My Blog List

Friday, October 18, 2019

ପୁରିଲା ଆଶା ମୋର...

ପୁରିଲା ଆଶା ମୋର
                 ଭରିଲା ମନ ମୋର
ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...
                     ତୁ ମୋର ମୁଁ ତୋର
ମନେ ଝରିଲା ସୁଖ ଝରଣା
                          ପିରତୀ ଝର ଝର

ଆମେ ଗୋ ହେଵା ଫୁଲ ମହକ ଝାଇ ଆଲୁଅ ହୋଇ
ଯାହା ମୁଁ ଥିଲି ଯାହା ମୁଁ ହେଲି
                             ସବୁ ତୋହରି ପାଇଁ

ପାରେନା କହି ରହିଛି ଯେତେ ମରମେ କଥା ମୋର
ଏ ଦୁଇ ଆଖି କହୁଛି ଖୋଲି
                               ଗୁମର କଥା ତୋର

ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...

ଆ ଆ ଆ ଆଆଆ

ତୋ ମୁହଁ ଚାହିଁ କଟିଵ ଦିନ ରାତି ମୋ ଉଜାଗରେ
ମନାସେ ହେବୁ ତୁ ମୋର ସାଥି ଜନମ ଜନମରେ

ମୋରି ମନ ଦରପଣରେ ଦେଖିବି ରୂପ ତୋର
ଲୁଚାଇ ଦେବି ପଣତ ତଳେ ନଜର ହେଵ କାର ?

ମନେ ଝରିଲା ସୁଖ ଝରଣା ପିରତୀ ଝର ଝର
ରୂପ ରାଇଜ ରାଜକୁମାର ହେଲା ମୋ ମନ ଚୋର

ଶରମି ଲତା ମୋର ...
ପୁରିଲା ଆଶା ମୋର
ଶରମି ଲତା ମୋର ...
ଭରିଲା ମନ ମୋର ...

କଣ୍ଠଦାନ — ପ୍ରଣଵ ପଟ୍ଟନାୟକ ଓ ଏସ୍. ଜାନକୀ
ଗୀତ —ନାରାୟଣ ପ୍ରସାଦ ସିଂହ
ସଂଗୀତ— ଉପେନ୍ଦ୍ର କୁମାର
ଚଳଚ୍ଚିତ୍ର — ପରିଵାର(୧୯୭୮)

No comments:

Post a Comment