ସଂସ୍କୃତ ଭାଷାରେ 'ଗୋଘ୍ନ' ବୋଲି ଏକ ଶବ୍ଦ ଅଛି । ଏହାର ଗୋଟିଏ ଅର୍ଥ ଗୋଘାତ ଅର୍ଥାତ୍ ଗାଈକୁ ହତ୍ୟା କିନ୍ତୁ ଏହାର ଅନ୍ୟ ଏକ ଅର୍ଥ ହେଉଛି ଅତିଥି ।
ଭାରତର ପଣ୍ଡିତମାନେ ଗୋଘ୍ନ ଶବ୍ଦର ଅତିଥି ଅର୍ଥ ଦେଖି ଅନୁମାନ କରିନେଲେ ଯେ ପୂର୍ଵେ ଭାରତରେ କେହି ଅତିଥି ଉପସ୍ଥିତ ହେଲେ ତାଙ୍କର ଖାଇଵା ନିମନ୍ତେ ଗୋରୁ ମରା ଯାଉଥିଲା। ଅର୍ଥାତ୍ ପ୍ରାଚୀନ କାଳରେ ହିନ୍ଦୁମାନେ ଗୋମାଂସ ଖାଉଥିଵାର ଏହା ଏକ ପ୍ରମାଣ ବୋଲି ପ୍ରଚାର କରାଯାଏ ।
ପ୍ରକୃତରେ ଗୋଘ୍ନ ଶବ୍ଦର ଦୁଇଗୋଟି ନିରୁକ୍ତି ରହିଛି । ତନ୍ମଧ୍ୟରୁ ଅଧିକାଂଶ ସଂସ୍କୃତକୋଷରେ ଗୋଘ୍ନ ଶବ୍ଦର କେଵଳ ଗୋଟିଏ ନିରୁକ୍ତି ହିଁ ଉଲ୍ଲେଖ ଅଛି । ଉଦାହରଣ ସ୍ୱରୂପ
କଳ୍ପଦ୍ରୁମ ସଂସ୍କୃତ ଅଭିଧାନରେ ଗୋଘ୍ନ ଶବ୍ଦର ଅତିଥି ଅର୍ଥର ନିରୁକ୍ତି ଲେଖାଅଛି...
“ଗୌର୍ହନ୍ଯତେଽସ୍ମୈ । ଗୋ + ହନ୍ + ସମ୍ପ୍ରଦାନେ ମୂଳଵିଭୂଜାଦିତ୍ଵାତ୍ କଃ ”
ଏଠାରେ ଗୌର୍ହନ୍ଯତେଽସ୍ମୈ"ର ଅର୍ଥ "ଗାଈ ତା’ ପାଇଁ ହତ୍ୟା ଯିଵା"। ଗୋ ଶବ୍ଦର ଅର୍ଥ ଗାଈ,ହନ୍ ଧାତୁର ଅର୍ଥ ହତ୍ୟା କରିଵା । ସମ୍ପ୍ରଦାନ" ଚତୁର୍ଥୀ ଵିଭକ୍ତିକୁ ସୂଚାଇଥାଏ, ଯାହା "ପାଇଁ" ବା "ଉଦ୍ଦେଶ୍ୟରେ" ଅର୍ଥ ଦେଇଥାଏ। ପାଣିନିଙ୍କ ସୂତ୍ର "କର୍ମଣି ସମ୍ପ୍ରଦାନମ୍" (୧.୪.୩୨) ଅନୁସାରେ, ଯେଉଁ ଉଦ୍ଦେଶ୍ୟ ପାଇଁ କ୍ରିୟା ସମ୍ପାଦିତ ହୁଏ, ତାହା ସମ୍ପ୍ରଦାନ କାରକରେ ଵ୍ୟଵହୃତ ହୋଇଥାଏ। "ମୂଳଵିଭୂଜାଦି" ଏକ ଧାତୁଗଣ (ଧାତୁସମୂହ)କୁ ନିର୍ଦ୍ଦେଶ କରେ ଏଵଂ ଏଥିରେ "ହନ୍" (ହତ୍ୟା କରିବା) ଧାତୁ ମଧ୍ୟ ଅନ୍ତର୍ଭୁକ୍ତ।"ତ୍ଵାତ୍" (ହେତୁ ଅର୍ଥରେ) ସୂଚାଇଥାଏ ଯେ "ମୂଳଵିଭୂଜାଦି" ଧାତୁ ହେତୁ ଏହି ନିୟମ ପ୍ରୟୋଗ ହୋଇଛି। "କ" ଏକ କୃତ୍ ପ୍ରତ୍ୟୟ (ଅର୍ଥାତ୍ "ଅ"), ଯାହା ସୂତ୍ର ୩.୨.୧୪୯ ଅନୁସାରେ "ହନ୍" ଧାତୁ ସହ ଯୋଗ ହୋଇ "ଘ୍ନ" ରୂପ ନେଇଥାଏ। ଏହା ସୂଚାଇଥାଏ ଯେ "ଗୋଘ୍ନ" ଶବ୍ଦଟି ସମ୍ପ୍ରଦାନ କାରକ (ଚତୁର୍ଥୀ) ସହ ସମ୍ବନ୍ଧିତ, ଅର୍ଥାତ୍ "ଯାହା ପାଇଁ ଗାଈ ହତ୍ୟା ହୁଏ"। ତେଣୁ ଏହାର ଆକ୍ଷରିକ ଅର୍ଥ ଯେ ଗୋ ଵା ଗାଈକୁ ହତ୍ୟା କରେ ।
ସେହିପରି ଗୋଘ୍ନ ଶବ୍ଦର ଆଉ ଏକ ନିରୁକ୍ତି ଯୋଗୁଁ ଗୋଘ୍ନ ଶବ୍ଦଟି ଅତିଥି ଅର୍ଥରେ ପ୍ରାଚୀନ କାଳରେ ପ୍ରୟୋଗ କରାଯାଉଥିଲା। କିନ୍ତୁ ଗୋଘ୍ନ ଶବ୍ଦର ସେହି ନିରୁକ୍ତି ଭିତରେ କେହି ପଶିଲେ ନାହିଁ ଏଵଂ ଏଭଳି ଏକ ଭ୍ରମାତ୍ମକ ଅଵଧାରଣା ଗଢ଼ିଦେଲେ ।
ଆମେ ଜାଣିଛନ୍ତି ଗୋ ଓ ହନ୍ ଧାତୁ ଦ୍ଵାରା ଗୋଘ୍ନ ଶବ୍ଦ ସୃଷ୍ଟି ହୋଇଛି । ଗୋକୁ ହନନ କରିଵା ଵା ହାଣିଵା ହେଲା ଗୋଘ୍ନ ଅର୍ଥାତ୍ ଗୋଘାତ । ଏହା ଗୋଘ୍ନ ଶବ୍ଦର ସିଧାସଳଖ ଅର୍ଥ ।
