ଆଦିକନ୍ଦ ।।■୨■

ଜୟ ଜୟ ଜଗନ୍ନାଥ ଦୀନଜନ ବନ୍ଧୁ ।
ଜୟ ଜୟ ଜଗନ୍ନାଥ କୃପାଜଳ ସିନ୍ଧୁ ।।■୩■

ଜୟ ଜୟ ଜଗନ୍ନାଥ କରୁଣା ଵାରିଧି ।
ଜୟ ଜୟ ଜଗନ୍ନାଥ ଅନାଦି ତୁ ଆଦି ।।■୪■

ଜୟ ଜୟ ଜଗନ୍ନାଥ ପରମ ପୁରୁଷ ।
ଜୟ ଜୟ ଜଗନ୍ନାଥ କମଳା ଵିଳାସ ।।■୫■

ଜୟ ଜୟ ଜଗନ୍ନାଥ ନୀଳଗିରିଵାସୀ ।
ଜୟ ଜୟ ଜଗନ୍ନାଥ ପରଂବ୍ରହ୍ମରାଶି ।।■୬■

ଜୟ ଜୟ ଜଗନ୍ନାଥ ଚତୁର୍ଧା ମୂରତି ।
ଦୀନ ଅଚ୍ୟୁତ ତୋ ଦାସ ସଦା ଦିନରାତି ।।■୭■

କଵି:-ଶ୍ରୀ ଅଚ୍ୟୁତାନନ୍ଦ ଦାସ

Friday, March 23, 2018

କାଞ୍ଜି


କାଞ୍ଜି ସମସ୍ତ ଏସିଆରେ ଲୋକପ୍ରିୟ ହୋଇଥିବା ଏକ ଖାଦ୍ୟ ଦ୍ରବ୍ୟ । ଏହା ପଖାଳ ଵା ଅନ୍ନର  ଵାସି ତୋରାଣି ରୁ ତିଆରି କରାଯାଇଥାଏ । ବହୁତ ସମ୍ଭବ ଏ ଶବ୍ଦଟି ଦକ୍ଷିଣ ଭାରତୀୟ କିମ୍ବା ପୂର୍ଵଭାରତୀୟ ଦ୍ରାଵିଡ ଭାଷା ପରିଵାରର ଶବ୍ଦ । ଦ୍ରାଵିଡ ଭାଷାପରିବାରର ସବୁଠାରୁ ଶକ୍ତିଶାଳୀ ଭାଷା ତାମିଳରେ କାଞ୍ଜି ର ଅର୍ଥ ଉଭୟ ପଖାଳ ଏବଂ କାଞ୍ଜି ଅଟେ ।
ଵିଶ୍ଵର ଵିଭିନ୍ନ ଭାଷାରେ କାଞ୍ଜି/ପଖାଳର ନାମ →hsan pyok(ବର୍ମୀ ଭାଷା)
→kanji(ତାମିଳ/ତୁଲୁ)
→kaṇhji(ମଲାୟଲମ)
→ganji(କନ୍ନଡ/ତେଲୁଗୁ)
→baw baw(ଖମେର)
→juk(ହକ୍କା,କାଣ୍ଟୋନୀଜ,କୋରିଆନ୍)
→muay(ହୁକ୍କୀନ,ତେଉଚେଉ)
→zhōu(ମାଣ୍ଡାରିନ୍)
→cháo(ଭୀଏତନାମୀ)
→deythuk(ତିବ୍ବତ)
→chokorkhao tom(ଥାଇ)
→kayu(ଜାପାନୀ)
→lúgaw(ତଗାଲଗ)
→Bubur,kanji(ମାଳୟ,ଭାଷା ଇଣ୍ଡୋନେସିଆ)
→jaulo(ନେପାଳୀ)
→jaou(ବଙ୍ଗାଳୀ)
→କାଞ୍ଜିକା(ସଂସ୍କୃତ)
→canja(Portuguese)

