ଆଜକୁ ପ୍ରାୟ ବାରଶହ ଖ୍ରୀଷ୍ଟପୂର୍ଵରେ Athensର ରାଜା Pandionଙ୍କର ଜଣେ ପୁତ୍ର Aegeus ହୋଇ ଥିଲେ। Aegeus ଦୁଇଥର ଵିଵାହ କରିଥିଲେ, କିନ୍ତୁ ତାଙ୍କର କୌଣସି ସନ୍ତାନ ହୋଇନଥିଲା। ଏହି ଚିନ୍ତାରେ ସେ Delphic Oracleଙ୍କ ପାଖକୁ ପରାମର୍ଶ ନେଵାକୁ ଗଲେ। Oracle ତାଙ୍କୁ ଏକ ରହସ୍ୟମୟ ଉତ୍ତର ଦେଲେ: "ତୁମେ ଘରେ ନ ପହଞ୍ଚିଵା ପର୍ଯ୍ୟନ୍ତ ତୁମର ମଦର ଥଳି ଖୋଲିଵ ନାହିଁ।" ଏହାର ଗୁଢ଼ ଅର୍ଥ ନବୁଝିପାରିଵାରୁ Aegeus ତାଙ୍କ ବନ୍ଧୁ Troezenର ଶାସକ Pittheusଙ୍କୁ ତହିଁର ଭେଦ ପଚାରିଵାକୁ ଗଲେ।
Pittheus କିନ୍ତୁ ଶୁଣିଵା ମାତ୍ରେ Oracleଙ୍କର ଭବିଷ୍ୟତଵାଣୀ ବୁଝିପାରିଥିଲେ ଯେ Aegeusଙ୍କ ଔରସରୁ ଏକ ଵୀର ପୁତ୍ର ଜନ୍ମ ନେଵ। ଏହି ଵୀରଙ୍କୁ ନିଜ ରାଜ୍ୟ ପାଇଁ ସୁରକ୍ଷିତ କରିଵାକୁ ଚାହିଁ, Pittheus ଏଜିଅସଙ୍କୁ ମଦ ପିଆଇ ମତୁଆଳା କରିଦେଲେ ଓ ତାଙ୍କୁ ନିଜ ଝିଅ Aethraଙ୍କ ସହ ରାତି କଟାଇଵାକୁ ଛାଡ଼ିଦେଲେ। ସକାଳେ Aegeus ଘଟଣା ବୁଝିପାରି Aethraଙ୍କୁ କହିଲେ, "ଯଦି ତୁମେ ଏକ ପୁତ୍ର ଜନ୍ମ ଦିଅ, ତେବେ ତାକୁ ଏହି ଵିଶାଳ ପଥର ତଳେ ରଖାଯାଇଥିଵା ମୋ ଖଡ଼ଗ ଓ ଜୋତା ଆଣିଵାକୁ କହିଵ। ଯେତେବେଳେ ସେ ଯୁଵକ ହେଵ, ତାକୁ ଏହା ସହ Athensରେ ମୋ ପାଖକୁ ପଠାଇଵ।" କିଛି କାଳ ପରେ Theseus ଜନ୍ମ ହେଲେ ଓ Athensକୁ ଯାଇ ନିଜ ପିତା Aegeusଙ୍କୁ ଭେଟିଲେ ।
ଇତିମଧ୍ୟରେ Aegeus ଜାଦୁଗରୀ Medeaଙ୍କୁ ଵିଵାହ କରିଥିଲେ, ଯାହାଙ୍କ ଜାଦୁ ଶକ୍ତି ଦ୍ୱାରା ତାଙ୍କର ଆଉ ଏକ ପୁତ୍ର Medus ଜନ୍ମ ହୋଇଥିଲା। Medea କିନ୍ତୁ Theseusଙ୍କୁ ପସନ୍ଦ କରୁ ନ ଥିଲେ ଓ ତାଙ୍କୁ Athensରୁ ଦୂରେଇ ରଖିଵାକୁ ଚେଷ୍ଟା କରୁଥିଲେ। ତାଙ୍କ ପରାମର୍ଶରେ Theseusଙ୍କୁ Marathonର ଜଙ୍ଗଲୀ ଷଣ୍ଢକୁ ଧରିଵାକୁ ପଠାଯାଇଥିଲା। Theseus ସେହି ଷଣ୍ଢକୁ ଜୀଅନ୍ତା ଧରି ଆଣିଲେ। ଶେଷରେ Aegeus ନିଜ ପୁତ୍ର Theseusଙ୍କୁ ଚିହ୍ନିଲେ, ଆଉ Medea ରାଗରେ ନିଜ ଦେଶ Colchisକୁ ଫେରିଗଲେ।
