ଅର୍ଥାତ୍ “ପୃଥିଵୀକୁ ମହାକାଶ ଯାନରେ ପରିକ୍ରମା କରି, ମୁଁ ଦେଖିଲି ଆମ ଗ୍ରହ ସତରେ କେତେ ସୁନ୍ଦର ମନୋହର ଓ ଅଦ୍ଭୁତ। ତେଣୁ ହେ ମନୁଷ୍ୟମାନେ, ଆସନ୍ତୁ ଏହି ସୌନ୍ଦର୍ଯ୍ୟକୁ ନଷ୍ଟ ନକରି ଏହାର ସଂରକ୍ଷଣ ଓ ଵୃଦ୍ଧି କରିଵାକୁ ତତ୍ପର ହେଵା ।”
ତେବେ ଵିଶ୍ଵର ଯେତେ ଗ୍ରନ୍ଥ ଅଛି ଯେତେ ଲୋକଵାଣୀ ଅଛି ତନ୍ମଧ୍ୟରେ ପୃଥିଵୀ ପାଇଁ ବୋଲା ଯାଇଥିଵା ସବୁଠାରୁ ଶ୍ରେଷ୍ଠ ଉକ୍ତି ସମ୍ଭଵତଃ ଅଥର୍ଵଵେଦରେ ରହିଛି ।
ଅଥର୍ଵଵେଦର ଦ୍ଵାଦଶ କାଣ୍ଡର ପ୍ରଥମ ସୂକ୍ତରେ ଥିଵା ଦ୍ଵାଦଶ ଋଚା କହେ
"ମାତା ଭୂମିଃ ପୁତ୍ରୋ ଅହଂ ପୃଥିଵ୍ୟାଃ
ପର୍ଜନ୍ୟଃ ପିତା ସ ଉ ନଃ ପିପର୍ତୁ॥"
ଅର୍ଥାତ୍
“ଭୂମି ମୋର ମାତା, ମୁଁ ପୃଥିଵୀର ପୁତ୍ର।
ପର୍ଜନ୍ୟ (ଵର୍ଷାର ଦେଵତା) ମୋର ପିତା,
ସେ ଆମକୁ ପାଳନ କରନ୍ତୁ।”
ଭାରତୀୟମାନେ ପୃଥିଵୀକୁ କେତେ ଭଲ ପାଇଥିଲେ ତାହା ଏଇ ପଦିଏ କଥାରୁ ସ୍ପଷ୍ଟ ହୋଇଯାଏ । ତେବେ ଏହା ଏକମାତ୍ର ପ୍ରମାଣ ନୁହେଁ ।
ଭାରତର କେଵଳ ସଂସ୍କୃତ ଭାଷାରେ ପୃଥିଵୀର ୧୫୮ଟି ନାଆଁ ଅଛି । ପୃଥିଵୀର ଆଉ କୌଣସି ଭାଷାରେ ଏତେ ସଂଖ୍ୟକ ନାଆଁ ଦେଖାଯାଏ ନାହିଁ । ୧୫୮ ଛାଡ଼ନ୍ତୁ ଦଶରୁ ଅଧିକ ନାଆଁ ବି ନାହିଁ । ପୃଥିଵୀର ସେଇ ୧୫୮ଟି ତତ୍ସମ ନାମ ଗୁଡ଼ିକ ହେଲା :
