My Blog List

Wednesday, June 7, 2017

ଅଙ୍ଗ ଦେଶର ଚୁଡ଼ି.....

ଅଙ୍ଗ ଦେଶର ଚୁଡ଼ି
ବଙ୍ଗ ଦେଶର ଶାଢ଼ୀ
କଳିଙ୍ଗ ଦେଶର ସାଧବପୁଅ ମୁଁ
ବୋଇତ ଦେଇଛି ଭିଡ଼ି

ରଙ୍ଗ ଭଳିଭଳି କଳାଧଳା ନାଲି
ସୁବର୍ଣ୍ଣପୁରର ସୁବର୍ଣ୍ଣେ ତିଆରି
କଙ୍କଣ ଯୋଡ଼ି ଯାଉଁଳି....

ହୀରା ମୋତି ମାଳି
ଦେବିନି ନା କରି
ମନଲାଖି ଦେବ ଏ ମନର କଉଡ଼ି
ମାନିଲେ ରଙ୍ଗ ଯୋଡ଼ି.....

ରଙ୍ଗ ଭଳି ଭଳି କଳା ଧଳା ନାଲି
ଦଣ୍ଡକବଣର ଟସରେ ତିଆରି
ପାଟମଠା ଝିଲିମିଲି.....

ରାଜହଂସୀ ଧଡୀ଼ ସୁନା ଜରି ପାଡୀ଼
ମନଲାଖି ଦବ ଏ ମନର କଉଡ଼ି
ମାନିଲେ ରଙ୍ଗ ବଡୀ଼

ଅଙ୍ଗ ଦେଶର ଚୁଡ଼ି
ବଙ୍ଗ ଦେଶର ଶାଢ଼ୀ
କଳିଙ୍ଗ ଦେଶର ସାଧବପୁଅ ମୁଁ
ବୋଇତ ଦେଇଛି ଭିଡ଼ି

No comments:

Post a Comment