କିନ୍ତୁ Aegeusଙ୍କ ଦୁର୍ଭାଗ୍ୟ ତାଙ୍କୁ ଛାଡ଼ି ନଥିଲା ।
Crete ଦ୍ଵୀପକୁ ରାଜା Minosଙ୍କ ନିକଟକୁ ବଳି ରୂପେ Athensରୁ ଯୁଵକ-ଯୁଵତୀମାନଙ୍କୁ ପଠାଯାଉଥିଲା ।
Minosଙ୍କ ପୁତ୍ର Androgeus ଏଥେନ୍ସରେ ହତ୍ୟା ହେଵା ପରେ, Minos ପ୍ରତିଶୋଧ ନେଇ ଏଥେନ୍ସକୁ ଯୁଦ୍ଧରେ ପରାସ୍ତ କରିଥିଲେ। ଶାନ୍ତି ବଜାୟ ରଖିଵା ପାଇଁ ଏଥେନ୍ସକୁ ପ୍ରତି ନଅ ଵର୍ଷରେ ସାତ ଯୁଵକ ଓ ସାତ ଯୁଵତୀଙ୍କୁ Minotaurର ଖାଦ୍ୟ ଭାବେ କ୍ରୀଟକୁ ପଠାଇଵାକୁ ବାଧ୍ୟ କରାଯାଇଲା।
ଏହା ଜାଣିପାରି ନଗରଵାସୀଙ୍କୁ ରକ୍ଷା କରିଵା ନିମିତ୍ତ Theseus ସ୍ୱେଚ୍ଛାକୃତ ଭାବେ Crete ଦ୍ଵୀପକୁ ଯାତ୍ରା କରିଥିଲେ ।
Creteକୁ ଗଲାବେଳେ Theseusଙ୍କୁ ତାଙ୍କ ପିତା Aegeus କହିଥିଲେ ଯଦି ସେ ସଫଳ ହୁଅନ୍ତି, ତେବେ ତାଙ୍କ ବୋଇତ ଫେରିଵା ବେଳେ ବୋଇତରେ ଧଳା ପାଲ ଲଗାଇବେ; ଆଉ ଯଦି ଅସଫଳ ହୁଅନ୍ତି, ତେବେ କଳା ପାଲ ଲଗାଯିଵ ।
ଷଣ୍ଢମୁଣ୍ଡଯୁକ୍ତ ମଣିଷ୍ୟ ଆକାରର ଜୀଵ Minotaur ପାଇଁ ହିଁ Athensରୁ ବଳି Crete ଦ୍ଵୀପକୁ ପଠାଯାଉଥିଲା ।
ଥେସିଅସ୍ Creteରେ ପହଞ୍ଚିଵା ପରେ, ରାଜା Minosଙ୍କ ଝିଅ Ariadne ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କୁ ସାହାଯ୍ୟ କରିଵାକୁ ନିଷ୍ପତ୍ତି ନେଇଥିଲେ। Ariadne ତହୁଁ Theseusଙ୍କୁ ଏକ ସୂତାର ଗୁଣ୍ଡ (thread) ଦେଇଥିଲେ, ଯାହାକୁ ସେ Labyrinthରେ ପ୍ରଵେଶ କରିଵା ସମୟରେ ବାନ୍ଧି ରଖିଥିଲେ। ଏହି ସୂତା ତାଙ୍କୁ ଜଟିଳ ଲାବିରିନ୍ଥ୍ରୁ ବାହାରିଵା ପାଇଁ ପଥ ଦେଖାଇଥିଲା। ମିନୋଟର୍କୁ ହତ୍ୟା କରିଵା ପରେ, ଥେସିଅସ୍ ଏହି ସୂତା ଅନୁସରଣ କରି ନିରାପଦରେ Labyrinthରୁ ବାହାରି ଆସିଥିଲେ।
Ariadne , Theseusଙ୍କୁ Minotaurକୁ ହତ୍ୟା କରିଵାରେ ସାହାଯ୍ୟ କରିଵା ପରେ ତାଙ୍କ ସହ Crete ଛାଡ଼ି ପଳାଇଥିଲେ, କାରଣ ସେ Theseusଙ୍କୁ ଭଲ ପାଉଥିଲେ ଓ ତାଙ୍କ ପିତା Minosଙ୍କ କ୍ରୋଧରୁ ବର୍ତ୍ତିଵାକୁ ଚାହୁଁଥିଲେ । କିନ୍ତୁ