ପୃଥ୍ଵୀ,ମୃତ୍ତିକା,ପୃଥିଵୀ,ମହୀ,ଭୂମି,ଭୁଵନ,ଗିରିକର୍ଣ୍ଣିକା,ପୁରୀଷ୍ୟ,ରୁପ୍,ଭୂତଧାରିଣୀ,କ୍ଷୌଣୀ,ମଧୁଜା,ମୃଦ୍,ଜଗଦ୍ଵହା,ଧରାଧାରା,ଵିଶ୍ଵଗନ୍ଧା,ଗିରିସ୍ତନୀ,ସମୁଦ୍ରରଶନା,କୃଷି,ଇଡା,ଭୂମିକା,ଧରଣୀ,ଵିଶ୍ଵମ୍ଭରା,ସର୍ଵଂସହା,ଅଦ୍ରିକୀଳା,ଟା,ଵସୁମତି,ସାଗରାମ୍ବରା,କୀଳିନୀ,ଧାତ୍ରୀ,ରତ୍ନଗର୍ଭା,ଏଧିନି,କ୍ଷିତି,ଦକ୍ଷା,ସାଗରମେଖଳା,ଭୂର୍ଣ୍ଣି,ଉର୍ଵୀ,ସ୍ଥଗଣା,ଧାରଣୀ,ରତ୍ନାକରମେଖଳା,ଭୂତମାତୃକା,ଇଡିକା,ସର୍ଵସହା,ଅଚଳକୀଳା,ଵାସୁରା,ସାଗରନେମି,କ୍ଷ୍ମା,ଧାରୟିତୃ,ଵିଶ୍ଵମ୍ଭରି,ଖଣ୍ଡିନୀ,ରତ୍ନପ୍ରଭା,ଭୂତସାଧନୀ,ଇ,ଧରଣୀ,ସାଗରନେମୀ,ସମୁଦ୍ରଵସନା,ଧାରିଣୀ,ଵିଶ୍ଵସହା,ରତ୍ନସୂ,ଇନ୍ଦ୍ରଋଷଭା,ସୁଧା,ସହା,ଧରା,ସ୍ଥାୟା,ଧୃତ୍ଵରୀ,କ୍ଷା,ରତ୍ନସୂତି,ଇରା,ତଵିଷୀ,ଵିପୁଳା,ମହାକାନ୍ତା,ରସା,ଧରିତ୍ରୀ,ରତ୍ନଵତୀ,ପ୍ରଥିଵୀ,ନିଶ୍ଚଳା,ମେଦିନୀ,ଗୋତ୍ରା,ସହୁରି,ଅଵିଷୀ,ଅଚଳା,ସ୍ଥିତି,ନରାଧାରା,ଵସୁଦା,ଇଲିକା,ଜ୍ୟା,ଗୋତ୍ରକୀଳା,ହଳା,ତ୍ରିପଥଗା,କୁମ୍ଭିନୀ,ଅଵ୍ୟଥିଷୀ,ପର୍ଵତାଧାରା,ଵ୍ୟୋମସ୍ଥଳୀ,ଗ୍ମା,ଭୂ,ଵସୁଧା,ଅବ୍ଧିଦ୍ଵୀପା,ସମୁଦ୍ରକାଞ୍ଚୀ,ମହାସ୍ଥଳୀ,ପର୍ଵତକୀଳା,ଶୈଳାଧାରା,ଉଦଧିମେଖଳା,ଅବ୍ଧିଵସ୍ତ୍ରା,କୁ,ସମୁଦ୍ରାମ୍ବରା,ସର୍ପଭୃତା,ଵସୁନ୍ଧରା,ଶାଶ୍ଵତୀ,ଉଦଧିଵସ୍ତ୍ରା,ଭୂ,ପଙ୍କ୍ତି,କେଳି,ସମୁଦ୍ରମେଖଳା,ଵଲ୍ଲି,ଭୂତଧରା,ଶିଳୀନ୍ଧ୍ରୀ,ମୌଳୀ,ଉରୂଚୀ,ଭୂ,ହେମା,ଗନ୍ଧମାତୃ,ସମୁଦ୍ରନେମି,ଭୂତଧାତ୍ରୀ,ଗୋ,ସୁରଭି,ସ୍ଵସୂ,କ୍ଷୋଣି,କାଶ୍