କିନ୍ତୁ ଗୋ ଶବ୍ଦର ଅର୍ଥ କେଵଳ ଗାଈ ଵା ଗୋରୁ ନୁହେଁ କି ହନ୍ ଧାତୁରୁ କେଵଳ ହାଣିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇନଥାଏ । ତେବେ ଏହାକୁ ଭଲ ଭାବରେ ବୁଝିଵା ପାଇଁ ଆମକୁ ପ୍ରଥମେ 'ଗୋ' ଶବ୍ଦ ତଥା 'ହନ୍ଧାତୁ'ର ସମସ୍ତ ଅର୍ଥ ଜାଣିଵାକୁ ହେଵ ।
ଗୋ ଶବ୍ଦର ତେତିଶଟି ଅର୍ଥ ଅଛି ଏଵଂ ସେଗୁଡ଼ିକ ହେଲା ଧେନୁ, ଗାଭୀ,ବଳଦ,ବୃଷ,ଗୋରୁଠାରୁ ଉତ୍ପନ୍ନ ଦୁଧ, ଦହି ଓ ଘିଅ ଆଦି ଦ୍ରଵ୍ୟ,ପଶୁ,ପୃଥିଵୀ,ମାତା,ଦିଗ,
ଵେଦମାତା ଗାୟତ୍ରୀ,ଵାଣୀ ଵା ଵାକ୍ୟ,ସ୍ୱର୍ଗ,ଚକ୍ଷୁ,ଇନ୍ଦ୍ରିୟ,ଦୃଷ୍ଟି,ଵିଦିଗ,କେଶ,କିରଣ,ଜଳ,ବାଣ ଵା ଶର,ସୂର୍ଯ୍ୟ,ନକ୍ଷତ୍ର,
ଚନ୍ଦ୍ର,ଯାଗଵିଶେଷ,ଵଜ୍ର,ହୀରକ,ଗୁଆ,ଲୋମ,ଵୃଷରାଶି, ଦଶ କୋଟି ସଂଖ୍ୟା,ନଅ ସଂଖ୍ୟା,ଗାୟକଗୋମେଧ ଯଜ୍ଞ ଓ ଗୃହ ।
ପୁଣି ହନ୍ ଧାତୁର ଅର୍ଥ ହେଲା ହାଣିଵା,ଵଧକରିଵା,ହିଂସା କରିଵା,ନାଶ କରିଵା,ଆଘାତ କରିଵା,ଅତିକ୍ରମ କରିଵା,ମୁଖରେ ବଜାଇଵା,
ଉଚ୍ଛେଦ କରିଵା,ଵିରୁଦ୍ଧ ପକ୍ଷର ଖଣ୍ଡନ କରିଵା,ଜିତିଵା,ଦୂର କରିଵା,ଏକତ୍ର କରିଵା, ଆରମ୍ଭ କରିଵା,ଉପରେ ରଖିଵା,ହଟାଇଵା, ଆରମ୍ଭ କରିଵା,ସମୂଳ ନାଶ କରିଵା,ଗୁଣିଵା(ଗଣିତ),ବାଧା ଦେଵା ଓ ଗତି କରିଵା । କେତେକ ନିର୍ଦ୍ଧିଷ୍ଟ ଉପସର୍ଗ ସହିତ ନିର୍ଦ୍ଦିଷ୍ଟ ଅର୍ଥରେ ହନ୍ ଧାତୁ ଯୋଗ ହୋଇଥାଏ । ଉଦାହରଣ ସ୍ୱରୂପ : ଅଭି ଉପସର୍ଗ ଲାଗି ହନ୍ ଧାତୁରୁ ମୁଖରେ ବଜାଇଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ । ନି ଓ ପରି ଉପସର୍ଗ ଲାଗି ହନ୍ ଧାତୁରୁ ସମୂଳ ନାଶ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇଥାଏ । ପ୍ରତି ଉପସର୍ଗ ଲାଗି ହନ୍ ଧାତୁରୁ ପ୍ରତିପକ୍ଷର ମତ ଖଣ୍ଡନ ଅର୍ଥରେ ଶବ୍ଦ ନିଷ୍ପନ୍ନ ହୁଏ(ପ୍ରତିହତ) ଇତ୍ୟାଦି ଇତ୍ୟାଦି । ତେବେ ହନ୍ ଧାତୁରେ କୌଣସି ଉପସର୍ଗ ନଲାଗି ଯଦି ତତ୍ ପୂର୍ଵରୁ କୌଣସି ଶବ୍ଦ ଯୁକ୍ତ ହୁଏ ତେବେ ତାହା ସାଧାରଣତଃ ମାରିଵା,ଯିଵା,ଶେଷ କରିଵା ଅର୍ଥକୁ ହିଁ ପ୍ରକାଶ କରିଥାଏ ।
କେଵଳ ଗୋଘ୍ନ ହିଁ ନୁହେଁ ହନ୍ ଧାତୁରୁ ଏହିପରି ଅନେକ ଶବ୍ଦ ନିଷ୍ପନ୍ନ ହୋଇଛି ଯହିଁର ଗୋଟିଏ ନକାରାତ୍ମକ ଅର୍ଥ ଥିଲେ ଆନ ଏକ ସକାରାତ୍ମକ ଅର୍ଥ ରହିଥିଵା ଦେଖାଯାଏ । ଉଦାହରଣ ସ୍ୱରୂପ ଉପୋଦ୍ଘାତ ଶବ୍ଦଟି ମଧ୍ୟ ହନ୍ ଧାତୁରୁ ନିଷ୍ପନ୍ନ କରାଯାଇଛି (ଉପ+ଉତ୍+ ହନ୍ ଧାତୁ[ଆରମ୍ଭକରିଵା]+ଭାଵେ ଅ)
