ଭାରତ ପୃଥିଵୀର ପ୍ରାଚୀନତମ ଭୂଭାଗ ମଧ୍ୟରେ ଅନ୍ୟତମ । ଯେତେବେଳେ ପୃଥିଵୀରେ ଚୀନ, ପାକିସ୍ତାନ, ବଙ୍ଗଳାଦେଶର ଅସ୍ତିତ୍ବ ନଥିଲା ସେତେବେଳେ ବି ଭାରତଵର୍ଷର ଭୂଭାଗ ଅସ୍ତିତ୍ବରେ ଥିଲା ।
ଆଜକୁ ପ୍ରାୟ ୩୦୦ କୋଟି ରୁ ୨୫୦ କୋଟି ଵର୍ଷ ତଳେ, ପୃଥିଵୀ ଆର୍କିଆନ୍ (Archean) ଓ ପ୍ରାରମ୍ଭିକ ପ୍ରୋଟେରୋଜୋଇକ୍ (Proterozoic) ଯୁଗରେ ଥିଲା। ଏହି ସମୟରେ (ପ୍ରାୟ ୩.୦ Ga–୨.୫ Ga) ପୃଥିଵୀର ଜଳଵାୟୁ, ଵାୟୁମଣ୍ଡଳ, ଜୀଵଜଗତ, ଓ ଭୌଗଳିକ ସ୍ଥିତି ଆଧୁନିକ ସମୟଠାରୁ ବହୁତ ଭିନ୍ନ ଥିଲା।
ଏହି ସମୟରେ ପୃଥିଵୀର ଜଳଵାୟୁ ପ୍ରାୟତଃ ଉତ୍ତପ୍ତ ଓ ସ୍ଥିର ଥିଲା, କାରଣ ଵାୟୁମଣ୍ଡଳରେ CO₂ ଓ CH₄ ଯୋଗୁଁ ଗ୍ରୀନହାଉସ୍ ପ୍ରଭାଵ ପ୍ରଵଳ ଥିଲା। ଶୀତକାଳ କମ୍ ଥିଲା ଓ ଧ୍ରୁଵୀୟ ହିମ ପ୍ରାୟଶଃ ନଥିଲା। କିନ୍ତୁ ଆଜିକୁ ପ୍ରାୟ ୨୭୦ କୋଟି ଵର୍ଷ ତଳେ ପ୍ରଥମ ହାଲୋଜେନ୍ (Huronian Glaciation) ଆରମ୍ଭ ହୋଇଥିଲା, ଯାହା ଜଳଵାୟୁରେ ଶୀତଳ ପରିଵର୍ତ୍ତନ ଆଣିଥିଲା।
୩୦୦ କୋଟି ଵର୍ଷ ତଳେ ଵାୟୁମଣ୍ଡଳ ଆଜିଠାରୁ ବହୁତ ଅଲଗା ଥିଲା, ସେଥିରେ ଅକ୍ସିଜେନ (O₂) ଅତ୍ୟନ୍ତ କମ (ପ୍ରାୟ ୧% କିମ୍ବା କମ) ଥିଲା।CO₂, CH₄, ଓ N₂ ପ୍ରଧାନ ଗ୍ୟାସ ଥିଲା ଏଵଂ ଏସବୁ ଗ୍ୟାସ ଯୋଗୁଁ ପୃଥିଵୀରେ ଗ୍ରୀନହାଉସ୍ ପରିସ୍ଥିତି ସୃଷ୍ଟି କରୁଥିଲା। ୨୪୨ କୋଟି ଵର୍ଷ ତଳେ ସାୟନୋବ୍ୟାକଟେରିଆ ଯୋଗୁଁ Great Oxidation event ଘଟିଥିଲା । ଫଳତଃ ବାୟୁମଣ୍ଡଳରେ ଅକ୍ସିଜେନର ସ୍ତର ବୃଦ୍ଧି ହୋଇଥିଲା ।
୩୦୦ କୋଟି ଵର୍ଷ ତଳେ ସୂକ୍ଷ୍ମ ଏକକୋଷୀଜୀଵ ହିଁ ପୃଥିଵୀର ଜଳଭାଗରେ ଜାତ ହୋଇଥିଲେ ତେବେ ୨୭୦ କୋଟି ଵର୍ଷ ପୂର୍ଵେ ଅଧିକ ଉନ୍ନତ ଓ ଜଟିଳ ଜୀଵ ଜାତ ହେଵାକୁ ଲାଗିଲେ । ପ୍ରୋଟେରୋଜୋଇକ୍ କାଳର ଆରମ୍ଭରେ (୨୫୦ କୋଟି) ଜୀଵଜଗତ ଅଧିକ ଵିକଶିତ ହେବା ଆରମ୍ଭ କରିଥିଲା, କିନ୍ତୁ ଏହା ଆଜିର ଜଟିଳ ଜୀଵଜଗତ ତୁଳନାରେ ବହୁତ ସରଳ ଥିଲା।
ଏହି ସମୟରେ ପୃଥିଵୀର ସ୍ଥଳଭାଗ ଛୋଟ ଓ ଛିନ୍ନଭିନ୍ନ ହୋଇ ରହିଥିଲା । ତିନଶହରୁ ଦୁଇଶହ ପଚାଶ କୋଟି ଵର୍ଷ ତଳର ପୃଥିଵୀରେ ଅଳ୍ପ କ୍ରେଟନ (Cratons)କୁ ନେଇ ଦୁଇଗୋଟି ମହାଦେଶ Vaalbara ଓ ur ଅସ୍ତିତ୍ଵକୁ ଆସିଥିଲା ।