ଚୀନଦେଶର ଐତିହାସିକ ଙ୍କ ମତରେ 
ଜାଉ ଶବ୍ଦ ଟା ତାଙ୍କର....
ସେମାନଙ୍କ ଅନୁସାରେ
ଏହାର ମୂଳ ଶବ୍ଦ ହେଉଛି zhōu ଯାହାର ଗୋଟିଏ ଅର୍ଥ  ଆମ ଭାଷା ପରି ଚୀନରେ ଖୀରିସା-ଖୀରି ଵା gruel) ଅଟେ ।
ଚୀନ ଦେଶୀୟ ଏକ ପୁସ୍ତକ
“The Book of Zhou” ଅନୁସାରେ
"ସମ୍ରାଟ ହ୍ଵାଙ୍ଗୁଦୀ (Huangdi) ପ୍ରଥମେ ଯଵରୁ କାଞ୍ଜି ବା ଖିରି ତିଆରି କରିଥିଲେ ।

ଏ ତଥ୍ୟକୁ ଧରି ସେଠାର ଲୋକେ
କହନ୍ତି ଜାଉ ଶବ୍ଦ ଟା ଆମର ।
ଏଠାରେ ଜାଣିରଖିବାକୁ ହେବ ଯେ କାଞ୍ଜି ଓ ଖିରି ଦୁଇଟି ଭିନ୍ନ ଖାଦ୍ୟ ଦ୍ରଵ୍ୟ ଏବଂ ଏ ଉଭୟକୁ ତିଆରି କରିବାର ବିଧି ମଧ୍ୟ ଭିନ୍ନ ।
ଏଇଥି ଯୋଗୁଁ
କାଞ୍ଜି ଏବଂ ଜାଉ ଦୁଇଟି ଭିନ୍ନ ଭିନ୍ନ ଅର୍ଥ ସହିତ ଆମ ଭାଷାରେ ଵ୍ୟଵହାର ହୋଇଥାଏ ।
ଭାରତୀୟ ନିରୁକ୍ତୀ ଶାସ୍ତ୍ର ଅନୁସାରେ
ଜାଉ ଶବ୍ଦ ଟି ହୁଏତ ଭାରତୀୟ ଶବ୍ଦ ହୋଇଥିବ
କାରଣ ଏହାର ମାନକ ସଂସ୍କୃତ ପ୍ରତିଶବ୍ଦ
ହେଉଛି ଯବାଗୂ ଯାହାର ନିରୁକ୍ତୀ ହେଲା

ଯୁ ଧାତୁ+ କର୍ମ.ଆଗୂ

ଏହି
ଯୁ ଧାତୁର ଅନେକ ଅର୍ଥ ଅଛି
୧.ମିଶ୍ରଣ କରିବା
୨.ଯୋଡି଼ବା
୩.ବାନ୍ଧିବା
୪.ପୃଥକ କରିବା

ଏ ଯୁ ଧାତଟି
ଯୁଜ୍ ଧାତୁର ମୂଳ ।
ଯୁଜ୍ ଧାତୁ ରୁ ଯୁକ୍ତ,ଯୁକ୍ତି,ଶବ୍ଦ ନିଷ୍ପନ୍ନ ହୋଇଥିଲା ବେଳେ ଯୁ ଧାତୁରୁ ଯୁଗ ପରି ଅନେକ  ଶବ୍ଦର ନିରୁକ୍ତୀ ନିର୍ଣ୍ଣୟ ହୋଇଅଛି । ଏ ଧାତୁ ଶବ୍ଦର ଵ୍ୟଵହାର ମଧ୍ୟ ବିସ୍ତୃତ । ତେଣୁ ବହୁତ ସମ୍ଭବ ଭାରତୀୟ ମାନଙ୍କର ମୂଳ ଶବ୍ଦ ଜାଉ ଇତ୍ୟାଦି ଚୀନ ଯାଇ ସେଠାରେ ଯ୍ହାଉ ହୋଇଛି ଯେହେତୁ ଟି ଚୀନ ଦେଶ 2000 ଵର୍ଷ ତଳେ ଭାରତ ଠାରୁ ଶର୍କରା ତିଆରି ଜ୍ଞାନ କୌଶଳ ପାଇଥିଲା ଆଉ ବିନା ଶର୍କରା ରେ ଜାଉ ତିଆରି କଷ୍ଟକର ବ୍ୟାପାର । ତା ଛଡ଼ା ଧାନ ତଥା ଯବଧାନର ଜନ୍ମସ୍ଥଳୀ ହେଉଛି ଭାରତ । ଭାରତରେ ସେଇଥିପାଇଁ ଧାନ ର ଚାଉଳରୁ ତିଆରି ନାନାଵିଧ ଦ୍ରଵ୍ୟ ଵ୍ୟଵହାର କରାଯାଇଥାଏ । ତେଣୁ ବୋଧହୁଏ ଓଡ଼ିଆ ମାନଙ୍କ ଯୋଗୁଁ ଜାଉ ଶବ୍ଦ ଟି ଏସିଆ ମହାଦେଶରେ ଲୋକପ୍ରିୟ ହୋଇଥିଲା ଏବଂ ସେତିକି ପ୍ରଶିଦ୍ଧ ହୋଇଥିଲା କାଞ୍ଜି ଶବ୍ଦ ।