ଗ୍ରନ୍ଥସଙ୍ଗତିବିଶେଷ ଉପକ୍ରମଣିକା ଗ୍ରନ୍ଥର ଅଵତରଣିକା ଵା ଉପକ୍ରମକୁ ଉପୋଦ୍ଘାତ କୁହନ୍ତି । ପଦ୍ଧତି ଶବ୍ଦ ମଧ୍ୟ ହନ୍ ଧାତୁରୁ ଗତି କରିଵା ଯିଵା ଅର୍ଥରେ ନିଷ୍ପନ୍ନ ହୋଇଛି । ଏହାର ଏକ ଅର୍ଥ ପଥ ଏଵଂ ପାଦ ଦ୍ଵାରା ଗତି କରାଯାଏ ବୋଲି ପଦ+ହନ୍+ତି+ଇ ମିଶି ପଦ୍ଧତି ଶବ୍ଦ ନିଷ୍ପନ୍ନ ହୋଇଛି । ସେହିପରି ଲଙ୍ଗଳକୁ ବି ପଦ୍ଧତି କୁହନ୍ତି ଏଵଂ ଏହା ମଧ୍ୟ ଭୂମିରେ ଗତି କରିଥାଏ । ପଦ୍ଧତି ଶବ୍ଦର ଆଉ ଏକ ଅର୍ଥ ଵିଧି ଓ ନିୟମ ଅଟେ ଯହିଁରେ ସମସ୍ତକୁ ଚଳିଵାକୁ ହୁଏ । ଶ୍ରେଣୀ,ପଂକ୍ତି, ଧାଡ଼ି,ରେଖା,କାର୍ଯ୍ୟପ୍ରଣାଳୀ,ପ୍ରଵାହ,ଆଚାର ଓ ରୀତି ମଧ୍ୟ ଏହାର ଆଉ କିଛି ଅର୍ଥ ଏଵଂ ଏ ସମସ୍ତ ଅର୍ଥରେ ଗତି କରିଵାର ଭାଵ ନିହିତ ରହିଛି । ସେହିପରି ସଂଘ ଶବ୍ଦ ମଧ୍ୟ ମୂଳତଃ ହନ୍ ଧାତୁରୁ ଏକତ୍ର କରିଵା ଅର୍ଥରେ ନିଷ୍ପନ୍ନ ହୋଇଛି । ତେଣୁ ଏଥିରୁ ସ୍ପଷ୍ଟ ହୁଏ ଯେ ହନ୍ ଧାତୁରୁ କେଵଳ ଵଧ କରିଵା ଅର୍ଥରେ ଶବ୍ଦ ନିଷ୍ପନ୍ନ ହୋଇନଥାଏ ଵରଂ ଏହାର ଅନ୍ୟାନ୍ୟ ଅର୍ଥରେ ମଧ୍ୟ ପ୍ରୟୋଗ ରହିଛି ।
ଗୋଘ୍ନ ଶବ୍ଦର ଅତିଥି ଅର୍ଥ କ୍ଷେତ୍ରରେ ମଧ୍ୟ ହନ୍ ଧାତୁର ହତ୍ୟା କରିଵା ଅର୍ଥରେ ନୁହେଁ ଵରଂ ଯିଵା ଅର୍ଥରେ ପ୍ରୟୋଗ କରାଯାଇଛି । ତେବେ କେମିତି ହୋଇଛି ?
ଆମ୍ଭେମାନେ ଜାଣନ୍ତି ଯେ ଵିଭିନ୍ନ ଶବ୍ଦରେ 'ଗୋ' ଶବ୍ଦଟି ତେତିଶଗୋଟି ଅର୍ଥରେ ପ୍ରୟୋଗ କରାଯାଇଛି । ତନ୍ମଧ୍ୟରେ ପୃଥିଵୀ,ଵିଦିଗ ଓ ଗୃହ ଅର୍ଥ ତଥା ହନ୍ ଧାତୁର ଅତିକ୍ରମ କରିଵା ଵା ଗତି କରିଵା ଅର୍ଥ ଘେନି ଅତିଥି ଅର୍ଥଜ ଘୋନ୍ନ ଶବ୍ଦ ନିଷ୍ପନ୍ନ ହୋଇଅଛି ବୋଲି ଅନୁମାନ କରାଯାଇପାରେ ।
ଅର୍ଥାତ୍ ଯିଏ ଗୋ ଵା (ପୃଥିଵୀର ଯେକୌଣସି ଵ୍ୟକ୍ତିର) ଗୃହକୁ ଗତି କରନ୍ତି ସେ ଅତିଥି ଅଟନ୍ତି । ତେଣୁ ଗୋହତ୍ୟା ସହିତ ଅତିଥି ଅର୍ଥଜ ଗୋଘ୍ନ ଶବ୍ଦର କୌଣସି ସମ୍ପର୍କ ନାହିଁ ।
ଵୈଦିକ ସାହିତ୍ୟରେ ଅର୍ଥାତ୍ ଋଗ୍ବେଦ ଓ ଅନ୍ୟ ସଂହିତାରେ, ଗୋ(ଗୃହ)କୁ ହନ୍ ଵା ଗତି କରିଵା ଅର୍ଥଜ "ଗୋଘ୍ନ" ଶବ୍ଦଟି ପ୍ରାୟତଃ "ଅତିଥି" (ଅଭ୍ୟାଗତ) ଅର୍ଥରେ ଵ୍ୟଵହୃତ ହୋଇଛି । ଶତପଥ ବ୍ରାହ୍ମଣ, ଐତରେୟ ବ୍ରାହ୍ମଣ ଓ ତୈତ୍ତିରୀୟ ସଂହିତା ଆଦି ଗ୍ରନ୍ଥରେ "ଗୋଘ୍ନ" ଶବ୍ଦଟି "ଅତିଥି" ଅର୍ଥରେ ଵ୍ୟଵହୃତ ହୋଇଛି। ଯଥା:
"ଗୋଘ୍ନୋ ଵା ଏଷ ଯୋଽତିଥିଃ ସ୍ୟାତ୍" ଅର୍ଥାତ୍"ଅତିଥିକୁ ଗୋଘ୍ନ କୁହନ୍ତି।"
କେହି କେହି ଏହି ପଦର ଉଦାହରଣ ଦେଇ କୁହନ୍ତି ଯେ ଦେଖ
ଶତପଥ ବ୍ରାହ୍ମଣ (୧.୭.୩.୮)ରେ ଲେଖାଅଛି ଯେ ଅତିଥି ଗୋହନ୍ତା ହେଉଥିଲା ଵା ଅତିଥି ପାଇଁ ଗୋହତ୍ୟା କରାଯାଉଥିଲା କିନ୍ତୁ ପ୍ରକୃତରେ ଏହାର ଅର୍ଥ ହେଲା ଯେ (ଗୋ)ଗୃହକୁ (ହନ୍ ଧାତୁ)ଯାଏ ସେ ଗୋଘ୍ନ ଅଟେ ।
ଐତରେୟ ବ୍ରାହ୍ମଣ ୩.୪.୧ରେ ଗୋଘ୍ନ ଶବ୍ଦ ଅତିଥି ଅର୍ଥରେ ପ୍ରୟୋଗ କରାଯାଇଛି
"ଗୋଘ୍ନଃ ଅତିଥିଃ ଅଗ୍ନିମୁପସମିଧ୍ୟତେ।"
ଅର୍ଥାତ୍
