Wednesday, May 17, 2017

ଓଡ଼ିଆ ଲୋକଗୀତ ●1● କାଳିଆ କୁକୁର ହଳେ ....

କାଳିଆ କୁକୁର ହଳେ
ଯାହା କହିଥିଲି ବଉଳ ମୂଳେରେ.....
ତୁ ଧନ !!!!!
ଆସିଥିବୁ ସଂଜବେଳେରେ
ସଜନୀ !!!!!!!!
ଆସିଥିବୁ ସଂଜବେଳେ......

ଜହ୍ନ ଆସେ ଘନ ଘନ
ତୋତେ ଦେଖିବାକୁ ବହୁତ ମନରେ
ଏବେ ତୁ ହେଲୁ ସାତ ସପନ
ସଜନୀ !!!!!!!!
ତୁ ହେଲୁ ସାତ ସପନ......

ବାଉଁଶ ତିନିକେନିଆ
ତୋତେ କିଣିଦେବି ସୁନା ପାନିଆଁରେ
ତୁ ଧନ !!!!!!
ତୁ ହେବୁ ମୋର କନିଆଁ ରେ
ସଜନୀ !!!!!
ତୁ ହେବୁ ମୋର କନିଆଁ.....

ଗୁଡି଼ଆ ଘର ଘଇଁଚି
ତୋ ମନ ମୋ ମନ ଏକା ହୋଇଚିରେ
ଯେ ମୋତେ ଜାତି କି ଭୟ ଲାଗୁଛି
ନାଗରୀ....
ଜାତି କି ଭୟ ଲାଗୁଛି

ଜାତିଏ କିସ କରିବେ
ଛଅ-କୁଟା ଚାଉଳ ଭୋଜୀ ଖାଇବେରେ
ତୁ ଧନ ତୋତେ ପରା ମୋତେ ଦେବେ
ସଜନୀ
ତୋତେ ପରା ମୋତେ ଦେବେ

କାଳିଆ କୁକୁର ହଳେ
ଯାହା କହିଥିଲି ବଉଳ ମୂଳେରେ.....
ତୁ ଧନ !!!!!
ଆସିଥିବୁ ସଂଜବେଳେରେ
ସଜନୀ !!!!!!!!
ଆସିଥିବୁ ସଂଜବେଳେ......

No comments:

Post a Comment

•ଲୁପ୍ତ ପ୍ରାଚୀନ ଓଡ଼ିଆ ଶବ୍ଦ ‘କଣୟ’: ସୁନାର ପ୍ରାକୃତ ନାମ ଏଵଂ ତହିଁର ସାହିତ୍ୟିକ ଯାତ୍ରା•

ଓଡ଼ିଆ ଭାଷାରେ ହଜାର ହଜାର ପ୍ରାଚୀନ ଓଡ଼ିଆ ଶବ୍ଦ କଥିତ, ଲିଖିତ ଓ ସାହିତ୍ୟିକ ଭାଷାରେ ପ୍ରୟୋଗ ନହୋଇ ଲୋପ ପାଇଯାଇଛି ।‌ ଆଜିର ଓଡ଼ିଆ ଲୋକେ ଏଭଳି ଲୁପ୍ତ ଶବ୍ଦ ଯେବେ ପ୍...