ସେହି ଯୁଗରେ ଭାରତର କିଛି ଭୂଭାଗ ଅସ୍ଥିତ୍ଵକୁ ଆସି ସାରିଥିଲା ଏଵଂ ଵିଶେଷତଃ Ur ମହାଦେଶରେ ଭାରତର ଧାରୱାଡ଼୍ କ୍ରାଟନ୍ ରହିଥିଵା ଜଣାଯାଏ । ସେତେବେଳେ ଭାରତର ସେହି ଭୂଭାଗଟି ପୃଥିଵୀର ଠିକ୍ ମଧ୍ୟ ଭାଗରେ ଅଵସ୍ଥିତ ଥିଲା । ତତ୍କାଳୀନ ଭାରତୀୟ ଭୂଭାଗର ପଶ୍ଚିମ ଦିଗରେ ଆଫ୍ରିକାର କିଛି ଅଂଶ ଥିଲା। ଆଫ୍ରିକାର ପଶ୍ଚିମ ପାର୍ଶ୍ୱରେ ପିଲବୁରା (Pilburra) ଥିଲା ଯାହା ଵର୍ତ୍ତମାନ ପଶ୍ଚିମ ଅଷ୍ଟ୍ରେଲିଆର ଏକ ଅଂଶ। ପିଲବୁରାର ପଶ୍ଚିମ ଦିଗରେ ଟ୍ରାନ୍ସଭାଲ (Transvaal) ଅଞ୍ଚଳ ଥିଲା ଏଵଂ ଏହା ଵର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଏକ ଅଂଶ।
ସେହି ଯୁଗରେ ଉର୍ ମହାଦେଶର ପଶ୍ଚିମରେ ଵାଲବାରା (Vaalbara) ନାମରେ ଏକ ମହାଦେଶ ଗଠିତ ହୋଇଥିଲା । ଟ୍ରାନ୍ସଭାଲ,ପିଲବୁରା ଓ କାପଭାଲ କ୍ରେଟନକୁ ନେଇ ଏହି ପ୍ରାଚୀନ ମହାଦେଶ ଗଠିତ ହୋଇଥିଲା ।
ଭାରତର ପୂର୍ଵ ଦିଗରେ ସେତେବେଳେ ଅଷ୍ଟ୍ରେଲିଆର ପଶ୍ଚିମ ଅଂଶ ଥିଲା ଏଵଂ ଭାରତର ଦକ୍ଷିଣ ଦିଗରେ
ଆଣ୍ଟାର୍କଟିକା ମହାଦେଶର କିଛି ଅଂଶ ରହିଥିଲା । ଏହି ସବୁ ଅଞ୍ଚଳକୁ ନେଇ ur ମହାଦେଶ ଗଠିତ ହୋଇଥିଲା ।
୨୫୦ କୋଟି ଵର୍ଷ ପୂର୍ଵେ ଧିରେ ଧିରେ Plate Tectonics ଜନିତ ଭୂଚଳନ ଆରମ୍ଭ ହୋଇଥିଲା ଫଳତଃ Oceanic Crust ଓ Continental Erosion ଦେଖାଗଲା । ଫଳତଃ ନୂଆ ନୂଆ ଭୂଭାଗ ସୃଷ୍ଟି ହେଲା । ଉଦାହରଣ ସ୍ଵରୁପ ବୁନ୍ଦେଲଖଣ୍ଡ କ୍ରେଟନ୍ ଏହି ଭୂଚଳନ ଯୋଗୁଁ ଅସ୍ତିତ୍ବକୁ ଆସିଥିଲା । ପରଵର୍ତ୍ତୀ କାଳରେ ଭୂଚଳନ ଯୋଗୁଁ Kenorland ମହାଦେଶ ଗଠିତ ହୋଇଥିଲା ।
ତେବେ ମୋଟ ଉପରେ କହିଵାକୁ ଗଲେ ୩୦୦ କୋଟିରୁ ୨୫୦ କୋଟି ଵର୍ଷ ମଧ୍ୟରେ ପୃଥିଵୀ ଏକ ଵିକାଶଶୀଳ ଅଵସ୍ଥାରେ ଥିଲା, ଯହିଁରେ ପୃଥିଵୀର ଜୀଵଜଗତ ଓ ଏହାର ଭୌଗୋଳିକ ରୂପ କ୍ରମେ କ୍ରମେ ଆଧୁନିକ ରୂପ ନେଵା ଆରମ୍ଭ କରିଥିଲା।
....
କ୍ରମଶଃ...
No comments:
Post a Comment