ୟପୀ,ଉର୍ଵରା,ଭୂମି,ସୁରଭି,ହିରଣ୍ୟଦା,ଅମ୍ବରସ୍ଥଳୀ,ଦେହିନୀ,କେଳିଶୁଷି,ଗୁ,ରିପ୍,ଜୀଵଧାନୀ,ଅନନ୍ତା,ଵସୁଧାରିଣୀ,କ୍ଷୋଣୀ,କ୍ଷାନ୍ତା,ଭୂତି,ଅର୍ଣ୍ଣଵନେମି,ଦୈତ୍ୟମେଦଜା,ଵିଶ୍ଵା,ଖଗଵତୀ,ଅଦିତି,ସ୍ଥିରା,ଶ୍ୟାମା,ମାଧଵୀ,ଭୂରିଜ୍,ମାତୃ,ପାଂସୁଳା,ଅନ୍ତର୍ନେମି,ଚତୁରନ୍ତା,ଵିଶ୍ଵଧାରିଣୀ,ଗାତ୍ରା,ସମୁଦ୍ରାନ୍ତା,କ୍ରୋଡକାନ୍ତା,ଵାରାହୀ,ବୀଜସୂ,ରୋଦସୀ,ଇଡାୟାସ୍ପଦେ,ଌ(ଲ୍ର୍ ଵା ଲୃ),ମଧ୍ୟଲୋକ,ଭୂର୍ଲୋକ,ଜଗଦ୍ୟୋନି,ଖଳ,ମଧ୍ୟମଲୋକ,ପଦ୍ର,ଧରଣି,ଭୂଲୋକ,ଏଵ,ସହଲୋକଧାତୁ,ସ୍ଥିର,ନରଲୋକ,ପୂଷନ୍,ମର୍ତ,ଗ୍ଲୌ,ମନୁଜଲୋକ,ନୃଲୋକ,ବଳଜ,ହରିପ୍ରିୟ,ଯୋଗ୍ୟ,ମର୍ତ୍ତ୍ୟ,ନୃତୁ,ଗହ୍ଵର,ଭରଣ୍ଡ,ଗ୍ଲୌ,କାନ୍ତ,ରକ୍ତଧାତୁ,ଭୂଗୋଳ,ଦ୍ଵୀପଵତ୍,ମୌଳି,ରସାତଳ,ଜଗତ୍,ପୁରୀଷ,ପଦ୍ଵ,ରୋଦସ୍,ଭୂତଳ,ମହୀତଳ,ଗୌର,ଇଳାଗୋଳ,ଅନ୍ନ,ଜଗତୀମଧ୍ୟ,ଭୂମନ୍,କ୍ଷାମନ୍,ମର୍ତ୍ୟଭୁଵନ,ହଵିର୍ଧାନ,କ୍ଷିତିମଣ୍ଡଳ,ଜୀଵ ଓ ଵସୁଧାତଳ ।
ତେବେ ଏହାଠାରୁ ଅଧିକ ସଂଖ୍ୟକ ପ୍ରତିଶବ୍ଦ ଥାଇପାରେ । ପୃଥିଵୀର ଏ ସମସ୍ତ ନାଆଁଗୁଡ଼ିକ ପ୍ରାଚୀନ ଭାରତୀୟ ସାହିତ୍ୟରେ ଵ୍ୟଵହୃତ ହୋଇଛି । ଆମ ପୂର୍ଵଜ ପୃଥିଵୀକୁ କେତେ ଭଲ ପାଉଥିଲେ ଏହି ଶବ୍ଦ ସୂଚୀ ତହିଁର ପ୍ରମାଣ । ଆମ ସଂସ୍କୃତି ୟୁରୋପ ଆରବ ଓ ଚୀନାଙ୍କଠାରୁ କେତେ ଶ୍ରେଷ୍ଠ ଓ ଉନ୍ନତ ଏ ସୂଚୀ ତହିଁର ପ୍ରମାଣ ।
No comments:
Post a Comment