"ଅତିଥି (ଗୋଘ୍ନ) ଅଗ୍ନିକୁ ସମିଧ ଦ୍ୱାରା ପ୍ରଜ୍ୱଳିତ କରେ।"
ଉପନିଷଦ ଓ ପରବର୍ତ୍ତୀ ଵୈଦିକ ଯୁଗରେ ଅହିଂସାର ଉତ୍ଥାନ ଘଟିଲା ଏଵଂ ଏହି ସମୟରେ ବୌଦ୍ଧ ତଥା ଜୈନ ଧର୍ମର ପ୍ରଭାଵରେ ଅହିଂସାର ମୂଲ୍ୟ ହିନ୍ଦୁ ଚିନ୍ତାଧାରାରେ ପ୍ରଵେଶ କରିଥିଲା। ଫଳତଃ "ଗୋଘ୍ନ" ଶବ୍ଦର "ଗୋହତ୍ୟାକାରୀ" ଅର୍ଥ ଧୀରେ ଧୀରେ ପ୍ରକାଶ ପାଇଵାକୁ ଲାଗିଲା । ଉପନିଷଦରେ "ଗୋଘ୍ନ" ଶବ୍ଦର ସ୍ପଷ୍ଟ ଉଲ୍ଲେଖ କମ୍ ଥିଲେ ମଧ୍ୟ, ଗାଈର ପଵିତ୍ରତା ଓ ସୁରକ୍ଷାର ଭାଵନା ପ୍ରଵଳ ହୋଇଥିଲା, ଯାହା ପରଵର୍ତ୍ତୀକାଳର ଗ୍ରନ୍ଥରେ "ଗୋଘ୍ନ"ର ନକାରାତ୍ମକ ଅର୍ଥକୁ ପ୍ରଭାଵିତ କରିଥିଲା।
ପରଵର୍ତ୍ତୀ ସମୟରେ ମହାକାବ୍ୟ ଓ ସ୍ମୃତି ଯୁଗରେ ଗୋଘ୍ନ ଶବ୍ଦର ଗୋହତ୍ୟାକାରୀ" ଅର୍ଥର ପ୍ରାଧାନ୍ୟ ଘଟିଥିଲା । ଏହି ଯୁଗରେ ରଚିତ ମହାଭାରତ, ରାମାୟଣ ଓ ସ୍ମୃତି ଗ୍ରନ୍ଥ (ଯେପରି ମନୁସ୍ମୃତି, ଯାଜ୍ଞଵଲ୍କ୍ୟ ସ୍ମୃତି) ଆଦିରେ "ଗୋଘ୍ନ" ଶବ୍ଦଟି "ଗୋହତ୍ୟାକାରୀ" ଅର୍ଥରେ ଵ୍ୟଵହୃତ ହୋଇଛି। ଏହି ସମୟରେ ଗାଈର ପଵିତ୍ରତା ଏକ ସ୍ଥାପିତ ଧାର୍ମିକ ମୂଲ୍ୟ ହୋଇପଡ଼ିଥିଲା, ଏବଂ ଗୋହତ୍ୟାକୁ ମହାପାତକ (ଗୁରୁତର ପାପ) ରୂପେ ଵିଵେଚନା କରାଯାଉଥିଲା।
ଭାଗଵତ ପୁରାଣରେ ଗୋଘ୍ନ ଶବ୍ଦର ଗୋହତ୍ୟା କାରୀ ଅର୍ଥରେ ପ୍ରୟୋଗ ରହିଛି ।
"ଗୋଘ୍ନଃ ପାପୀୟାନ୍ ଭଵତି ନରକଂ ଯାତି ଦୁଷ୍କୃତମ୍॥୧୦.୧.୬୨॥"(ଗୋହତ୍ୟାକାରୀ (ଗୋଘ୍ନ) ମହାପାପୀ ହୋଇଥାଏ ଏଵଂ ତା’ର ଦୁଷ୍କର୍ମ ପାଇଁ ନର୍କରେ ପଡ଼ିଥାଏ।)
ଯାଜ୍ଞଵଲ୍କ୍ୟ ସ୍ମୃତିର ଆଚାରାଧ୍ୟାୟ, ଶ୍ଲୋକ ୧୭୪ରେ ଉଲ୍ଲେଖ ଅଛି
"ଗୋଘ୍ନଃ ସୁରାପଃ ଚ ଗୁରୁତଲ୍ପଗଃ।
ଏତେ ମହାପାତକିନଃ ପ୍ରୋକ୍ତାଃ ପାପେଷୁ ନିମଗ୍ନାଃ॥"
ଅର୍ଥାତ୍
"ଗୋହତ୍ୟାକାରୀ (ଗୋଘ୍ନ), ମଦ୍ୟପାୟୀ ଓ ଗୁରୁପତ୍ନୀଗାମୀମାନେ ମହାପାତକୀ ଏଵଂ ଏମାନେ ପାପରେ ନିମଗ୍ନ ହୋଇଥାନ୍ତି।"
ମହାଭାରତର ଅନେକ ସ୍ଥାନରେ ଗୋଘ୍ନ ଶବ୍ଦଟି କେଵଳ ଗୋହତ୍ୟାକାରୀ ଅର୍ଥରେ ହିଁ ପ୍ରୟୋଗ କରାଯାଇଛି । ଉଦାହରଣ ସ୍ୱରୂପ ମହାଭାରତର ଅନୁଶାସନ ପର୍ଵରେ କୁହାଯାଇଛି:
"ଗୋଘ୍ନଂ ଵାଜିଘ୍ନଂ ଵାପି ସୁରାପାନସମଂ ଵିଦୁଃ।
ତସ୍ମାତ୍ ପରମଂ ଧର୍ମଃ ଗୋଷୁ ରକ୍ଷଣମେଵ ଚ।"
ଅର୍ଥାତ୍ "ଗୋହତ୍ୟାକାରୀ,ଅଶ୍ୱହତ୍ୟାକାରୀ ଓ ମଦ୍ୟପ ଏକ ସମ ଅଟନ୍ତି । ତେବେ ସେମାନଙ୍କର ସର୍ଵୋତ୍ତମ ଧର୍ମ ଵା କର୍ତ୍ତଵ୍ୟ କର୍ମ ଗାଈମାନଙ୍କୁ ରକ୍ଷା କରିଵା ହେଵା ଉଚିତ ।"
(ଅନୁଶାସନ ପର୍ବ -ଅଧ୍ୟାୟ ୧୧୬, ଶ୍ଲୋକ ୬)
ମହାଭାରତର ଅନ୍ୟ ଅନେକ ସ୍ଥାନରେ ଗାଈକୁ ପଵିତ୍ର ତଥା ଅଵଧନୀୟ ଘୋଷଣା କରାଯାଇଛି । ଅନୁଶାସନ ପର୍ଵର ଅଧ୍ୟାୟ ୧୧୫, ଶ୍ଲୋକ ୪୫-୪୬ରେ କଥିତ ହୋଇଛି