ଦେଵତା Dionysus (ମଦ୍ୟ ଓ ଉତ୍ସଵର ଦେଵତା) ଆସି Ariadneଙ୍କୁ ନିଜର ପତ୍ନୀ ଭାବେ ଦାବି କରିଥିଲେ। ଥେସିଅସ୍ଙ୍କୁ Dionysusଙ୍କ ଆଦେଶ କିମ୍ବା ଦୈଵୀୟ ହସ୍ତକ୍ଷେପ ଯୋଗୁଁ ଆରିଆଡ୍ନେଙ୍କୁ Naxosରେ ଛାଡ଼ିଵାକୁ ପଡ଼ିଥିଲା। ପରେ ଆରିଆଡ୍ନେ Dionysusଙ୍କୁ ଵିଵାହ କରିଥିଲେ ଓ ଦୈଵୀୟ ମର୍ଯ୍ୟାଦା ପାଇଥିଲେ।
Ariadneଙ୍କୁ ହରାଇ ଥେସିଅସ୍ ଭଗ୍ନ ମନରେ ଏଥେନ୍ସ ଫେରିଲେ କିନ୍ତୁ ଏହି ଘଟଣା ଯୋଗୁଁ ଅନ୍ୟମନସ୍କ ହୋଇ ଦୁର୍ଭାଗ୍ୟଵଶତଃ ସେ ଧଳା ପାଲ ଲଗାଇଵାକୁ ଭୁଲିଗଲେ, ଆଉ ଜାହାଜରେ କଳା ପାଲ ହିଁ ରହିଲା। ଦୂରରୁ କଳା ପାଲ ଦେଖି Aegeus ଭାବିଲେ Theseus ମରିଗଲେ। ଦୁଃଖରେ ସେ Athensର Acropolisରୁ ଡେଇଁ ଆତ୍ମହତ୍ୟା କଲେ।
ଏହିପରି Aegeusଙ୍କ ଜୀଵନୟ ଏକ ଦୁଃଖଦ ଅନ୍ତ ପାଇଲା, କିନ୍ତୁ ତାଙ୍କ ପୁତ୍ର Theseus ଏକ ମହାନ ଵୀର ଭାବେ ଇତିହାସରେ ଅମର ହୋଇ ରହିଲେ।
("ଥେସିଅସ୍ ଓ ମିନୋଟର୍" ଗାଥା ସାହସ, ଦୃଢ଼ତା, ବୁଦ୍ଧି, ଓ କୌଶଳର ମହତ୍ତ୍ୱ ଦର୍ଶାଏ, ଯେପରି ଥେସିଅସ୍ଙ୍କ ମିନୋଟର୍କୁ ମୁକାବିଲା ଓ ଆରିଆଡ୍ନେଙ୍କ ସୂତା ଵ୍ୟଵହାର ଇତ୍ୟାଦି। ଏହି କାହାଣୀଟି ପ୍ରତିଶ୍ରୁତି ପାଳନର ଗୁରୁତ୍ୱ ଶିଖାଏ, କାରଣ ଥେସିଅସ୍ଙ୍କ ଧଳା ପାଲ ଲଗାଇଵାର ପ୍ରତିଶ୍ରୁତି ଭୁଲିଯିଵା ଯୋଗୁଁ ଏଜିଅସ୍ ଦୁଃଖରେ ଭାଙ୍ଗିପଡି଼ ଆତ୍ମହତ୍ୟା କରିଥିଲେ । ଏହି କାହାଣୀ ମାନଵୀୟ ଭୁଲ୍, ଦୈଵୀୟ ନିୟତିର ପରିଣାମ ଏବଂ ମିନୋସ୍ଙ୍କ ପ୍ରତିଶୋଧ ତଥା ଏଥେନ୍ସର ବଳି ପ୍ରଥା ମାଧ୍ୟମରେ ଅନ୍ୟାୟ ଵିରୁଦ୍ଧରେ ନ୍ୟାୟ ପାଇଁ ସଂଘର୍ଷର ଆଵଶ୍ୟକତା ପ୍ରକାଶ କରେ)
••••••••••••••
ଅଧିକ ତଥ୍ୟ:
••••••••••••••
Delphic Oracle : ଡେଲ୍ଫିରେ ଅପୋଲୋ ମନ୍ଦିରରେ ପୂଜାରିଣୀ । ୟେ ଦୈଵୀ ଭଵିଷ୍ୟତଵାଣୀ କରୁଥିଲେ ।
Athens : ଗ୍ରୀସ୍ ଦେଶର ରାଜଧାନୀ
Troezen : ଗ୍ରୀସ୍ ଦେଶର ଦକ୍ଷିଣରେ ଅଵସ୍ଥିତ Argolid ଅନ୍ତରୀପର ଆଧୁନିକ tri'zina ନଗରର ପ୍ରାଚୀନ ନାମ
Medea : ଜଣେ ଜାଦୁଗରୀ ଓ କୋଲଚିସ୍ର ରାଜକୁମାରୀ ଥିଲେ