ଓଡ଼ିଶାର ଦକ୍ଷିଣାଞ୍ଚଳରେ ଲୋକେ ସର୍ବାଧିକ କାଞ୍ଜି ତିଆରି କରି ଖାଇଥାନ୍ତି । ତହିଁ ରେ ପୁଣି ବ୍ରାହ୍ମଣ ସମାଜରେ କାଞ୍ଜି ର ଆଦାର ବହୁତ ଅଧିକ । କାହିଁକି ଅଧିକ ?
ଏ ଵିଷୟରେ ଏକ କୌତୁକିଆ ଗୀତଟିଏ ଅଛି ଯାହାକୁ ଏକଦା ଅକ୍ଷୟ ମହାନ୍ତି ତାଙ୍କ ଦୈବୀଦତ୍ତ କଣ୍ଠରେ ଗାଇଥିଲେ ।

ଗୀତଟି ଏଇଭଳି:-
■■■■■■■■■■■■■■■■■■■■■
କାର୍ତ୍ତିକ ମାସରେ ଆସିଲା କାଞ୍ଜି
କାଞ୍ଜି କି କଲେ ନାୟକ ପୁଞ୍ଜି
ପାଞ୍ଜି ରେ ଦେଲେ ଅକ୍ଷତ ଦୂବ
କାଞ୍ଜି କି କହିଲେ ଦେଶକୁ ଯିବ କି ଦେଶକୁ ଯିବ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କମାର ଘରେ
ଏଣେ କମାରୁଣୀ ତେଣେ କମାର-2
କାଞ୍ଜି କି କହିଲେ ହାତୁଡି଼ ଧର କି ହାତୁଡି଼ ଧର-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଭଣ୍ଡାରୀ ଘରେ
ଏଣେ ଭଣ୍ଡାରୁଣୀ ତେଣେ ଭଣ୍ଡାରୀ-2
କାଞ୍ଜି କି ଦେଲେ ଖିଅର କରି କି ଖିଅର କରି-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ଗଉଡ଼ ଘରେ
ଏଣେ ଗଉଡୁଣୀ ତେଣେ ଗଉଡ଼-2
କାଞ୍ଜି କି ଦେଲେ ବାହୁଙ୍ଗି ମାଡ଼ କି ବାହୁଙ୍ଗି ମାଡ଼-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା କରଣ ଘରେ
କରଣ ଘରେ ଦେଖି ପଲମ
ଆମ୍ଵିଳି ପାଣିରେ ରହିଲା ମନ କି ରହିଲା ମନ-2

ତହୁଁ କାଞ୍ଜି ଗଲା ଖରେ
ଯାଇ ପସିଲା ବାହ୍ମଣ ଘରେ
ଏଣେ ବାହ୍ମୁଣୀ କି ତେଣେ ବାହ୍ମୁଣ-2
କାଞ୍ଜି କି କଲେ ବଡ଼ ତିଅଣ କି ବଡ଼ ତିଅଣ-2

■■■■■■■■■■■■■■■■■■■■■