"ଗାଵଃ ସର୍ଵସୁଖପ୍ରଦାଃ ପଵିତ୍ରାଃ ପାପନାଶିନୀଃ।
ତାସାଂ ଵିନାଶନଂ ପାପଂ ନରଃ କୁର୍ଵନ୍ ମହତ୍ ଫଳମ୍॥"
ଏହି ଶ୍ଲୋକରେ ଭୀଷ୍ମ ଯୁଧିଷ୍ଠିରଙ୍କୁ ଗାଈର ମହତ୍ତ୍ୱ ଵିଷୟରେ ଉପଦେଶ ଦେଇଛନ୍ତି। ଗାଈକୁ "ସର୍ଵସୁଖପ୍ରଦା" (ସମସ୍ତ ସୁଖର ଦାତା) ଏଵଂ "ପାପନାଶିନୀ" (ପାପନାଶକ) ରୂପେ ଵର୍ଣ୍ଣନା କରିଛନ୍ତି। ଗୋହତ୍ୟାକୁ "ପାପ" ରୂପେ ଚିହ୍ନିତ କରି ଏହାର ଵିରୋଧ କରିଛନ୍ତି, ଯାହା ସେ ଯୁଗରେ ଗାଈର ସୁରକ୍ଷାର ଗୁରୁତ୍ୱକୁ ସ୍ପଷ୍ଟ କରେ।
ଶାନ୍ତି ପର୍ଵର ଅଧ୍ୟାୟ ୨୬୨, ଶ୍ଲୋକ ୪୭ରେ କୁହାଯାଇଛି :
"ନ ହିଂସ୍ୟାତ୍ ସର୍ଵଭୂତାନି ଗାଵଃ ପ୍ରଧାନତଃ ସଦା।
ଗୋଷୁ ପୁଣ୍ୟଂ ଚ ତୀର୍ଥଂ ଚ ସର୍ଵଂ ସଂନିହିତଂ ସଦା ॥"
ଅର୍ଥାତ୍
"କୌଣସି ଜୀଵକୁ ହିଂସା କରାଯିଵା ଉଚିତ୍ ନୁହେଁ, ଵିଶେଷତଃ ଗାଈମାନଙ୍କୁ। ଗାଈମାନଙ୍କଠାରେ ପୁଣ୍ୟ, ତୀର୍ଥ ଏଵଂ ସମସ୍ତ ଶୁଭ ସବୁବେଳେ ନିହିତ ଅଛି । ଏହି ଶ୍ଲୋକ ଅହିଂସାର ସାଧାରଣ ନୀତିକୁ ଗାଈଙ୍କ ପ୍ରତି ଵିଶେଷ ଗୁରୁତ୍ୱ ଦେଇ ପ୍ରକାଶ କରେ। ଏଠାରେ ଗାଈକୁ "ପୁଣ୍ୟ" ଓ "ତୀର୍ଥ"ର ଉତ୍ସ ରୂପେ ଵର୍ଣ୍ଣନା କରାଯାଇଛି, ଯାହା ଗୋହତ୍ୟାକୁ ଏକ ଅଧାର୍ମିକ କାର୍ଯ୍ୟ ରୂପେ ନିଷେଧ କରେ।
ଶେଷରେ ପରଵର୍ତ୍ତୀ ପୁରାଣ ଯୁଗରେ ଗୋଘ୍ନ ଶବ୍ଦର ଗୋହତ୍ୟାକାରୀ" ଅର୍ଥର ସ୍ଥାୟୀତ୍ୱ ଘଟିଥିଲା । ଭାଗଵତ ପୁରାଣ, ଗରୁଡ଼ ପୁରାଣ ଆଦିରେ "ଗୋଘ୍ନ" ଶବ୍ଦଟି "ଗୋହତ୍ୟାକାରୀ" ଅର୍ଥରେ ବ୍ୟବହୃତ ହୋଇଛି। ଏହି ସମୟରେ ଗାଈ ହିନ୍ଦୁ ଧର୍ମରେ "ଗୋମାତା" ରୂପେ ପୂଜା ପାଇଥିଲା, ଏବଂ ଗୋହତ୍ୟାକୁ ଏକ ଭୟଙ୍କର ପାପ ରୂପେ ଦେଖାଯାଉଥିଲା। ପୁରାଣ ଯୁଗରେ "ଗୋଘ୍ନ"ର "ଅତିଥି" ଅର୍ଥ ପ୍ରାୟତଃ ଲୁପ୍ତ ହୋଇଗଲା, ଏବଂ ଏହା ଗୋହତ୍ୟାର ନିଷେଧ ସହ ଦୃଢ଼ ଭାବେ ଜୋଡ଼ାଗଲା।
ଗରୁଡ଼ ପୁରାଣର ଆଚାର ଖଣ୍ଡ, ଅଧ୍ୟାୟ ୪୭ରେ କୁହାଯାଇଛି :
"ଗୋଘ୍ନସ୍ୟ ପାପମଘୋରଂ ନରକେ ପତନଂ ଧ୍ରୁଵମ୍।"
ଅର୍ଥାତ୍ "ଗୋହତ୍ୟାକାରୀ (ଗୋଘ୍ନ)ର ପାପ ଅତ୍ୟନ୍ତ ଭୟଙ୍କର, ସେ ନିଶ୍ଚିତ ଭାବେ ନର୍କରେ ପଡ଼ିଥାଏ।"
ଗରୁଡ଼ ପୁରାଣରେ "ଗୋଘ୍ନ" ଗୋହତ୍ୟାକାରୀ ଅର୍ଥରେ ଵ୍ୟଵହୃତ ହୋଇଛି, ଯାହା ଗୋହତ୍ୟାର ଭୟଙ୍କର ପରିଣାମ ଉପରେ ଗୁରୁତ୍ଵାରୋପ କରିଥାଏ।
ଅପପ୍ରଚାରକାରୀମାନେ କିନ୍ତୁ କେଵଳ ଗୋଘ୍ନ ହିଁ ନୁହେଁ ଆହୁରି କେତେକ ପ୍ରାଚୀନ ଶ୍ଳୋକ ଓ ଵୈଦିକ ମନ୍ତ୍ରର ଭୁଲ୍ ଉଦାହରଣ ତଥା ଭୁଲ୍ ଵ୍ୟାଖ୍ୟା ଦେଇ କୁହନ୍ତି ଯେ ଆଗେ ହିନ୍ଦୁମାନେ ଗୋମାଂସ ଭକ୍ଷଣ କରୁଥିଲେ ।
ଗୋଟିଏ ଭୁଲ୍ ଉଦାହରଣ ଦେଇ ଅପପ୍ରଚାରକୁ କୁହନ୍ତି ଯେ
ଋଗ୍ବେଦ ୧.୧୫.୨ରେ ଅଛି ଋତସ୍ୟ ଗୋପା ଋତୁନା ଗୋଘ୍ନଃ" ଅର୍ଥାତ୍ "ସେ ହେଉଛନ୍ତି ସତ୍ୟ ଓ ଵ୍ୟଵସ୍ଥାର ରକ୍ଷକ, ଯିଏ ଋତୁ (ସମୟ କିମ୍ବା ନିୟମ) ମାଧ୍ୟମରେ ଗାଈର ହତ୍ୟା କରନ୍ତି