Colchis : ଆଧୁନିକ ଜର୍ଜିଆର ପଶ୍ଚିମଭାଗରେ ଅଵସ୍ଥିତ Egrisi ଅଞ୍ଚଳର ପ୍ରାଚୀନ ଗ୍ରୀକ୍ ନାମ
Crete : ଗ୍ରୀସ୍ ଦେଶର ଦକ୍ଷିଣରେ ଭୂମଧ୍ୟ ସାଗରର ମଧ୍ୟ ଭାଗରେ ଅଵସ୍ଥିତ ଏକ ଦ୍ଵୀଫ ଵିଶେଷ
Minos : ଜିଉସ୍ ଓ ଇଉରୋପାଙ୍କ ପୁତ୍ର ଓ କ୍ରୀଟର ଶାସକ ଭାବେ ଜଣାଶୁଣା।
Minotaur : Minotaur ଏକ ଅର୍ଦ୍ଧ-ମନୁଷ୍ୟ ଅର୍ଦ୍ଧ-ଷଣ୍ଢ ଜୀଵ, କ୍ରୀଟର ରାଜା Minosଙ୍କ ପତ୍ନୀ Pasiphaë ଓ ଏକ ଦୈଵୀୟ ଷଣ୍ଢର ସନ୍ତାନ ଥିଲା। Minosଙ୍କ ପତ୍ନୀ Pasiphaë, ଗ୍ରୀକ୍ ପୁରାଣଗାଥା ଅନୁସାରେ ସୂର୍ଯ୍ୟ ଦେଵତା Heliosଙ୍କ ଝିଅ ଥିଲେ। Minos ଦୈଵୀୟ ଅଧିକାର ପାଇଁ Poseidonଙ୍କୁ ଏକ ଷଣ୍ଢ ବଳି ଦେଵାକୁ ପ୍ରତିଶ୍ରୁତି ଦେଇ ତାହା ପୂରଣ ନ କରିଵାରୁ, Poseidon କ୍ରୋଧିତ ହୋଇ Pasiphaëଙ୍କୁ Poseidon ପଠାଇଥିଵା ଏକ ଦୈଵୀୟ ଷଣ୍ଢ ପ୍ରତି ଆକର୍ଷିତ କରାଇଲେ। Daedalus ନିର୍ମିତ ଏକ କୃତ୍ରିମ ଗାଈ ଭିତରେ ଲୁଚି Pasiphaë ଷଣ୍ଢ ସହ ମିଳନ କଲେ, ଫଳରେ Minotaur ଜନ୍ମ ହେଲା। ତେବେ Minos Minotaurକୁ ଲୁଚାଇ ରଖିଵା ପାଇଁ Daedalusଙ୍କ ଦ୍ୱାରା ନିର୍ମିତ ଲାବିରିନ୍ଥ୍ରେ ରଖିଥିଲେ।
Knossos: ଗ୍ରୀକ୍ ଦ୍ୱୀପ କ୍ରୀଟରେ ଅଵସ୍ଥିତ ଏକ ପ୍ରାଚୀନ ମିନୋଆନ୍ ସଭ୍ୟତାର ପ୍ରମୁଖ ପ୍ରତ୍ନତାତ୍ତ୍ୱିକ ସ୍ଥାନ। ଏହା ରାଜା Minosଙ୍କ ରାଜପ୍ରାସାଦ ବୋଲି ମିଥୋଲୋଜିରେ କୁହାଯାଏ ଏବଂ ମିନୋଆନ୍ ସଂସ୍କୃତିର କେନ୍ଦ୍ର ଥିଲା। କ୍ରୀଟ ଦ୍ଵୀପର ଆଧୁନିକ Heraklion ନଗରରେ ଏହା ଅଵସ୍ଥିତ ଥିଲା ।
Labyrinth: Knossos ରାଜପ୍ରସାଦ ମଧ୍ୟରେ ଥିବା ଏକ ଜଟିଳ ଗଠନ, ଯାହାକୁ Daedalus ନିର୍ମାଣ କରିଥିଲେ ବୋଲି ଗ୍ରୀକ୍ ପୁରାଣରେ ଉଲ୍ଲେଖ ଅଛି। ଏହା Minotaurକୁ ବନ୍ଦୀ ରଖିଵା ପାଇଁ ଵ୍ୟଵହୃତ ହେଉଥିଲା। ଏହାର ଜଟିଳ ପଥଗୁଡ଼ିକରୁ ବାହାରିଵା ପ୍ରାୟତଃ ଅସମ୍ଭଵ ଥିଲା।
Naxos : ଭୂମଧ୍ୟସାଗରରେ ଗ୍ରୀସ୍ ଆଉ ତୁର୍କୀ ମଧ୍ୟ ଭାଗରେ ଅଵସ୍ଥିତ ଗ୍ରୀସ୍ ଦେଶର ଏକ ଦ୍ଵୀପର ନାମ
••••••••••••••••••••••••••••••••••••••••
No comments:
Post a Comment