Saturday, October 26, 2019

ମଧୁଯାମିନୀ ନାଚେ ତାଳେ ତାଳେ

●●●●●●●
●●●●●●●●●
●●●●●●●●●●●
●●●●●●●●●●●●

ମଧୁ ଯାମିନୀ ନାଚେ ତାଳେ ତାଳେ(୨)
ମଳୟ ଛୁଏଁ ଚନ୍ଦ୍ରମା କୋଳୋ(୨)
ମୂରଲୀ ଡାକେ ତାରାଦୀପ ମେଳେ
ନୁପୂର ବାଜେ ...

ନୁପୂର ବାଜେ ଅନ୍ତର ତଳେ

ମଧୁଯାମିନୀ ନାଚେ ତାଳେ ତାଳେ
ମଧୁଯାମିନୀ...
ମଧୁଯାମିନୀ...
ମଧୁଯାମିନୀ...

ଜୀଵନର ଉପଵନେ ଯୌଵନ ଜୁଆର(୨)
ଖେଳି ବୁଲେ ଫୁଲେ ଫୁଲେ ପୁଲକିତ ଭ୍ରମର(୨)

ରୁମ୍ ଝୁମ୍ ରୁମ୍ ଝୁମ୍ ମନ ମୋ ନାଚିଯାଏ(୨)

ମଧୁଯାମିନୀ ନାଚେ ତାଳେ ତାଳେ
ମଧୁଯାମିନୀ...
ମଧୁଯାମିନୀ...
ମଧୁଯାମିନୀ...

ବହି ପ୍ରୀତିର  ରୂପେଲି ଝରଣା
ମନେ ପ୍ରିୟର ମିଳନ ଵାସନା
ଦୂରେ ବହୁ ଦୂରେ କିଏ ଡାକେ
ମଧୁର ଏ ରାତିରେ ସପନ ଅଭିସାରେ(୨)

ବହି ପ୍ରୀତିର  ରୂପେଲି ଝରଣା
ମନେ ପ୍ରିୟର ମିଳନ ଵାସନା
ଦୂରେ ବହୁ ଦୂରେ କିଏ ଡାକେ
ମଧୁର ଏ ରାତିରେ ସପନ ଅଭିସାରେ(୨)

●●●●●●●●●●●●●
●●●●●●●●●●●
●●●●●●●●●
●●●●●●●

●●●●●●●●●●●●●●●●●●●●●●●
କଣ୍ଠ― ସୁଶ୍ରୀ ସଂଗୀତା ମହାପାତ୍ର ଓ ଭୂଵନେଶ୍ଵରୀ ମିଶ୍ର
ଗୀତ―ରମାକାନ୍ତ ମହାପାତ୍ର
ସଂଗୀତ― ଶ୍ରୀଵତ୍ସ ପଟ୍ଟନାୟକ
ଚଳଚ୍ଚିତ୍ର―ସୂଵର୍ଣ୍ଣ ସୀତା
●●●●●●●●●●●●●●●●●●●●●●●

No comments:

Post a Comment

ଅପରିଚିତ ଆତ୍ମୀୟତା ଓ ହଜିଲା ସଂସ୍କୃତି

ଵୈଶାଖ ମାସର ଏକ ଗ୍ରୀଷ୍ମ କାଳୀନ ଅପରାହ୍ନ । ସେହି ଅଖ୍ୟାତ ପଲ୍ଲୀର ଉଚ୍ଚ ଵିଦ୍ୟାଳୟ ଛାଡ଼ିଵାକୁ କୋଡ଼ିଏ ବର୍ଷ ବିତିଗଲାଣି । ସମୟର ସ୍ରୋତରେ ସମସ୍ତେ ଆଜି ଭିନ୍ନ ଭିନ୍ନ...