କିନ୍ତୁ ଋଗ୍ଵେଦର ଏହା ପ୍ରକୃତ ମନ୍ତ୍ର ହିଁ ନୁହେଁ । ପ୍ରକୃତରେ ଋଗ୍ଵେଦର ମଣ୍ଡଳ ୧,ସୂକ୍ତ ୧୫ ଓ ମନ୍ତ୍ର ୨ ହେଉଛି
ମରୁତଃ ପିବତ ଋତୁନା ପୋତ୍ରାଦ୍ଯଜ୍ଞଂ ପୁନୀତନ।
ଯୂଯଂ ହି ଷ୍ଠା ସୁଦାନଵଃ॥
ଅର୍ଥାତ୍, ଋତୁମାନଙ୍କର କ୍ରମ ଅନୁସାରେ ମରୁତ ଵା ପଵନଙ୍କର ମଧ୍ୟ ଯଥାଯୋଗ୍ୟ ଗୁଣ ଉତ୍ପନ୍ନ ହୁଏ, ଏହି କାରଣରୁ ମରୁତ ତ୍ରସରେଣୁ ଆଦି ପଦାର୍ଥ ଵା କ୍ରିୟାମାନଙ୍କର କାରଣ ହୋଇଥାନ୍ତି ଏଵଂ ଅଗ୍ନି ମଧ୍ୟରେ ସୁଗନ୍ଧିତ ପଦାର୍ଥମାନଙ୍କର ହୋମ ଦ୍ୱାରା ସେ ପଵିତ୍ର ହୋଇ ସମସ୍ତ ପ୍ରାଣୀଙ୍କୁ ସୁଖପ୍ରଦାନ କରନ୍ତି ତଥା ସେ ହିଁ ପଦାର୍ଥମାନଙ୍କର ଦାନ ଓ ଗ୍ରହଣରେ କାରଣ ହୋଇଥାନ୍ତି।
ସେହିପରି ଋଗ୍ଵେଦର କେତେକ ମନ୍ତ୍ରର ଉଦାହରଣ ଦେଇ ମଧ୍ୟ ପ୍ରାଚୀନ ହିନ୍ଦୁମାନଙ୍କୁ ଗୋଭକ୍ଷକ ପ୍ରମାଣ କରିଵାକୁ ଚେଷ୍ଟା କରାଯାଏ । ଵିଶେଷତଃ ଋଗ୍ଵେଦର ୧୦.୮୬.୧୪ ମନ୍ତ୍ରର ଉଦାହରଣ ଦିଆଯାଏ ।
“ଉକ୍ଷ୍ଣୋ ହି ମେ ପଞ୍ଚଦଶ ସାକଂ ପଚନ୍ତି ଵିଂଶତିମ୍ ।
ଉତାହଦ୍ମ ପୀଵ ଇଦୁଭା କୁକ୍ଷୀ ପୃଣନ୍ତି ମେ ଵିଶ୍ଵସ୍ମାଦିନ୍ଦ୍ର ଉତ୍ତରଃ ॥ ୧୪ ॥”
ତଥାକଥିତ ମହାତଣ୍ଡିପମାନେ ଏହି ଵୈଦିକ ମନ୍ତ୍ରର ଭୁଲ୍ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲାଇଦେଲେ ଏଵଂ ପ୍ରଚାର କଲେ ଯେ ଦେଖ ଆଗେ ହିନ୍ଦୁମାନେ ଗୋଭକ୍ଷକ ଥିଲେ କିନ୍ତୁ ଏ ମନ୍ତ୍ରର ପ୍ରକୃତ ଅର୍ଥ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହି ମନ୍ତ୍ରଟି ଇନ୍ଦ୍ରଙ୍କୁ ସ୍ମରଣ କରିଵା ପାଇଁ ଵ୍ୟଵହୃତ ହେଉଥିଲା । ଏହାର ପ୍ରତ୍ୟେକ ଶବ୍ଦର ଅର୍ଥ ନିମ୍ନରେ ଗୋଟି ଗୋଟି କରି ଉଲ୍ଲେଖ କରାଗଲା :
•ଉକ୍ଷଣଃ= ଶରୀରରେ ଶକ୍ତିର ସେଚନ କରୁଥିଵା ବୀର୍ଯ୍ୟକଣମାନଙ୍କୁ
• ହି = ନିଶ୍ଚୟ ଭାବେ
•ମେ = ମୋର
•ପଞ୍ଚଦଶ = ପନ୍ଦରଟି :- ଦଶ ଇନ୍ଦ୍ରିୟ ତଥା ପାଞ୍ଚ ପ୍ରାଣ
•ସାକମ୍ = ଏକତ୍ର
**ପଚନ୍ତି** = ପରିପକ୍ୱ କରନ୍ତି।
ଵିଷୟ ଵ୍ୟାଵୃତ୍ତ ଇନ୍ଦ୍ରିୟଗୁଡ଼ିକ ତଥା ପ୍ରାଣାୟାମ ଦ୍ୱାରା ସିଦ୍ଧ କରାଯାଇଥିଵା ପ୍ରାଣ ବୀର୍ଯ୍ୟକଣମାନଙ୍କୁ ଶରୀରରେ ହିଁ ପରିପକ୍ୱ କରିଵାକୁ ହୋଇଥାଏ। ବୀର୍ଯ୍ୟକଣମାନଙ୍କର ପରିପାକ ଦ୍ୱାରା ଏହା
•ଵିଂଶତିମ୍ = ମାଣ୍ଡୂକ୍ୟୋପନିଷଦ୍ ଅନୁସାରେ ଏକୋନବିଂଶତି ମୁଖଯୁକ୍ତ କୋଡ଼ିଏତମ ଏହି ଆତ୍ମାକୁ ମଧ୍ୟ ପରିପକ୍ୱ କରିଥାଏ। ଆତ୍ମିକ ଶକ୍ତିର ଵିକାଶର ଆଧାର ମଧ୍ୟ ଏହି ଇନ୍ଦ୍ରିୟ ଓ ପ୍ରାଣ ହୋଇଥାନ୍ତି।
•ଉତ= ଏବଂ
•ଅହମ୍ = ମୁଁ
=ଅଦ୍ମି = ଏହି ବୀର୍ଯ୍ୟକଣମାନଙ୍କୁ ଶରୀରରେ ଖାଇଵାର ପ୍ରୟତ୍ନ କରେ।
•ଇତ୍= ନିଶ୍ଚୟ ଭାବେ
•ପୀଵଃ= ମୁଁ ହୃଷ୍ଟ-ପୁଷ୍ଟ ହୋଇଥାଏ। ଏହି ସୁରକ୍ଷିତ ଵୀର୍ଯ୍ୟକଣ
•ମେ= ମୋର
•ଉଭାକୁକ୍ଷୀ = ଦୁଇଟି କୁକ୍ଷିକୁ
•ପୃଣନ୍ତି= (ସୁରକ୍ଷା) ସୁରକ୍ଷିତ କରିଥାନ୍ତି। ଏହି କଣମାନଙ୍କର ରକ୍ଷଣ ଦ୍ୱାରା ଯକୃତ ଇତ୍ୟାଦିର ରୋଗ ହୋଇ ନଥାଏ।
ଏହି ସୁସ୍ଥ ଅଵସ୍ଥାରେ ମୁଁ ସେହି ପ୍ରଭୁଙ୍କୁ ସ୍ମରଣ କରାଇଥାଏ ଯିଏ
•ଇନ୍ଦ୍ରଃ= ପରମ ଐଶ୍ୱର୍ଯ୍ୟଶାଳୀ ହୋଇ
•ଵିଶ୍ୱସ୍ମାତ୍ ଉତ୍ତରଃ = ସମସ୍ତଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି।
ତେଣୁ ଏହାର ଭାଵଗତ ଓଡ଼ିଆ ଅନୁଵାଦ ହେଵ :
"ନିଶ୍ଚିତ ଭାବେ ମୋ ପାଇଁ ଶରୀରରେ ଶକ୍ତି ସଞ୍ଚାର କରୁଥିଵା ଵୀର୍ଯ୍ୟକଣମାନେ ମୋର ପଞ୍ଚଦଶ (ପନ୍ଦର) ଅର୍ଥାତ୍ ଦଶ ଇନ୍ଦ୍ରିୟ ଓ ପାଞ୍ଚ ପ୍ରାଣ ସହିତ ମିଳିତ ଭାବେ ପରିପକ୍ଵ ହୁଅନ୍ତି। ଏହି ଵୀର୍ଯ୍ୟକଣମାନେ ବିଂଶତି ଅର୍ଥାତ୍ ମାଣ୍ଡୂକ୍ୟୋପନିଷଦ ଅନୁସାରେ ଏକୋନବିଂଶତି ମୁଖଵିଶିଷ୍ଟ ଆତ୍ମାକୁ ମଧ୍ୟ ପରିପକ୍ଵ କରନ୍ତି। ଏହା ପରେ ମୁଁ ଏହି ଵୀର୍ଯକଣମାନଙ୍କୁ ଶରୀରରେ ସଂରକ୍ଷଣ କରିଵାର ଚେଷ୍ଟା କରେ, ଯାହା ଦ୍ଵାରା ମୁଁ ହୃଷ୍ଟପୁଷ୍ଟ ହୁଏ ଏଵଂ ମୋର ଉଭୟ କୁକ୍ଷି (ଶରୀରର ଦୁଇ ପାର୍ଶ୍ଵ) ସୁରକ୍ଷିତ ଓ ପୁଷ୍ଟ ହୁଏ। ଏହି ସୁସ୍ଥ ଅଵସ୍ଥାରେ ମୁଁ ସେହି ଇନ୍ଦ୍ରଙ୍କୁ ସ୍ମରଣ କରେ, ଯିଏ ପରମ ଐଶ୍ଵର୍ଯ୍ୟଶାଳୀ ହୋଇ ସମସ୍ତଙ୍କଠାରୁ ଉତ୍କୃଷ୍ଟ।"
ଏହି ମନ୍ତ୍ର ମାନବ ଜୀଵନର ଆଧ୍ୟାତ୍ମିକ ଓ ଶାରୀରିକ ଶକ୍ତିର ସମନ୍ଵୟକୁ ସୂଚିତ କରେ। ପ୍ରଥମ ଅଂଶରେ "ଉକ୍ଷ୍ଣୋ ହି ମେ ପଞ୍ଚଦଶ ସାକଂ ପଚନ୍ତି ଵିଂଶତିମ୍" ଵାକ୍ୟ ମାଧ୍ୟମରେ ଶରୀରରେ ଶକ୍ତି ସଞ୍ଚାର କରୁଥିଵା ବୀର୍ଯ୍ୟକଣମାନଙ୍କର ଗୁରୁତ୍ଵ ଉପରେ ଆଲୋକପାତ କରାଯାଇଛି। ଏଠାରେ "ପଞ୍ଚଦଶ" ଅର୍ଥାତ୍ ପନ୍ଦରଟି ଶକ୍ତି ସୂଚାଏ ଦଶ ଇନ୍ଦ୍ରିୟ (ପାଞ୍ଚ ଜ୍ଞାନେନ୍ଦ୍ରିୟ ଓ ପାଞ୍ଚ କର୍ମେନ୍ଦ୍ରିୟ) ଏଵଂ ପାଞ୍ଚ ପ୍ରାଣ (ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ)। ଏହି ଶକ୍ତିଗୁଡ଼ିକ ସହିତ ମିଳିତ ଭାବେ ଵୀର୍ଯ୍ୟକଣମାନେ ଶରୀରରେ ପରିପକ୍ଵ ହୁଅନ୍ତି, ଯାହା ଇନ୍ଦ୍ରିୟ ସଂଯମ ଓ ପ୍ରାଣାୟାମ ମାଧ୍ୟମରେ ସମ୍ଭଵ ହୁଏ। "ବିଂଶତି" ମାଣ୍ଡୂକ୍ୟୋପନିଷଦରେ ଵର୍ଣ୍ଣିତ ଏକୋନବିଂଶତି (ଉନବିଂଶ) ମୁଖଵିଶିଷ୍ଟ ଆତ୍ମାକୁ ସୂଚାଏ ଏଵଂ ଏହା ଆତ୍ମିକ ଶକ୍ତିର ଵିକାଶର ପ୍ରତୀକ। ଏହା ମାନଵ ଜୀଵନରେ ଶାରୀରିକ ଓ ଆଧ୍ୟାତ୍ମିକ ଉନ୍ନତିର ସମନ୍ଵୟକୁ ଦର୍ଶାଏ।ଦ୍ଵିତୀୟ ଅଂଶ "ଉତାହଦ୍ମ ପୀଵ ଇଦୁଭା କୁକ୍ଷୀ ପୃଣନ୍ତି ମେ" ଶରୀରରେ ଵୀର୍ଯ୍ୟକଣମାନଙ୍କୁ ସଂରକ୍ଷଣ କରିଵାର ପ୍ରୟାସ ଓ ତାହାର ଫଳାଫଳକୁ ଵର୍ଣ୍ଣନା କରେ। ଏହି ସଂରକ୍ଷଣ ଦ୍ଵାରା ମନୁଷ୍ୟ ହୃଷ୍ଟପୁଷ୍ଟ ହୁଏ ଏଵଂ ଶରୀରର ଉଭୟ ପାର୍ଶ୍ଵ (କୁକ୍ଷି) ସୁରକ୍ଷିତ ରହେ। ଏହା ଶାରୀରିକ ସ୍ଵାସ୍ଥ୍ୟର ଏକ ପ୍ରତିଛବି,ଯଦ୍ଵାରା ଯକୃତ ଆଦି ଅଙ୍ଗମାନଙ୍କର ସୁରକ୍ଷା ସୁନିଶ୍ଚିତ ହୁଏ। ଏହି ଅଵସ୍ଥା ମନୁଷ୍ୟକୁ କେଵଳ ଶାରୀରିକ ନୁହେଁ ଵରଂ ମାନସିକ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ମଧ୍ୟ ସଵଳ କରେ। ଅନ୍ତିମ ଅଂଶ "ଵିଶ୍ଵସ୍ମାଦିନ୍ଦ୍ର ଉତ୍ତରଃ" ସେହି ପରମ ଶକ୍ତି ଇନ୍ଦ୍ରଙ୍କୁ ସ୍ମରଣ କରାଏ, ଯିଏ ପରମ ଐଶ୍ଵର୍ଯ୍ୟଶାଳୀ ଓ ସମସ୍ତଙ୍କଠାରୁ ଉତ୍କୃଷ୍ଟ ଅଟନ୍ତି । ଏଠାରେ ଇନ୍ଦ୍ର ହେଉଛନ୍ତି ସୃଷ୍ଟିର ମହାଶକ୍ତି, ଯାହାଙ୍କ କୃପାରେ ମାନବ ଜୀଵନ ଏହି ସମସ୍ତ ଶକ୍ତି ଓ ସୁସ୍ଥତା ପ୍ରାପ୍ତ କରେ।ଏହି ମନ୍ତ୍ର ମାନବ ଜୀଵନରେ ଶାରୀରିକ ଶକ୍ତି, ଇନ୍ଦ୍ରିୟ ସଂଯମ, ପ୍ରାଣାୟାମ, ଓ ଆତ୍ମିକ ଉନ୍ନତିର ଏକ ସୁନ୍ଦର ସମ୍ମିଶ୍ରଣ ପ୍ରକାଶ କରେ। ଏହା ଆମକୁ ଶିଖାଏ ଯେ ଶରୀରର ଶକ୍ତିକୁ ସଂରକ୍ଷଣ ତଥା ତହିଁର ଉପଯୁକ୍ତ ଉପଯୋଗ କରି ଆମେ କେଵଳ ସୁସ୍ଥ ନୁହେଁ, ଵରଂ ଆଧ୍ୟାତ୍ମିକ ଉଚ୍ଚତା ମଧ୍ୟ ଲାଭ କରିପାରିଵା। ଶେଷରେ ଶାରୀରିକ ଓ ମାନସିକ ସୁଖ ଶାନ୍ତି ଲଭି ଭକ୍ତ ପରମ ଶକ୍ତିଙ୍କ ପ୍ରତି କୃତଜ୍ଞତା ଓ ସମର୍ପଣ ଭାଵ ପ୍ରକାଶ କରିଛି ।
ଅତଃ ଯେଉଁମାନେ ଗୋହତ୍ୟାକାରୀ ଗୋଘ୍ନ ତଥା ଅତିଥି ଅର୍ଥଜ ଗୋଘ୍ନ ଶବ୍ଦର ନିରୁକ୍ତି ନଜାଣି କୁହୁଡି଼ ପହଁରିଛନ୍ତି ଆଉ ଋଗ୍ଵେଦର ସଂଯମତା ଶିଖାଉଥିଵା ମନ୍ତ୍ରକୁ ଇନ୍ଦ୍ର ୧୫ଟି ବଳଦ ଗିଳିପାରନ୍ତି ବୋଲି ଭୁଲ୍ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲେଇଛନ୍ତି ସେମାନେ ସବ୍ଜାନତା ପ୍ରଜାତିର ମୂଢ଼ ଛଡ଼ା ଆଉ କିଛି ନୁହେଁ । ପ୍ରୋକ୍ତ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ ପ୍ରାଚୀନ କାଳରେ ହିନ୍ଦୁ ନୁହେଁ ଵରଂ ଯଵନମାନେ ଗୋମାଂସ ଭକ୍ଷଣ କରୁଥିଲେ, ସେମାନେ ହିନ୍ଦୁମାନଙ୍କର ଗୋଵଧ କରୁଥିଲେ,ଗାଈ ଚୋରାଇ ନେଉଥିଲେ । ଆଜି ବି ସେମାନଙ୍କର ବଂଶଧର(ପାକିସ୍ତାନୀ,ଅଫଗାନ ଓ ଅନ୍ୟାନ୍ୟ ବାଷ୍ଟର୍ଡ ପଠାଣ,ଇହୁଦୀ ତଥା ଖିରସ୍ଥାନୀ)ଆଉ କିଛି ଧର୍ମାନ୍ତରିତ ଜାରଜମାନେ ଗୋମାଂସ ଖାଆନ୍ତି । ନିଜର ଗୋମାଂସ ଭକ୍ଷଣକୁ ଯୁକ୍ତିଯୁକ୍ତ ଦର୍ଶାଇଵାକୁ ସେମାନେ କେତେବେଳେ ଵିଜ୍ଞାନର,ମୌଳିକ ଅଧିକାରର ଦ୍ଵାହି ଦିଅନ୍ତି ତ ଆଉ କେତେବେଳେ ହିନ୍ଦୁମାନଙ୍କର ଶାସ୍ତ୍ରର ଶବ୍ଦ ଓ ଶ୍ଳୋକଗୁଡ଼ିକର ଭ୍ରମାତ୍ମକ ଵ୍ୟାଖ୍ୟା କରି ଲୋକଙ୍କୁ ଭୁଆଁ ବୁଲାନ୍ତି ।
No comments:
Post a Comment